Advertisment

India-Pakistan Diplomatic Tensions: ଭାରତର ବଡ଼ ଆକ୍ସନ, ୪୮ ଘଣ୍ଟାରେ ଭାରତ ଛାଡ଼ିବେ ପାକିସ୍ତାନ ନାଗରିକ

ସାର୍କ ଭିସାରେ ଥିବା ପାକିସ୍ତାନ ନାଗରିକ ୪୮ ଘଣ୍ଟାରେ ଭାରତ ଛାଡ଼ିବେ । ୧୯୬୦ରେ ପାକିସ୍ତାନ ସହ ହୋଇଥିବା ସିନ୍ଧୁ ନଦୀ ଚୁକ୍ତି ମଧ୍ୟ ଭାରତ ବାତିଲ କରିଛି ।

author-image
Santosh Kumar Sahoo
ଅଦ୍ୟତନ ହୋଇଛି
୪୮ ଘଣ୍ଟାରେ ଭାରତ ଛାଡ଼

୪୮ ଘଣ୍ଟାରେ ଭାରତ ଛାଡ଼

ପହଲଗାମ୍‌ ନରସଂହାରକୁ ନେଇ ଭାରତର କଡ଼ା ଆଭିମୁଖ୍ୟ । ପାକିସ୍ତାନକୁ ଜବତ କରିବା ପାଇଁ କଠୋର ହେଲା ଭାରତ । ଦୀର୍ଘ ଅଢେଇ ଘଣ୍ଟା ଧରି ଚାଲିଥିବା CCS ବୈଠକ ଶେଷ ହେବା ପରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ପ୍ରେସମିଟ୍‌ କରି ବଡ଼ ଘୋଷଣା କରିଛନ୍ତି । ପାକିସ୍ତାନ ବିରୋଧରେ ବଡ଼ ଆକ୍ସନ ନେଇଛନ୍ତି ଭାରତ ସରକାର । ତୁରନ୍ତ ଅଟାରୀ-ୱାଘା ସୀମା ବନ୍ଦ ଘୋଷଣା କଲା ଭାରତ । ତେବେ ଯେଉଁ ପାକିସ୍ତାନୀ ବୈଧ ଅନୁମୋଦନରେ ଅଟାରୀ-ୱାଘା ବର୍ଡର ଦେଇ ଆସିଛନ୍ତି ସେମାନେ ମେ’ ୧ ପୂର୍ବରୁ ଫେରନ୍ତୁ ବୋଲି ଭାରତ ପକ୍ଷରୁ କୁହାଯାଇଛି ।

Advertisment

ଅଧିକ ପଢ଼ନ୍ତୁ: ଛାତି ଥରାଉଛି ପହଲଗାମର ନରସଂହାର, ଧର୍ମ ପଚାରି ପର୍ଯ୍ୟଟକଙ୍କୁ ପଏଣ୍ଟ ବ୍ଲାଙ୍କରେ ଗୁଳି କଲେ ଆତଙ୍କୀ

ସେହିପରି ସାର୍କ ଭିସାରେ ଥିବା ପାକିସ୍ତାନ ନାଗରିକ ୪୮ ଘଣ୍ଟାରେ ଭାରତ ଛାଡ଼ିବେ । ପାକିସ୍ତାନୀ ନାଗରିକଙ୍କୁ ସାର୍କ ଭିସାରେ ଭାରତ ଆସିବା ମନା । ୧୯୬୦ରେ ପାକିସ୍ତାନ ସହ ହୋଇଥିବା ସିନ୍ଧୁ ନଦୀ ଚୁକ୍ତି ମଧ୍ୟ ଭାରତ ବାତିଲ କରିଛି । ଅନ୍ୟପକ୍ଷରେ ଦୂତାବାସ କର୍ମଚାରୀଙ୍କ ସଂଖ୍ୟା ମଧ୍ୟ ହ୍ରାସ କରିଛି ଭାରତ । ଦୂତବାସୀ କର୍ମଚାରୀଙ୍କ ସଂଖ୍ୟା ୫୫ରୁ ୩୦କୁ ହ୍ରାସ ନିଷ୍ପତ୍ତି ନିଆଯାଇଛି । ସେହିପରି ପାକ୍‌ ଦୂତାବାସର ସାମରିକ ପରାମର୍ଶଦାତା ସପ୍ତାହେ ମଧ୍ୟରେ ଭାରତ ଛାଡ଼ିବେ ବୋଲି ଭାତର ପକ୍ଷରୁ କୁହାଯାଇଛି । ପାକିସ୍ତାନରେ ଥିବା ଭାରତୀୟ ଦୂତାବାସ ପାଇଁ ମଧ୍ୟ ସମାନ ବ୍ୟବସ୍ଥା ଗ୍ରହଣ କରାଯାଇଛି । ସାମରିକ ପରାମର୍ଶଦାତାଙ୍କୁ ଭାରତ ଫେରି ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ସୂଚନା ଅନୁସାରେ ଗତକାଲି ଜମ୍ମୁ-କାଶ୍ମୀରର ପହଲଗାମ୍‌ରେ ପର୍ଯ୍ୟଟକଙ୍କ ଉପରେ ଆତଙ୍କୀ ହମ୍‌ଲା ପରେ ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ CCS ବୈଠକ । ପ୍ରାୟ ଦୁଇ ଘଣ୍ଟ ଧରି ଏହି ବୈଠକରେ ମାନସ ମନ୍ଥନ ହୋଇଥିଲା । ସୁରକ୍ଷା ସଂପର୍କିତ କ୍ୟାବିନେଟ୍ କମିଟି ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ଉପସ୍ଥିତ ଥିଲେ । ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଡକାଇଥିଲେ ଏହି ହାଇଲେବଲ୍ ମିଟିଂ । ଏଥିରେ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ୍ ଡୋଭାଲ୍, ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ମଧ୍ୟ ଯୋଗଦେଇଥିଲେ । ତେବେ ଏହି ବୈଠକ ପରେ ବୈଦେଶିକ ସଚିବ ବିକ୍ରମ ମିଶ୍ରି ପ୍ରେସମିଟ୍‌ କରି ପାକିସ୍ତାନ ଉପରେ ନିଆଯାଇଥିବା କଡ଼ା ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ ।

India Pakistan MEA Pahalgam Terrorist Attack Pahalgam Attack
Advertisment
Advertisment