Advertisment

ଆଇଟିଆଇ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ, ମହିଳା ହଷ୍ଟେଲକୁ ଖାଦ୍ୟ ପରଷିବା ପାଇଁ ପଠା ଯାଉଥିଲା !

ଆଇଟିଆଇ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ତାଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଇ ପାଳି କରି ମହିଳା ହଷ୍ଟେଲକୁ ଖାଦ୍ୟ ପରଷିବା ପାଇଁ ପଠା ଯାଉଥିଲା ବୋଲି ମୃତ ଛାତ୍ରଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Newly Married Woman Found Dead

Death Of ITI Student

ବ୍ରହ୍ମପୁର: ଆଇଟିଆଇ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ବ୍ରହ୍ମପୁର ସରକାରୀ ଆଇଟିଆଇ କଲେଜର ଇଲେକ୍ଟ୍ରୋନିକ୍ସ ଛାତ୍ର ଶାଶ୍ୱତ ଦାସଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଗତ ୬ ତାରିଖ ରାତିରେ ସେ ଖାଦ୍ୟ ଧରି ମେସ୍ ଗାଡ଼ିରେ ଝୁଲିକି ଯାଉଥିବା ବେଳେ ଆଇଟିଆଇ ଲେଡିସ୍ ହଷ୍ଟେଲ ସମ୍ମୁଖରେ ଗାଡ଼ିରୁ ପଡ଼ି ଯାଇ ଅଚେତ ହୋଇଯାଇଥିଲେ। ଏହାପରେ ହଷ୍ଟେଲ ଷ୍ଟାଫ୍ ଓ ଅନ୍ୟମାନେ ଉଦ୍ଧାର କରି ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କୁ ମାନସିକ ଯନ୍ତ୍ରଣା ଦିଆଯାଇ ପାଳି କରି ମହିଳା ହଷ୍ଟେଲକୁ ଖାଦ୍ୟ ପରଷିବା ପାଇଁ ପଠା ଯାଉଥିଲା ବୋଲି ଶାଶ୍ୱତଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି।

Advertisment

ଶାଶ୍ୱତ ହଷ୍ଟେଲରେ ସୁପରିଟେଣ୍ଡେଣ୍ଟଙ୍କ ଦାୟିତ୍ୱରେ ଥିବାବେଳେ କିଭଳି ବାହାରକୁ ଗଲେ ତାକୁ ନେଇ ପ୍ରଶ୍ନ ଉଠିଛି। ଶାଶ୍ୱତଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନଥିବା ବେଳେ ମୃତ୍ୟୁକୁ ନେଇ ଆଇଟିଆଇ ଶିକ୍ଷକଙ୍କ ତାଳମେଳ ରହୁନଥିବା ଜଣାପଡ଼ିଛି। ଏପରିକି ଶବ ବ୍ୟବଚ୍ଛେଦ ପାଇଁ ପଠାଯାଉଥିବା ବେଳେ ଆଇଟିଆଇର କୌଣସି ଅଧ୍ୟାପକ, ଛାତ୍ର ଉପସ୍ଥିତ ନଥିଲେ। ଏଭଳି ଅସ୍ୱାଭାବିକ ମୃତ୍ୟୁକୁ ନେଇ ପରିବାର ଲୋକେ ସନ୍ଦେହ ପ୍ରକାଶ କରିଛନ୍ତି। ପୋଲିସ ପୁଙ୍ଖାନୁପୁଙ୍ଖ ତଦନ୍ତ କରି ମୃତ୍ୟୁ ରହସ୍ୟ ପର୍ଦ୍ଦାଫାସ୍ କରିବା ଲାଗି ପରିବାର ଲୋକ ଦାବି କରିଛନ୍ତି। 

Advertisment

ଅନ୍ୟପକ୍ଷେ, ସମସ୍ତ ଅଭିଯୋଗର ତଦନ୍ତ କରାଯିବ ବୋଲି ଆଇଟିଆଇ ଅଧ୍ୟକ୍ଷ କହିଛନ୍ତି। ଏଥିପାଇଁ ଆଇଟିଆଇର ୩ ଜଣ ବରିଷ୍ଠ ଅଧ୍ୟାପକଙ୍କୁ ନେଇ ଏକ ଆଭ୍ୟନ୍ତରୀଣ ତଦନ୍ତ କମିଟି ଗଠନ କରାଯାଇଛି। ସୂଚନାଥାଉ କି, ଶାଶ୍ୱତଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଅଞ୍ଚଳରେ। ସେ ବ୍ରହ୍ମପୁର ଆଇଟିଆଇରେ ଇଲେକଟ୍ରୋନିକ୍ସ ବିଭାଗ ଦ୍ୱିତୀୟ ବର୍ଷରେ ପଢୁଥିଲେ ଓ ହଷ୍ଟେଲରେ ରହୁଥିଲେ।  

Odisha Berhampur Suspicious Death ITI Student
Advertisment
Advertisment