ଖାଲି ଗଜପତି ନୁହେଁ କୋଟିଆରେ ବି ଆଜି ଆନ୍ଧ୍ର ପ୍ରଶାସନ ରାସନ ଅଭିଯୋଗ ଶୁଣାଣି କରିଛି। ଫାଟୁ ସେନେରୀ, ଫଗୁଣ ସେନେରୀ, ଗଞ୍ଜେଇ ପଦର, ଧୂଳିପଦର ଗାଁକୁ ନେଇ ଅଭିଯୋଗ ଶୁଣାଣି ହୋଇଥିଲା। ବିଜୟନଗରମ୍ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ସହ ସ୍ଥାନୀୟ ଆନ୍ଧ୍ର ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ହୋଇଛି କାର୍ଯ୍ୟକ୍ରମ।
ସେପଟେ ଗତକାଲି ବିଳମ୍ବିତ ରାତିରେ ବିଜେଡି ପକ୍ଷରୁ ଅଭିଯୋଗକାରୀ ନିରଞ୍ଜନ ସେଠୀଙ୍କ ବିରୋଧରେ ଏକ ପାଲଟା ଏତଲା ବି ଦାଏର ହୋଇଛି। ତେବେ ସର୍ବସମ୍ମୁଖରେ ଆଇନକୁ ହାତକୁ ନେଇ ବିଧାୟକ ଗିରଫ ନହେବା ଯାଏଁ ବିଜେପି ଚୁପ୍ ବସିବ ନାହିଁ ବୋଲି କହିଛନ୍ତି ବାଲୁଗାଁ ବିଜେପି ମଣ୍ଡଳ ସଭାପତି।
ବ୍ଲାକରୋଜ୍ ଜାହାଜ ବୁଡ଼ିବା ଘଟଣାକୁ ପୁରିଲା ୧୨ ବର୍ଷ। ୨୦୦୯ ସେପ୍ଟେମ୍ବର ୯ରେ ପାରାଦୀପ ସମୁଦ୍ରରେ ବୁଡ଼ି ଯାଇଥିଲା ବ୍ଲାକରୋଜ୍। ଜାଲ କାଗଜ ପତ୍ରରେ ବିଦେଶକୁ ଲୁହାପଥର ଚାଲାଣ କରାଯାଉଥିବା ବେଳେ ଏହା ବୁଡି ଯାଇଥିଲା।
ଚିନ୍ତା ବଢ଼ାଇଲା ପିଲାଙ୍କ ଏମ୍ଆଇ ସିଣ୍ଡ୍ରୋମ! କୋଭିଡ୍ ସଂକ୍ରମଣର ମାସେ ଭିତରେ ଶିଶୁଙ୍କ ଏମଆଇ ସିଣ୍ଡ୍ରୋମ ବଢୁଛି। ଶିଶୁଙ୍କୁ ସଂକ୍ରମଣ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ସୂଚନା।
ପୁଣି ଓଡ଼ିଶା ସୀମାରେ ଆନ୍ଧ୍ର ପ୍ରଦେଶ ସରକାରଙ୍କ ଦାଦାଗିରି। ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ମାଣିକପାଟଣା ଠାରେ ଏକ ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କରିଥିଲେ ଆନ୍ଧ୍ର ସରକାର। ଯାହାକୁ ୨ ଦିନ ତଳେ ସିଲ୍ କରାଯାଇଥିଲା।
ଦବଙ୍ଗଗିରି ଦେଖାଇ ବିଜେଡିରୁ ନିଲମ୍ବିତ ହୋଇଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଉଭୟ କଂଗ୍ରେସ ଓ ବିଜେପି। ପ୍ରଶାନ୍ତ ଜଗଦେବ ଗଲେ, ତେବେ ମାହାଙ୍ଗା ଡବଲ ମର୍ଡର କେସ୍ ପ୍ରସଙ୍ଗରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରତି କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ କରିଛି କଂଗ୍ରେସ।
ପାରାଦୀପ ସମୁଦ୍ର ଉପକୂଳରେ ବୁଡ଼ି ଯାଇଥିବା ବ୍ଲାକ୍ ରୋଜ୍ ଜାହାଜକୁ ପୁରିଲା ୧୨ ବର୍ଷ। ୨୦୦୯ ମସିହା ସେପ୍ଟେମ୍ବର ୯ରେ ଲୁହାପଥର ବୋଝେଇ ଜାହାଜ ଏମଭି ବ୍ଲାକ୍ ରୋଜ୍ ପାରାଦୀପ ଉପକୂଳରେ ବୁଡ଼ି ଯାଇଥିଲା।
ଆଇଟିଆଇ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ତାଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଇ ପାଳି କରି ମହିଳା ହଷ୍ଟେଲକୁ ଖାଦ୍ୟ ପରଷିବା ପାଇଁ ପଠା ଯାଉଥିଲା ବୋଲି ମୃତ ଛାତ୍ରଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି।
ଅଭିଯୋଗ କଲେ, ଜୀବନ ହାରିଲେ। କଟକ ବଡ଼ ମେଡିକାଲରେ ଚିକିତ୍ସା ଅବହେଳା ଅଭିଯୋଗ କରି ବିଧାନସଭା ଆଗରେ ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକଙ୍କ ମୃତ୍ୟୁ ହୋଇଛି। SCBରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଯୁବକ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳର ଦୁଷ୍ମନ୍ତ ଦାସ ବୋଲି ସୂଚନା ମିଳିଛି।
କରୋନା କଟକଣା ଲୋକଙ୍କ ଆୟକୁ ଗୁରୁତର ପ୍ରଭାବିତ କରିଛି। କମିଯାଇଛି ସାଧାରଣ ଜନତା ଓ ବ୍ୟବସାୟୀଙ୍କ ଆୟ। ଏମିତି ସ୍ଥିତିରେ ପରିବାର ଚଳାଇବା ଓ ବ୍ୟବସାୟ ଜାରି ରଖିବାକୁ ସୁନା ବନ୍ଧକ ଋଣକୁ ବିକଳ୍ପ ଭାବେ ବାଛିଛନ୍ତି ଲୋକେ । ଫଳରେ ଦେଶରେ ସୁନା ବନ୍ଧକ ଋଣ ଗତବର୍ଷ ତୁଳନାରେ ପାଖାପାଖି ୭୭ ପ୍ରତିଶତ ବଢ଼ିଯାଇଛି।
ଦିନେ ଜନ ପ୍ରତିନିଧି ଥିଲେ, ହେଲେ ଏବେ ଜନତାଙ୍କ ଟଙ୍କା ଠକି ଚିଟଫଣ୍ଡ କେଳେଙ୍କାରୀ ଅଭିଯୁକ୍ତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶରେ YSR କଂଗ୍ରେସର ପୂର୍ବତନ ବିଧାୟକ ଏମ୍.ଭି. ପ୍ରସାଦଙ୍କ ବିରୋଧରେ ଆସିଛି ଓଡ଼ିଶାରୁ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ
ବିଦ୍ୟୁତ୍ ଦରକୁ ନେଇ ସରକାରଙ୍କ ଚଞ୍ଚକତା ଅଭିଯୋଗ। ଏପ୍ରିଲରେ ହୋଇଥିବା ଦର ବଦ୍ଧିକୁ ନେଇ ବିରୋଧୀ ବିଧାନସଭାରେ ହଙ୍ଗାମା କରିବା ପରେ ରିଭ୍ୟୁ ପିଟିସନ ଦାଖଲ ପାଇଁ ପ୍ରତିଶ୍ରୁତି ଦେଇଥିଲେ ବିଭାଗୀୟ ମନ୍ତ୍ରୀ
ବିଧାନସଭାରେ ପାରିତ ହେଲା ଓଡ଼ିଶା ପଞ୍ଚାୟତ ଆଇନ ସଂଶୋଧନ ବିଲ୍ । ବିଲ୍ ଅନୁସାରେ ମୋଟ୍ ସଂରକ୍ଷଣ ୫୦ ପ୍ରତିଶତ ମଧ୍ୟରେ ରହିବ। SC, ST ଓ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତ ମଧ୍ୟରେ ରହିବା ନେଇ ସୂଚନା ମିଳିଛି।
କରୋନା ସଂକ୍ରମଣ ଏବେ ପ୍ରତିଶତରେ ନୁହେଁ, ନିର୍ଦ୍ଦିଷ୍ଟ ଭାବେ କେତେ ସଂଖ୍ୟା ଅଛି, ତାହା ଦେଖିବାକୁ ପଡ଼ିବ ବୋଲି କହିଛନ୍ତି, ଡିଏମ୍ଇଟି। ଦ୍ୱିତୀୟ ଲହରରେ ତୀବ୍ରତା ଅଧିକ ଥିଲା। ସେହି ସମୟର ସବୁ କୋଭିଡ ନିୟମ ପାଳନ କରିବାକୁ ପଡ଼ିବ। ଯେଉଁଠି ସଂକ୍ରମଣ ବଢ଼ିବ, ସେଠାରେ ତ୍ୱରିତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା କହିଛନ୍ତି ଡିଏମ୍ଇଟି ସିବିକେ ମହାନ୍ତି।
ପାରାଲିମ୍ପିକ୍ସ ସ୍ୱର୍ଣ୍ଣ ବିଜେତା ପ୍ରମୋଦ ଭଗତଙ୍କ ପାଇଁ ପୁରସ୍କାର ଘୋଷଣା ହୋଇଛି। ୬ କୋଟି ଟଙ୍କା ଦିଆଯିବା ନେଇ ରାଜ୍ୟ ସରକାରଙ୍କ ଘୋଷଣା କରିଛନ୍ତି। ୬ କୋଟି ସହ ଗ୍ରୁପ୍ A ସରକାରୀ ଚାକିରି ଦିଆଯିବା ଘୋଷଣା କରାଯାଇଛି
ଜେଲରେ କଏଦୀଙ୍କୁ ଦିଆଗଲା ଦକ୍ଷତା ତାଲିମ୍। ଛତ୍ରପୁର ସବଜେଲରେ କଏଦୀଙ୍କୁ ପ୍ରଥମେ ଫୁଲ ଝାଡୁ ନିର୍ମାଣ କରିବା ନେଇ ପ୍ରଶିକ୍ଷଣ ଦିଆଯାଉଛି। ଏନେଇ ସେମାନଙ୍କୁ କିଛି ପାରିଶ୍ରମିକ ମଧ୍ୟ ପ୍ରଦାନ କରାଯିବ।
ନାବାଳିକାର ସନ୍ଦେହକନକ ମୃତ୍ୟୁକୁ ନେଇ ପ୍ରଶ୍ନ ଉଠାଇଲା ବିଜେପି। ଦୁଷ୍କର୍ମ ଓ ପରେ ହତ୍ୟା କରାଯାଇଥିବାର ଅଭିଯୋଗ ହୋଇଛି। ବରିଷ୍ଠ ବିଜେପି ନେତା ମୁରଲୀ ମନୋହରଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ତଳି କେନ୍ଦୁଝର୍ ଏସପିଙ୍କୁ ଭେଟି ଶୀଘ୍ର ତଦନ୍ତ ପାଇଁ ଦାବି କରିଛନ୍ତି।
କରୋନା ପାଇଁ ସୃଷ୍ଟି ହୋଇଥିବା ଭକ୍ତ ଭଗବାନଙ୍କ ମଧ୍ୟରେ ଦୂରତା ଧୀରେ ଧୀରେ ହ୍ରାସ ପାଉଛି । ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ଗାଇଡଲାଇନକୁ ସାମାନ୍ୟ କୋହଳ କରାଯାଇଛି । ଏହାସହ ଶ୍ରୀମନ୍ଦିର ଦର୍ଶନ ବ୍ୟବସ୍ଥା ନେଇ ସାନି ଏସଓପି ଜାରି କରାଯାଇଛି । କେବଳ ସାନିଟାଇଜେସନ ପାଇଁ ରବିବାର ଦିନ ଦର୍ଶନ ବନ୍ଦ ରହିବ
କୂଳ ଖାଉଛି ସମୁଦ୍ର, ବିପଦରେ ସିଆଳି ବେଳାଭୂମି। ଏରସମା ବ୍ଲକରେ ଥିବା ପର୍ଯ୍ୟଟନ ସ୍ଥଳ ସିଆଳି ବେଳାଭୂମିରେ କୂଳ ଖାଉଛି ସମୁଦ୍ର। ପ୍ରାୟ ୨୦୦ ମିଟର ମାଡି ଆସିଛି। ଭିଉ ଟାଓ୍ୱାର ସୁରକ୍ଷା ପାଇଁ ନିର୍ମୀତ ସିମେଣ୍ଟ ଚଟାଣର କିଛି ଅଂଶ ଭୁଶୁଡ଼ି ଗଲାଣି।
ବିଘ୍ନ ବିନାଶକ ପ୍ରଭୁ ଶ୍ରୀଗଣେଶ। ଶାସ୍ତ୍ରରେ କୁହାଯାଏ ପ୍ରତ୍ୟେକ ମାଙ୍ଗଳିକ କାର୍ଯ୍ୟରେ ପ୍ରଥମେ ଗଣେଷ ମହାପ୍ରଭୁଙ୍କୁ ଆବାହନ କରାଯାଏ। ତାଙ୍କୁ ପୂଜା କରିବା ପରେ ହିଁ ଅନ୍ୟ ଦେବା ଓ ଦେବୀଙ୍କୁ ଆବାହନ କରିବାର ପରମ୍ପରା ରହିଛି।
ଆଗକୁ ଆସୁଛି ବିଘ୍ନ ବିନାଶକଙ୍କ ପୂଜା। କରୋନା କଟକଣା ମଧ୍ୟରେ ଏଥର ପୂଜା ପାଇଁ ପୂର୍ବ ଭଳି ଉତ୍ସାହ ନାହିଁ । ଗତବର୍ଷ ବି କଟକଣା ପାଇଁ ପାର୍ବଣରେ ମୂର୍ତ୍ତି ବ୍ୟବସାୟ ମାନ୍ଦା ଥିଲା ଓ ଚଳିତବର୍ଷ ମଧ୍ୟ ବ୍ୟବସାୟକୁ ନେଇ ସନ୍ଦିହାନ ମୂର୍ତ୍ତି କାରିଗର । ସେପଟେ ମାଟି ମୂର୍ତ୍ତି ସ୍ଥାନରେ ଆନ୍ଧ୍ରରୁ ଆସୁଥିବା ପ୍ଲାଷ୍ଟର ଅଫ୍ ପ୍ୟାରିସରେ ପ୍ରସ୍ତୁତ ଗଣେଷ ମୂର୍ତ୍ତିର ଚାହିଦା ବଢ଼ିଛି ।
ବିଧାନସଭାରେ ଉଠିଲା ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ପ୍ରସଙ୍ଗ। ମାସାଧିକ କାଳ ତଦନ୍ତ ପରେ ବି ଏଏସିଏଫଙ୍କ ମୃତ୍ୟୁ କିପରି ହେଲା ସେ ସମ୍ପର୍କରେ ସ୍ପଷ୍ଟ ହୋଇପାରିନି।
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ ନିଯୁକ୍ତିରେ ଦୁର୍ନୀତିକୁ ନେଇ ଆଜି ରାଜଧାନୀ ପଡ଼ୁଛି ଉଠୁଛି। ଦୁର୍ନୀତିକୁ ବିରୋଧ କରି ଛାତ୍ର କଂଗ୍ରେସ ବିଧାନସଭା ଘେରାଉ କରିଛି ।
ବଢିଲା ମୁଣ୍ଡ ପିଛା ଋଣ ଭାର। ଏବେ ଦୁଇ ଗୁଣା ମୁଣ୍ଡ ପିଛା ଋଣଭାର । ଓଡିଶାରେ ଏପରି ଅବସ୍ଥା ରହିଛି ଯେ ଜଣକ ପିଛା ଋଣଭାର ୨୩ହଜାର ଟଙ୍କାରୁ ଅଧିକ। ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏ ନେଇ ସୂଚନା ଦେଇଛନ୍ତି।
ଶିଶୁ ସଂକ୍ରମଣରେ ଲାଗୁନି ବ୍ରେକ୍। ରାଜ୍ୟରେ ବଢିଚାଲିଛି ଶିଶୁସଂକ୍ରମଣ,ଚିନ୍ତାରେ ରାଜ୍ୟସରକାର। ଆଜି ଗୋଟିଏ ଦିନରେ ୧୮ ବର୍ଷରୁ କମ୍ ୧୨୨ଜଣ ଆକ୍ରାନ୍ତ ଚିହ୍ନଟ।