• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ରୁଷ ସୈନ୍ୟ ମୁତୟନ କରିବା ୟୁକ୍ରେନର ସାର୍ବଭୌମତ୍ୱର ଉଲ୍ଲଂଘନ

  • ସଂଯମ ଆଚରଣ କରିବାକୁ ଭାରତର ଆହ୍ୱାନ

ୟୁକ୍ରେନର ଦୁଇ ବିବାଦୀୟ ଅଞ୍ଚଳକୁ ରୁଷିଆ ସ୍ୱାଧୀନ ରାଷ୍ଟ୍ରର ମାନ୍ୟତା ଦେବା ପରେ ଆମେରିକାର ଚେତାବନୀ । ଏହାର ପରିଣତି ଭୟଙ୍କର ହେବ ବୋଲି କହିଛି ଓ୍ୱାସିଂଟନ । ମସ୍କୋର ଏହି ପଦକ୍ଷେପ ତାର ଯୁଦ୍ଧ ରଣନୀତିର ଏକ ଅଂଶବିଶେଷ । ଏହାର ପରିଣତି ୟୁକ୍ରେନ ସମେତ ୟୁରୋପ ଏପରିକି ସାରା ବିଶ୍ୱରେ ପଡ଼ିବ ବୋଲି ଚେତାବନୀ ଦେଇଛି । ଆମେରିକା ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକରେ ଆମେରିକା କହିଛି, ଶାନ୍ତି ବାହିନୀ ନାଁରେ ରୁଷ ୟୁକ୍ରେନରେ ଯେଉଁ ସେନା ମୁତୟନ କରିଛି, ତାହା ଯୁକ୍ତିଯୁକ୍ତ ନୁହେଁ । ଏହା ୟୁକ୍ରେନର ସାର୍ବଭୌମତ୍ୱ ଉପରେ ଆକ୍ରମଣ । ଅନ୍ତର୍ଜତୀୟ ଆଇନ ଉଲ୍ଲଂଘନ କରି ରୁଷ ଏପରି ପଦକ୍ଷେପ ନେବା ଦ୍ୱାରା ପୁରା ବିଶ୍ୱରେ ଶାନ୍ତ ବ୍ୟାହତ ହେବ ବୋଲି କହିଛି ଆମେରିକା ।

ଋଷ ଦ୍ୱାରା ପୂର୍ବ ୟୁକ୍ରେନର ଦୁଇଟି ବିଦ୍ରୋହୀ ଅଞ୍ଚଳ ଡୋନେଟସ୍କ ଏବଂ ଲୁହାନସ୍କକୁ ସ୍ୱାଧୀନ ମାନ୍ୟତା ଦେବା ପରେ ବିବାଦ ଉପୁଜିଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏହି ପଦକ୍ଷେପକୁ ୟୁକ୍ରେନ ନିନ୍ଦା କରିଛି । କେବେଳ ୟୁକ୍ରେନ୍ ନୁହେଁ ୟୁରୋପୀୟ ସଂଘ ଠାରୁ ଆରମ୍ଭ କରି ବହୁ ଦେଶ ବିରୋଧ କରିଛନ୍ତି । ତିନି ଆଡ଼ୁ ଋଷ ୟୁକ୍ରେନ୍‌କୁ ଘେରିରହିଥିବା ବେଳେ ସୁରକ୍ଷା ପରିଷଦ ବୈଠକର ଅଧ୍ୟକ୍ଷତା କରିଥିଲେ ୟୁକ୍ରେନ୍ ରାଷ୍ଟ୍ରପତି । ଭୋଲୋଡିମିର ଜେଲେନସ୍କି ଦେଶକୁ ସମ୍ବୋଧିତ କରିବା ସମୟରେ କହିଛନ୍ତି, ୟୁକ୍ରେନ କାହାକୁ ଭୟ କରେ ନାହିଁ । ୟୁକ୍ରେନ୍ କେବେ ହେଲେ ଯୁଦ୍ଧ ଚାହେଁ ନାହିଁ । ସଙ୍କଟ ମଧ୍ୟରେ ୟୁକ୍ରେନ ସବୁବେଳେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କରି ଆସୁଛି । ହେଲେ କୌଣସିମତେ ନିଜ ସୀମାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ଏଥିପାଇଁ ସବୁ ପ୍ରକାରର ପଦକ୍ଷେପ ନେବାକୁ ୟୁକ୍ରେନ ପ୍ରସ୍ତୁତ ।

ସେପଟେ ଏହି ଘଟଣାରେ ଉଦବେଗ ପ୍ରକାଶ କରି ସଂଯମ ରକ୍ଷା ପାଇଁ ଉଭୟ ପକ୍ଷଙ୍କୁ ଆହ୍ୱାନ ଦେଇଛି ଭାରତ । ୟୁକ୍ରେନରେ ରହୁଥିବା ୨୦ ହଜାରରୁ ଅଧିକ ଭାରତୀୟ ଓ ଛାତ୍ରଙ୍କୁ ଫେରାଇ ଆଣିବାକୁ ପଦକ୍ଷେପ ନିଆଯାଉଛି ।