• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଯୁଦ୍ଧ ଆଶଙ୍କା ମଧ୍ୟରେ ଋଷ ଉପରେ ଖପ୍ପା ୟୁକ୍ରେନ୍ ରାଷ୍ଟ୍ରପତି । ଋଷ ଦ୍ୱାରା ପୂର୍ବ ୟୁକ୍ରେନର ଦୁଇଟି ବିଦ୍ରୋହୀ ଅଞ୍ଚଳ ଡୋନେଟସ୍କ ଏବଂ ଲୁହାନସ୍କକୁ ସ୍ୱାଧୀନ ମାନ୍ୟତା ଦେବା ପରେ ବିବାଦ ଉପୁଜିଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଏହି ପଦକ୍ଷେପକୁ ୟୁକ୍ରେନ ନିନ୍ଦା କରିଛି । କେବେଳ ୟୁକ୍ରେନ୍ ନୁହେଁ ୟୁରୋପୀୟ ସଂଘ ଠାରୁ ଆରମ୍ଭ କରି ବହୁ ଦେଶ ବିରୋଧ କରିଛନ୍ତି । ସେପଟେ ୟୁକ୍ରେନର ବିଚ୍ଛିନ୍ନତାବାଦୀ ଅଞ୍ଚଳକୁ ସ୍ୱାଧୀନ ଘୋଷଣା କରିବା ପରେ ସେଠାରେ ସୈନ୍ୟ ମୁତୟନ କରିଛି ଋଷ୍ ।

ତିନି ଆଡ଼ୁ ଋଷ ୟୁକ୍ରେନ୍‌କୁ ଘେରିରହିଥିବା ବେଳେ ସୁରକ୍ଷା ପରିଷଦ ବୈଠକର ଅଧ୍ୟକ୍ଷତା କରିଥିଲେ ୟୁକ୍ରେନ୍ ରାଷ୍ଟ୍ରପତି । ଭୋଲୋଡିମିର ଜେଲେନସ୍କି ଦେଶକୁ ସମ୍ବୋଧିତ କରିବା ସମୟରେ କହିଛନ୍ତି, ୟୁକ୍ରେନ କାହାକୁ ଭୟ କରେ ନାହିଁ । ୟୁକ୍ରେନ୍ କେବେ ହେଲେ ଯୁଦ୍ଧ ଚାହେଁ ନାହିଁ । ସଙ୍କଟ ମଧ୍ୟରେ ୟୁକ୍ରେନ ସବୁବେଳେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ କରି ଆସୁଛି । ହେଲେ କୌଣସିମତେ ନିଜ ସୀମାରେ କୌଣସି ପରିବର୍ତ୍ତନ କରାଯିବ ନାହିଁ । ଏଥିପାଇଁ ସବୁ ପ୍ରକାରର ପଦକ୍ଷେପ ନେବାକୁ ୟୁକ୍ରେନ ପ୍ରସ୍ତୁତ ।

ଶାନ୍ତିପୂର୍ଣ୍ଣ ଓ କୂଟନୀତିକ ସ୍ତରରେ ସବୁ କିଛିର ସମାଧାନ କରିବାକୁ ଚାହୁଁଛି ଋଷ । ରୁଷ ୨୦୧୫ ମିନସ୍କ ଶାନ୍ତି ଆଲୋଚନାରେ ହୋଇଥିବା ନିଷ୍ପତ୍ତିକୁ ଅମାନ୍ୟ କରିଛି । ୟୁକ୍ରେନର ସାର୍ବଭୌମତ୍ୱକୁ ଉଲ୍ଲଙ୍ଘନ କରିଛି ରୁଷ । ଶାନ୍ତି ଆଲୋଚନା ବେଳେ ପୂର୍ବ ୟୁକ୍ରେନରେ ଚାଲିଥିବା ବିଦ୍ରୋହକୁ ଶେଷ କରିବାକୁ ରାଜି ହୋଇଥିଲେ ଋଷ ରାଷ୍ଟ୍ରପତି । କିନ୍ତୁ ଘଡ଼ିସନ୍ଧି ମୁହୂର୍ତ୍ତରେ ସବୁ କିଛିକୁ ଭୁଲି ପୂର୍ବ ୟୁକ୍ରେନର ଦୁଇଟି ରୁଷ ସ୍ୱାଧୀନ ମାନ୍ୟତା ଦେଇଛି । ୟୁକ୍ରେନ୍ ନିଜ କଥାରେ କାଏମ ରହିଛି । ହେଲେ କୌଣସି ବି ପରିସ୍ଥିତିରେ ବା କାହାକୁ ବି ଭୟ କରୁନାହୁଁ ଦେଶ । ୟୁକ୍ରେନ୍ କାହାକୁ ନିଜ ଅଞ୍ଚଳ ଦେବନାହିଁ କହିଲେ ଭୋଲୋଡିମିର ଜେଲେନସ୍କି ।

ସେପଟେ ମିଳିତ ଜାତିସଂଘରେ ୟୁକ୍ରେନର ରାଷ୍ଟ୍ରଦୂତ କହିଛନ୍ତି , ଋଷଣ ସମ୍ପ୍ରତି କାର୍ଯ୍ୟକଳାପ ସତ୍ତ୍ୱେ ୟୁକ୍ରେନର ସୀମା ଅପରିବର୍ତ୍ତନୀୟ ରହିଛି । ଋଷ ଫେଡେରେସନ୍ ଦ୍ୱାରା ବିବୃତ୍ତି ଏବଂ କାର୍ଯ୍ୟକୁ ଖାତିର କରାଯିବ ନାହିଁ । ଆନ୍ତର୍ଜାତୀୟ ସ୍ତରରେ ସ୍ୱୀକୃତିପ୍ରାପ୍ତ ୟୁକ୍ରେନର ସୀମା ଅପରିବର୍ତ୍ତନୀୟ ହୋଇରହିବ ।