ଏହି ମର୍ମନ୍ତୁଦ ଦୁର୍ଘଟଣା ଅନେକ ଲୋକଙ୍କୁ କରିଦେଇଛି ସର୍ବଶ୍ୱାନ୍ତ। ଦୁର୍ଘଟଣାରେ ଜୀବନ ହରାଇଥିଲେ ୨୯୫ ଯାତ୍ରୀ। ଆଉ ସବୁଠୁ ବଡ଼ ଯନ୍ତ୍ରଣା ଥିଲା ନିଜ ସଂପର୍କୀୟଙ୍କ ମୃତଦେହକୁ ଚିହ୍ନଟ କରି ତା’ର ଶୁଦ୍ଧିକ୍ରିୟା କରିବା।
ଓଲିଉଡ୍ କଳିରେ ପଲିଟିକାଲ ଏଣ୍ଟ୍ରିକୁ ନେଇ ତେଜିଛି ବୟାନବାଜି। ଅଭିନେତା ଶ୍ରୀତମ ଦାସ କହିଛନ୍ତି, ପଶ୍ଚିମ ଓଡିଶାରୁ ଆସି ଏଠି ବହୁ କଳାକାର ନମ୍ବର ୱାନ ହୋଇଛନ୍ତି। ଏହା ଆମ ପରିବାରର କଳି। ଏହାକୁ ନେଇ କେହି ରାଜନୀତି କରିବା ଅନୁଚିତ।
କୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ଏହାର କୋଚ୍ ଓ ଇଞ୍ଜିନ୍ ନିଲାମ କରାଯାଇଛି । ହାୱଡାର ମୋହିତ ଷ୍ଟିଲ କମ୍ପାନୀ ଏହି କ୍ଷତିଗ୍ରସ୍ତ ଇଞ୍ଜିନ୍ ଓ କୋଚ୍ ସବୁକୁ ୩ କୋଟି ୮୨ ଲକ୍ଷ ଟଙ୍କା ଦେଇ କିଣିଛି ।
ଆଇଆଇସି ଏକୁଟିଆ ଥିବା ବେଳେ ଜଣେ ଅଭିଯୁକ୍ତ ଆଇଆଇସିଙ୍କ ହାତ ଓ ବେକକୁ ବ୍ଲେଡରେ କାଟି ଦେଇଛି। ଏଥିରେ ଥାନା ଅଧିକାରୀ ଆହତ ହୋଇଛନ୍ତି।
୨୦୨୩ ଜାନୁଆରୀ ୫ରେ ପ୍ରକାଶିତ ଚୂଡ଼ାନ୍ତ ଭୋଟର ତାଲିକା ଅନୁଯାୟୀ, ଓଡ଼ିଶାରେ ବୁଥ୍ ସଂଖ୍ୟା ଥିଲା ୩୭ ହଜାର ୬୦୬ । ଜିଲ୍ଲାପାଳମାନଙ୍କ ପ୍ରସ୍ତାବ ଆଧାରରେ ବୁଥ୍ ସଂଖ୍ୟା ବଢ଼ି ୩୭ ହଜାର ୮୦୯ରେ ପହଞ୍ଚିଛି।
ମନୋଜ ବାବୁଙ୍କୁ ଯଦି ବ୍ୟକ୍ତିଗତ ଭାବେ ଆଘାତ ଦେଇଛି ତ ମୁଁ ନିଜେ କ୍ଷମା ମାଗୁଛି । ମୁଁ ନିଜେ ସମ୍ବଲପୁରୀଆ ଓ ମୋ ମା’ ବି ସମ୍ବଲପୁରୀଆ । ସମ୍ବଲପୁର ଆମ ଭିତରେ ଅଛି, ସବୁ ଓଡିଆଙ୍କ ଭିତରେ ଅଛି ।
ଆନ୍ଧ୍ର ପକ୍ଷରୁ ଏଭଳି କ୍ୟାମ୍ପ କରିବା ପ୍ରଥମ ନୁହେଁ। ବିଭିନ୍ନ ସମୟରେ ଅନୁପ୍ରବେଶ କରି ରାଜ୍ୟର ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଥିବା ଦେଖିବାକୁ ମିଳୁଛି।
ସେବାୟତଙ୍କ କଳିରୁ ପୁଣି ଉପାସରେ ପ୍ରଭୁ ଲିଙ୍ଗରାଜ। ଲିଙ୍ଗରାଜଙ୍କ ଜମିରେ ବଡୁ ନିଯୋଗର ନିର୍ମାଣକୁ ବିରୋଧ କରି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ନୀତିକାନ୍ତି ବନ୍ଦ କରିଦେବାରୁ ବୁଧବାର ସକାଳଠୁ ଖାଡ଼ା ଉପାସରେ ଅଛନ୍ତି ଠାକୁର।
ଡେଞ୍ଜରକୁ ଡାକି ଆଣୁଥିବା ଡିସ୍କ୍ ଜକି ବା DJ କଲବଲ କରୁଛି। ବୟସ୍କ ଓ ହୃଦରୋଗୀଙ୍କୁ ତ ଘାଇଲା କରୁଛି DJ । କାନ ଫଟା ଓ ଛାତି ଥରା ଶବ୍ଦ ସୃଷ୍ଟିକାରୀ DJର ବିକଟାଳ ମ୍ୟୁଜିକ୍ ମାଡ଼ରେ ଭୁବନେଶ୍ୱରରେ କାହାର ହାର୍ଟ ଆଟାକ ହୋଇଛି ତ କିଏ ହଠାତ ଅସୁସ୍ଥ ହୋଇପଡ଼ିଛନ୍ତି ।
ବିଜେଡି ନେତାଙ୍କ, ପାଣ୍ଡିଆନ୍ ଗୁଣଗାନକୁ ନେଇ ଚର୍ଚ୍ଚା ବିଜେଡିର ଯୁବଠୁ ବରିଷ୍ଠ, ଅଧିକାଂଶ ନେତା ପାଣ୍ଡିଆନଙ୍କୁ କ୍ୟାବିନେଟ ପାହ୍ୟା ଦେବାକୁ ସ୍ୱାଗତ କରୁଛନ୍ତି ତ କେହି କେହି ତାଙ୍କୁ ବିକାଶ ପୁରୁଷ ବୋଲି ବି କହିଲେଣି।
ବାଜିରେ ଲାଗୁଛି ଜୀବନର ସବୁକିଛି, ବନ୍ଧା ପଡ଼ୁଛି ଘର ବାଡ଼ି, ଏମିତିକି ସାତପୁରୁଷର ଅର୍ଜିତ ସମ୍ପତ୍ତି। ଖେଳ ଏମିତି ଯାହା ବଦଳାଇ ଦେଇଛି ପରିଚୟ। ଗଞ୍ଜାମ ଜିଲ୍ଲାର ଜୁଆ ଖେଳ। ଯିଏ ଖେଳିଛି ସିଏ ଜାଣିଛି, ଆଉ ଯିଏ ଖେଳିନି ସେ ବି ଏହାର ପରିଣାମ ସମ୍ପର୍କରେ ଅଳ୍ପ ବହୁତ ଶୁଣିଛି ।
ଭୟଙ୍କର ଶବ୍ଦରେ କାନ ତାବଦା ହୋଇଯାଉଛି। ବିକଟାଳ ଶବ୍ଦ ଭିତରେ ଥରି ଉଠୁଛି ସର୍ବାଙ୍ଗ । ଆଖି ଝଲସା ଆଲୁଅ ଆଉ ହାଇ ଭଲ୍ୟୁମର ଡିଜେ ଭିତରେ ମତୁଆଲା କିଛି ଯୁବ ଗୋଷ୍ଠୀ। ହେଲେ ଆଖପାଖରେ ଥିବା ଛୋଟ ପିଲା କିମ୍ବା ବୟସ୍କଙ୍କ କଥାକୁ ବୁଝୁଛି କିଏ ?
ଦୁଇ ଦିନ ହେଲା ଡାକ୍ତର ଆସୁନାହାନ୍ତି । ଶେଷରେ ବାଧ୍ୟହୋଇ ରୋଗୀ ଦେଖିଲେ ବିଧାୟକ । ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ବିଧାୟକ ଜଣେ ଡାକ୍ତର, ଏଣୁ ସେ ରୋଗୀ ଦେଖୁଥିଲେ ବୋଲି ଜଣା ପଡ଼ିଛି ।
ବାତ୍ୟାଟି ଦୁର୍ବଳ ହୋଇ ବାଂଲାଦେଶ ଉପକୂଳ ଅତିକ୍ରମ କରିଛି । ଏହା ଆସନ୍ତା ୬ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ । ପରବର୍ତ୍ତୀ ୬ ଘଣ୍ଟାରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି।
ବର୍ତ୍ତମାନ ପର୍ଯ୍ୟନ୍ତ ମାତ୍ର ୨ ଜଣଙ୍କୁ ପୋଲିସ ଧରି ପଚରାଉଚରା ଜାରି ରଖିଛି । ଆହୁରି ୩ ଜଣ ଅଭିଯୁକ୍ତଙ୍କୁ ଏଯାବତ୍ ଧରି ପାରିନାହିଁ ପୋଲିସ । ଏଭଳି ଏକ ସମ୍ବେଦନଶୀଳ ଓ ଚାଞ୍ଚଲ୍ୟକର ଖବର ପୁରା ଓଡ଼ିଶାକୁ ଦୋହଲାଇ ଦେଇଥିବା ବେଳେ ପୋଲିସର ଏପରି ଶିଥିଳତା, ଅନେକ ପ୍ରଶ୍ମ ଉଠାଉଛି ।
ଆଜି ହେଉଛି ବିଜୟା ଦଶମୀ । ଆଜିର ଦିନରେ ଅଧର୍ମ ଉପରେ ଧର୍ମ ଓ ପାପର ଉପରେ ପୁଣ୍ୟର ବିଜୟ ହୋଇଥିଲା ।
ଆସନ୍ତାକାଲି ଭସାଣୀ । ମାଆଙ୍କୁ ଦିଆଯିବ ମେଲାଣି । ପୁଣି ଗୋଟିଏ ବର୍ଷ ପରେ ଭକ୍ତଙ୍କୁ ଦର୍ଶନ ଦେବେ ଦୁର୍ଗତିନାଶିନୀ । ଏନେଇ ଆଜିଠାରୁ ପ୍ରସ୍ତୁତି ଆରମ୍ଭ କରିଛି କମିଶନରେଟ ପୋଲିସ ।
ବିଜେଡି ପାଇଁ ବୁମେରାଂ ସାଜିଲେଣି ବିଦ୍ରୋହୀ। ହେଲେ ୨୦୧୮ରେ ସଂକଳ୍ପ ବିଧାନସଭାରେ ପାରିତ ହେଲା ପରେ ବି ଏ ଯାଏଁ ହୋଇପାରିଲା ନାହିଁ ବିଧାନ ପରିଷଦ ଗଠନ। ତେଣୁ ଟିକେଟ କଟିଲେ ଆଶାୟୀଙ୍କୁ କେଉଁଠି ଥଇଥାନ କରିବେ ତାକୁ ନେଇ ଟେନସନରେ ଦଳ।
ଶାରଦୀୟ ଦୁର୍ଗା ପୂଜା ଆସିଲେ ସବୁବେଳେ ଚର୍ଚ୍ଚାରେ ରୁହେ, ହଜାରେ ବର୍ଷର ସହର କଟକ। କାରଣ ଏଠି ଝଲସି ଉଠେ ସୁନା ଆଉ ଚାନ୍ଦିର ମେଢ଼। ସେଥିପାଇଁ ଦୁଇ ଗୁଣ ହୋଇଯାଏ ଦୁର୍ଗା ପୂଜାର ଚମକ। ଏଥର ବି ପୂର୍ବଭଳି ଚମକି ଉଠୁଛି ସିଲଭର୍ ସିଟି।
ପାର୍ବଣରେ କଡ଼ା ସୁରକ୍ଷାର କଥା କହୁଥିବା କମିଶନରେଟ୍ ପୋଲିସକୁ ଲୁଟେରାଙ୍କ ଖୋଲା ଚାଲେଞ୍ଜ। ରାତି କଥା ଛାଡ଼ନ୍ତୁ, ଦିନରେ ସୁରକ୍ଷା ବଳୟକୁ ଚକମା ଦେଇ ମହିଳା ଭକ୍ତଙ୍କ ବେକରୁ ଲେଡି ଲୁଟେରା ଝାମ୍ପିନେଲେ ସୁନା ଚେନ୍।
ଓଡ଼ିଶା ମୁହାଁ ଆନ୍ଧ୍ର ବାଘ। ଗଜପତି ଜିଲ୍ଲା ମହେନ୍ଦ୍ରଗିରି ଜଙ୍ଗଲରେ ଘୁରି ବୁଲୁଛି ମହାବଳ। ରାତି ହେଲେ ଗାଁରେ ପଶି ଗାଈଗୋରୁଙ୍କୁ ଶିକାର କରୁଛି। ବନ ବିଭାଗ କ୍ୟାମେରା ଟ୍ରାପରୁ ସ୍ପଷ୍ଟ ହୋଇଛି ମହାବଳର ଉପସ୍ଥିତି। ଏହାକୁ ନେଇ ଛାନିଆରେ ସ୍ଥାନୀୟ ଅଧିବାସୀ।
ଏଥର ଅକ୍ଟୋବରରେ ବି ବାତ୍ୟାକୁ ଜନ୍ମଦେବ ବଙ୍ଗୋପସାଗର। ସୃଷ୍ଟି ହେବ ବାତ୍ୟା ‘ହାମୁନ୍’ । ଦଶରା ବେଳେ ଭାରତୀୟ ପାଣିପାଗ ବିଭାଗର ଏହି ଆକଳନ ଓଡ଼ିଶାବାସୀଙ୍କୁ ପୁଣି ଚିନ୍ତା ଓ ଆଶଙ୍କାରେ ପକାଇଥିବା ବେଳେ, ଆଶ୍ୱସ୍ତିର ବିଷୟ ହେଉଛି ଏହା ଓଡ଼ିଶା ଆଡ଼କୁ ଆସିବନି।
ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ସମ୍ଭାବ୍ୟ ଘୂର୍ଣ୍ଣିଝଡ଼। କାଲି ବାତ୍ୟା ବନିବା ପରେ ଏହାର ନାଁ ରହିବ 'ହାମୁନ୍'। ଇରାନ ଦେଇଥିବା ଏହି ନାଁର ଅର୍ଥ ମରୁଭୂମିର ଜଳାଶୟ।
ସୁରକ୍ଷା ବ୍ୟବସ୍ଥାକୁ ନେଇ ପୂଜା ଆରମ୍ଭରୁ ଝୁଣ୍ଟିଲାଣି କି କମିଶନରେଟ ପୋଲିସ୍ ? ଡାଳେ ଡାଳେ ଯାଉଥିବା ପୋଲିସକୁ ପତ୍ରେ ପତ୍ରେ ଯାଇ ଚାଲେଞ୍ଜ ଦେଉଛନ୍ତି କି ଲୁଟେରା ? କାରଣ ରାତି ତ ରାତି, ପାର୍ବଣର ଭିଡ଼ ଭିତରେ ଦିନରେ ବି ଦୁର୍ବୃତ୍ତ ଲୁଟିଲେଣି ଗହଣା ଗାଣ୍ଠି ।
ନିର୍ବାଚନ ପୂର୍ବରୁ ବିଜେଡିକୁ ଘାରିଲାଣି ଥଇଥାନ ଟେନ୍ସନ୍। କେମିତି ବିଦ୍ରୋହୀଙ୍କୁ ମ୍ୟାନେଜ କରିବେ ନବୀନ? କାହାକୁ କେଉଁ ଲଲିପପ୍ ଦେବେ? ଏହାକୁ ନେଇ ରାଜ୍ୟ ରାଜନୀତିରେ ଏବେ ଚର୍ଚ୍ଚା ।