‘ପୋନିୟିନ୍ ସେଲଭନ୍ ୨’ରେ ଐଶ୍ୱର୍ଯ୍ୟା ରାୟ ‘ନନ୍ଦିନୀ’ ଏବଂ ଓମଇ ରାନୀ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚରିତ୍ରକୁ ବହୁତ ପସନ୍ଦ କରାଯାଇଛି। ଏହି କାରଣରୁ ସେ IMDb ର ଲୋକପ୍ରିୟ ଭାରତୀୟ ସେଲିବ୍ରିଟିଙ୍କ ଲୋକପ୍ରିୟତା ତାଲିକାରେ ଶୀର୍ଷ ମାନ୍ୟତା ପାଇଛନ୍ତି।
ନିଜ ପିଲାମାନଙ୍କ ପାଇଁ କିଙ୍ଗ୍ ଖାନ୍ ସର୍ବଦା ଜଣେ ବିଶ୍ୱସ୍ତ ଏବଂ ଉତ୍ସାହିତ ବାପାର ପ୍ରମାଣ ଦେଇଛନ୍ତି। ପିଲାମାନେ ଯାହା ଚାହାନ୍ତି ସେ ସେମାନଙ୍କ ପାଇଁ ସେପରି ରାସ୍ତା ତିଆରି କରିଦିଅନ୍ତି। ତାଙ୍କ ବଡ ପୁଅ ଆର୍ଯ୍ୟନଙ୍କ କ୍ଷେତ୍ରରେ ଏହା ପ୍ରମାଣିତ। ଆସନ୍ତୁ ପୂରା ଖବର ଜାଣିବା…
ଆର୍ଯ୍ୟନ୍ ଖାନ୍ ତାଙ୍କର ପ୍ରଥମ ପ୍ରୋଜେକ୍ଟ ରିଲିଜ୍ କରିଛନ୍ତି। ନିର୍ଦ୍ଦେଶକ ଭାବରେ ଡେବ୍ୟୁ କରୁଥିବା ଆର୍ଯ୍ୟନ୍ ନିଜର ଏକ ବ୍ରାଣ୍ଡ୍ ଲଞ୍ଚ୍ କରିଛନ୍ତି। ଆର୍ଯ୍ୟନଙ୍କ ନିର୍ଦ୍ଦେଶନାରେ କାମ କରୁଛନ୍ତି ତାଙ୍କ ବାପା ଶାହରୁଖ ଖାନ।
ଶାହରୁଖ୍ ନିଜର ନିଆରା ଅନ୍ଦାଜ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ବେଳେ ଜଣେ ଦିବ୍ୟାଙ୍ଗଙ୍କ ପ୍ରତି ନିଜର ଭଲ ପାଇବା ଅଜାଡ଼ିଦେବା ଦୃଶ୍ୟ ଏବେ ସୋସିଆଲ୍ ମିଡିଆରେ ଚହଳ ସୃଷ୍ଟି କରିଛି ।
ସେ ପଡିଆ ହେଉ କି ଷ୍ଟେଜ୍ କିଙ୍ଗ୍ ଖାନ୍ଙ୍କ ଷ୍ଟାଇଲ୍ ସମସ୍ତଙ୍କୁ ଫିଦା କରିଦେଉଥିବା ଦେଖାଯାଏ। ସେମିତି ଏକ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ ଦେଖିବାକୁ ମିଳିଛି ବିରାଟ୍ କୋହଲିଙ୍କ ପ୍ରତି ଶାହରୁଖଙ୍କ ଅନାବିଳ ପ୍ରେମ।
ରାନୀ ମୁଖାର୍ଜୀ କହିଛନ୍ତି ଯେ ସେ ଚାହୁଁଛନ୍ତି ବୃଦ୍ଧ ହେବା ପର୍ଯ୍ୟନ୍ତ ଶାହରୁଖ ଖାନଙ୍କ ସହ ରୋମାନ୍ସ କରିବେ ଏବଂ ଲେଖକମାନଙ୍କୁ ଏହା ସହ ଜଡିତ କାହାଣୀ ଲେଖିବାକୁ ଅନୁରୋଧ ମଧ୍ୟ କରିଛନ୍ତି।
NMACC ଫ୍ୟାଶନ କାର୍ଯ୍ୟକ୍ରମର ଦ୍ୱିତୀୟ ଦିନରେ ଅନେକ ବଲିଉଡ୍ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିଥିଲା। ଶାହରୁଖ ଖାନ ତାଙ୍କ ପରିବାର ସହିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସ୍ୱାମୀ ନିକ୍ ଜୋନାସଙ୍କ ସହ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି କାର୍ଯ୍ୟକ୍ରମରେ ପହଞ୍ଚିଥିଲେ। ଦେଖିବାକୁ ମିଳିଥିଲା ଆହୁରି ଅନେନ ଷ୍ଟାର୍ଙ୍କ ଜଲ୍ୱା।
ଅଗସ୍ତ୍ୟ ନନ୍ଦା ଓ ସୁହାନା ଖାନଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଉଡୁଛି। ଏକ ପାର୍ଟୀରେ ଅଗସ୍ତ୍ୟ ସୁହାନାଙ୍କୁ କିସ୍ ଦେଉଥିବାର ଦେଖିବାକୁ ମିଳିଛି। ଭାଇରାଲ୍ ହେଉଛି ଏହି ଭିଡିଓ।
ଶାହରୁଖ ଖାନ ଆଜିକାଲି ‘ପଠାନ’ର ସଫଳତାକୁ ପାଳନ କରୁଛନ୍ତି। ସେ ଖୁବ ଖୁସି ଅଛନ୍ତି। ଅଭିନେତା ନିଜକୁ ଏକ ନୂଆ ଉପହାର ଦେଇଛନ୍ତି, ଯାହାର ମୂଲ୍ୟ ଲକ୍ଷ ଲକ୍ଷ ନୁହେଁ ବରଂ କେତେ କୋଟି ଟଙ୍କା। ଜାଣନ୍ତୁ…
ରୋଶନି ୱାଲିଆ କେବଳ ଜଣେ ଟିଭି ଅଭିନେତ୍ରୀ ନୁହଁନ୍ତି ବରଂ ତାଙ୍କର ଅନ୍ୟକିଛି ପରିଚୟ ମଧ୍ୟ ରହିଛି । ଇଣ୍ଟରନେଟ୍ରେ ସେ ସମସ୍ତଙ୍କ ପାଇଁ ବେଶ୍ ଜଣାଶୁଣା । କାରଣ ରୋଶନି ୱାଲିଆ ପ୍ରତିଦିନ ଇଣ୍ଟରନେଟ୍ରେ ଆକ୍ଟିଭ୍ ରହିବା ସହ ଅନେକ ଫଟୋ ପୋଷ୍ଟ କରିଥା’ନ୍ତି ।
ସବୁ ରେକର୍ଡକୁ ପଛରେ ପକାଇ ବକ୍ସ ଅଫିସ୍ରେ ଅଧିକ ଟଙ୍କା ରୋଜଗାର କରିଛି ‘ପଠାନ’ ଫିଲ୍ମ । ତେବେ ଏହାକୁ OTT ପ୍ଲାଟଫର୍ମରେ ରିଲିଜ୍ ନେଇ ଶାହାରୁଖ୍ହ୍କ ଫ୍ୟାନ୍ସଙ୍କ ମନରେ ଉତ୍ସାହ ଦେଖାଦେଇଛି ।
ଶାହରୁଖ ଖାନଙ୍କ ରୂପେଲି ପରଦାକୁ ପ୍ରତ୍ୟାବର୍ତ୍ତନ ବଲିଉଡ୍ରେ ହଇଚଇ ଖେଳେଇ ଦେଇଛି। ଦମଦାର ଆକ୍ସନ୍ ଏବଂ ୬ ପ୍ୟାକ୍ ବଡୀରେ ପ୍ରଶଂସକମାନଙ୍କୁ କିଙ୍ଗ ଖାନ ପୁଣିଥରେ ପାଗଳ କରିଦେଇଛନ୍ତି। ଏଭଳି ମସ୍କୁଲାର୍ ବଡୀ ପାଇବା ପାଇଁ ଶାହରୁଖ ଖାନ କଠୋର ପରିଶ୍ରମ କରିଛନ୍ତି। ଦେଖନ୍ତୁ ଏହି ଭିଡିଓ...
'ପଠାନ' କୁ ନେଇ ନୂଆ ଖବର। ଡିଲିଟ୍ ହୋଇଥିବା ସିନ୍କୁ ଦେଖିବେ ଦର୍ଶକ। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ଏହାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା। ଫଳରେ ଏଥିରୁ କେତେକ ସିନ୍କୁ କଟା ଯାଇଥିଲା। ଏବେ ଦର୍ଶକ ଏହାକୁ ଦେଖି ପାରିବେ।
‘ପଠାନ’ର ୩୮ତମ ଦିନର ଆୟ ପୁଣି ଏକ ନୂଆ ରେକର୍ଡ ସୃଷ୍ଟି କରିଛି। ଏହା ଫିଲ୍ମ ଏସ୍ ଏସ୍ ରାଜାମୌଲିଙ୍କ ‘ବାହୁବଲୀ ୨’କୁ ଅତିକ୍ରମ କରିଛି। ‘ପଠାନ୍’ ସର୍ବାଧିକ ଆୟ କରିଥିବା ହିନ୍ଦୀ ଚଳଚ୍ଚିତ୍ର ହୋଇପାରିଛି।
ଭାଇରାଲ୍ ହେଉଛି ଶାହରୁଖ ଖାନଙ୍କ ଏକ ଭିଡିଓ। ଏଥିରେ ସେ ଦୀପିକାଙ୍କୁ ଦମଦାର ପ୍ରଶଂସା କରିଛନ୍ତି ଆଉ ସେ ତାଙ୍କର ପ୍ରିୟ ବୋଲି କହିଛନ୍ତି। ସେ ଏମିତି କାହିଁକି କହିଲେ ଆସନ୍ତୁ ଜାଣିବା।
୨୦୨୩ ବଲିଉଡ୍ର ଭାଗ୍ୟ ପରିବର୍ତ୍ତନ କରିପାରେ। ସବୁଠାରୁ ବଡ ତିନୋଟି ଆକ୍ସନ୍ ଚଳଚ୍ଚିତ୍ର ଟ୍ରିପଲ୍ ଏସ୍(S) ଙ୍କ କାନ୍ଧରେ ଅଛି। ଏହି ଟ୍ରିପଲ୍ S କିଏ ଓ କ’ଣ ତାଙ୍କର ଫିଲ୍ମ ଆସନ୍ତୁ ଜାଣିନେବା।
କାର୍ତ୍ତିକ ଆର୍ଯ୍ୟଙ୍କ' ଶେହଜାଦା' ଏବଂ ହଲିଉଡ ଚଳଚ୍ଚିତ୍ର 'ଆଣ୍ଟ ମ୍ୟାନ୍ ଆଣ୍ଡ୍ ୱାସ୍ପ: କ୍ୱାଣ୍ଟମ୍ମାନିଆ' ପରଦାକୁ ଆସିଛି। ‘ପଠାନ୍’ ସହ ଏହାର କଡ଼ା ଟକ୍କର ହେବ। ଏବେ ବକ୍ସ ଅଫିସରେ 'ପଠାନ'ର ଶେଷ ହୁଙ୍କାର ହେବନି ତ…
‘ପଠାନ୍’କୁ ନେଇ ଶାହରୁଖ ଖାନ ଏବେ ପ୍ରଶଂସକଙ୍କର ପ୍ରିୟ ହୋଇଯାଇଛନ୍ତି। ଏବେ ବି ଅନେକ ହଲ୍ରେ ‘ପଠାନ୍’ ଚାଲିଛି। ଏହାରି ଭିତରେ ‘ପଠାନ’ରେ ଶାହରୁଖଙ୍କ ଲୁକ୍ ଓ ୮ ପ୍ୟାକ୍ ଆବ୍ସକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ଏହା କ’ଣ ନକଲି ?...
ଶାହରୁଖ ଖାନ୍ ଟ୍ୱିଟର୍ରେ ASK SRK ରେ ଏକ ସେସନ କରିଥିଲେ। ଏହି ସେସନ୍ରେ ଶାହରୁଖଙ୍କ ପ୍ରତ୍ୟେକ ଉତ୍ତର ପଢିବା ପରେ, ଆପଣ ନିଶ୍ଚିତ ଭାବରେ ହସିବାକୁ ଲାଗିବେ।
ଶାହରୁଖ ଖାନଙ୍କ ଠାରୁ ସଲମାନ ଖାନ ପର୍ଯ୍ୟନ୍ତ ଆଜି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଏହି ତାରକାମାନଙ୍କ ପାଇଁ ଏହି ଯାତ୍ରା ଏତେ ସହଜ ନଥିଲା। ଏହି ସୁପର୍ଷ୍ଟାର୍ମାନଙ୍କର ପ୍ରଥମ ରୋଜଗାର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। କେହି କେହି ୭୦ ଟଙ୍କାରୁ ମଧ୍ୟ ରୋଜଗାର ଆରମ୍ଭ କରିଛନ୍ତି।
KRK ପ୍ରାୟତଃ ନିଜ ଟ୍ୱିଟ୍ ମାଧ୍ୟମରେ ଚର୍ଚ୍ଚାରେ ରହିଥାନ୍ତି। ଫିଲ୍ମ ହେଉ କି ସେଲିବ୍ରେଟି ସେମାନଙ୍କୁ ଟାର୍ଗେଟ୍ କରି ଅପମାନିତ କରୁଥିବା KRK ଙ୍କ ସ୍ୱର ଆଜିକାଲି ବଦଳିବା ପରି ମନେ ହୁଏ। 'ପଠାନ'କୁ ନେଇ ସେ ପ୍ରଶଂସା କରିଛନ୍ତି।
ବିବାଦ ପରେ ବି ‘ପଠାନ୍’ ଉପରେ କୌଣସି ପ୍ରଭାବ ପଡିନି। ପ୍ରଥମ ଦିନରେ ହିନ୍ଦି ବେଲ୍ଟରେ ଫିଲ୍ମ ପ୍ରଭାସଙ୍କ ‘ବାହୁବଲୀ ୨’, ୟଶଙ୍କ ‘KGF-2’, ଅଲ୍ଲୁ ଅର୍ଜୁନଙ୍କ୍ ‘ପୁଷ୍ପା’, ରାମଚରଣ ଓ ଜୁନିୟର୍ ଏନ୍ଟିଆର୍ଙ୍କ ‘RRR’ ର ରେକର୍ଡ ଭାଙ୍ଗିଛି।
ବିବାଦ ପରେ ବି ‘ପଠାନ୍’ର କ୍ରେଜ୍ କମିନି। ଏହାକୁ ଦର୍ଶକଙ୍କ ଢେର ସମର୍ଥନ ମିଳିଛି। ଆପଣମାନଙ୍କ ମଧ୍ୟରେ ବି ଏହି ଫିଲ୍ମ ଦେଖିବାର ଉତ୍ସାହ ଥିବ। ତେବେ ଦେଖିବା ପୂର୍ବରୁ ଏହି ୧୦ଟି ବଡ଼ ପଏଣ୍ଟ୍ ଉପରେ ନଜର ପକେଇ ନିଅନ୍ତୁ, ଯାହା ଫିଲ୍ମ ଦେଖିବାର ଉପଭୋଗକୁ ଦ୍ୱିଗୁଣିତ କରିଦେବ।
ସଲମାନ ଖାନ ଏବଂ ଶାହରୁଖ ଖାନଙ୍କ ବଣ୍ଡିଂ ସମସ୍ତେ ଜାଣନ୍ତି। କିଛି ଦିନ ହେବ ଉଭୟ ପରସ୍ପରକୁ ପ୍ରମୋସନ କରୁଥିବା ଦେଖାଯାଏ। ‘ପଠାନ୍’ ସହ ଏବେ ‘ଭାଇଜାନ୍’ ଆସିବେ ବୋଲି ଖବର ଆସିଛି।
‘ପଠାନ’କୁ ନେଇ ଲାଗି ରହିଥିବା ବିବାଦ ଥମିବାର ନାଁ ଧରୁନି। ନିକଟରେ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ଏମିତି କିଛି କହି ଶାହରୁଖ ଖାନଙ୍କ ପ୍ରଶଂସକଙ୍କ ଆକ୍ରମଣର ଶିକାର ହୋଇଛନ୍ତି।