Advertisment

ଲୁଟେରା ଜନପ୍ରତିନିଧୀ: ଲୋକଙ୍କ ସେବା ବଦଳରେ ଲୋକଙ୍କୁ ଲୁଟୁଥିଲେ ପୂର୍ବତନ ବିଧାୟକ

ଦିନେ ଜନ ପ୍ରତିନିଧି ଥିଲେ, ହେଲେ ଏବେ ଜନତାଙ୍କ ଟଙ୍କା ଠକି ଚିଟଫଣ୍ଡ କେଳେଙ୍କାରୀ ଅଭିଯୁକ୍ତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶରେ YSR କଂଗ୍ରେସର ପୂର୍ବତନ ବିଧାୟକ ଏମ୍.ଭି. ପ୍ରସାଦଙ୍କ ବିରୋଧରେ ଆସିଛି ଓଡ଼ିଶାରୁ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ

author-image
Sarbeswar
Chit Fund Case

Chit Fund Case

ଭୁବନେଶ୍ୱର: ଦିନେ ଜନ ପ୍ରତିନିଧି ଥିଲେ, ହେଲେ ଏବେ ଜନତାଙ୍କ ଟଙ୍କା ଠକି ଚିଟଫଣ୍ଡ କେଳେଙ୍କାରୀ ଅଭିଯୁକ୍ତ ହୋଇଛନ୍ତି। ଆନ୍ଧ୍ରପ୍ରଦେଶରେ YSR କଂଗ୍ରେସର ପୂର୍ବତନ ବିଧାୟକ ଏମ୍.ଭି. ପ୍ରସାଦଙ୍କ ବିରୋଧରେ ଆସିଛି ଓଡ଼ିଶାରୁ କୋଟି କୋଟି ଟଙ୍କା ଠକେଇ ଅଭିଯୋଗ ।ଖାଲି ଚିଟ୍‌ଫଣ୍ଡ ଠକେଇ ନୁହେଁ, ପ୍ରସାଦଙ୍କ ଗ୍ଲାମର୍ ଲିଙ୍କକୁ ନେଇ ବି ଚର୍ଚ୍ଚା ଜୋର୍ ଧରିଛି। କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା- EOW ତାଙ୍କୁ ଗିରଫ କରିଥିବା ବେଳେ, ସେ ଓଡ଼ିଶାରେ କାହା ସହଯୋଗରେ ଏତେବଡ଼ ନେଟ୍ଓ୍ୱର୍କ ଚଳାଇଥିଲେ, ତାର ଖୋଳତାଡ଼ ଆରମ୍ଭ କରିଛି।

Advertisment

ଅଳ୍ପ ଦିନରେ ଅଧିକ ରିଟର୍ଣ୍ଣ ଓ ଭାଇଜାଗରେ ପ୍ଲଟ୍। ଭଳି କି ଭଳି ଲୋଭନୀୟ ଅଫର୍ ଦେଖାଇ ଓଡ଼ିଶାରୁ ଟଙ୍କା ଠକୁଥିଲେ; ଏଠୁ ଟଙ୍କା ନେଇ ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରି ଟଲିଉଡ୍‌ରେ ଉଡ଼ାଉଥିଲେ। ବିଶାଖାପାଟଣାର ପୂର୍ବତନ ବିଧାୟକ ମାଲ୍ଲା ବିଜୟ ପ୍ରସାଦଙ୍କ ନାଁରେ ଆସିଛି ପ୍ରାୟ ୧୨ଶହ କୋଟି ଟଙ୍କାର ଚିଟ୍‌ପଣ୍ଡ ଠକେଇ ଅଭିଯୋଗ । ପ୍ରସାଦଙ୍କ ଚିଟ୍‌ପଣ୍ଡ ସଂସ୍ଥା ୱେଲଫେୟାର୍‌ ଗ୍ରୁପ୍, ଓଡ଼ିଶାର ବହୁ ଜମାକାରୀଙ୍କ ଟଙ୍କା ଠକିଥିବା ଅଭିଯୋଗ ହେବା ପରେ, ତାଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଇଓଡବ୍ଲୁ। ୨୦୦୯ରୁ ୧୪ ଭିତରେ ଭୁବନେଶ୍ୱର, କଟକ ଓ ନୟାଗଡ଼ରେ ଏହି ସଂସ୍ଥାର ୩ଟି ବ୍ରାଞ୍ଚ୍ ଅଫିସ୍ ଖୋଲାଯାଇଥିଲା ବୋଲି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି । ପ୍ରସାଦଙ୍କୁ କଟକ ଚିଟପଣ୍ଡ କୋର୍ଟରେ ହାଜର କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି। ତାଙ୍କର ଓଡ଼ିଶା ଲିଙ୍କ୍, ଗ୍ଲାମର୍ ଲିଙ୍କ୍ ଓ ମନି ଟ୍ରେଲ୍ ର ଖୋଳତାଡ଼ ପାଇଁ ପ୍ରସାଦଙ୍କୁ ରିମାଣ୍ଡରେ ଆଣିବ କ୍ରାଇମବ୍ରାଞ୍ଚ।

Advertisment

ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ସହିତ ବିହାର ଓ ଛତିଶଗଡ଼କୁ ବି ଲମ୍ବିଥିଲା ଏକ୍ସ-MLA ପ୍ରସାଦଙ୍କ ୱେଲଫୟାର ସଂସ୍ଥାର ଚେର। ସବୁ ସ୍କିମ୍‌ରେ ସରକାରଙ୍କ ଅନୁମୋଦିତ ବୋଲି ଲେଖା ରହୁଥିଲା। ସଂସ୍ଥାର ଏଭଳି ପ୍ରତିଶ୍ରୁତିରେ ଭଳିଯାଇ ଲୋକେ ଟଙ୍କା ଜମା କରୁଥିଲେ, ପରେ ପସ୍ତାଉଥିଲେ। ତେଲୁଗୁ ଫିଲ୍ମ ପୋଷ୍ଟର୍ ଲାଗିଛି ଆଉ ସେଥିରେ ପ୍ରଯୋଜକ ଭାବେ ପ୍ରସାଦଙ୍କ ନାଁ ଓ ଫଟୋ ରହିଛି। ଆଉ ୱେଲଫେୟାର କ୍ରିଏସନର ଲୋଗୋ ବି। ଅନୁମାନ କରାଯାଉଛି, ଲୋକଙ୍କୁ ଭଣ୍ଡେଇ ଚିଟଫଣ୍ଡ ସଂସ୍ଥାରୁ ସଂଗୃହୀତ ଟଙ୍କାକୁ ସେ ଫିଲ୍ମ ନିର୍ମାଣରେ ଲଗାଉଥିଲେ । ସେପଟେ ସିବିଆଇ ବି ପୂର୍ବରୁ ୨୦୧୬ ମସିହାରେ ପ୍ରସାଦଙ୍କ ବିଶାଖାପାଟଣା ସ୍ଥିତ ଘରେ ରେଡ୍ କରି ୪୫ ଲକ୍ଷ ଟଙ୍କା ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା। ଅନ୍ୟପକ୍ଷରେ ପ୍ରସାଦଙ୍କ ବିରୋଧରେ ଆସିଥିବା ଠକେଇ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ତାଙ୍କ ଓକିଲ।

କୋରାପୁଟର ସେମିଳିଗୁଡ଼ା, ବ୍ରହ୍ମପୁର, ଭଦ୍ରକ ଓ ପୁରୀରେ ବି ପ୍ରସାଦଙ୍କ କୋଟି କୋଟି ଟଙ୍କାର ଜମି ଥିବା ସୂଚନା ମିଳିଛି। ଇଏ କୋରାପୁଟ ସେମିଳିଗୁଡ଼ା ସହରର ସେଇ ଘର, ଯେଉଁଠି ୨୦୧୩-୧୪ରୁ ୧୬ ମସିହା ଯାଏଁ ୱେଲଫେୟାର ସଂସ୍ଥାର ଅଫିସ୍ ଥିଲା। ସେଠାରୁ ବି ବହୁ ଲୋକଙ୍କ ଟଙ୍କା ଠକେଇ ହୋଇଥିବା ସୂଚନା ମିଳିଛି। ହେଲେ କେହି ଥାନାରେ ଏଯାଏଁ ଅଭିଯୋଗ କରିନାହାନ୍ତି।

Odisha Chit Fund Case Ex-Andhra MLA MV Prasad
Advertisment
Advertisment