ଭୁବନେଶ୍ୱରରେ ଚାଲିଥିବା ବିଜେପିର ୩ ଦିନିଆ ମାନସ ମନ୍ଥନ ଶେଷ ହୋଇଛି । ପ୍ରଥମ ଦିନ ରାଷ୍ଟ୍ରୀୟ ସଙ୍ଗଠନ ମହାମନ୍ତ୍ରୀ ବିଏଲ ସନ୍ତୋଷ ସମନ୍ୱୟ ବୈଠକରେ ଯୋଗ ଦେଇଥିବା ବେଳେ, ଶନିବାର ରାଜ୍ୟ ପଦାଧିକାରୀ ଓ ଜିଲ୍ଲା ସଭାପତି ବୈଠକରେ କର୍ମୀଙ୍କ ମନ୍ତ୍ର ଦେଇଥିଲେ କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ।
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରଚାର ପ୍ରସାର ନାଁରେ ବିଜେଡି କରୁଛି କି ଭୋଟ୍ ରାଜନୀତି? ରାମ ମନ୍ଦିର ମୁଦ୍ଦାକୁ କାଉଣ୍ଟର ପାଇଁ ତିଆରି କରିଛି କି ଷ୍ଟ୍ରାଟେଜି? ରାଜ୍ୟରେ ବିଜେଡି ଖେଳୁନି ତ ସଫ୍ଟ ହିନ୍ଦୁତ୍ୱ କାର୍ଡ?
ହକି ବିଶ୍ୱକପ୍ ଥିବାରୁ ସହରର ସୌନ୍ଦର୍ଯ୍ୟ ବଢାଇବା ଲାଗି ହୋଇଥିଲା ନୋ ହୋଡିଂ ଜୋନ ନିୟମ, ଆଉ ହକି ବିଶ୍ୱକପ ସରିବା ପରେ ଯେଶା କୁ ତେଶା। ଆସୁଛି ନୂଆ ବର୍ଷ ଆଉ ନୂଆ ବର୍ଷରେ ଲୋକଙ୍କୁ ଶୁଭେଚ୍ଛା ଜଣାଇବା ଲାଗି ଆରମ୍ଭ ହୋଇଗଲାଣି ହୋଡିଂ ୱାର ।
ନୂଆବର୍ଷରେ ମନ୍ଦିର ସବୁଦିନ ଭଳି ସକାଳ ୫ଟାରେ ଖୋଲିବା ସହ ନିୟମିତ ନୀତିକାନ୍ତି ଚାଲିବ। ଅନ୍ୟପକ୍ଷରେ ଲିଙ୍ଗରାଜ ମନ୍ଦିର ସେବାୟତଙ୍କ ପାଇଁ ପ୍ରସ୍ତୁତ ହେବ ପରିଚୟ ପତ୍ର।
ଅନ୍ୟପକ୍ଷରେ ଆସନ୍ତାକାଲିଠୁ ନୂଆ ଏସି ବ୍ୟାରିକେଡ୍ ଦେଇ ଶ୍ରୀମନ୍ଦିର ଭିତରକୁ ଯିବେ ଶ୍ରଦ୍ଧାଳୁ । ଆଜି ପରୀକ୍ଷାମୂଳକ ଭାବେ ଏହି ନୂଆ ବ୍ୟାରିକେଡ୍ ଦେଇ ଶ୍ରଦ୍ଧାଳୁଙ୍କୁ ଛଡ଼ା ଯାଇଛି ।
ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ପୂର୍ବରୁ ୪ ହଜାର କୋଟି ବ୍ୟୟବରାଦ ଥିବା ବେଳେ ଏବେ ଏଥିରେ ଆଉ ୨୧୪ କୋଟି ଟଙ୍କା ବୃଦ୍ଧି କରି ୪ ହଜାର ୨୧୪ କୋଟି ଟଙ୍କା କରାଯାଇଛି।
ମେଡ଼ିକାଲ ଷ୍ଟାଫ୍ ଓ 'ଆଲିସା' ନିର୍ଦ୍ଦେଶକଙ୍କ ନାଁରେ ଅଭିଯୋଗ । ଜାନୁଆରୀ ୫ ରେ ଆଦିବାସୀ ସଂଘର ରାୟଗଡ଼ା ବନ୍ଦ ଡାକରା ।
ନୂଆ ବର୍ଷରୁ ଜଗା ଦର୍ଶନରେ ଲାଗିବ ଅନେକ କଟକଣା । ଅଶାଳୀନ ପୋଷାକ ପିନ୍ଧି ମନ୍ଦିର ଭିତରକୁ ଶ୍ରଦ୍ଧାଳୁଙ୍କୁ ପ୍ରବେଶ ମନା। ଶ୍ରୀମନ୍ଦିର ଭିତରେ ଖାଇପାରିବେନି ପାନ ଗୁଟଖା, ଭିତରକୁ ପଲିଥିନ ବି ବାରଣ।
ସେହିପରି ନଗର ଉନ୍ନୟନ ବିଭାଗରେ ୩୬୫ ଇଞ୍ଜିନିୟର ପଦବୀ ସୃଷ୍ଟି, IIPH ପ୍ରତିଷ୍ଠା ଲାଗି ୫ ଏକର ଜମି ଦେବାକୁ ନିଷ୍ପତ୍ତି ହୋଇଛି। ୨୦୦ଟି ନୂଆ ଇ-ବସ୍ କିଣି ଚଲାଇବେ ରାଜ୍ୟ ସରକାର।
୧୯୯୦ ବ୍ୟାଚ୍ର IPS ଅଫିସର ହେଉଛନ୍ତି ଅରୁଣ । ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି ଅରୁଣ ଷଡ଼ଙ୍ଗୀ ।
ପୋଲିସର କହିବା କଥା, ଅପହୃତ ଯୁବକ ଶଙ୍କର୍ଷଣ ଦାସ ନୁହଁ, ତାଙ୍କ ନାଁ ପିଣ୍ଟୁ ସାହୁ। ତାଙ୍କ ନାଁରେ ପୂର୍ବରୁ ଗଞ୍ଜେଇ ଚୋରାଚାଲାଣ ଓ ବନ୍ଧୁକ କାରବାର ନେଇ ଖଣ୍ଡଗିରି ଏବଂ ତମାଣ୍ଡୋ ଥାନାରେ ଏକାଧିକ ମାମଲା ରହିଛି। ଏ
ପଦ୍ମପୁର ଅତିରିକ୍ତ ଜିଲ୍ଲାପାଳ ନିଯୁକ୍ତି ଦ୍ୱାରା ଅଞ୍ଚଳର ପ୍ରଶାସନିକ ବ୍ୟବସ୍ଥା ସୁଦୃଢ଼ ହେବା ସହିତ ଲୋକଙ୍କ ଅଭିଯୋଗର ତ୍ୱରିତ ଶୁଣାଣି ଏବଂ ବିକାଶ କାର୍ଯ୍ୟକ୍ରମ ତ୍ୱରାନ୍ୱିତ ହୋଇପାରିବ ବୋଲି ଆଶା ରଖିଛନ୍ତି ସରକାର।
ଏଥିସହ କୋଭିଡ୍ ପଜିଟିଭ ଚିହ୍ନଟ ହେଲେ ଘରୋଇ ସଙ୍ଗରୋଧରେ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି । ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାକୁ କୁହାଯାଇଛି ।
ଏସସିବି ମେଡିକାଲରେ କେବଳ ମେଡିସିନ ୱାର୍ଡ ନୁହେଁ, କାଜୁଆଲିଟିରେ ମଧ୍ୟ ସମାନ ଅବସ୍ଥା। ଦୁର୍ଘଟଣାରେ ଆହତ ହୋଇ କାଜୁଆଲିଟିକୁ ଆସୁଥିବା ରୋଗୀଙ୍କୁ ମଧ୍ୟ ସିଡିରେ ନିଆଯାଉଛି ।
ଏହି ବୈଠକରେ ହିଂଜିଳିର ପୂର୍ବତନ ବିଧାୟକ ଉଦୟ ନାୟକ, ହରିହର ସାହୁ, ବ୍ରହ୍ମପୁରର ପୂର୍ବତନ ବିଧାୟକ ଶିବ ଶଙ୍କର ସାହାଣି, ଖଲ୍ଲିକୋଟର ପୂର୍ବତନ ବିଧାୟକ ପୂର୍ଣ୍ଣ ସେଠି, ଛତ୍ରପୁରର ପୂର୍ବତନ ବିଧାୟକ ଅଶୋକ ଚୌଧୂରୀ ଓ ଜଗନ୍ନାଥ ପ୍ରସାଦର ପୂର୍ବତନ ବିଧାୟକ ସୀମାଞ୍ଚଳ ବେହେରା ଉପସ୍ଥିତ ଥିଲେ ।
ଆଜି ଦିନ ତମାମ କୋରାପୁଟ ଓଡ୍ରାଫ, ନନ୍ଦପୁର ଅଗ୍ନିଶମ ବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ ମିଶି ଉଦ୍ଧାର କାର୍ଯ୍ୟ ଜୋରଦାର କରିଥିଲେ । ତେବେ ବହୁ ଖୋଜାଖୋଜି ପରେ ନିଖୋଜ ୪ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିଲା
ତମାଖୁ ସେବନ କେତେ ଭୟଙ୍କର ହୋଇପାରେ? କିଭଳି ସବୁକିଛି ଧୂଳିସାତ୍ କରିପାରେ, ଅଭିନେତା ସାତ୍ୟକୀ ମିଶ୍ରଙ୍କ ନିବେଦନ ପରେ ଏହାକୁ ନେଇ ସବୁଠି ଚର୍ଚ୍ଚା।
ସପ୍ତାହେ ବିତିଲା। ରାୟଗଡ଼ା ଚନ୍ଦ୍ରପୁରର ମା’ଗୃହ ୱାର୍ଡେନଙ୍କ ମୃତ୍ୟୁର ରହସ୍ୟ ଭେଦିପାରୁନି ପୋଲିସ। ଆଦିବାସୀ ଯୁବତୀଟିଏ ଯେ, ନିଆଁରେ ଜଳି ପ୍ରାଣ ହରାଇବ, କେହି ବି ସହଜରେ ବିଶ୍ବାସ କରିପାରୁନାହାନ୍ତି।
ଗତ ୨୧ ତାରିଖ ଅପରାହ୍ନ ପ୍ରାୟ ୪ଟାରେ ମା’ଗୃହରୁ ବାହାରକୁ ଯାଇଥିଲେ ଲକ୍ଷ୍ମୀ। କିନ୍ତୁ, ତାଙ୍କ ସହ କ’ଣ ଘଟିଗଲା କେଜାଣି, ସେଦିନ ରାତି ପ୍ରାୟ ୧୧ଟାରେ ମା’ଗୃହ ନିକଟରେ ମିଳିଥିଲା ଦରପୋଡ଼ା ମରଶରୀର।
ବରିଷ୍ଠ ସେବାୟତ ବିନାୟକ ଦାସମହାପାତ୍ରଙ୍କ ଅଭିଯୋଗ- ଐତିହ୍ୟ ପ୍ରକଳ୍ପର ସ୍ୱପ୍ନ ଦେଖାଇ ସରକାର ମନ୍ଦିର ଚତୁଃପାର୍ଶ୍ୱରେ ଅନେକ ପ୍ରାଚୀନ ମଠ, ଘର ଓ ଲଜିଂ ଧ୍ୱଂସ କରି ପ୍ରଶସ୍ତ ଯାଗା ପାଇଥିଲେ। ହେଲେ ପ୍ରତିଶ୍ରୁତି ମୁତାବକ କୌଣସି କାମ ହୋଇନି।
ଓଡ଼ିଶା ସମେତ ୧୪ ରାଜ୍ୟରେ ରାହୁଲଙ୍କ ଭାରତ ନ୍ୟାୟ ଯାତ୍ରା ହେବ। ଏହି ଯାତ୍ରାରେ ରାହୁଲ ଗାନ୍ଧୀ ୬୨୦୦ କିଲୋମିଟର ଅତିକ୍ରମ କରିବେ।
ରାଜ୍ୟରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫କୁ ବୃଦ୍ଧି ପାଇଛି। ଗତ ସପ୍ତାହକ ମଧ୍ୟରେ ରାଜ୍ୟରେ ୫ ଜଣ ସଂକ୍ରମିତ ଚିହ୍ନଟ ହେଲେଣି।
ସେପଟେ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି କଲେଜ ଅଧ୍ୟକ୍ଷ । ସେ କହିଛନ୍ତି, ଏହି ୪ ଅଧ୍ୟାପିକା କଲେଜର କୌଣସି କାର୍ଯ୍ୟ ଠିକରେ ତୁଲାଉ ନ ଥିଲେ ।
ନୟାଗଡ଼ ରଣପୁର ବନାଞ୍ଚଳରେ ଆହତ ହାତୀର ମୃତ୍ୟୁ। ଚିକିତ୍ସାଧୀନ ଅବସ୍ଥାରେ ଦନ୍ତାହାତୀଟିର ମୃତ୍ୟୁ ଘଟିଛି। ହାତୀର ଗୋଡ଼ରେ ଆଘାତ ଲାଗିଥିଲା। ଗତ ୩ ଦିନ ହେବ ଦନ୍ତା ହାତୀର ଚିକିତ୍ସା ଚାଲିଥିଲା।