ବଢିଲା ମୁଣ୍ଡ ପିଛା ଋଣ ଭାର। ଏବେ ଦୁଇ ଗୁଣା ମୁଣ୍ଡ ପିଛା ଋଣଭାର । ଓଡିଶାରେ ଏପରି ଅବସ୍ଥା ରହିଛି ଯେ ଜଣକ ପିଛା ଋଣଭାର ୨୩ହଜାର ଟଙ୍କାରୁ ଅଧିକ। ଆଜି ବିଧାନସଭାରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଏ ନେଇ ସୂଚନା ଦେଇଛନ୍ତି।
ଶିଶୁ ସଂକ୍ରମଣରେ ଲାଗୁନି ବ୍ରେକ୍। ରାଜ୍ୟରେ ବଢିଚାଲିଛି ଶିଶୁସଂକ୍ରମଣ,ଚିନ୍ତାରେ ରାଜ୍ୟସରକାର। ଆଜି ଗୋଟିଏ ଦିନରେ ୧୮ ବର୍ଷରୁ କମ୍ ୧୨୨ଜଣ ଆକ୍ରାନ୍ତ ଚିହ୍ନଟ।
ଖୁବ ଶୀଘ୍ର ଓଡିଶାର ସମସ୍ତ ଜଳବିବାଦର୍ ସମାଧାନ ହେବ। କେନ୍ଦ୍ର ଜଳସମ୍ପଦ ରାଷ୍ଟ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଓଡିଶାରେ ପହଞ୍ଚି ବିଭିନ୍ନ୍ ଜଳବିଭାଗ ସହ ଆଲୋଚନା କରିଛନ୍ତି।
ଏମସ୍ ରାଜନୀତି ଥମିବ କେବେ? ସୁନ୍ଦରଗଡରେ ପୁଣି ତେଜିଲା ଏମ୍ସ ରାଜନୀତି । କେନ୍ଦ୍ରସରକାରଙ୍କ ଉଦାସୀନତା ଉପରେ ଉଠିଲାଣି ପ୍ରଶ୍ନ। ୫ ମାସ ଧରି ସରକାର ପଦକ୍ଷେପ ନେଇ ନାହାନ୍ତି କହିଲେ ସ୍ୱାସ୍ଥ୍ୟ ମନ୍ତ୍ରୀ।
ହକି ଓଡ଼ିଶାକୁ ରାଜ୍ୟ ସରକାରଙ୍କ ଅଣଦେଖା ଅଭିଯୋଗ। ସରକାରଙ୍କ ଉପରେ ବର୍ଷିଲେ ହକି ଓଡ଼ିଶା ସାଧାରଣ ସମ୍ପାଦକ।
ଦେଶରେ ଆଜି ସାମାନ୍ୟ କମିଛି ମହାମାରୀ। ଗତ ୨୪ ଘଂଟାରେ ଦେଶରେ ମୋଟ୍ ୩୮,୯୪୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏବଂ ୨୧୯ ଜଣଙ୍କ ପ୍ରାଣ ନେଇଛି ମହାମାରୀ। ତେବେ ଭାରତରେ ଆଜି ମୃତକଙ୍କ ସଂଖ୍ୟା ମଧ୍ୟ କମ୍ ରହିଥିବା ସୂଚନା ମିଳିଛି
ବ୍ଲାକ୍ମେଲିଂର ନୂଆ ତରିକା। ପ୍ରଥମେ ଶାରୀରିକ ସମ୍ପର୍କ ଓ ପରେ ଘଟଣାର ଭିଡିଓ କରି ବ୍ଲାକ୍ମେଲିଂ। ଜଣେ ବିଉଟି ପାର୍ଲର ମାଲିକ ଓ ତାଙ୍କ ସ୍ତ୍ରୀ ଏପରି ଷଡ଼ଯନ୍ତ୍ର ରଚିଥିଲେ।
ଶିକ୍ଷକଙ୍କଠାରୁ ବଟି ଆଦାୟ ଅଭିଯୋଗରେ ୨ ଜଣ ୱେବ୍ ଚ୍ୟାନେଲ୍ ପ୍ରତିନିଧିଙ୍କୁ ନବରଙ୍ଗପୁର ପୋଲିସ ଗିରଫ କରି ଥିବାବେଳେ ଆଉ ଜଣେ ଫେରାର ଥିବା ସୂଚନା ମିଳିଛି।
ପ୍ରତିଦିନ : ଏହି ଭିଡ଼ିଓରେ ଦେଖନ୍ତୁ ଦିନ ତମାମ୍ର ଅନେକ ଗୁରୁତ୍ୱପୂର୍ଣ୍ଣ ଖବର
କାଲି ତାରିଖ ଘୋଷଣା ପରେ ଆଜିଠୁ ଗରମ ହେଲାଣି ପିପିଲିର ନିର୍ବାଚନୀ ପାଣିପାଗ। ଚା ଖଟିରେ ପୁଣି ଜମିଲାଣି ଭୋଟ୍ ଚର୍ଚ୍ଚା। ଭୋଟରଙ୍କୁ ଭଳେଇବାକୁ କାଳ ବିଳମ୍ବ ନକରି କାର୍ଯ୍ୟକ୍ରମ ଆରମ୍ଭ କରିଦେଲେଣି ଦୁଇ ପ୍ରମୁଖ ଦଳ ବିଜେପି ଓ ବିଜେଡି। କିନ୍ତୁ ଗତଥର ଭଳି ଏଥର ବି ବ୍ୟାକ ଫୁଟ୍ରେ କଂଗ୍ରେସ। ହେଲେ ୪ ମାସ ତଳେ ନିର୍ବାଚନୀ ପ୍ରଚାର ବେଳର ସମାନ ପ୍ରସଙ୍ଗକୁ ନେଇ ପିପିଲିବାସୀଙ୍କ ମନରେ ଏଥର ବି ସେଇ ସମାନ ଅସନ୍ତୋଷ।
ଆମ ଜାଗାକୁ ଓମ୍ସି ବାଲା ସବୁ ଖାଇଦେଲା, ବିଲରେ ନାଲିପାଣି ଚରିଗଲା। ଆମେ ଖାଇବୁ କଣ? ରହିବୁ କେମିତି? ଆମ ଜାଗା ନେବା ପରେ ଆମେ ସମସ୍ତଙ୍କୁ ଅଭିଯୋଗ କରୁଛି କିନ୍ତୁ କେହି ଶୁଣିଲେ ନାହିଁ। ତହସିଲଦାରଙ୍କଠାରୁ ଆରମ୍ଭ କରି ଆରଆଇ ଅଫିସ ସବୁଠିକୁ ଦୌଡ଼ିଛୁ କିନ୍ତୁ କିଛି ଲାଭ ହେଲା ନାହିଁ। ଆଗରୁ ଚାଷ କରି ଚଳୁଥିଲୁ
ଦୃଷ୍ଟି ଶକ୍ତି ନାହିଁ । ହେଲେ ସେ ଶିକ୍ଷାର ବିନ୍ଧାଣି । ଦୁନିଆ କଣ ଦେଖି ପାରୁନଥିଲେ ବି ଅନ୍ୟକୁ ଦେଖାଉଛନ୍ତି ଶିକ୍ଷାର ଆଲୋକ । ଗଣିତ ହେଉ କି ସାହିତ୍ୟ ଅବା ଇଂରାଜୀ ସବୁ ବିଷୟକୁ ସେ ର୍ନିଭୁଲ ଭାବେ ପଢାଇନ୍ତି । ଶିକ୍ଷକତା ତାଲିମ ନଥିଲେ ବି ପିଲାଙ୍କ ଠାରୁ ପାଠ ଶୁଣିବା ପରେ ସହଜ ଓ ସରଳ ପ୍ରଣାଳୀରେ ବୁଝାଇ ଦେଇଥାନ୍ତି
ଫଟୋଗ୍ରାଫର ବି.ରାଜକୁମାରଙ୍କ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ପରକୀୟା ପ୍ରୀତିକୁ ନେଇ ରାଜକୁମାରଙ୍କୁ ହତ୍ୟା କରାଯାଇଥିବା ଜଣାପଡ଼ିଛି। ଏହି ଘଟଣାରେ ପୋଲିସ୍ ୩ ଜଣଙ୍କୁ ଗିରଫ କରିଛି।
ଘର ଭିତରୁ ମିଳିଲା ଦମ୍ପତିଙ୍କ ମୃତଦେହ। ସ୍ତ୍ରୀର ମୃତଦେହ ଖଟ ଉପରେ ପଡ଼ିଥିବା ବେଳେ ସ୍ୱାମୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି।ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ସୋଡ଼କ ପଞ୍ଚାୟତ ସାହିରେ ଏହି ଅଭାବନୀୟ ଘଟଣା ଘଟିଛି।
ରାଜ୍ୟରେ ୨୪ ଘଣ୍ଟାରେ ୮୦୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନରୁ ୪୬୭ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୩୩୮ ରହିଛି। ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ କେବଳ ୧୮ ବର୍ଷରୁ କମ୍ ବର୍ଗର ୧୩୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କନଷ୍ଟେବଲ୍ଙ୍କ ଉପରେ ମାଡ଼ିଗଲା କାର୍। ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ଜଣେ କନଷ୍ଟେବଲ୍ଙ୍କୁ କାର୍ ଧକ୍କା ଦେଇଥିବା ଜଣାପଡ଼ିଛି। ବାଙ୍କୀ-କଟକ ରାସ୍ତାର କଇଁମୁଣ୍ଡି ଫାଣ୍ଡି ନିକଟସ୍ଥ ଚାରିଘରିଆ ଛକ ଠାରେ ଏହି ଦୁର୍ଘଟଣା ଘଟିଛି।
ପ୍ରାୟ ୩ ମାସ ଧରି ଇକ୍ମୋ ଚିକିତ୍ସା ସତ୍ତ୍ୱେ ଜୀବନ ଯୁଦ୍ଧରେ ହାରି ଯାଇଥିବା ଅଭିଷେକ ମହାପାତ୍ରଙ୍କର ଆଜି ଶେଷକୃତ୍ୟ ସମ୍ପନ୍ନ ହେବ। ଗାଁରେ ଅଭିଷେକଙ୍କ ମୃତଦେହ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହେଇଥିଲା।
ବିଧାନସଭାରେ ଅସୁସ୍ଥ ହୋଇପଡ଼ିଲେ ତାରାପ୍ରସାଦ ବାହିନୀପତି। ବିଧାନସଭାରେ ଆଜି କଂଗ୍ରେସ ଦଳର ପ୍ରମୁଖ ନେତା ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି ରାଜନୈତିକ ପ୍ରସଙ୍ଗରେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ଅସୁସ୍ଥ ହୋଇ ପଡ଼ିଛନ୍ତି।
ଆଜି ବିଧାନସଭାରରେ ବେକାରୀ ସମସ୍ୟା କଥା ଉଠାଇଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। ଲାଇନ୍ ମ୍ୟାନ୍ ଆଣିବେ ମହାରାଷ୍ଟ୍ରରୁ। ଫିଟର ଆଣିବେ ତାମିଲନାଡୁରୁ। ୱାସିଂ ମେସିନ୍ ସଜାଡିବାକୁ ଆଣିବେ ତାମିଲନାଡୁରୁ। ଓଡ଼ିଶାରେ ନାହାନ୍ତି କେହି?
ବର୍ଷ ବର୍ଷ ଧରି ଚିକିତ୍ସାଳୟରେ ଆବଶ୍ୟକୀୟ ଡାକ୍ତର ପଦବୀ ଖାଲି ପଡିଛି। ମୁଖ୍ୟ ଚିକିତ୍ସାଳୟଠାରୁ ଆରମ୍ଭ କରି ଜିଲ୍ଲାର ସମସ୍ତ ଗ୍ରାମାଞ୍ଚଳ ଓ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖାଦେଇଛି ଡାକ୍ତର ଅଭାବୀ
ପିପିଲି ଉପନିର୍ବାଚନ ପାଇଁ ବାଜିଲା ସାନି ବିଗୁଲ୍। ସେପ୍ଟେମ୍ବର ୩୦ରେ ଭୋଟ୍, ଅକ୍ଟୋବର ୩ରେ ହେବ ଭୋଟ୍ ଗଣତି। ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ଖାଲି ହୋଇଥିବା ଆସନ ଲାଗି ହେବାକୁ ଯାଉଛି ଭୋଟ୍। ପ୍ରଥମେ କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ ପାଇଁ ଘୁଞ୍ଚିଥିଲା ତେବେ ପୁଣି ଦ୍ୱିତୀୟ ଥର କୋଭିଡ୍ ଦ୍ୱିତୀୟ ଲହର ସ୍ଥିତି ପାଇଁ ସ୍ଥଗିତ ଥିଲା।
୧୨୧ଟି ସିଟି ବସକୁ ଶାଗମାଛ ଦରରେ କବାଡ଼ିବାଲାକୁ ବିକ୍ରି ଘଟଣାରେ ତେଜିବାରେ ଲାଗିଛି ଅସନ୍ତୋଷ। ଏହି ଘଟଣାର ପ୍ରତିବାଦରେ ଆଜି ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ବିକ୍ଷୋଭ କରିଛି ବିଜେପି ।
ଧଳା ଜହର କାରବାରରେ ବିଟେକ୍ ଛାତ୍ର । ସେମାନେ ଏହାର ବେପାର ମଧ୍ୟ କରୁଥିବା ଜଣା ପଡ଼ିଛି। ୧ କେଜି ୩୪ ଗ୍ରାମର ବ୍ରାଉନ୍ ସୁଗାର ଜବତ କରିଛି ପୋଲିସ। ଗିରଫ ପରେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଜାଇଛି।
ସାର ପାଇଁ ଠେଲା ପେଲା, ପଥର ମାଡ଼, ଭଙ୍ଗା ରୁଜା ହୋଇଛି। ଏପରିକି ଲ୍ୟାମ୍ପ ଗେଟ ଓ ଲ୍ୟାମ୍ପ ଆଜବେଷ୍ଟେଜ ବି ଭଙ୍ଗାରୁଜା ହୋଇଛି । ଏମିତି ଚିତ୍ର ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ସଦର ମହକୁମା ସ୍ଥିତ ଲ୍ୟାମ୍ପରେ ଦେଖିବାକୁ ମିଳିଛି। ୟୁରିଆ ସାର ପାଇଁ ହାଉ ଜାଉ ହେଉଛନ୍ତି ଲୋକେ । ସୁରକ୍ଷା ପାଇଁ ମୁତୟନ ହୋଇଥିବା ପୁଲିସକୁ ନାକେଦାମ ହେବାକୁ ପଡିଛି
ପିପିଲି ଉପନିର୍ବାଚନ ପାଇଁ ବାଜିଲା ବିଗୁଲ୍ । ସେପ୍ଟେମ୍ବେର ୩୦ରେ ପିପିଲି ଉପନିର୍ବାଚନ । ଗଣତି ହେବ ଅକ୍ଟୋବର ୩ରେ। କରୋନା ପାଇଁ ସ୍ଥଗିତ ରହିଥିଲା ଉପନିର୍ବାଚନ।