• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ରକ୍ତର ଜବାବ ରକ୍ତରେ । କଡ଼ାଗଣ୍ଡାର ହିସାବ ନେବ ଦେଶ । ଦେଶବାସୀ ଚାହୁଁଛନ୍ତି ପ୍ରତିଶୋଧ । ଆତଙ୍କବାଦୀଙ୍କୁ ଦିଆଯିବ ମୁହଁତୋଡ଼ ଜବାବ । ସାପ ଗାତରେ ହାତ ମାରି ଭୁଲ୍‌ କରିଦେଲେ ଆତଙ୍କୀ । ଏବେ ସେମାନଙ୍କୁ ଆଉ ନିସ୍ତାର ନାହିଁ । ଖୋଜି ଖୋଜି ଆତଙ୍କବାଦୀଙ୍କୁ ନିପାତ କରାଯିବ । ରକ୍ତର ଜବାବ ସେମାନଙ୍କୁ ରକ୍ତରେ ମିଳିବ । ଆତଙ୍କୀଙ୍କଠାରୁ ବଦଳା ନେବେ ଭାରତୀୟ ଯବାନ । ଯିଏ ଧର୍ମପଚାରି ହତ୍ୟା କରୁଛି ତା’ ସ୍ଥାନ ଏ ପୃଥିବୀରେ ନାହିଁ । ନିରୀହ ଲୋକଙ୍କ ଜୀବନ ଛଡାଇ ନେଇଥିବା ଆତଙ୍କୀଙ୍କୁ ତୁରନ୍ତ ହତ୍ୟା କରାଯାଉ। ଆତଙ୍କବାଦୀଙ୍କର କିଛି ଧର୍ମ ନାହିଁ । ନିନ୍ଦା କରିବାକୁ ଭାଷା ନାହିଁ । ସେମାନଙ୍କୁ ଖୋଜି ଖୋଜି ଗୁଳି କରାଯାଉ। ସର୍ଜିକାଲ ଷ୍ଟ୍ରାଇକ ହେଉ ଅବା ଯୁଦ୍ଧ ଘୋଷଣା। ଆମକୁ ଏହାର ଦୃଢ଼ ପ୍ରତିକାର ଦରକାର । ଏଭଳି କିଛି ପୂରା ଦେଶବାସୀ ଦାବି କରୁଛନ୍ତି ।

Also Read

ଅଧିକ ପଢ଼ନ୍ତୁ: ପ୍ରତିରକ୍ଷା ମନ୍ତ୍ରୀଙ୍କ ବଡ଼ ବୟାନ; କହିଲେ, ପରଦା ପଛରେ ଯିଏ ଅଛି ଛଡ଼ାଯିବନି

ପହଲଗାମ୍‌ରେ ହମ୍‌ଲା ପରେ ଏବେ ରାଗିଯାଇଛନ୍ତି ଦେଶବାସୀ । ଏହି ଆତଙ୍କୀ ହମଲା ସାରା ବିଶ୍ୱକୁ ଦୋହଲାଇ ଦେଇଛି । ଧର୍ମ ପଚାରି ହତ୍ୟା କରିବା ଘଟଣାକୁ ସବୁଠି କଡ଼ା ନିନ୍ଦା କରାଯାଉଛି । ସୋସିଆଲ ମିଡିଆରେ ସେଲେବ୍ରିଟି ଠାରୁ ଆରମ୍ଭ କରି ବଡ଼ ବଡ଼ ବ୍ୟକ୍ତିବିଶେଷ । ସମସ୍ତେ ଆତଙ୍କୀଙ୍କ ଉପରେ ଦୃଢ଼ ଆକ୍ସନ ନେବାକୁ ଦାବି କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ଗୋଟିଏ ସର୍ଜିକାଲ ଷ୍ଟ୍ରାଇକ୍ କରନ୍ତୁ ବୋଲି ସୋସିଆଲ ମିଡିଆରେ ୟୁଜର୍ସମାନେ କହୁଛନ୍ତି।

ସେପଟେ ଆତଙ୍କବାଦୀଙ୍କ ଆଗରେ ନଇଁବନି ଭାରତ । ଆକ୍ରମଣକାରୀଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବନି । ସବୁ ପରିସ୍ଥିତିକୁ ସାମ୍ନା କରିବ କିନ୍ତୁ ଆତଙ୍କବାଦୀଙ୍କ ଆଗରେ ହାର ମାନିବ ନାହିଁ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି । ଏଥିସହ ଶ୍ରୀନଗରରେ ୨୮ ଜଣ ମୃତକଙ୍କୁ ପୁଷ୍ପମାଲ୍ୟ ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଛି ।

ସେହିପରି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି, ‘ପହଲଗାମରେ ଏକ ନିର୍ଦ୍ଦିଷ୍ଟ ଧର୍ମକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଏକ କାପୁରୁଷୋଚିତ କାର୍ଯ୍ୟ କରିଛନ୍ତି, ଯେଉଁଥିରେ ଅନେକ ନିର୍ଦ୍ଦୋଷ ଲୋକଙ୍କ ଜୀବନ ଯାଇଛି । ମୁଁ ନିଜ ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମୋର ସମବେଦନା ପ୍ରକାଶ କରୁଛି । ଆତଙ୍କବାଦ ପ୍ରତି ଆମର ଶୂନ୍ୟ ସହନଶୀଳନା ନୀତି ଅଛି । ମୁଁ ଦେଶବାସୀଙ୍କୁ ଆଶ୍ୱସ୍ତି ଦେବାକୁ ଚାହୁଁଛି ଯେ ସରକାର ପ୍ରତ୍ୟେକ ଆବଶ୍ୟକୀୟ ପଦକ୍ଷେପ ନେବେ । ଆମେ କେବଳ ଏହି କାର୍ଯ୍ୟର ଷଡ଼ଯନ୍ତ୍ରକାରୀଙ୍କ ପାଖରେ ପହଞ୍ଚିବୁ ନାହିଁ, ବରଂ ପରଦା ପଛରେ ଥିବା ଲୋକଙ୍କ ପାଖରେ ମଧ୍ୟ ପହଞ୍ଚିବୁ । ଏହି ଆକ୍ରମଣରେ ଥିବା ଅଭିଯୁକ୍ତମାନେ ଖୁବଶୀଘ୍ର ଏକ ଦୃଢ଼ ଏବଂ ସ୍ପଷ୍ଟ ଉତ୍ତର ପାଇବେ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ।