• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ଦେଶ ବାହାରେ ସେନାବାହିନୀ ମୁତୟନ ପାଇଁ ରୁଷିଆ ସଂସଦର ଅନୁମତି

  • କାଲି ରୁଷ ସଂସଦ ରାଷ୍ଟ୍ରପତି ପୁଟିନଙ୍କୁ ଅନୁମତି ଦେଇ ସାରିଛି

ଘନଉଛି ୟୁକ୍ରେନ୍ ସଂକଟ । ୟୁକ୍ରେନ ସୀମାରୁ ମାତ୍ର ୨୦ କିଲୋମିଟର ଦୂରରେ ରୁଷିଆର ସେନା । ଅସ୍ତ୍ରଶସ୍ତ୍ର, ଟ୍ୟାଙ୍କ, ଯୁଦ୍ଧ ବିମାନ ସହିତ ବେଲାରୁଷ ଓ ପଶ୍ଚିମ ରୁଷିଆ ସୀମାରେ ରହିଛନ୍ତି ଏହାର ସେନା । ବଡ଼ ବଡ଼ ସେନା ଟ୍ରକ ସହିତ ଅନ୍ୟ ଅସ୍ତଶସ୍ତ୍ର ରହିଛି । ସଦ୍ୟ ଆସିଥିବା ସାଟେଲାଇଟ୍ ଚିତ୍ରରୁ ଏହା ଜଣାପଡ଼ିଛି । ଏପରିକି ସେନାର ହସ୍ପିଟାଲ ମଧ୍ୟ ତିଆରି କରିଛି ରୁଷିଆର ସେନା । ଯୁଦ୍ଧ ସମୟରେ ସୈନ୍ୟମାନେ ଆହତ ହେଲେ ଏହି ହସ୍ପିଟାଲରେ ଚିକିତ୍ସିତ ହେବେ ବୋଲି କୁହାଯାଉଛି ।

କିଛି ଦିନ ପୂର୍ବରୁ ରୁଷିଆ ସେନା ହଟାଇ ନେଇଥିବାର ସୂଚନା ଦେଇଥିଲା । ତେବେ ନୂଆ ସାଟେଲାଇଟ୍ ଚିତ୍ର ଆସିବା ପରେ ଆଶଙ୍କା କରାଯାଉଛି, ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ ଉପରେ ଆକ୍ରମଣ କରିପାରେ ରୁଷିଆ । ମାକ୍ସର କମ୍ପାନୀ ପକ୍ଷରୁ ସ୍ୟାଟେଲାଇଟ ଦ୍ୱାରା ସମସ୍ତ ଫଟୋ ସଂଗ୍ରହ କରାଯାଇଛି। ଦକ୍ଷିଣପୂର୍ବ ବେଲାରୁସର ଏକ ଛୋଟିଆ ଅଞ୍ଚଳରେ ୧୦୦ରୁ ଅଧିକ ଗାଡ଼ି ଓ ସେନାଙ୍କ ଟେଣ୍ଟ ତିଆରି ହୋଇଛି । ସେହିପରି ପଶ୍ଚିମ ରୁଷର ପୋଚେପ ଠାରେ ଏକ ବଡ଼ ଅଞ୍ଚଳକୁ ଖାଲି କରାଯାଇଛି । ଅତିରିକ୍ତ ଯବାନ ଓ ଯୁଦ୍ଧାସ୍ତ୍ର ରଖାଯିବ ଲକ୍ଷ୍ୟରେ ଅଞ୍ଚଳକୁ ଖାଲି କରାଯାଇଥିବା ଅନୁମାନ କରାଯାଉଛି।

ଆଗରୁ ୟୁକ୍ରେନର ଦୁଇଟି ବିବାଦୀୟ ଅଞ୍ଚଳକୁ ସ୍ୱାଧୀନ ରାଷ୍ଟ୍ର ଭାବେ ଘୋଷଣା କରିଥିଲା । ସେଠାରେ ମଧ୍ୟ ରୁଷିଆର ସେନା ଅଛନ୍ତି । ଶାନ୍ତି ପାଇଁ ଏହି ସେନା ରଖାଯାଇଥିବା କହିଥିଲେ ରାଷ୍ଟ୍ରପତି ପୁତିନ । ୟୁକ୍ରେନ ସୀମାରେ ଦେଢ଼ ଲକ୍ଷରୁ ଅଧିକ ସୈନ୍ୟ ମୁତୟନ କରିଛି ମସ୍କୋ । ତେବେ ୟୁକ୍ରେନ ଆକ୍ରମଣ ପାଇଁ ଏହାର ଯୋଜନା ନାହିଁ ବୋଲି ପୁତିନ ସ୍ପଷ୍ଟୀକରଣ ଦେଇଛନ୍ତି । କିନ୍ତୁ କ୍ରେମଲିନ ଦାବି କରୁଛି, ନାଟୋ ଗ୍ୟାରେଣ୍ଟି ଦେଉ ୟୁକ୍ରେନ ସଦସ୍ୟତା ଦିଆଯିବ ନାହିଁ ଏବଂ ପୂର୍ବ ୟୁରୋପରୁ ସୈନ୍ୟ ପ୍ରତ୍ୟାହାର କରୁ ନାଟୋ ।