ମାତ୍ର ୧ ଟଙ୍କାରେ ଚିକିତ୍ସା ସହ ମିଳୁଛି ସହୁ ଔଷଧ। ରୋଗ ଦେଖାଇବାକୁ ଏହି ଡାକ୍ତରଙ୍କ ପାଖରେ ଲାଗିଛି ଲମ୍ବା ଲାଇନ୍। ବିଭିନ୍ନ ରୋଗ ଦେଖାଇ ଭଲ ହେଉଛନ୍ତି ରୋଗୀ...୧ ଟଙ୍କିଆ କ୍ଲିନ୍କକୁ ଏହାରି ମଧ୍ୟରେ ପୂରିଛି ୧ ବର୍ଷ
ବାପାଙ୍କ ରୋଜଗାର ଥିଲା ୪୦ ଟଙ୍କା , ଖାଇବାକୁ ତ ଅଂଟୁ ନଥିଲା ଖେଳ କଥା କହିଥାଆନ୍ତି କେମିତି? କିନ୍ତୁ ଝିଅ ବୁଝିଥିଲା ବାପାର କଷ୍ଟ...ବିଲରେ ଚାଷରେ ସାହାଯ୍ୟ କରୁଥିଲେ ସନ୍ଧ୍ୟା ବେଳେ ପଡ଼ିଆରେ ଖେଳ ଅଭ୍ୟାସ କରୁଥିଲେ...ଆଜି ସମସ୍ତଙ୍କ ପାଇଁ ସାଜିଛନ୍ତି ପ୍ରେରଣା
ନାଁ ଯେମିତି କାମ ବି ସେମିତି । ଅସମ୍ଭବ ଲାଗୁଥିବା କାମକୁ ସମ୍ଭବ କରି ଦେଖାଉଛନ୍ତି ଛାତ୍ର ସମ୍ଭବ ମିଶ୍ର । କୋଭିଡ କଟକଣା ବେଳେ ଘରେ ବସି ଲେଖିଦେଲେ ଏକ ବହି । ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଠାରୁ ଛୁଟି ଆସିଲା ପ୍ରଶଂସା ଉପରେ ପ୍ରଶଂସା । ଅନ୍ୟ କ୍ଷେତ୍ରରେ ମଧ୍ୟ ଦେଖାଉଛନ୍ତି ନିଜର କମାଲ । ଭେଟନ୍ତୁ ଏଇ ପ୍ରତିଭାବାନ ଛାତ୍ରଙ୍କୁ ।
ଆଜିକାଲି ନେତାଙ୍କ ପାଖରେ ନୀତି ନୈତିକତା କିଛି ନାହିଁ। କଳେବଳେ କେମିତି ନିର୍ବାଚନ ଜିତିବେ ତାହା ସେମାନଙ୍କର ଲକ୍ଷ୍ୟ। କିନ୍ତୁ ଏହି ଭିଡିଓରେ ଭେଟନ୍ତୁ ଜଣେ ବ୍ୟକ୍ତିଙ୍କୁ, ଯିଏ ଗତ ୩୫ ବର୍ଷ ହେଲା ୱାର୍ଡମେମ୍ବର ନିର୍ବାଚନ ଲଢୁଛନ୍ତି, କିନ୍ତୁ କେବେ ଜିତି ନାହାଁନ୍ତି। ଏହାପରେ ବି ସେ ମନୋବଳ ହାରି ନାହାଁନ୍ତି। ସବୁଠୁ ବଡ଼ କଥା ହେଲା, ସେ କୌଣସି ଦଳର ସମର୍ଥନ ନିଅନ୍ତି ନାହିଁ। ସବୁବେଳେ ସ୍ୱାଧୀନ ପ୍ରାର୍ଥୀ। ତା ପୁଣି ସେଇ ଗୋଟିଏ ନିର୍ଦ୍ଦିଷ୍ଟ ଚିହ୍ନରେ। ଆସନ୍ତୁ ଭେଟିବା ଏହି ନିଆରା ବ୍ୟକ୍ତିଙ୍କୁ।
ରାଜ୍ୟରେ ଏହି ୫ ସ୍ୱାମୀ-ସ୍ତ୍ରୀ କଳି ବେଶ୍ ଚର୍ଚ୍ଚିତ ହୋଇଥିଲା। ଟିଭିଠୁ ସୋସିଆଲ ମିଡ଼ିଆଲ ସବୁଠି ଦେଖିବାକୁ ମିଳିଥିଲା ଏହିମାନଙ୍କ ଆରୋପ-ପ୍ରତ୍ୟାରୋପର କଥା..ଦେଖନ୍ତୁ ଏହି ଭିଡ଼ିଓ…
ରାଷ୍ଟ୍ରପତିଙ୍କ ରାମନାଥ କୋବିନ୍ଦଙ୍କ ପୁରୀ ଗସ୍ତ ପାଇଁ ପୁରୀ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ଏନେଇ ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବୈଠକ କରାଯାଇ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା କରାଯାଇଛି । ରାଷ୍ଟ୍ରପତିଙ୍କ ଗସ୍ତକୁ କିପରି ଶୃଙ୍ଖଳିତ କରାଯିବ ସେନେଇ ସମସ୍ତ ଅଦିକାରୀଙ୍କ ସହ ଆଲୋଚନା ହୋଇଛି ।
ଭୋଟ୍ ପାଇବା ପାଇଁ ବାଣ୍ଟିଲେ ଫେକ୍ ଭତ୍ତା କାର୍ଡ । ଲୋକଙ୍କୁ ଦିଆଯାଇଛି ୫ ଶହ ଟଙ୍କା ସହ ନକଲି ବାର୍ଦ୍ଧକ ଭତ୍ତା କାର୍ଡ । ଗଞ୍ଜାମ ଧରାକୋଟ ବ୍ଲକ ଝାଡ଼ବନ୍ଧ ପଞ୍ଚାୟତରୁ ଏହି ଅଭିଯୋଗ ଆସିଛି । ଗତ କିଛି ଦିନ ଧରି ଗାଁରେ ଲୋକଙ୍କୁ ଏଭଳି ନକଲି ଭତ୍ତା କାର୍ଡ ବାଣ୍ଟିଛନ୍ତି କିଛି ଲୋକ ।
ଓଡ଼ିଶାରେ ୯୮ ପ୍ରତିଶତ ଓମିକ୍ରନ୍ ସଂକ୍ରମିତ । ଏହି ସୂଚନା ଆଇଏଲଏସ୍ର ଜିନମ୍ ସିକ୍ୱେନ୍ସିଂ ରିପୋର୍ଟରୁ ମିଳିଛି । ଜାନୁୟାରୀ ୨୭ରୁ ଆଇଏଲ୍ଏସ୍ ପକ୍ଷରୁ ଗତ ଫେବ୍ରୁୟାରୀ ୪ ତାରିଖ ମଧ୍ୟରେ ୨୪୧ଟି କରୋନା ପଜିଟିଭ୍ ନମୂନାର ସିକ୍ୱେନ୍ସିଂ କରାଯାଇଥିଲା । ସେଥିମଧ୍ୟରୁ ୬ଟି ନମୂନାରେ ଡେଲ୍ଟା ଭାରିଆଣ୍ଟ ଚିହ୍ନଟ ହୋଇଥିବାବେଳେ ବଳକା ୨୩୫ଟି ନମୂନାରେ ଓମିକ୍ରନ୍ ଭାରିଆଣ୍ଟ ଚିହ୍ନଟ ହୋଇଛି ।
ରାଜ୍ୟରେ କିଛି ସ୍ଥାନରେ ଆଜି ବର୍ଷା ସମ୍ଭାବନା ରହିଛି । କେନ୍ଦୁଝର, ସୁନ୍ଦରଗଡ, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଏବଂ ଯାଜପୁରର କିଛି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଆସନ୍ତା ୧୧, ୧୨ ଓ ୧୩ ତାରିଖରେ ରାଜ୍ୟର ସମସ୍ତ ସ୍ଥାନରେ ପାଗ ଶୁଖିଲା ରହିବ ।
ଲୋକ ଜୀବିତ ହେଲେ ସରକାରୀ ଖାତାରେ ମୃତ। ତେଣୁ ଅନୁକମ୍ପା ସହାୟତା ରାଣି ନେବା ପାଇଁ ପରିବାରକୁ ଆସୁଛି ଫୋନ୍ କଲ୍। ଏମିତି ଏକ ଚମକାଇ ଦେଲା ପରି କଲ୍ ପାଇଛନ୍ତି ଚନ୍ଦ୍ର ଶେଖରପୁର ଅଞ୍ଚଳର ଶାଶ୍ୱତ ଦେବଦତ୍ତ।
ଗତ ଦୁଇ ଦିନ ଧରି ରାଜ୍ୟରେ କରୋନା ସଂକ୍ରମଣ ଗ୍ରାଫ୍ ପାଖାପାଖି ୧୫ ଶହ ରହିଛି । ତେବେ କୁହାଯାଉଛି କି କୋଭିଡ୍ର ତୃତୀୟ ଲହରୀ ସରିବାକୁ ବସିଲାଣି
ସାଧନ ନଥାଇ ବି ପିଲାଙ୍କୁ ମିଳିପାରୁଛି ଅନଲାଇନ୍ ଶିକ୍ଷା । ଅନଲାଇନ୍ ଶିକ୍ଷା ପାଇଁ ସବୁପିଲା ସୁବିଧା ପାଇପାରିନଥିବା ବେଳେ ଏଥିଲାଗି ବିକଳ୍ପ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ଜଣେ ଶିକ୍ଷକ । ମୋବାଇଲ୍ ଏବଂ କମ୍ପ୍ୟୁଟର ମାଧ୍ୟମରେ ଡିଜିଟାଲ ଶିକ୍ଷା । ବିଦ୍ୟୁତ୍ ନାହିଁ କି ଇଣ୍ଟରନେଟ୍ ନାହିଁ ତଥାପି ଡିଜିଟାଲ୍ ଶିକ୍ଷାଦାନ ଚାଲିଛି ।
ରାସ୍ତା ତିଆରି କରିବା ନାଁରେ ଚୋରି କରିନେଉଛନ୍ତି ପଥର। ପ୍ରଶାସନର ନାକ ତଳେ ଚାଲିଛି ବେଧଡ଼କ ବ୍ଲାଷ୍ଟିଂ...ଦେଖନ୍ତୁ କେମିତି ଚାଲିଛି ଦୁର୍ନୀତି
କୋରାପୁଟରେ ୫୨୨ ହେକ୍ଟର ଜମିରେ ଚାଷ ହେବ କଫି। ଏଥିପାଇଁ ଚାରା ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହୋଇଗଲାଣି। ଦେଖନ୍ତୁ କେମିତି ଚାଲିଛି ପ୍ରକ୍ରିୟା, ଆଉ ଜାଣନ୍ତୁ କେମିତି ଚାର ପ୍ରସ୍ତୁତି କରନ୍ତି।
ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବର୍ଷା ଜାରି ରହିଛି। ଦକ୍ଷିଣ ଉପକୂଳ ଓଡ଼ିଶାର ମଧ୍ୟ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ଏହାସହ ରାଜ୍ୟର ସୁନ୍ଦରଗଡ, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକରେ କୁଆପଥର ବର୍ଷା ସମ୍ଭାବନା ରହିଛି ।
ନେତା, ମନ୍ତ୍ରୀ, ସରକାରୀ ବାବୁ ସମସ୍ତଙ୍କୁ କହି କହି ଥକିଗଲେ। କେହି ଟିକେ ଶୁଣିଲେନି। ଲୋକେ ନିଜ ଘରକୁ ଯିବା ପାଇଁ ରାସ୍ତା ଖଣ୍ଡିଏ ପାଇଲେନି। ଶେଷରେ ୨୨ ବର୍ଷର ଏ ସ୍ଥିର ସରକାର ଉପରୁ ଆଶା ବିଶ୍ୱାସ ତୁଟାଇ ନିଜେ ବାନ୍ଧିଲେ ବାଉଁଶ ପୋଲ। କଦଳୀ ଗଛ ବାନ୍ଧିଛନ୍ତି। ନବୀନ ବାବୁ ଆସିବେ କି ଉଦଘାଟନ କରିବା ପାଇଁ?
ଭିତରକନିକା ଜାତୀୟ ଉଦ୍ୟାନ ଅଞ୍ଚଳରେ ବୃଦ୍ଧି ପାଉଛି ଲୁଣା ଜଙ୍ଗଲ । ସର୍ଭେ ଅଫ ଇଣ୍ଡିଆ ୨୦୨୧ର ମ୍ୟାନଗ୍ରୋଭ କଭର ରିପୋର୍ଟ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ସାରା ଦେଶରେ ମାତ୍ର ୧୭ ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଛି । ସର୍ବାଧିକ ୮ ବର୍ଗ କିମି ଲୁଣା ଜଙ୍ଗଲ ବୃଦ୍ଧି ପାଇଥିବାବେଳେ ୨ବର୍ଗ କିମି ଲୁଣା ଜଙ୍ଗଲ ହ୍ରାସ ପାଇଛି ।
ରାଜ୍ୟରେ ଆଜି ସାମାନ୍ୟ ସଂକ୍ରମଣ ବଢ଼ିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩ ହଜାର ୪୫୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨ ହଜାର ୧୨ ଓ ଲୋକାଲ୍ କେସ୍ ୧୪୩୮ ରହିଛି ।
ଆଜି ଜାନୁଆରୀ ମାସର ଶେଷ କାର୍ଯ୍ୟ ଦିବସ। ଆସନ୍ତାକାଲିଠାରୁ ନୂଆ ନିୟମ ମାନିବାକୁ ଆପଣ ବାଧ୍ୟ। ନଚେତ୍ ଫେବୃଆରୀ ମାସର ନୂଆ ନିୟମ ଆପଣଙ୍କ ଉପରେ ପ୍ରଭାବ ପକାଇପାରେ। ସେଥି ପାଇଁ ଆଜିଠୁ ଜାଣନ୍ତୁ ଏସବୁ ନିୟମ...
କରୋନାର ଭୟାବହତା ଜୀବନ ଜୀବିକା ଉପରେ ପକାଇଛି ପ୍ରଭାବ। କିଏ ଚାକିରି ଛାଡି ଘରେ ବସିଛି ତ ଆଉ କିଏ ବେପାରରେ ହାତ ବାନ୍ଧି ବସିଛି। ଏଭଳି ଭଳି ଘଡିସନ୍ଧି ମୁହୁର୍ତ୍ତରେ ଜଣେ ରୋଷେୟାକୁ ବଂଚିବାର ନୂଆ ବାଟ ଦେଖାଇଛି ଥାଇଲାଣ୍ଡ ବରକୋଳି ଚାଷ...
ଭଣ୍ଡାରିପୋଖରୀର ପୂର୍ବତନ ବିଧାୟକ ପଞ୍ଚାନନ ମଣ୍ଡଳଙ୍କ ବୋହୁ ହେଲେ ଲିଲି ଗୋଛାୟତ, ଆଉ ମିନତୀ ମଣ୍ଡଳ ହେଲେ ତାଙ୍କ ଝିଅ । ଝିଅ ମିନତୀ ମଣ୍ଡଳ ଗାଁରେ ବାହା ହୋଇଥିବା ବେଳେ ଏଥର ନିଜ ଭାଉଜ ବିପକ୍ଷରେ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି ।
ରାଜ୍ୟରେ ଆଉ ୫ ହଜାର ୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ଆଉ ମାସେ ଅର୍ଥାତ୍ ଫେବୃଆରୀ ୨୮ ପର୍ଯ୍ୟନ୍ତ କରୋନା କଟକଣାକୁ ବୃଦ୍ଧି କରାଯାଇଛି। ଦେଶରେ କରୋନାର ନୂଆ ଭାରିଆଣ୍ଟ୍ ଓମିକ୍ରନ୍ ସଂକ୍ରମଣର ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି। ଏନେଇ ସବୁ ରାଜ୍ୟର ମୁଖ୍ୟ ସଚିବଙ୍କୁ କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ଚିଠି କରି ଜଣାଇଛନ୍ତି।
ବ୍ଲକ୍ ଉପାଧ୍ୟକ୍ଷା ଥିଲେ ଏବେ ଛେଳି ଚରାଉଛନ୍ତି। ଦିନେ ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଉଥିଲେ...ସକାଳ ହେଲା କ୍ଷଣି ଶହଶହ ଲୋକ ଘର ସାମ୍ନାରେ ଭିଡ଼ ଜମାଉଥିଲେ...ଏବେ କିନ୍ତୁ ଖାଇବାକୁ ନାହିଁ କି ଘର ବି ନାହିଁ, ସରକାରୀ ଯୋଜନା ସାତ ସପନ...ଦୁଃଖ କହିବା ବେଳକୁ ବୋଲ ମାନୁନି ଆଖିର ଲୁହ, ମନର କୋହ....
ରାଜ୍ୟରେ ସଂକ୍ରମଣ ହାର କମିବାରେ ଲାଗିଛି । ରାଜ୍ୟରେ ଆଜି ୭ ହଜାର୪୨୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରେ କ୍ୱାରେଣ୍ଟିନରୁ ୪ ହଜାର ୩୦୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଥିବା ବେଳେ ଲୋକାଲ୍ କେସ୍ ୩ ହଜାର ୧୨୦ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୮୬୭ ଚିହ୍ନଟ ହୋଇଛନ୍ତି ।
ସାଧାରଣତନ୍ତ୍ର ଦିବସ ପ୍ୟାରେଡ୍ ପାଇଁ କମିଶନରେଟ ପୋଲିସ ପକ୍ଷରୁ ଟ୍ରାଫିକ କଟକଣା ଜାରି କରାଯାଇଛି । ଏଥିରେ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା, ୨୫ ପ୍ଲାଟୁନ ଫୋର୍ସ, ୭୦ ଜଣ ବରିଷ୍ଠ ଅଧିକାରୀଙ୍କୁ ନିୟୋଜିତ କରାଯାଇଛି । ବ୍ୟବସ୍ଥାକୁ ଗୁରୁତ୍ୱ ସହ ସଂପୂର୍ଣ୍ଣ ଗାନ୍ଧୀମାର୍ଗକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା ସିଲ କରାଯିବ । ମୋଟ ୬୨ଟି ସିସିଟିଭି କ୍ୟାମେରା ଦ୍ୱାରା ନଜର ରଖାଯାଇଛି ।