ଆଜିଠୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଆଜିଠୁ ୧୪ତାରିଖ ମଧ୍ୟରେ ରାଜ୍ୟର ଭିନ୍ନ ଭିନ୍ନ ଜିଲ୍ଲାରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି।
୩ ମାସର କଅଁଳା ଛୁଆକୁ ରାସ୍ତା କଡ଼ ପିଣ୍ଡାରେ ଗଡ଼େଇ ଦେଇ ପରିବା ବିକୁଛି ମାଆ। ମାଆଟି ପାଖରେ ଉପାୟ ମଧ୍ୟ ନାହିଁ। ନହେଲେ ପେଟ ପୋଷିବ କେମିତି? ଛୁଆକୁ କ୍ଷୀର ଦେବ କେମିତି? ହେଲେ ମୟୂରଭଂଜ ଜିଲ୍ଲାର ଏହି ଆଦିବାସୀ ମାଆଟି କାହାକୁ ହାତ ପାତିନାହିଁ। ନିଜ ବଳରେ ସେ ଗୋଡ଼ କାଢ଼ିଛି ପଦାକୁ। ଏଭଳି ମାଆ ପାଇଁ ବଢ଼ି ଆସିବା କଥା ସହାୟତାର ହାତ, କିନ୍ତୁ ସାହାଯ୍ଯ କରୁଛି କିଏ?
ରାଜ୍ୟରେ ଆଉ ୨୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ ନୂଆ ଆକ୍ରାନ୍ତ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଲା ILS । ଆଜିର ୨୮କୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଶହେ ଟପିଛି । ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସହ ୧୦୩କୁ ବୃଦ୍ଧି ପାଇଛି ।
ରାଜ୍ୟରେ ଆଉ ୨୮ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ ନୂଆ ଆକ୍ରାନ୍ତ ନେଇ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇଲା ILS । ଆଜିର ୨୮କୁ ମିଶାଇ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତ ଶହେ ଟପିଛି । ରାଜ୍ୟରେ ମୋଟ ଓମିକ୍ରନ ଆକ୍ରାନ୍ତଙ୍କ ସହ ୧୦୩କୁ ବୃଦ୍ଧି ପାଇଛି ।
ବେଲଗାମ୍ କରୋନା : ସାଢେ ୫ଟାରେ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ରାଜ୍ୟରେ ଆଜି କୋଭିଡ୍ ସ୍ଥିତି ସମୀକ୍ଷା କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅପରାହ୍ନ ସାଢ଼େ ୫ଟାରେ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିପାରନ୍ତି । ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ଏହି ପରିସ୍ଥିତିରେ ରାଜ୍ୟ ସରକାର ବିଭିନ୍ନ କୋଭିଡ କଟକଣା ମଧ୍ୟ ଜାରି କରିଛନ୍ତି ।
ମାଡ଼ୁଛି କରୋନା : ଆଜିଠୁ ଆରମ୍ଭ ହେଉଛି ପ୍ରିକସନ୍ ଡୋଜ୍, ଜାଣନ୍ତୁ କେଉଁମାନେ ଓ କେମିତି ନେବେ ଟିକା?
ବନ ବିଭାଗର ବୁଦ୍ଧି, ଧୈର୍ଯ୍ୟ ଓ କୌଶଳ ବଳରେ ନୂଆ ଜୀବନ ପାଇଲା ହାତୀ ଛୁଆ। ସୁରକ୍ଷିତ ଉଦ୍ଧାର ସହ ଅନ୍ୟ ହାତୀଙ୍କ ସହ ଜଙ୍ଗଲକୁ ଫେରିଲା ହାତୀ ଶାବକ। ଗତକାଲି ମୟୂରଭଞ୍ଜ ରାସଗୋବିନ୍ଦପୁର ରେଞ୍ଜର ସୁରେଇଡିହି ଗାଁରେ ଏକ କୂଅ ଭିତରେ ଏକ ୩ ମାସର ହାତୀ ଛୁଆ ଫସି ଯାଇଥିବା ବେଳେ ଦୀର୍ଘ ୧୦ ଘଣ୍ଟାର ପରିଶ୍ରମ ପରେ ସଫଳ ହୋଇଛି ଅପରେସନ୍ ଗଜରାଜ।
ଓଡ଼ିଶାରେ ଦୈନିକ କରୋନା ସଂକ୍ରମଣ ୪ ହଜାର ପାର୍ କରିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ୪,୭୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୨,୭୫୫ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୧,୯୫୯ ରହିଛି।
ସର୍ବସାଧାରଣରେ ମନ୍ତ୍ରୀ ପ୍ରତାପ ଜେନା ଅଶ୍ଳୀଳ ଭାଷା କହିବା ପରେ ବି ବିଜେଡିର କେହି ଏହାକୁ ବିରୋଧ କଲେ ନାହିଁ। ଏଣେ ପ୍ରବଳ ବର୍ଷିଲେ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ
ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୪ଜଣ ନୂଆ ଓମିକ୍ରନ ଆକ୍ରାନ୍ତ। ଦେଖନ୍ତୁ ବ୍ରେକିଂ ନ୍ୟୁଜ୍
ପ୍ରେମିକା ଆସିଥିଲେ ପ୍ରେମିକଙ୍କୁ ଭେଟି। ଜଙ୍ଗଲ ଭିତରେ ବାରା ଶିକାର ପାଇଁ ଶିକାରୀ ବିଛାଇଥିଲେ ବିଦ୍ୟୁତ୍ ତାର। ହେଲେ ଦୁର୍ଭାଗ୍ୟ ପ୍ରେମିକାର ଚାଲିଗଲା ଜୀବନ
ରାଜ୍ୟରେ ଉପରମୁହାଁ କରୋନା ସଂକ୍ରମଣ.. ସଂକ୍ରମଣ ରୋକିବାକୁ ସବୁ ସହରରେ ନାଇଟ୍ କର୍ଫ୍ୟୁ ଲାଗୁ କରାଯାଇଛି.. ଭୁବନେଶ୍ୱରରେ ନିଜେ ପୋଲିସ୍ କମିଶନର ଗ୍ରାଉଣ୍ଡଜିରୋରେ ପହଞ୍ଚି ଅମାନିଆଙ୍କୁ ତାଗିଦ୍ କରିଛନ୍ତି.
ଆଜି ରାଜ୍ୟରେ ଦିନକରେ ୩୬୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟିନରୁ ୨୧୪୮, ଲୋକାଲ୍ କେସ୍ ୧୫୩୧ ଜଣ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍ ବର୍ଗର ୩୮୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ପଜିଟିଭ ଚିହ୍ନଟ ପରେ ସେ ଆଇସୋଲେସନରେ ରହିଥିବା ନେଇ ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି। ଗତ ୩ ଦିନରେ ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେମାନଙ୍କୁ କରୋନା ଟେଷ୍ଟ କରାଇବାକୁ ସେ ପରାମର୍ଶ ଦେଇଛନ୍ତି।
ଶିମିଳିପାଳ ଅଭୟାରଣ୍ୟରେ ପର୍ଯ୍ୟଟକଙ୍କ ବୁଲିବା ପାଇଁ ବନ ଭିଭାଗ ପକ୍ଷରୁ ଆଜିଠୁ ୬ଟି ବସ୍ ଚଳାଚଳ ଆରମ୍ଭ କରାଯାଉଛି ।
ରାଜ୍ୟରେ ଆଜିଠୁ ଲାଗୁ ହେବ ନୂଆ କରୋନା କଟକଣା... ସବୁ ସହରାଂଚଳରେ ରାତି ୯ରୁ ସକାଳ ୫ଟା ଯାଏଁ ନାଇଟ୍ କର୍ଫ୍ୟୁ ... ହୋଟେଲ ଓ ବାରରେ ୫୦ ପ୍ରତିଶତଙ୍କୁ ଅନୁମତି... ବାହାଘରେ ଶହେ ଏବଂ ଶୁଦ୍ଧିକ୍ରିୟାରେ ସାମିଲ ହୋଇପାରିବେ ୫୦ ଜଣ... ସରକାରୀ ଅଫିସରେ କାମ କରିବେ ୫୦ ପ୍ରତିଶତ କର୍ମଚାରୀ...
ଜାଡ଼ରେ ଥରୁଛି ସାରା ଓଡ଼ିଶା । ଶୀତର ପ୍ରକୋପରେ ଭୁବନେଶ୍ୱର ସହର ରାତିରେ ଶୂନଶାନ ହୋଇଯାଉଛି । ତଥାପି ଜୀବନ ଜୀବିକା ପାଇଁ ବାହାରିବାକୁ ପଡୁଛି ।
ଟ୍ୟାପ୍ ଅଛି, ହେଲେ ବାହାରୁନି ପାଣି । ଦୀର୍ଘ ଦିନ ହେଲା ଅଚଳ ପଡ଼ିଛି ପୁରୀ ବଡ଼ଦାଣ୍ଡର ଟ୍ୟାପ୍ । ବିଶୁଦ୍ଧ ପାଣି ଯୋଗାଇବା ଉଦ୍ଦେଶ୍ୟରେ ଗତ ଜୁଲାଇ ୨୬ ତାରିଖରେ ଦେଶର ପ୍ରଥମ ସହର ଭାବେ ପୁରୀରେ ଆରମ୍ଭ ହୋଇଥିଲା ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ଯୋଜନା । ହେଲେ ତାହା ଏବେ ଅଚଳ ଅବସ୍ଥାରେ ପଡିରହିଛି ।
ମୁଖ୍ୟମନ୍ତ୍ରୀ ଏ ପ୍ରକଳ୍ପର ଲୋକାର୍ପଣ କରିଥିଲେ.. ପୁରୀକୁ ଆସୁଥିବା ପର୍ଯ୍ୟଟକ କୁଆଡ଼େ ବାହାରୁ ପାଣି ନ କିଣି ସିଧା ଟ୍ୟାପ୍ ଖୋଲି ପାଣି ପିଇବେ.. ଯାହାଦ୍ୱାରା ପ୍ଲାଷ୍ଟିକ୍ ଆବର୍ଜନାରୁ ସହରକୁ ମୁକ୍ତ କରାଯାଇପାରିବ.. ହେଲେ ପ୍ରକଳ୍ପ ଆରମ୍ଭରୁ କଣ ଅବସ୍ଥା ଦେଖନ୍ତୁ..
ରାଜ୍ୟରେ ଗତ ୨୪ ଘଣ୍ଟାରେ ୧,୮୯୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୧,୧୦୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍ କେସ୍ ୭୯୧ ରହିଛି। ସେହିପରି ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।ଖୋର୍ଦ୍ଧା ଜିଲ୍ଲାର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୪୬୭କୁ ବୃଦ୍ଧି ପାଇଛି।
ପୌର ନିର୍ବାଚନ ପାଇଁ ଆଉ ଥରେ ଓ୍ୱାର୍ଡ ସୀମା ନିର୍ଦ୍ଧାରଣ ଏବଂ ସଂରକ୍ଷଣ ବ୍ୟବସ୍ଥା କରିବାକୁ ଯାଉଛନ୍ତି ରାଜ୍ୟ ସରକାର । ଏ ନେଇ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କର୍ପୋରେସନର କମିଶନରକୁ ଚିଠି କରିଛନ୍ତି ନଗର ଉନ୍ନୟନ ବିଭାଗ । କୋର୍ଟଙ୍କ ଅର୍ଡର ପରେ ରାଜ୍ୟ ସରକାର ପୌର ଆଇନ ଓ ମହାନଗର ଆଇନରେ ଅର୍ଡିନାନ୍ସ ଆଣି ସଂଶୋଧନ କରିଛନ୍ତି ।
ପୁଅକୁ ମାରି କୂଅକୁ ଫିଙ୍ଗି ଦେଲା ମା’। ୨ ମାସର ପୁଅକୁ ମା’ ହତ୍ୟା କରିଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ କାନପୁର ଗାଁରେ ଏହି ଚାଞ୍ଚଲ୍ୟକର ଘଟଣା ଘଟିଛି। ଘରୋଇ କଳିରୁ ଏଭଳି ଘଟଣା ଘଟିଥିବା ଜଣାପଡ଼ିଛି।
ଓମିକ୍ରନ ସଂକ୍ରମଣ ବୃଦ୍ଧି ନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ କାଲି ଚିହ୍ନଟ ୨୩ ଓମିକ୍ରନ ଆକ୍ରାନ୍ତଙ୍କ ମଧ୍ୟରୁ ୧୯ ଜଣଙ୍କ ଲକ୍ଷଣ ନାହିଁ। ଓମିକ୍ରନ ଅଧିକ ସଂକ୍ରମଣ କରିବ, କିନ୍ତୁ ସିଭିଅରିଟି ନାହିଁ। ଲୋକାଲ୍ରେ ଓମିକ୍ରନ ଅଛି ଓ ଏହା ଚିହ୍ନଟ ହେଉଛି। ତେଣୁ ସଂକ୍ରମଣ ହେବ। ରାଜ୍ୟରେ ୪୨୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୭୦୦କୁ ବୃଦ୍ଧି ହୋଇଛି। ମହାରାଷ୍ଟ୍ରରେ ସର୍ବାଧିକ ୫୧୦, ଦିଲ୍ଲୀରେ ୩୫୧ ଚିହ୍ନଟ ହୋଇଛନ୍ତି।