ଋଷିଆ-ୟୁକ୍ରେନ ମହାଯୁଦ୍ଧରେ ଆଜି ପର୍ଯ୍ୟନ୍ତ ଯାହା ବି କ୍ଷତି ହୋଇଛି ସବୁର କ୍ଷତି ପୂରଣ ଦେବ ଋଷିଆ ! ଯୁଦ୍ଧ ସମୟରେ ଏମିତି ବୟାନ ଦେଲେ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି। ଜାଣନ୍ତୁ କଣ ରହିଛି ପୂରା ଘଟଣା
ଆଜି କ୍ୱାଡ ଦେଶମାନଙ୍କର ବୈଠକ ବସିବ । ଏହି ବୈଠକରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଜରିଆରେ ଯୋଗଦେବେ।
ପ୍ରଧାନମନ୍ତ୍ରୀ ପୁଣି ଥରେ ଜରୁରୀକାଳୀନ ବୈଠକ ଡାକି ଉଚ୍ଚସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି।
ଋଷିଆର ଭୟଙ୍କର ଆକ୍ରମଣରୁ ସୌଭାଗ୍ୟ ବଶତଃ ବଞ୍ଚି ଯାଇଥିଲେ ବି, ମୁହଁରେ ଆଘାତ ଲାଗିଛି । ଆଉ ଏଥିପାଇଁ ନିଜ ଭାଷାରେ ସେ ଭିଡିଓଟିଏ ତିଆରି କରି ସୋସିଆଲ୍ ମିଡିଆରେ ଛାଡ଼ିଛି ।
ଋଷୀୟ ସେନା ୟୁକ୍ରେନର ରାଜଧାନୀ କିଭ୍ ପହଞ୍ଚି ସାରିଥିବା ବେଳେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ତାଙ୍କ ଟ୍ୱିଟର ହ୍ୟାଣ୍ଡେଲରେ ଏକ ଭିଡିଓ ସେୟାର କରିଛନ୍ତି । ମିଥ୍ୟା ଖବରକୁ ବିଶ୍ୱାସ ନକରିବାକୁ ଭିଡିଓରେ କହିଛନ୍ତି ।
କିଭ ଖାଲି କରିବା ପାଇଁ ଭୋଲୋଡିମିର ଜେଲେନସ୍କିଙ୍କୁ ଆମେରିକା ସରକାର ଅନୁରୋଧ କରିଥିଲେ ବୋଲି କହିଛନ୍ତି ଆମେରିକାର ଗୁପ୍ତଚର ବିଭାଗର ଜଣେ ବରିଷ୍ଠ ଅଧିକାରୀ । ହେଲେ ନିଜ ଦେଶ ତଥା ଦେଶବାସୀଙ୍କୁ ଏପରି ଦୋଦୁଲ୍ୟମାନ ଅବସ୍ଥାରେ ଛାଡ଼ିବାକୁ ଚାହୁଁନାହାନ୍ତି ୟୁକ୍ରେନ ରାଷ୍ଟ୍ରପତି ।
ପାର୍ଥ ଶତପଥୀ ହେଉଛନ୍ତି ୧୯୯୦ ବ୍ୟାଚ୍ର ଭାରତୀୟ ବିଦେଶ ସେବା (ଆଇଏଫଏସ) ଅଧିକାରୀ । ଏଣୁ ବର୍ତ୍ତମାନ ୟୁକ୍ରନ୍-ଋଷିଆ ମଧ୍ୟରେ ଯୁଦ୍ଧ ସ୍ଥିତି ଉପୁଜିଥିବା ବେଳେ ୨୦ ହଜାର ଭାରତୀୟଙ୍କ ସୁରକ୍ଷା ଭାର ତାଙ୍କ ମୁଣ୍ଡ ଉପରେ ରହିଛି ।
ୟୁକ୍ରେନରୁ ହଜାର ହଜାର ଲୋକ ପଶ୍ଚିମ ଦିଗକୁ ଯାଉଛନ୍ତି ଏବଂ ପଡୋଶୀ ଦେଶରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଛନ୍ତି । ପୋଲାଣ୍ଡ, ହଙ୍ଗେରୀ, ରୋମାନିଆ ସୀମା ଅତିକ୍ରମ କରି ଶତାଧିକ ୟୁକ୍ରେନ ଶରଣାର୍ଥୀ ମୋଲଡୋଭାରେ ପ୍ରବେଶ କରିଛନ୍ତି ।
ଭାରତ ସରକାର ଅଧିକାରୀଙ୍କ ସହ ସମନ୍ୱୟ ରକ୍ଷା ନକରି ସୀମାବର୍ତ୍ତୀ ଅଞ୍ଚଳକୁ ଯିବାକୁ ସମସ୍ତ ଭାରତୀୟ ନାଗରିକଙ୍କୁ ପରାମର୍ଶ ଦିଆଯାଇଛି ।
କାହିଁକି ହେଲା ୟୁକ୍ରେନ-ଋଷିଆ ମଧ୍ୟରେ ଯୁଦ୍ଧ? ଉଭୟଙ୍କ ମଧ୍ୟରେ କେଉଁ କାରଣ ପାଇଁ ବଢିଥିଲା ତିକ୍ତତା? କ’ଣ ଥିଲା ପୂରା ଘଟଣା? ଦେଖନ୍ତୁ ଏହି ରିପୋର୍ଟ...
ୟୁକ୍ରେନ ସହ ଯୁଦ୍ଧ ଘୋଷଣା ହେବା ପୂର୍ବରୁ ସକାଳୁ ସକାଳୁ ଏହି ନେତାଙ୍କୁ ଫୋନ୍ କରିଥିଲେ ପୁଟିନ୍। ବେଶ୍ କିଛି ସମୟ ଧରି ଉଭୟଙ୍କ ମଧ୍ୟରେ ଚାଲିଥିଲା କଥାବାର୍ତ୍ତା...ପରେ ଯୁଦ୍ଧ ପାଇଁ ନିର୍ଦ୍ଦେଶ ଦେଇଥିଲେ ପୁଟିନ୍। ଜାଣନ୍ତୁ କାହାକୁ ଥିଲା ସେହି ଫୋନ୍ କଲ?
ବିଶ୍ୱର ନଜର ଏବେ ୟୁକ୍ରେନ ଉପରେ। ତେବେ ଟିକିନିକି ଖବର ଜାଣିବା ପାଇଁ ସାରା ଦୁନିଆ ଚାହିଁଥିବା ବେଳେ ଏହି ସାମ୍ୱାଦିକ ଏବେ ଚର୍ଚ୍ଚାରେ। ଏ ଏମିତି ଜଣେ ରିପୋର୍ଟର, ଯିଏ ୬ଟି ଭାଷାରେ ଏକୁଟିଆ ବିଶ୍ୱକୁ ଦେଉଛନ୍ତି ଯୁଦ୍ଧର ଅପଡେଟ୍ ଖବର...
ଋଷର ଆକ୍ରମଣକୁ ଏଡାଇବା ପାଇଁ ୟୁକ୍ରେନରେ ବର୍ଷ ବର୍ଷ ଧରି ବୋମାରୁ ସୁରକ୍ଷା ଦେବାପରି ଆଶ୍ରୟସ୍ଥଳ ନିର୍ମାଣ କରାଯାଇଛି । ନିଶ୍ଚିତ ମୃତ୍ୟୁ ତଥା ଯୁଦ୍ଧ ଭୟ ଭିତରେ ସାଧାରଣ ନାଗରିକଙ୍କ ସାମ୍ନାରେ ଏହା ଠାଲ ପରି ଛିଡ଼ାହେବ ।
ଗୁରୁବାର ସକାଳୁ ଋଷ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଯାଇଛି । ଋଷ ପକ୍ଷରୁ ଚାରିପଟୁ ଆକ୍ରମଣ କରାଯାଉଛି । ରୁଷର ରାଷ୍ଟ୍ରପତି ଭ୍ଲାଦମିର ପୁଟିନ ପ୍ରଥମେ ଆକ୍ରମଣ ପାଇଁ ଘୋଷଣା କରିଥିଲେ ।
ଗୋଟିଏ ପଟେ ବୋମା ବର୍ଷା ଚାଲିଥିବା ବେଳେ ଅନ୍ୟପଟେ ସାଇବର ଆଟାକ୍ ମଧ୍ୟ ଆରମ୍ଭ କରିଛି ଋଷ । ୟୁକ୍ରେନରେ ଶହ ଶହ କମ୍ପ୍ୟୁଟରକୁ ଟାର୍ଗେଟ କରୁଥିବା ଏକ ବିପଜ୍ଜନକ ସଫ୍ଟୱେୟାର ଏବେ ସାମ୍ନାକୁ ଆସିଛି ।
ୟୁକ୍ରେନ୍ରୁ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି । ୟୁକ୍ରେନ୍ର ଜଣେ ମହିଳା କହିଛନ୍ତି ଯେ, ରୁଷିଆର ସୈନିକମାନେ ଟିଣ୍ଡର (Tinder ) ଆପ୍ରେ ତାଙ୍କୁ Flirt କରୁଛନ୍ତି ।
ଆନ୍ତର୍ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଲୁହାଂସ୍କ ପ୍ରଦେଶରେ ରୁଷୀୟ ଲଢ଼ୁଆ ବିମାନ ମାରି ଖସାଇଥିବା ନେଇ ୟୁକ୍ରେନ ଦାବି କରିଛି
ରୁଷିଆ-ୟୁକ୍ରେନ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ପେଟ୍ରୋଲ/ଡିଜେଲ ସହ ଜାଳେଣି ଗ୍ୟାସ୍ ଦାମ୍ ମଧ୍ୟ ବଢ଼ିବା ନେଇ ଆଶଙ୍କା କରାଯାଉଛି। ପେଟ୍ରୋଲ/ଡିଜେଲ ଦର ଲିଟର ପ୍ରତି ୭ରୁ ୮ ଟଙ୍କା ବଢ଼ିବା ନେଇ ଆଶଙ୍କା କରାଯାଉଛି।
ରୁଷ ପୂର୍ବାପେକ୍ଷା ସୀମାରେ ଆହୁରି ଅଧିକ ଯୁଦ୍ଧାସ୍ତ୍ର, ଯବାନ ଓ ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ମହଜୁଦ କରିବା ଆରମ୍ଭ କରିଛି ।
ୟୁକ୍ରେନ ପ୍ରସଙ୍ଗକୁ ନେଇ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଉଦବେଗ ପ୍ରକାଶ କରିଛି ଭାରତ। ଆମେରିକା, ୟୁରୋପୀୟ ସଂଘ ଏବଂ ଋଷିଆ ମୁହାଁମୁହିଁ ଛିଡ଼ା ହେବା ଆଦୌ ଶୁଭ ସୂଚନା ନୁହେଁ ବୋଲି ଭାରତ କହିଛି।
ଦ୍ୱିତୀୟ ବିଶ୍ୱ ଯୁଦ୍ଧ ବେଳେ ଯେମିତି ହିନସ୍ତା ହୋଇଥିଲେ ବିଶ୍ୱବାସୀ, ସେମିତି ହିନସ୍ତା ଭୋଗିବାକୁ ଯାଉଛି ଦୁନିଆ। କାରଣ ଋଷ-ୟୁକ୍ରେନ୍ ମଧ୍ୟରେ ହୋଇପାରେ ମହାଯୁଦ୍ଧ।
ୟୁକ୍ରେନରେ ସ୍ଥିତି ବିଗିଡ଼ିବା ପରେ ଦେଶ ଛାଡ଼ୁଛନ୍ତି ପ୍ରବାସୀ। ୟୁକ୍ରେନ୍ରେ ଥିବା ୨୪୨ ଜଣ ଭାରତୀୟ ସ୍ୱଦେଶ ଫେରିଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ଡାକ୍ତରୀ ଛାତ୍ରଛାତ୍ରୀ ଅଛନ୍ତି।
ରଷିଆ ସହ ସମସ୍ତ ବ୍ୟବସାୟିକ ସମ୍ପର୍କ, ଆର୍ଥିକ ସହାୟତା ଉପରେ ଆମେରିକା କଟକଣା ଲଗାଇଛି। ଖାଲି ଏତିକି ନୁହେଁ ପଶ୍ଚିମ ଦେଶରୁ ମିଳୁଥିବା ଆର୍ଥିକ କଟକଣା ସହ ପ୍ରତିରକ୍ଷା କ୍ଷେତ୍ରରେ ବି ପ୍ରତିବନ୍ଧକ ଲାଗିବ।
ଆମେରିକା ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକରେ ଆମେରିକା କହିଛି, ଶାନ୍ତି ବାହିନୀ ନାଁରେ ରୁଷ ୟୁକ୍ରେନରେ ଯେଉଁ ସେନା ମୁତୟନ କରିଛି, ତାହା ଯୁକ୍ତିଯୁକ୍ତ ନୁହେଁ ।
ତିନି ଆଡ଼ୁ ଋଷ ୟୁକ୍ରେନ୍କୁ ଘେରିରହିଥିବା ବେଳେ ସୁରକ୍ଷା ପରିଷଦ ବୈଠକର ଅଧ୍ୟକ୍ଷତା କରିଥିଲେ ୟୁକ୍ରେନ୍ ରାଷ୍ଟ୍ରପତି । ଭୋଲୋଡିମିର ଜେଲେନସ୍କି ଦେଶକୁ ସମ୍ବୋଧିତ କରିବା ସମୟରେ କହିଛନ୍ତି, ୟୁକ୍ରେନ କାହାକୁ ଭୟ କରେ ନାହିଁ