ଏ ଦୁନିଆ ସତରେ ବିଚିତ୍ର । ସ୍ୱାର୍ଥ ପାଇଁ ମଣିଷ କେଉଁଠି ରକ୍ତର ସଂପର୍କକୁ ଭୁଲିଯାଉଛି, ପୁଣି କେଉଁଠି ରକ୍ତର ସଂପର୍କ ନଥାଇ ବି ମାନବିକତାର ସଂପର୍କ ଯୋଡ଼ୁଛି ।
ରାଜ୍ୟର ଦୈନିକ କୋଭିଡ୍ ସଂକ୍ରମଣ ହଠାତ୍ ୪୨% ବଢ଼ିଯାଇଛି। ଗତକାଲି ରାଜ୍ୟରେ ୨୯୮ କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ଏ ସଂଖ୍ୟା ୪୨୪ରେ ପହଞ୍ଚିଛି।
ଜିଲ୍ଲାକୁ ଜିଲ୍ଲା ବୁଲି ଖୋଦ୍ ମୁଖ୍ୟମନ୍ତ୍ରୀ ବାଂଟିଥିଲେ ବିଜୁ ସ୍ମାର୍ଟ ହେଲ୍ଥ କାର୍ଡ । ହେଲେ କାମ କରୁନି ଏହି କାର୍ଡ । ହଇରାଣ ରାଜ୍ୟବାସୀ। ମାଳ ମାଳ ଯୋଜନା ହେଲେ କାମ ଶୂନ । ଏହି କାର୍ଡ କାମ ନଦେବା, ସରକାରଙ୍କ ଯୋଜନାକୁ ଏବେ ପଦାରେ ପକାଇଛି ।
ସାଧାରଣତଃ ନବୀନ ନିଜ ବ୍ୟକ୍ତିଗତ ଜୀବନକୁ ପ୍ରଚାରିତ ହେବାକୁ ଦିଅନ୍ତିନି.. କିନ୍ତୁ ବେଳେ ବେଳେ ତାଙ୍କର ଭିଡିଓ ପଦାକୁ ଆସେ..ଏହାକୁ ଦେଖି ସମସ୍ତେ ଆମୋଦିତ ମଧ୍ୟ ହୁଅନ୍ତି.. ତେବେ ଏଠି ପ୍ରଶ୍ନ ଉଠୁଛି, ନବୀନ ମଝିରେ ମଝିରେ ଏମିତି ଭିଡିଓ ଛାଡ଼ନ୍ତି କାହିଁକି? ଏହା ପଛରେ କଣ କାରଣ ଥାଇପାରେ? ଆସନ୍ତୁ ଦେଖିବା.
ଆଇଏଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ, ରାଜ କୁମାର ଶର୍ମାଙ୍କୁ ସ୍ୱାସ୍ଥ୍ୟ ସଚିବ ଦାୟିତ୍ୱ, ବିଷ୍ଣୁପଦ ସେଠୀଙ୍କୁ ସ୍କୁଲ ଓ ଗଣଶିକ୍ଷା ବିଭାଗ ସଚିବ ଦାୟିତ୍ୱ
ନଳକୂପ ଦାବି କରି ଫୋନ୍ ଟାୱାରରେ ଚଢିଗଲେ ଯୁବକ, ନୂଆପଡା ଖଡିଆଳରେ ଘଟିଛି ଏମିତି ଏକ ଘଟଣା …
ଓଡିଶାରେ ଆଜି ପୁଣି ୨୩ ଓମିକ୍ରନ ଆକ୍ରାନ୍ତ ହେଲେ ଚିହ୍ନଟ। ଏନେଇ ଆଇଏଲଏସ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ମୋଟ୍ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୩୯ରେ ପହଞ୍ଚିଛି। ଆକ୍ରାନ୍ତ ମଧ୍ୟରେ ଉଭୟ ବିଦେଶ ଫେରନ୍ତା ଓ ସ୍ଥାନୀୟ ସଂକ୍ରମିତ ଥିବା ସୂଚନା ମିଳିଛି।
ଗାଁରେ ନଳକୂପ ନିର୍ମାଣ ଓ ଅଙ୍ଗନବାଡ଼ି କେନ୍ଦ୍ରରୁ ତାଲା ହଟାଇବାକୁ ଦାବି କରି ଜଣେ ଯୁବକ ମୋବାଇଲ୍ ଟାୱାର ଉପରେ ଚଢ଼ି ଯାଇଥିବା ଦେଖିବାକୁ ମିଳିଛି। ଦାବି ପୂରଣ ନ’ହେଲେ ଟାୱାରରୁ ତଳକୁ ଡେଇଁ ଯିବାକୁ ଧମକ ମଧ୍ୟ ଦେଇଛନ୍ତି।
ରାଜ୍ୟରେ ଆଗକୁ ଶୀତର ପ୍ରକୋପ ବଢ଼ିପାରେ। ଆସନ୍ତାକାଲିଠାରୁ ୫ ତାରିଖ ମଧ୍ୟରେ ଶୀତ ବଢିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୂମାନ କରିଛି। ସର୍ବନିମ୍ନ ତାପମାତ୍ରାରେ ୩ରୁ ୪ ଡିଗ୍ରୀ ହ୍ରାସ ପାଇପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ତାପମାତ୍ରାରେ ହ୍ରାସ ଘଟିପାରେ।
ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ଖୋଲାଯିବା ନିଷ୍ପତ୍ତିକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଛି। ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟ ସରକାର ଚଳିତ ଶିକ୍ଷା ବର୍ଷରେ ପ୍ରଥମ ଶ୍ରେଣୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ୍ ପୁନଃ ଖୋଲାଯିବା ନିମନ୍ତେ ନିର୍ଦ୍ଦେଶ ଜାରି କରିଥିଲେ। ଏହି ନିର୍ଦ୍ଦେଶ ମୁତାବକ ଆସନ୍ତାକାଲି ସ୍କୁଲ୍ ଖୋଲିବାର ଥିଲା।
ଏମାନଙ୍କ ବୁଦ୍ଧିକୁ ମାନିବାକୁ ପଡ଼ିବ। ପୋଖରୀରେ ପଙ୍କ ଉଦ୍ଧାର ହେବ କହିଲେ....ଆଉ ବିଲ୍ ବି କଲେ। କିନ୍ତୁ ପଙ୍କ ଉଦ୍ଧାର ତ କଲେନି ବରଂ କିଛି ମାଟି ପକାଇ ଖାଇଗଲେ ୧୩ ଲକ୍ଷ ଟଙ୍କା, ଦେଖନ୍ତୁ ଏହି ଭିଡ଼ିଓ
ଗଞ୍ଜେଇରୁ ତିଆରି ଜିନିଷକୁ ଖାଦ୍ୟର ମାନ୍ୟତା ଦିଆଯାଇଛି । ଏହାକୁ ମଧ୍ୟ ବିଭିନ୍ନ ରୋଗ ପାଇଁ ଔଷଧ ଭାବେ ବ୍ୟବହାର କରାଯାଉଛି । ଓଡିଶାରେ ଗଞ୍ଜେଇ ଚାଷକୁ ଅନୁମତି ଦିଆଗଲେ, ରାଜ୍ୟରେ ଅର୍ଥନୈତିକ ବିପ୍ଲବ ଆସିପାରିବ ବୋଲି କହିଛନ୍ତି ପୂର୍ବତନ ସାଂସଦ ତଥାଗତ ଶତପଥୀ ।
ରାଜ୍ୟରେ କାୟା ବିସ୍ତାର କରୁଛି ଓମିକ୍ରନ ଭାରିଆଣ୍ଟ । ଆଜି ଆଉ ଜଣଙ୍କୁ ମିଶାଇ ସଂକ୍ରମିତଙ୍କ ସଂଖ୍ୟା ୯ରେ ପହଞ୍ଚିଛି । ଏଭଳି ସଂଖ୍ୟାବୃଦ୍ଧି ପରେ ଭୟ ବଢ଼ିବାରେ ଲାଗିଛି । କେବଳ ଯେ ଓମିକ୍ରନ୍, ତାନୁହେଁ, କରୋନାର ଦୈନିକ ସଂକ୍ରମଣ ମଧ୍ୟ ଚିନ୍ତା ବଢ଼ାଇଛି ।
ଦିନେ ଗୁହାରି ଧରି ଲୋକେ ଆସୁଥିଲେ, ଆଉ ସହାୟତା ପାଉଥିଲେ ହେଲେ ଆଜି ସେ ଦିନକୁ ଦୁଇ ମୁଠା ଖାଇବା ଯୋଗାଡ଼ କରିବାକୁ ନାନା ସଂଘର୍ଷ କରୁଛନ୍ତି ସମ୍ବଲପୁର ଧନକଉଡ଼ାର ପୂର୍ବତନ ବ୍ଲକ ଅଧ୍ୟକ୍ଷା ନିରାଶୀ ।
ଓଡ଼ିଶା ପ୍ରଶାସନିକ ସେବାରେ ନିଯୁକ୍ତି ପାଇଲେ ୧୫୩ ଅଫିସର । ଲୋକସେବା ଭବନରେ ଆୟୋଜିତ ଓରିଏଣ୍ଟେସନ କାର୍ଯ୍ୟକ୍ରମରେ ଯୋଗ ଦେଇ ସେମାନଙ୍କୁ ନିଯୁକ୍ତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ନିମ୍ବ ଗଛରୁ ବାହାରୁଛି କ୍ଷୀର ! ଆଉ ଏହାକୁ ବିଶ୍ୱାସ କରି ଲୋକମାନେ ଧୂପଦୀପ ଦେଇ ପୂଜାର୍ଚ୍ଚନା ମଧ୍ୟ କରୁଛନ୍ତି। ଆଜ୍ଞାମାଳ, ମନ୍ଦିରରୁ ପତାକା ଆଣି ନିମ୍ବ ଗଛରେ ବନ୍ଧା ଯାଇଛି। ଗଛରେ ଠାକୁର ଆର୍ବିଭାବ ହେବାର ବିଶ୍ୱାସକୁ ନେଇ ଲୋକଙ୍କ ଭିଡ଼ ଜମୁଛି।
ସୂର୍ଯ୍ୟ ମନ୍ଦିରକୁ ଧସେଇ ପଶିଲେ ହଜାରେରୁ ଅଧିକ ପର୍ଯ୍ୟଟକ । ଅନଲାଇନ୍ ଟିକେଟ କାଉଣ୍ଟର ଅଚଳ ଯୋଗୁଁ ଗେଟ୍ ନିକଟରେ ଉତ୍ତେଜନା ଦେଖାଦେଇଥିଲା ପର୍ଯ୍ୟଟକଙ୍କ ଟିକେଟ ହୋଇନପାରିବାରୁ ଶେଷରେ ସିକ୍ୟୁରିଟିକୁ ଠେଲି ଭିତରେ ପଶିଗଲେ ପର୍ଯ୍ୟଟକ ।
ଅସହାୟ ସ୍ୱାମୀର ସାହସ ପାଲଟିଛି ସ୍ତ୍ରୀ । ନିଜ ସ୍ୱାମୀ ଓ ପରିବାର ପାଇଁ ମୋ ବସ୍ର ମହିଳା କଣ୍ଡକ୍ଟର ଭାବରେ କାର୍ଯ୍ୟ କରୁଛନ୍ତି ଗଞ୍ଜାମର ଛବି ପ୍ରଧାନ । ଇଏ ହେଉଛନ୍ତି ସ୍ୱାମୀକୁ ଇହକାଳ ପରକାଳର ଦେବତା ଭାବୁଥିବା ଜଣେ ଭିନ୍ନ ମହିଳା । ସ୍ୱାମୀଙ୍କ ପାଇଁ ସହାୟତା ଲାଗି ପର ହାତକୁ ନ ଅନେଇ ଏରୁଣ୍ଡିବନ୍ଧ ବାହାରକୁ ଗୋଡ଼ କାଢ଼ି ସମାଜରେ ଏକ ବିଶିଷ୍ଟ ଉଦାହରଣ ପାଲଟିଛନ୍ତି ଛବି ।
ବର୍ତ୍ତମାନ ସୁଦ୍ଧା ଓଡ଼ିଶାରେ ୮ ଜଣ ଓମିକ୍ରନ୍ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଗକୁ ଏହି ସଂଖ୍ୟା ବଢ଼ିପାରେ। ତେଣୁ ଓମିକ୍ରନ୍ ଲହରି ଆସିବା ପୂର୍ବରୁ ଯୁଦ୍ଧକାଳୀନ ଭିତ୍ତିରେ ସମସ୍ତ ପ୍ରସ୍ତୁତି ଶେଷ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାମର୍ଶ ଦେଇଛନ୍ତି।
ମୋ ବସ୍ ର ମହିଳା କଣ୍ଡକ୍ଟର ଛବି ପ୍ରଧାନ। ଘର ଗଞ୍ଜାମ, ରୁହନ୍ତି ଭୁବନେଶ୍ୱର ଓୟୁଏଟି ପାଖ ଫାର୍ମ ଗେଟ୍ ବସ୍ତିରେ। ମୋ ବସରେ ଯାତ୍ରୀଙ୍କ ଠାରୁ ଟିକେଟ୍ କାଟନ୍ତି, ଯାତ୍ରୀ ଗନ୍ତବ୍ୟସ୍ଥଳୀ ସମ୍ପର୍କରେ ସହାୟତା କରନ୍ତି। ତାଙ୍କର ଏ କାମ ପଛର କାହାଣୀ ଶୁଣିଲେ କହିବେ ପରିଶ୍ରମର ଫଳ ନିଶ୍ଚୟ ମିଠା।
ରାଜଗାଙ୍ଗପୁର କାଂଶବାହାଲର ବୋହୂ ନଵଦ୍ୱୀପ କୌର। ଆମେରିକା ଲସଏଞ୍ଜେଲସ୍ ସହରରେ ହେବାକୁ ଥିବା ମିସେସ ୱାର୍ଲଡ ପ୍ରତିଯୋଗିତାରେ ଭାଗ ନେବେ। ସେ ଭାରତକୁ ପ୍ରତିନିଧିତ୍ୱ କରିବେ। ଏହି ପ୍ରତିଯୋଗିତାରେ ପୃଥିବୀରୁ ଷାଠିଏଟି ଦେଶର ମିସେସ ସୁନ୍ଦରୀ ଭାଗ ନେଉଛନ୍ତି| ଶୁଣନ୍ତୁ ଏ ଯାତ୍ରା ଓ ପ୍ରତିଯୋଗିତାକୁ ନେଇ ସେ କେତେ ଆଶାବାଦୀ।
ରାଜ୍ୟରେ ପାଣିପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି। ଶୀତ କମିଥିବା ବେଳେ ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳିଛି। ଆଜି କୁହୁଡ଼ି ନେଇ ୭ଟି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି। ସକାଳ ୮ଟା ୩୦ ଯାଏ ଗଞ୍ଜାମ, ଗଜପତି, କନ୍ଧମାଳ, କଳାହାଣ୍ଡି, ବଲାଙ୍ଗିର, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି।
ମାଞ୍ଜା ସୂତା ପାଇଁ ଗୋଟିଏ ଦିନରେ ଦୁଇଟି ଅଘଟଣ ଘଟିଛି। କେଉଁଠି ଜୀବନ ନେଇଛି ମାଞ୍ଜା ସୂତା ତ ଆଉ କେଉଁଠି ଆହତ ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି ଯୁବକ।
ଆଇପିଏସ୍ ସୁନୀଲ ବଂସଲଙ୍କୁ ଓଡ଼ିଶା କ୍ୟାଡରକୁ ଫେରିବାକୁ କେନ୍ଦ୍ର ଗୃହମନ୍ତ୍ରାଳୟର ଅନୁମତି । କେନ୍ଦ୍ର ଗୃହମନ୍ତ୍ରାଳୟର ନିଯୁକ୍ତି କମିଟି ଆଇପିଏସ୍ ସୁନୀଲ ବଂଶଲଙ୍କୁ ତାଙ୍କ ପୂର୍ବ କ୍ୟାଡର ଓଡ଼ିଶାକୁ ଫେରିବାକୁ ମଂଜୁରୀ ପ୍ରଦାନ କରିଛି । ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ସରି ଯାଉଛି। ଏହା ପରେ ସୁନୀଲ ବଂଶଲ ରାଜ୍ୟର ନୂଆ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବେ।
ସାରା ରାଜ୍ୟରେ ଜାରି ରହିଛି ଶୀତ ଲହରି । ଉପକୂଳରୁ ଉତ୍ତର, ଦକ୍ଷିଣରୁ ପଶ୍ଚିମ ସବୁଠି ଥଣ୍ଡା । ଗତକାଲି ସୁନ୍ଦରଗଡ଼ ସବୁଠାରୁ ଥଣ୍ଡା ସହର ହୋଇଥିବା ବେଳେ ଫୁଲବାଣୀ, ଦାରିଙ୍ଗିବାଡ଼, ଟିଟିଲାଗଡ଼ ଏବଂ ବୌଦ୍ଧରେ ସର୍ବନିମ୍ନ ପାରଦ ରେକର୍ଡ କରାଯାଇଛି ।