ବଙ୍ଗୋପସାଗରରେ ସୃଷ୍ଟ ଅବପାତ ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୧୬ ତାରିଖ ଯାଏଁ ଘଡ଼ଘଡ଼ି ସହ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି।
ନୀଳାମ୍ବୁ ଚିଲିକାର ଆକର୍ଷଣରେ ବିଦେଶୀ ବିହଙ୍ଗ । ଶୀତ ଋତୁ ଆରମ୍ଭରୁ ଚିଲିକାର ଚିଲିକାରେ ପହଞ୍ଚିଛନ୍ତି ବିଦେଶାଗତ ପକ୍ଷୀ ।
ପଦ୍ମଶ୍ରୀ ତୁଲସୀ ଗୌଡ଼ା । ଚାଷ ଜମିରୁ ଜଙ୍ଗଲ ଆଉ ଜଙ୍ଗଲରୁ ରାଷ୍ଟ୍ରପତି । ନିଜ ଘରେ ଯେମିତି ରାଷ୍ଟ୍ରପତି ଭବନକୁ ବି ଆସିଲେ ସେମିତି । ଖାଲି ପାଦ, ଦେହରେ ଆଦିବାସଙ୍କ ପାରମ୍ପରିକ ଶାଢ଼ି, ବେକରେ ଗାମୁଛା । ଗତକାଲି ଏଭଳି ଭାବରେ ରାଷ୍ଟ୍ରପତି ଭବନରେ ପଦ୍ମଶ୍ରୀ ସମ୍ମାନ ଗ୍ରହଣ କରିଛନ୍ତି ୭୨ ବର୍ଷିୟ ଜଙ୍ଗଲ ପ୍ରେମୀ ତୁଲସୀ ଗୌଡ଼ା ।
ପ୍ରତିଦିନ କୃଷ୍ଣ ବେଶରେ ଗାଈ ଚରାଉଛନ୍ତି ସୁବଳ । ସତେ ଯେମିତି ଏ ଯୁଗର କୃଷ୍ଣ । ବଂଶୀ ବଜାଉଛନ୍ତି, ଗଛ ଡାଳରେ ବସୁଛନ୍ତି । ପାଖକୁ ଦୌଡି ଆସୁଛନ୍ତି ଗାଈ । ବିମୋହିତ ହେଉଛନ୍ତି । ଦ୍ୱାପର ଯୁଗର ଭଗବାନ କୃଷ୍ଣ ଓ ଗୋମାତାଙ୍କ ନିବିଡ ସଂପର୍କକୁ ତଉଲୁଛନ୍ତି ସ୍ଥାନୀୟ ଲୋକ ।
ଓଡ଼ିଶାରୁ ଜମିର ଆବଶ୍ୟକତା, ବିସ୍ଥାପିତଙ୍କୁ ଥଇଥାନ ବ୍ୟବସ୍ଥା ଏବଂ ପ୍ରକଳ୍ପ ହେଲେ ଉପୁଜିବାକୁ ଥିବା ସମସ୍ୟାର କିଭଳି ସମାଧାନ ହୋଇପାରିବ, ସେ ନେଇ ଜଗନ ପ୍ରସ୍ତାବ ରଖିପାରନ୍ତି ବୋଲି ଚର୍ଚ୍ଚା ହେଉଛି।
ସହରରେ ୧୫ ଡିଗ୍ରୀ ତଳେ ପାରଦ,ବର୍ଷର ପ୍ରଥମ ଶୀତର ମଜା ନେଉଛନ୍ତି ଲୋକେ। ଗତ ୨୪ ଘଣ୍ଟାରେ ୮ ସହରରେ ୧୫ ଡିଗ୍ରୀ ତଳେ ପାରଦ ।
କାଲି ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଇ. ଏସ୍. ଜଗନ ମୋହନ ରେଡ୍ଡି ଓଡ଼ିଶା ଆସୁଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା ବେଳେ ସୀମା ବିବାଦ, ବିଶେଷକରି କୋଟିଆ ପ୍ରସଙ୍ଗ ଉଠୁ ବୋଲି ଦାବି ଜୋର ଧରିଛି।
ଆଜି ଭବାନୀପାଟଣାରେ ମୁଖ୍ୟମନ୍ତ୍ରୀଙ୍କ ସହ ମଞ୍ଚରେ ଦିବ୍ୟଶଙ୍କର ରହିବାକୁ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ ତୀବ୍ର ଭର୍ତ୍ସନା କରିଛନ୍ତି। ସରକାରଙ୍କ ଔଦ୍ଧତ୍ୟ ବଢ଼ି ଯାଇଥିବା ସେ କହିଛନ୍ତି।
ଦେଶର ଦ୍ୱିତୀୟ ସବୋର୍ଚ୍ଚ ସିଭିଲିୟନ୍ ଆୱାର୍ଡ ପଦ୍ମ ବିଭୂଷଣରେ ୭ ଜଣଙ୍କୁ ସମ୍ମାନିତ କରାଯାଇଛି। କଳା, ବାଣିଜ୍ୟ, ସାହିତ୍ୟ, ସିନେମା, ପ୍ରଶାସନିକ ସେବାରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ପଦ୍ମ ସମ୍ମାନ ପ୍ରଦାନ କରାଯାଇଛିା
ଇ-ଯାନ ଆଡକୁ ଢଳୁଛନ୍ତି କି ମହଙ୍ଗା ତେଲରେ ଆକ୍ତାମାକ୍ତା ଜନତା ? ଗତ ବର୍ଷ ତୁଳନାରେ ରାଜ୍ୟରେ ବିକ୍ରି ହେଲାଣି ୪ ଗୁଣା ଅଧିକ ଇ-ଯାନI ନୂଆ ଗାଡ଼ି କିଣାରେ ସବସିଡି ପ୍ରଦାନ ନେଇ ଅର୍ଥ ଓ ପରିବହନ ବିଭାଗ ଆଲୋଚନା ।
ତେଲର ମହଙ୍ଗା ମାଡ଼ରେ ପେଟ୍ରୋଲ-ଡିଜେଲ୍କୁ ମୁହଁ ମୋଡ଼ିଲେଣି ଲୋକେ । ଏବେ ଇଲେକ୍ଟ୍ରିକ୍ ଯାନ ମୁହାଁ ଜନତା । କେବଳ ସେଇଥି ପାଇଁ ଚଳିତ ବର୍ଷ ରାଜ୍ୟରେ ବ୍ୟାଟେରୀ ଚାଳିତ ଇଲେକ୍ଟ୍ରିକ୍ ଯାନ ପଞ୍ଜୀକରଣ ଗତବର୍ଷ ତୁଳନାରେ ୪ ଗୁଣା ଟପିଗଲାଣି ।
ତେଲ ଦରହ୍ରାସ ସାମନ୍ୟ ଆଶ୍ୱସ୍ତି ଦେଇଥିବା ବେଳେ ଚିନ୍ତା ବଢ଼ାଇଛି ମହଙ୍ଗା ଏଲ୍ପିଜି ଦର । ବର୍ଷକ ଭିତରେ ୩ଶହ ଟଙ୍କା ବଢ଼ିଗଲାଣି ରନ୍ଧନ ଗ୍ୟାସ୍ ଦର । ଏହାକୁ ନେଇ ଚିନ୍ତାରେ ରହିଛନ୍ତି ଗୃହିଣୀ ।
କମିଲା ବସ୍ ଭଡ଼ା । ତେଲ ଦର କମିବାରୁ କମିଲା ବସ୍ ଭଡ଼ା । ଅର୍ଡିନାରୀ ବସ୍ରେ କିଲୋମିଟର ପିଛା ୯୨ ପଇସାରୁ ହ୍ରାସ ପାଇ ୮୭ ପଇସା ହେଲା । ସେହିଭଳି ଏକ୍ସପ୍ରେସ ୯୬ ପଇସାରୁ ହ୍ରାସ ପାଇ ୯୧ ପଇସା, ଡିଲକ୍ସ ବସ୍ ଭଡ଼ା କିଲୋମିଟର ପିଛା ୧.୩୫ ପଏଇସାରୁ ହ୍ରାସ ପାଇ ୧.୨୫ ପଇସା ହେଲା । ଅନ୍ୟପଟେ ଏସି ଡିଲକ୍ସ ୧.୬୩ ପଇସାରୁ ହ୍ରାସ ପାଇ ୧.୫୩ ପାଇସାରେ ପହଞ୍ଚିଛି ଓ ସୁପର ପ୍ରିମିୟମ ୨.୫୩ ପିସାରୁ ହ୍ରାସ ପାଇ ୨.୩୮ରେ ପହଞ୍ଚିଛି ।
ପଂଚାୟତ ର୍ନିବାଚନ ପ୍ରସ୍ତୁତି ନେଇ ସର୍ବଦଳୀୟ ବୈଠକ। ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରୁଛନ୍ତି ରାଜ୍ୟ ନିର୍ବାଚନ କମିଶନ୍ । ଶୁଣନ୍ତୁ... ।
ବିଜେଡିରେ ଯୋଗ ଦେବା ନେଇ ପ୍ରଦୀପ ମାଝି ପ୍ରତିକ୍ରିୟା ରଖି କହିଛନ୍ତି, ‘ଜନସେବା ଓ ଅଞ୍ଚଳର ଉନ୍ନତି ହେଉଛି ମୂଳ ଉଦ୍ଦେଶ୍ୟ ।
ସରପଞ୍ଚ ଓ ସମିତିସଭ୍ୟଙ୍କ ନିର୍ବାଚନୀ ଖର୍ଚ୍ଚ ବୃଦ୍ଧି ସହ ପୂର୍ବରୁ ଥିବା ୮୦ ହଜାରକୁ ଡବଲ ବା ୨ ଲକ୍ଷ କରାଯିବାକୁ ଆଜି ସର୍ବଦଳୀୟ ବୈଠକରେ ପ୍ରସ୍ତାବ ଦିଆଯାଇଛି
ନବରଙ୍ଗପୁରରେ ଆଜି ବିଜେଡିର ବଡ଼ ଆୟୋଜନ। ସେଠି କଂଗ୍ରେସର ପୂର୍ବତନ ହେଭିୱେଟ୍ ନେତା ତାହ ଛାଡ଼ି ଶଙ୍ଖ ଫୁଙ୍କିବେ ବୋଲି ବ୍ୟବସ୍ଥା ଚାଲିଛି।
ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା । ନୀଳମାଧବ ପଣ୍ଡା ପାଇବେ ମୋହନ ସୁନ୍ଦର ଦେବଗୋସ୍ୱାମୀ ପୁରସ୍କାର । ଜୟଦେବ ପୁରସ୍କାର ପାଇବେ ପ୍ରଯୋଜକ, ନିର୍ଦ୍ଦେଶକ ଘନଶ୍ୟାମ ମହାପାତ୍ର । ନୀଳମାଧବ ପଣ୍ଡା ପାଇବେ ମୋହନ ସୁନ୍ଦର ଦେବଗୋସ୍ୱାମୀ ପୁରସ୍କାର । କାଲିର ଅତୀତ ଶ୍ରେଷ୍ଠ ଫିଲ୍ମ, ନୀଳମାଧବ ପଣ୍ଡା ଶ୍ରେଷ୍ଠ ନିର୍ଦ୍ଦେଶକ ।
ଘୋଷିତ ହେଲା ୨୦୧୯ର ରାଜ୍ୟ ଚଳଚ୍ଚିତ୍ର ଓ ଟେଲି ପୁରସ୍କାର । କାଲିର ଅତୀତ ଶ୍ରେଷ୍ଠ ଫିଲ୍ମ ବିବେଚିତ ହୋଇଥିବା ବେଳେ ଏହି ଫିଲ୍ମ ପାଇଁ ଶ୍ରେଷ୍ଠ ନିର୍ଦ୍ଦେଶକ ପୁରସ୍କାର ପାଇବେ ନୀଳମାଧବ ପଣ୍ଡା ।
ବହୁ କଳ୍ପନାଜଳ୍ପନା ପରେ ଅକ୍ଟୋବର ୨୨ରେ କଂଗ୍ରେସରୁ ଇସ୍ତଫା ଦେଇଥିବା ନବରଙ୍ଗପୁରର ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ଆଜି ବିଜେଡିରେ ଯୋଗ ଦେବେ।
ନିକଟରେ କେନ୍ଦ୍ର ସରକାର ପେଟ୍ରୋଲ ଉପରୁ ୫ ଟଙ୍କା ଓ ଡିଜେଲ ଉପରୁ ୧୦ ଟଙ୍କାର ଏକ୍ସାଇଜ୍ ଡ୍ୟୁଟି ହ୍ରାସ କରିବା ପରେ ଓଡ଼ିଶା ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ୍ ହ୍ରାସ କରିଛନ୍ତି। ରାଜ୍ୟରେ ପେଟ୍ରୋଲ ଓ ଡିଜେଲ ଉପରୁ ୪% ଲେଖାଏ ଭାଟ୍ ହ୍ରାସ କରାଯାଇଛି।
ପରିବହନ ସଂସ୍ଥାଙ୍କ ଯୁକ୍ତି ହେଲା, ଡିଜେଲ ଦର କମିବା ଦ୍ୱାରା ମାର୍କେଟ ଉପରେ ଏହାର ତତକ୍ଷଣାତ୍ ପ୍ରଭାବ ପଡିବା ସମ୍ଭାବନା କମ୍। କାରଣ ପରିବହନ ସଂସ୍ଥା ବାର୍ଷିକ ଚୁକ୍ତିଭିତ୍ତିରେ ଗାଡ଼ି ନିଅନ୍ତି
ନିଆରା ଢଙ୍ଗରେ ଦୀପାବଳି ପାଳନ। ଆଲୋକର ଏହି ପର୍ବକୁ ପ୍ରାୟ ସମସ୍ତେ ବାଣ ଫୁଟାଇ ବେଶ୍ ଧୁମ୍ଧାମ୍ରେ ପାଳନ କରିଥାନ୍ତି । ହେଲେ ସୁବର୍ଣ୍ଣପୁର ଜିଲ୍ଲା ଭୁଲିଆ ବା ମେହେର ସଂପ୍ରଦାୟାର ଲୋକମାନେ ଦିପାବଳୀକୁ କିଛି ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି ।
ସୟଦ ମୁସ୍ତାକ ଅଲ୍ଲୀ ଟି-ଟ୍ୱେଣ୍ଟି କ୍ରିକେଟର ଦ୍ୱିତୀୟ ମ୍ୟାଚରେ ତାମିଲନାଡୁ ଠାରୁ ହାରିଲା ଓଡ଼ିଶା। ପ୍ରଥମ ମ୍ୟାଚରେ ସଂଘର୍ଷ କରି ଜିତିବା ପରେ ଏବେ ଦ୍ୱିତୀୟ ମ୍ୟାଚରେ ପରାସ୍ତ ହୋଇଛି ଓଡ଼ିଶା।
କମିନି କରୋନାର ପ୍ରକୋପ । ସରିନି ତୃତୀୟ ଲହରିର ଆଶଙ୍କା । ଟୀକା ନେଇ ସାରିଥିବା ପରେ ବି ଆମକୁ ସତର୍କ ରହିବାକୁ ପଡିବ । ଏପରି କହିଛନ୍ତି ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।