ଭୁବନେଶ୍ୱରର ମାନସ ଦାସ। ପେଶାରେ ଆଇନଜୀବୀ। ଯିଏ ଶାସକ ଦଳର ଛତ୍ରଛାୟାରେ ରହି ବନିଯାଇଛନ୍ତି ପ୍ରଭାବଶାଳୀ। କେଉଁ ଅନୁଗତ ତାଙ୍କୁ ଗୁରୁଜୀ ସମ୍ବୋଧନ କରନ୍ତି ତ ଆଉ କିଏ କୁହନ୍ତି ମାନ୍ୟବର ଭାଇସାହେବ। ରାଷ୍ଟ୍ରୀୟ ସାମାଜିକ ନ୍ୟାୟ ମଞ୍ଚ ସଂଗଠନ କରି ଅନୁଗତଙ୍କୁ ପିତାପୁତ୍ରର କଥା କହି ମାନସ ଶୁଣାଉଥିଲେ ଭାଷଣ। ତେବେ କେଉଁଭଳି ମାନବ ମଙ୍ଗଳର କଥା କହୁଛନ୍ତି ମାନସ ?
ଡରେଇଲାଣି ଥାର୍ଡ ୱେଭ୍। ଆଗକୁ ପାର୍ବଣ ଋତୁ ଆସୁଥିବା ବେଳେ ଦୈନିକ ସଂକ୍ରମଣ ଗ୍ରାଫ୍ ପୁଣି ଉପରମୁହାଁ ହେବାକୁ ନେଇ ଆଶଙ୍କା ବଢିଛି। ଅପରପକ୍ଷେ ସମ୍ଭାବ୍ୟ ତୃତୀୟ ଲହର ମୁକାବିଲା ଲାଗି ଟିକାକରଣ ଏକ ପ୍ରମୁଖ ଅସ୍ତ୍ର ହୋଇଥିବା ବେଳେ ରାଜ୍ୟର ଟିକାକରଣ କେନ୍ଦ୍ରଗୁଡ଼ିକରେ ଅସମ୍ଭାଳ ଭିଡ଼ ଚିନ୍ତା ବଢ଼ାଇଛି। ଏଭଳି ସ୍ଥିତିରେ ଆଜିଠୁ ରାଜ୍ୟରେ ପୁଣି ଆରମ୍ଭ ହୋଇଛି ସେରୋ ସର୍ଭେ।
ଆମ୍ବୁଲାନ୍ସ, ଟ୍ରକ୍, ବାଇକ୍ରେ ଗଞ୍ଜେଇ ଚାଲାଣ ପରେ ଏବେ ସ୍ମଗଲର ନୂଆ ତରିକା ଆପଣାଇଛନ୍ତି। କୋରିୟର୍ରେ ଚାଲାଣ ହେଉଛି ହଜାର ହଜାର ଟଙ୍କାର ଗଞ୍ଜେଇ। ଭଲ ଭାବେ ପ୍ୟାକିଂ କରାଯାଇ ଏହାକୁ ଠିକଣା ଜାଗାରେ ପହଞ୍ଚା ଯାଉଛିା ଏଭଳି କିଛି ଗଞ୍ଜେଇ ପ୍ୟାକିଂ ହୋଇଥିବା କୋରିୟରକୁ ଧରିଛି ପୋଲିସ୍। ଓଡ଼ିଶାରୁ ବାହାର ରାଜ୍ୟକୁ ଚାଲାଣ ହେଉଥିବା ବେଳେ କମିଶନରେଟ୍ ପୋଲିସ୍ ହାତରେ ଏହା ଲାଗିଛି
ଆବାସ ଯୋଜନାର ଲାଭ ଉଠାଇ ପାରୁ ନାହାନ୍ତି ପ୍ରକୃତ ହିତାଧିକାରୀ। ଦୁଃଖ କଷ୍ଟରେ ବର୍ଷା, ଶୀତରେ ସରକାରୀ ଯୋଜନାରେ ଘର କରିବାକୁ ଦିନ ଗଣୁଛନ୍ତି ଗରିବ ଅସହାୟ ପରିବାର। ହେଲେ ସେମାନଙ୍କ ସ୍ଥାନରେ ବଡ଼ବଡ଼ିଆ ଯୋଜନାରେ ସାମିଲ ହେଉଥିବା ବେଳେ ଗରିବଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଏବଂ କଟକ ଜିଲ୍ଲା ଟାଙ୍ଗି-ଚୌଦ୍ୱାର ବ୍ଲକ୍ରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।
ଆବାସ ଯୋଜନାର ଲାଭ ଉଠାଇ ପାରୁ ନାହାନ୍ତି ପ୍ରକୃତ ହିତାଧିକାରୀ। ଦୁଃଖ କଷ୍ଟରେ ବର୍ଷା, ଶୀତରେ ସରକାରୀ ଯୋଜନାରେ ଘର କରିବାକୁ ଦିନ ଗଣୁଛନ୍ତି ଗରିବ ଅସହାୟ ପରିବାର। ହେଲେ ସେମାନଙ୍କ ସ୍ଥାନରେ ବଡ଼ବଡ଼ିଆ ଯୋଜନାରେ ସାମିଲ ହେଉଥିବା ବେଳେ ଗରିବଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି।
ରାଜ୍ୟରେ ନକଲି କୋଭିସିଲ୍ଡ ଟିକା ପ୍ରତି ନଜର ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି। ସବୁ ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗ ଏସିଏସ୍ ଏହି ନିର୍ଦ୍ଦେଶ ଦେଇଛନ୍ତି।
ବ୍ୟାଟେରୀ ଗାଡ଼ି କିଣିଲେ ମିଳିବ ରିହାତି। ଇ- ଯାନ ଉପରେ ରାଜ୍ୟ ସରକାର ରିହାତି ଘୋଷଣା କରିଛନ୍ତି। ଦୁଇ ଚକିଆ ଯାନ କିଣିଲେ ୫ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ। ୩ ଚକିଆ ଯାନ କିଣିଲେ ୧୦ ହଜାର ଏବଂ ୪ ଚକିଆରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ରିହାତି ମିଳିବ।
ଥାନାରେ ପହଞ୍ଚିଲା ଓଲିଉଡ୍ ଷ୍ଟାରଙ୍କ କଳି। ସାମାନ୍ୟ ଗାଡ଼ି ପାର୍କିଂକୁ ନେଇ ଓଡ଼ିଆ ଅଭିନେତା ବବି ମିଶ୍ର ଓ ତାଙ୍କ ପଡ଼ୋଶୀ ତଥା ଅଭିନେତା ତପି ମିଶ୍ରଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ଜଣାପଡ଼ିଛି। ଯାହାକୁ ସମାଧାନ କରିବାକୁ ଯାଇ ଉଭୟ ବବି ଓ ତପି ଭୁବନେଶ୍ୱର ନୟାପଲ୍ଲୀ ଥାନାରେ ପହଞ୍ଚିଛନ୍ତି।
ଦାଦାବଟି ପାଇଁ ବ୍ୟବସାୟୀଙ୍କୁ ପ୍ରଥମେ ଅପହରଣ ଓ ପରେ ଅକଥନୀୟ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ରାଜଧାନୀ ଭୁବନେଶ୍ୱରରେ ଏହି ଘଟଣା ଘଟିଛି। ବ୍ୟବସାୟୀଙ୍କୁ ଅପହରଣ ଅଭିଯୋଗରେ ଏକ ୱେବ୍ ଚ୍ୟାନେଲର ଜଣେ ମହିଳା ସାମ୍ବାଦିକାଙ୍କ ସମେତ ୪ ଜଣଙ୍କୁ ପୋଲିସ ଗିରଫ କରିଛି।
ଆସନ୍ତା ୩୦ ତାରିଖ ସୁଦ୍ଧା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇଛି।
ନା ଅଛି ମାସ୍କ ନା ଅଛି କୋଭିଡ କଟକଣା। ଖୁଲମଖୁଲା କରୋନା କଟକଣାର ନିୟମକୁ ଭାଙ୍ଗାଯାଇଛି । ସରକାର କରୋନା ନିୟମକୁ କଡ଼ାକଡ଼ି କରୁଥିବା ବେଳେ ଏଠି କିନ୍ତୁ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା । ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଗୁଡ଼ୁତା ଗାଁରେ ।
ଖୋର୍ଦ୍ଧା ବୋଲଗଡ ବ୍ଲକର କଡବ ଗାଁରେ ନୀରିହ ଆଦିବାସୀଙ୍କୁ ମାନବ ସଂଗଠନରେ ସାମିଲ କରିବା ପାଇଁ ଏଭଳି ମାଡମରା ଯାଉଥିବା ଅଭିଯୋଗ ହୋଇଛି । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ସ୍ପଷ୍ଟ ଦେଖାଯାଉଛି କିପରି ନୃଶଂସ ଭାବେ ଦୁଇ ଜଣଙ୍କୁ ମାଡ ମରା ହେଉଛି । ତେବେ ଏନେଇ କିନ୍ତୁ ଥାନାରେ କୌଣସି ଅଭିଯୋଗ ହୋଇନାହିଁ ।
ଯୁଗ ବଦଳିବା ସହ ସମୟ ମଧ୍ୟ ବଦଳିଯାଇଛି । ପୂର୍ବର ପ୍ରତ୍ୟେକଙ୍କ ଘରେ ବାଉଁଶ ସାମଗ୍ରୀର କିଛି ନା କିଛି ଜିନିଷ ଦେଖିବାକୁ ମିଳୁଥିଲା । କିନ୍ତୁ ବର୍ତ୍ତମାନ ଏହା ଲୋକଙ୍କ ଘରେ ଦେଖିବାକୁ ମିଳୁନାହିଁ । ଯାହା ଫଳରେ ବାଉଁଶ କାରିଗର ନିଜର କୌଳିକ ବୃତ୍ତିକୁ ଛାଡି ଅନ୍ୟ ବ୍ୟବସାୟ ଆଡେ ମୁହଁ ବୁଳାଇଲେଣି । ପ୍ଲାଷ୍ଟିକ ଯୁଗରେ ଦେଖିବାକୁ ମିଳୁନି ବାଉଁଶ ତିଆରି ସରଞ୍ଜାମ ।
ଦେଶୀ ମଦରେ ବିଦେଶୀ ତଡ଼କା। ମଦ ପ୍ରସ୍ତୁୁତ ପାଇଁ ମହୁଲ ପୋଚରେ ମିଶୁଛି ଦାମୀ ଫଳ। ମହୁଲର ପୋଚରେ ସେଓ, ଅଙ୍ଗୁର, ଡାଳିମ୍ବ, ବେଦନା, ପିଜୁଳି ଭଳି ଫଳ ମିଶାଇ ମାଫିଆମାନେ ପ୍ରସ୍ତୁତ କରୁଛନ୍ତି ମଦ।
କରୋନାରେ ଆକ୍ରାନ୍ତ ହୋଇ ରାଜ୍ୟରେ ୨ ଜଣ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲାର ଜଣେ ୫ ମାସର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମୃତ ଶିଶୁ କନ୍ୟା କଟକ ଜିଲ୍ଲାର ବୋଲି ଜଣାପଡ଼ିଛି। ୨ ଶିଶୁଙ୍କ ମୃତ୍ୟୁ ନେଇ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଟ୍ୱିଟ୍ରୁ ସୂଚନା ଦିଆଯାଇଛି।
ପୋଲିସ୍ ବାବୁଙ୍କୁ ମହଙ୍ଗା ପଡ଼ିଲା ରାତିରେ ଘରେ ପଶି ମହିଳାଙ୍କୁ ଦୁର୍ବ୍ୟବହାର କରିବା। ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗରେ ତାଳଚେର ପୋଲିସ୍ ଜଣେ ସବ୍-ଇନ୍ସପେକ୍ଟରଙ୍କୁ ଗିରଫ କରିଛି। ଗିରଫ ପୋଲିସ୍ ବାବୁ ଜଣକ ହେଲେ ବଅଁରପାଳ ଥାନାର ସବ୍-ଇନସପେକ୍ଟର ନୀଳମଣି ମହାନ୍ତି।
ଗତ ୨୪ ଘଣ୍ଟାରେ ରାଜ୍ୟରେ ୮୧୬ ନୂତନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୪ ହଜାର ୮୭୫କୁ ବୃଦ୍ଧି ପାଇଛି । ଆଜି ଚିହ୍ନଟଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୧୦୬ ଜଣ ଆକ୍ରାନ୍ତ ଅଛନ୍ତି । ନୂତନ ସଂକ୍ରମିତଙ୍କ ମଧ୍ୟରୁ ୪୭୫ ଜଣ କ୍ୱାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୩୪୧ଜଣ ଅଛନ୍ତି ।
ବିଜେଡି ନେତାଙ୍କ ରାତ୍ରୀଭୋଜନ ଚାଲି ଥିବାବେଳେ ବିଜେପି କର୍ମୀ ଧସେଇ ପଶିବାକୁ ଉଦ୍ୟମ କରିଥିବା ଜଣାପଡ଼ିଛି। ଏହି ସମୟରେ ପୋଲିସ୍ ସହ ଧସ୍ତାଧସ୍ତି ପରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା।
ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସ ଚାର୍ଜସିଟ୍ ପ୍ରସଙ୍ଗରେ ନୂଆ ମୋଡ଼। ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ପ୍ରସଙ୍ଗରେ ସାନି ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ। ମାହାଙ୍ଗା ଥାନା IICଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର JMFC କୋର୍ଟ। ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ IICଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ଆଷାଢ଼ ଗଲା, ଶ୍ରାବଣ ଗଲା, ଭାଦ୍ରବ ବି ଆରମ୍ଭ ହେଲାଣି । ତଥାପି ମୂଷଳଧାରା ବର୍ଷା ନାହିଁ । ଇନ୍ଦ୍ରଦେବଙ୍କ କୋପରେ ଜମି କଥା ଛାଡ଼ନ୍ତୁ, ଜଳଭଣ୍ଡାରରେ ଜଳଜଳ ଦେଖାଯାଉଛି ଜଳସଙ୍କଟର ଉତ୍କଟ ଚିତ୍ର ।
ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର। ପ୍ରଥମ ପର୍ଯ୍ୟାୟରେ ୪୦୦ ସେବାୟତଙ୍କୁ ୬ ଶହ ବର୍ଗଫୁଟ୍ ଲେଖାଏଁ ଜମି ଓ ଘର ତିଆରି ପାଇଁ ୨ ଲକ୍ଷ ଟଙ୍କା ଦିଆଯିବ। ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଆଜି ଏଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।
ନିର୍ବାଚନ ବର୍ଷର ବିଜ୍ଞାପନ ଖର୍ଚ୍ଚରେ ଦେଶରେ ଏକ୍ ନମ୍ବର କେଜ୍ରିଓ୍ୱାଲ୍ ସରକାର, ଦୁଇ ନମ୍ବର ବିଜେଡି ସରକାର। ପୂର୍ବ ବର୍ଷ ତୁଳନାରେ ୨୦୧୯ରେ ବିଜ୍ଞାପନ ଓ ପ୍ରଚାର ପ୍ରସାର ବାବଦରେ ବିଜେଡି ସରକାରର ବ୍ୟୟ ବଢ଼ିଥିଲା ୨୪୯ ପ୍ରତିଶତ। ଏସ୍ବିଆଇ ଇକୋରାପ୍ ରିପୋର୍ଟର ତଥ୍ୟରେ ଏହା ସାମ୍ନାକୁ ଆସିବାପରେ ତେଜିଛି ରାଜନୀତି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ
ନିର୍ବାଚନ ବର୍ଷର ବିଜ୍ଞାପନ ଖର୍ଚ୍ଚରେ ଦେଶରେ ଏକ୍ ନମ୍ବର କେଜ୍ରିଓ୍ୱାଲ୍ ସରକାର, ଦୁଇ ନମ୍ବର ବିଜେଡି ସରକାର। ପୂର୍ବ ବର୍ଷ ତୁଳନାରେ ୨୦୧୯ରେ ବିଜ୍ଞାପନ ଓ ପ୍ରଚାର ପ୍ରସାର ବାବଦରେ ବିଜେଡି ସରକାରର ବ୍ୟୟ ବଢ଼ିଥିଲା ୨୪୯ ପ୍ରତିଶତ। ଏସ୍ବିଆଇ ଇକୋରାପ୍ ରିପୋର୍ଟର ତଥ୍ୟରେ ଏହା ସାମ୍ନାକୁ ଆସିବାପରେ ତେଜିଛି ରାଜନୀତି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ
ଶ୍ରୀମନ୍ଦିର ମରାମତି, ରକ୍ଷଣାବେକ୍ଷଣ ଓ ସଂରକ୍ଷଣ ପାଇଁ ଏକ ୫ ବର୍ଷିଆ ଯୋଜନା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ଏଏସ୍ଆଇକୁ ଅନୁରୋଧ କରିବ। ଏଥିପାଇଁ ଅଧିକ ଅର୍ଥ ଆବଶ୍ୟକ ହେଲେ ରାଜ୍ୟ ସରକାର ଓ ଶ୍ରୀମନ୍ଦିର ପ୍ରଶାସନ ତାହା ଯୋଗାଇ ଦେବେ।
ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ହେବ +୨ ସିଲାବସ୍ରେ ପରିବର୍ତ୍ତନ । ପାଖାପାଖି ୩୦% ସିଲାବସ୍ ହ୍ରାସ କରାଯିବ । ଏଭଳି ଏକ ବଡ଼ ନିଷ୍ପତି ନେଇଛି ଉଚ୍ଚଶିକ୍ଷା ବିଭାଗ । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାଉନସିଲ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।