Advertisment

ଡିଜିପି ସୁନୀଲ ବଂଶଲଙ୍କୁ ଓଡ଼ିଶା ଫେରିବାକୁ ମିଳିଲା ଅନୁମତି

ଆଇପିଏସ୍ ସୁନୀଲ ବଂସଲଙ୍କୁ ଓଡ଼ିଶା କ୍ୟାଡରକୁ ଫେରିବାକୁ କେନ୍ଦ୍ର ଗୃହମନ୍ତ୍ରାଳୟର ଅନୁମତି । କେନ୍ଦ୍ର ଗୃହମନ୍ତ୍ରାଳୟର ନିଯୁକ୍ତି କମିଟି ଆଇପିଏସ୍ ସୁନୀଲ ବଂଶଲଙ୍କୁ ତାଙ୍କ ପୂର୍ବ କ୍ୟାଡର ଓଡ଼ିଶାକୁ ଫେରିବାକୁ ମଂଜୁରୀ ପ୍ରଦାନ କରିଛି । ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଡିସେମ୍ବର ୩୧ରେ ସରି ଯାଉଛି। ଏହା ପରେ ସୁନୀଲ ବଂଶଲ ରାଜ୍ୟର ନୂଆ ଡିଜିପି ଭାବେ ଦାୟିତ୍ୱ ଗ୍ରହଣ କରିବେ।

author-image
Pallipuspa Samal
ଅଦ୍ୟତନ ହୋଇଛି
dgp sunil bansal

dgp sunil bansal

ବର୍ତ୍ତମାନ ଇଣ୍ଟେଲିଜେନ୍ସ ବ୍ୟୁରୋର ନିର୍ଦ୍ଦେଶକ ଅଛନ୍ତି ଆଇପିଏସ୍ ସୁନୀଲ ବଂସଲ । ଏହି ମଂଜୁରୀ ପ୍ରଦାନ ପରେ ଆଇପିଏସ୍ ସୁନୀଲ ବଂସଲ ଓଡ଼ିଶା କ୍ୟାଡରକୁ ଫେରି ପାରିବେ । ଓଡ଼ିଶାର ପରବର୍ତ୍ତୀ ଡିଜିପି ହେବେ ଆଇପିଏସ୍ ସୁନୀଲ ବଂସଲ । ରାଜ୍ୟ ସରକାର ଆଇପିଏସ୍ ସୁନୀଲ ବଂସଲଙ୍କୁ ପରବର୍ତ୍ତୀ ଡିଜିପି ଭାବେ ନିଯୁକ୍ତି ଦେଇଛିନ୍ତି । ବର୍ତ୍ତମାନ ଓଡିଶା ଡିଜିପି ଅଛନ୍ତି ଆଇପିଏସ୍ ଅଭୟ । ଆସନ୍ତା ୩୧ ତାରିଖରେ ଡିଜିପି ଅଭୟଙ୍କ କାର୍ଯ୍ୟକାଳ ଶେଷ ହେଉଛି ।

Advertisment

ସୁନୀଲ ବଂଶଲ ହେଉଛନ୍ତି ୧୯୮୭ ବ୍ୟାଚ୍‌ର ଓଡ଼ିଶା କ୍ୟାଡରର ଆଇପିଏସ୍ ଅଫିସର। ସେ ମୟୂରଭଞ୍ଜ ଏସ୍‌ପି ଥିଲେ। ତେବେ ୨୭ ବର୍ଷ ଧରି ସେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯାଇଥିଲେ।

ଡିଜିପି ଦୌଡ଼ରେ ସୁନୀଲ ବଂଶଲଙ୍କ ସହିତ ୧୯୮୬ ବ୍ୟାଚ୍‌ର ଆଇପିଏସ୍‌ ପ୍ରଦୀପ କପୁର ଓ ୧୯୮୮ ବ୍ୟାଚ୍‌ର ମନୋଜ ଛାବ୍ରାଙ୍କ ନାଁ ସର୍ଟଲିଷ୍ଟ ହୋଇଥିଲା। ଶେଷରେ ସୁନୀଲଙ୍କ ନାଁରେ ମୋହର ମାରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

Advertisment

ଓଡ଼ିଶାର ନୂଆ ଡିଜିପି ଭାବେ ନିଯୁକ୍ତି ପାଇବା ପରେ ସୁନିଲ ବଂଶଲ ତାଙ୍କର ଦୀର୍ଘ ବର୍ଷର ଅଭିଜ୍ଞତାକୁ ପ୍ରୟୋଗ କରିବେ ବୋଲି କହିଥିଲେ । ପୁଲିସ୍ ବିଭାଗରେ ଥିବା ସମସ୍ୟା ଗୁଡ଼ିକ ଉପରେ ଫୋକସ୍ କରିବା ସହିତ ଲୋକଙ୍କୁ କିପରି ନ୍ୟାୟ ପ୍ରଦାନ କରାଯାଇପାରିବ, ସେ ଦିଗରେ କାର୍ଯ୍ୟ କରିବେ।

ସେହିପରି ଲୋକଙ୍କ ମନରେ ପୁଲିସ୍ ପ୍ରତି ଥିବା ଭୟ ଦୂର କରିବାକୁ ପ୍ରୟାସ କରିବେ ବୋଲି ସେ କହିଥିଲେ। ସାଇବର କ୍ରାଇମ୍, ନିଶା କାରବାର ଓ ମାନବ ଚାଲାଣ ଆଦି ରୋକିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ବଂଶଲ କହିଥିଲେ।

Odisha New DGP Sunil Bansal
Advertisment
Advertisment