/odishatv-khabar/media/post_attachments/uploadimage/library/16_9/16_9_0/IMAGE_1745419070.jpg)
ଅଙ୍ଗନବାଡ଼ି କର୍ମୀଙ୍କ ପାଇଁ ବଡ଼ ଘୋଷଣା
ରାଜ୍ୟ କ୍ୟାବିନେଟରେ ୬ ପ୍ରସ୍ତାବକୁ ଅନୁମୋଦନ । ମୁଖ୍ୟମନ୍ତ୍ରୀଙ୍କ ମୋହନ ଚରଣ ମାଝୀ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ ବୈଠକରେ ୬ ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମୋହର ବାଜିଛି । ଏଣିକି ଅଙ୍ଗନବାଡି ସୁପରଭାଇଜର ପଦବୀ ପାଇଁ ସର୍ବନିମ୍ନ ଯୋଗ୍ୟତା ରହିବ ଗ୍ରାଜୁଏସନ, ଯାହା ଆଗରୁ ମାଟ୍ରିକ ଯାଏ ରହୁଥିଲା । ଏହାକୁ ଅନୁମୋଦନ କରିଛି କ୍ୟାବିନେଟ୍ ।
ଅଧିକ ପଢ଼ନ୍ତୁ: 'ମ୍ୟାଡମ୍ ! ମୋ ସ୍ୱାମୀଙ୍କୁ ସେମାନେ ମୋ ଆଗରେ ଗୁଳି କରି ମାରିଦେଲେ ! ମୋ ପିଲା ଏବେ କ'ଣ କରିବ ?
ସେହିପରି ଅବକାରୀ ବିଭାଗ ନିୟମ ୨୦୧୭ ସଂଶୋଧନକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଅନୁସୂଚିତ ଜାତି ଜନଜାତିର କ୍ୟାଡର ପୁନଃଗଠନ କରାଯାଇ ୨୪ ପଦବୀ ସୃଷ୍ଟି କରାଯିବ । ଅବକାରୀ କନେଷ୍ଟବଲ ଡିଭିଜନ ବଦଳ ଯାଇ ଜିଲ୍ଲା କ୍ୟାଡର କରାଯାଇଛି । ଜଳ ସମ୍ପଦ ବିଭାଗ ପକ୍ଷରୁ ବୈତରଣୀ ବାମ ଓ ଡାହାଣ ପାର୍ଶ୍ବରେ ୧୦୮ କୋଟି ବ୍ୟୟରେ କେନାଲ ନିର୍ମାଣ ହେବ । ଏହା ଦ୍ବାରା ଭଦ୍ରକ, ବାଲେଶ୍ବର ଏବଂ କେନ୍ଦୁଝରର ୬୦ ହଜାର ହେକ୍ଟର ଜମି ଜଳସେଚିତ ହେବ । ସ୍ୱାସ୍ଥ୍ୟ ବିଭାଗର ୧୦୮ ସେବା ପାଇଁ ଆଗାମୀ ୫ ବର୍ଷ ପାଇଁ ୨୩୯୮ କୋଟି ଟଙ୍କା ମଂଜୁର କରିଛି କ୍ୟାବିନେଟ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)