ତପସ୍ୱିନୀ କୋର୍ଟରେ ହାଜର ହେବା ସହ ତାଙ୍କ ସ୍ୱାମୀ କୁଆଡେ ଗଲେ ସେ ନେଇ ପିଟିସନ ଦାଖଲ କରିଛନ୍ତି।
ମଧ୍ୟପ୍ରଦେଶରୁ ଭୁବନେଶ୍ୱରକୁ ଲମ୍ବିଥିବା ଆନ୍ତଃ ରାଜ୍ୟ ଚୋରା କାର ଡିଲର ପର୍ଦ୍ଦାଫାସ । କେତେ କାର ବିକ୍ରି ହୋଇଛି ଆଉ କେଉଁମାନେ ରାକେଟରେ ଅଛନ୍ତି, ସେନେଇ ଖୋଳତାଡ଼ କରୁଛି ପୋଲିସ ।
କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ବଣୁଆ ହାତୀଙ୍କ ଉପଦ୍ରବ... ଅଳ୍ପକେ ବର୍ତ୍ତିଲେ ଜୟପୁର ଗାଁର ଦୁଇଟି ପରିବାର ..
କଟକ ନିଆଳି ଗୋବିନ୍ଦପୁର ଶଙ୍ଖୁଆ ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ। ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ।
ମୁଖ୍ୟମନ୍ତ୍ରୀ ଗଲେ ସ୍କୁଲ। ପିଲାଙ୍କ ସାଙ୍ଗେ ବସିଲେ , ପାଠପଢା କଲେ ତଦାରଖ। ଦେଖନ୍ତୁ ପିଲା କିପରି କଲେ ସ୍ୱାଗତ
ସିଲଭର ସିଟିରେ ଧିରେ ଧିରେ ବଢୁଛି ଶୀତ । ଆଉ ତା ସାଙ୍ଗକୁ ବଢୁଛି ଶୀତ ବସ୍ତ୍ର ବଜାରରେ ବିକ୍ରିବଟା । ଦେଖନ୍ତୁ କଟକରେ କେମିତି ଚାଲିଛି ଶୀତବସ୍ତ୍ରର ବ୍ୟବସାୟ ଏହି ରିପୋର୍ଟରେ...
ମାତିଛନ୍ତି ସାଇବର ଫ୍ରଡ୍ । ଖୋଦ୍ କ୍ରାଇମବ୍ରାଂଚ୍ ଏଡିଜିଙ୍କ ଠାରୁ ଠକେଇ ଉଦ୍ୟମ କରିଛନ୍ତି ସାଇବର ଠକ । ଆଉ ଏହି କାରନାମା କରିଛି ଓକାକ ସାଇବର ଫ୍ରଡରେ ଧରାପଡ଼ି ନଥିବା ଆଉ ଜଣେ ଅଭିଯୁକ୍ତ । ଏଡିଜିଙ୍କୁ ହ୍ୱାଟସଆପ୍ ମେସେଜରେ ଦୁଇଟି ଆକାଉଣ୍ଟ ନମ୍ବର ପଠାଇ ସାଇବର ଠକ ମାଗିଛି ୯୮ ହଜାର ଟଙ୍କା ।
ରାଜ୍ୟ ସାରା ଦେବାଦେବୀ ମନ୍ଦିରରେ ଶହ ଶହ କୋଟିର ଭୂସମ୍ପତ୍ତି ଲୁଟ୍ । ଅଳଙ୍କାର ଓ ଫସଲ ଦେୟରେ ବି ହରିଲୁଟ୍ ହୋଇଥିବା ସିଏଜିଙ୍କ ତଥ୍ୟ। ୧୩ ମନ୍ଦିରର ତଥ୍ୟ ଦେଇ ଗୁମର ଖୋଲିଲେ ସିଏଜି, ଘେରିଲେ ବିରୋଧୀ।
ସାତ ଦିନର ରହଣୀ ସତ୍ତ୍ୱେ ମିଶିଲାନି ତପସ୍ୱିନୀ-ସୁମିତଙ୍କ ମନ । ଆସ୍କା ଗେଷ୍ଟହାଉସ୍ରୁ ଛୁ'ର ୨୪ ଘଣ୍ଟା ପରେ ବି ଲାପତ୍ତା ଡାକ୍ତର ସ୍ୱାମୀ । ସ୍ୱାମୀଙ୍କ ପତ୍ତା ନପାଇ ଥାନାକୁ ଯାଇ ଜଣାଇଲେ ପତ୍ନୀ ତପସ୍ପିନୀ।
ଦୀର୍ଘଦିନ ଧରି ନିଜକୁ ବୋହୂ ଦାବି କରି ଶ୍ୱଶୁର ଘର ଆଗରେ ଧାରଣା ଦେଇଥିବା ତପସ୍ୱିନୀଙ୍କ ସପକ୍ଷରେ ରାୟ ଶୁଣାଇଥିଲେ ବ୍ରହ୍ମପୁର SDJM କୋର୍ଟ। କିନ୍ତୁ ତାପରେ...
କୋଳରେ କଅଁଳା ପିଲା । ଶୀତ କାକରରେ ଛୁଆକୁ ଧରି ପଞ୍ଚାୟତ ଗେଟରେ ମହିଳା । ବାପ ଘରକୁ ଯାଇଥିଲେ ବୋଲି ଘରୁ ତଡ଼ିଦେଲେ ଶ୍ୱଶୁର ଘର ଲୋକ । କୁନି ଛୁଆଟା ମୁହଁକୁ ଚାହିଁଲେନି । ନିଜ ରକ୍ତର ଆକର୍ଷଣ ବି ବୁଝିଲେନି । ନିର୍ଦ୍ଦୟ ହୋଇଗଲା ଆଇ । କୋଳେଇ ନେବା ବଦଳରେ ପର କରିଦେଲା ।
ଆଉ ୪ ମାସ ମାଗଣା ଚାଉଳ । ରାଜ୍ୟ ଖାଦ୍ୟ ନିରାପତ୍ତା ଯୋଜନା ନେଇ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ଖାଦ୍ୟ ନିରାପତ୍ତା ହିତାଧତ୍କାରୀଙ୍କୁ ଆଉ ୪ ମାସ ମିଳିବ ଅତିରିକ୍ତ ଚାଉଳ । ମୁଣ୍ଡ ପିଛା ମାସକୁ ୫ କେଜି ଅତିରିକ୍ତ ଚାଉଳ ମିଳିବ । ଡିସେମ୍ବରରୁ ମାର୍ଚ୍ଚ ମାସ ଯାଏଁ ମାଗଣାରେ ମିଳିବ ଏହି ଅତିରିକ୍ତ ଚାଉଳ ଦିଆଯିବ ।
ଭୁବନେଶ୍ୱରରେ ସହିଦ ଯବାନ ରାଣାପ୍ରତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ମୁଖ୍ୟମନ୍ତ୍ରୀ : ଏୟାରପୋର୍ଟରେ ଦିଆଗଲା ଗାର୍ଡ ଅଫ୍ ଅନର୍ : ରାଣା ପ୍ରତାପ ଅମର ରହେ ଅମର ରହେ ନାରାରେ କମ୍ପିଲା ପୂରା ଏରିଆ
ପ୍ରେମ କଲେ, ଧୋକା ଦେଲେ....ଏବେ ଯୁବକଙ୍କ ଘର ଦୁଆରେ ଯୁବତୀ ଯାଇ ବସିଲେ....ଦେଖନ୍ତୁ ଏହି ଭିଡ଼ିଓ
ଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଗର୍ଭବତୀ ପତ୍ନୀ ଅନିତା ଦାସଙ୍କୁ ସାଙ୍ଗରେ ନେଇ ଓଡ଼ିଶା ଆସୁଥିଲେ ଦିଲ୍ଲୀପ ମଲ୍ଲିକ..ହେଲେ ହଠାତ୍ ଅନିତାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା..ଦିଲ୍ଲୀପ ଏନେଇ ରେଳ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ..ସେପଟେ ବଗିରେ ଥିବା ସହଯାତ୍ରୀମାନେ ମଧ୍ୟ ଖୁବ୍ ଦମ୍ଭ ଦେଇଥିଲେ.. ଯୋଗକୁ ବଗିରେ ଜଣେ ଡାକ୍ତରୀ ଛାତ୍ର ଥିଲେ, ସେ ମଧ୍ୟ ଅନିତାଙ୍କୁ ସହଯୋଗ କରିଥିଲେ.. ଦୀର୍ଘ ଏକ ଘଣ୍ଟାର ପରିଶ୍ରମ ଓ ଅପେକ୍ଷା ପରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଲା ଅନିତା..
ଆସିଲା ଏଜି ଅଡ଼ିଟ୍ ରିପୋର୍ଟ : ସାମାଜିକ, ଅର୍ଥନୈତିକ ଏବଂ ରାଜସ୍ୱ କ୍ଷେତ୍ର ପାଇଁ ଆସିଲା ରିପୋର୍ଟ
ରାଜ୍ୟରେ କୋହଲା ପାଗ ପରେ ପୁଣି ବଢ଼ିବ ଶୀତ। ଆସନ୍ତା ୪୮ ଘଣ୍ଟାରେ ଆହୁରି ଶୀତ ବଢ଼ିପାରେ। ୪୮ ଘଣ୍ଟାରେ ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ କମିପାରେ ପାରଦ। ଏ ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱରରେ ଆଜି ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରୀ ରହିବା
ସହିଦ୍ ରାଣାପ୍ରତାପଙ୍କ ଆଜି ଜନ୍ମମାଟିକୁ ଆସିବ ମରଶରୀର : ଗାଁରେ ଶୋକାକୁଳ ପରିବେଶ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ହେବ ଶେଷକୃତ୍ୟ
ଭାସୁଛି ଦାନାପାଣି, ଉଜୁଡ଼ା କ୍ଷେତ ଦେଖି ମ୍ରିୟମାଣ ଚାଷୀ। ଜଓ୍ୱାଦଜନିତ ବର୍ଷା ଦୁଃଖ ଯାଇ ନଥିବା ବେଳେ ପୁଣି ଅନ୍ନଦାତାଙ୍କୁ ବେଡ଼ି ଉପରେ କୋରଡ଼ା ମାଡ଼ ସଦୃଶ ଦୁର୍ଦ୍ଦଶା ଦେଇଛି ଟ୍ରପ୍ ଲାଇନ୍ ବର୍ଷା। କେଉଁଠି ଧାନ ଚାଷ ନଷ୍ଟ ହେବାକୁ ବସିଛି ତ ପୁଣି କେଉଁ ପନିପରିବା ଆଉ ଉଧେଇବା ଅବସ୍ଥାରେ ନାହିଁ।
ପର୍ଯ୍ୟଟକଙ୍କ ପାଇଁ ନୂଆ ଟୁରିଷ୍ଟ ଡେଷ୍ଟିନେସନ ପାଲଟିଛି ସମ୍ବଲପୁରର ହୀରାକୁଦ । ଇକୋ ରିଟ୍ରିଟ୍ ସାଙ୍ଗକୁ ହୀରାକୁଦର ଜଳ ଭଣ୍ଡାରରେ ଆରମ୍ଭ ହୋଇଥିବା ଓ୍ୱାଟର ସ୍ପୋଟର୍ସ ଆକ୍ଟିଭିଟି ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି । ଫଳରେ ରାଜ୍ୟ ଓ ରାଜ୍ୟ ବାହାରର ଶହ ଶହ ପର୍ଯ୍ୟଟକ ଏହାର ମଜା ନେବାକୁ ଆସୁଛନ୍ତି । ଏହି କାରଣରୁ ବୋଟିଂ ଏବଂ ପାରା ସେଲିଂ ପାଇଁ ଏଠାରେ ପ୍ରତିଦିନ ଭି଼ଡ଼ ଜମୁଛି । କେବଳ ଏତିକି ନୁହେଁ ଛୁଟି ଦିନ ଗୁଡ଼ିକରେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ଦ୍ୱିଗୁଣିତ ହେଉଛି ।
ସମୁଦ୍ର କୂଳକୁ ଚାଲିଆସିଲା ବିଶାଳକାୟ ତିମି । ଏତେ ବଡ ତିମି ମାଛକୁ ଦେଖିବାକୁ ପାଇଁ ଲୋକଙ୍କର ଜମିଛି ଭିଡ ।
ସଇଁତଳା ବରଗାଁରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା । ୬ ବର୍ଷ ପରେ କେସ୍ ରିଓପନ କରି ପୋଲିସର ତଦନ୍ତ ଆରମ୍ଭ । ମୃତ ମହିଳାଙ୍କ ପରିଚୟ ଜାଣିବା ଲାଗି ସ୍କେଚ୍ ଜାରି ।