• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Independence Day

CJI
’ଆଇନରେ ସ୍ପଷ୍ଟତାର ଅଭାବ’ : ସଂସଦରେ ଆବଶ୍ୟକ ତର୍କ ବିନା ‍‍ବିଲ୍ ପାସ ହେବା ନେଇ ଉଦବେଗ ପ୍ରକାଶ କଲେ ମୁଖ୍ୟ ବିଚାରପତି

ସୁପ୍ରିମକୋର୍ଟରେ ସ୍ୱାଧୀନତା ଦିବସ ପାଳନ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଏନ.ଭି ରମଣା ସଂସଦୀୟ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ପ୍ରଧାନ ବିଚାରପତି ତାଙ୍କ ଅଭିଭାଷଣରେ କେବଳ ଗୃହରେ ଚାଲିଥିବା ହଙ୍ଗାମା ସମ୍ପର୍କରେ କାରଣରୁ ଆଲୋଚନା କରିନାହାଁନ୍ତି, ବରଂ ବିଲ୍ ପାସ୍ ପ୍ରକ୍ରିୟା ଚାଲିଥିବା ସଂସଦୀୟ ବିତର୍କ ଉପରେ ମଧ୍ୟ ପ୍ରଶ୍ନ କରିଛନ୍ତି

man died
ପତାକା ଉତ୍ତୋଳନ ପାଇଁ ଖୁଣ୍ଟ ପୋତିବା ବେଳେ ଅଘଟଣ, ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହୋମଗାର୍ଡ ମୃତ

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ସିକୋ ଫାଣ୍ଡିରେ ପତାକା ଉତ୍ତୋଳନ ପାଇଁ ଖୁଣ୍ଟ ପୋତିବା ବେଳେ ଏହି ଅଘଟଣ ଘଟିଛି। ଖୁଣ୍ଟ ପୋତିବା ବେଳେ ତାହା ଇଲେଭେନ୍ କେଭି ବିଦ୍ୟୁତ ତାରରେ ଲାଗି ଯାଇଥିଲା। 

Independence Day
’ନୂଆ ରୂପରେ ଲାଗୁ ହେବାକୁ ଯାଉଛି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ : ପତାକା ଉତ୍ତୋଳନ କରି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ଉତ୍ସବରେ ପତାକା ଉତ୍ତୋଳନ ହୋଇଛି । ତେବେ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

PM Modi
’ଏହା ହିଁ ସମୟ, ସଠିକ୍ ସମୟ ଅଟେ’ : ସ୍ୱାଧୀନତା ଦିବସରେ ଲାଲକିଲ୍ଲାରୁ ନୂତନ ମନ୍ତ୍ର ଦେଲେ ପ୍ରଧାନମନ୍ତ୍ରୀ

ସ୍ୱାଧୀନତା ଦିବସର ଅବସରରେ କରୋନା ସଙ୍କଟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଚ୍ୟାଲେଞ୍ଜ ବିଷୟରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଆଜି ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ଏକ ବଡ଼ ଘୋଷଣା କରିଛନ୍ତି । ଦେଶର ସମସ୍ତ ସୈନିକ ସ୍କୁଲ ବର୍ତ୍ତମାନ ଝିଅ ମାନଙ୍କ ପାଇଁ ଖୋଲାଯିବ ବୋଲି କହିଛନ୍ତି । 'ଏହି ସମୟ, ଏହା ଉପଯୁକ୍ତ ସମୟ' ର ଏକ ନୂତନ ମନ୍ତ୍ର ମଧ୍ୟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି

Independence Day
ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ : ଲାଲକିଲ୍ଲାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ

ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଉତ୍ତୋଳନ କରି ଦେଶବାସୀକୁ ସମ୍ବୋଧିତ କରିଛନ୍ତି । ଆଜି ଭାରତ ୭୫ ତମ ସ୍ୱାଧୀନତା ଦିବସ ପାଳନ କରୁଛି ଏବଂ ଏହା ସହିତ ଦେଶରେ ସ୍ୱାଧୀନତାର ଅମୃତ ମହୋତ୍ସବଙ୍କ ଉତ୍ସବ ଆରମ୍ଭ ହୋଇଛି । ୭୫ତମ ସ୍ୱାଧୀନତା ଦିବସ ଅବସରରେ ଐତିହାସିକ ଲାଲକିଲ୍ଲାରୁ ଦେଶବାସୀଙ୍କୁ ସମ୍ବୋଧନ କରୁଛନ୍ତି ପ୍ରଧାନମନ୍ତ୍ରୀ । ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି, ୭୫ ତମ ସ୍ୱାଧୀନତା ଦିବସରେ ସମସ୍ତ ଦେଶବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା

Independence Day 2021
ସ୍ୱାଧୀନତାର ୭୫ ତମ ଉତ୍ସବ ପାଳନ କରୁଛି ସାରା ଦେଶ; ଗାଁଠୁ ସହର ନଗରଠୁ ମହାନଗର ସବୁଠି ଉତ୍ସାହର ମାହୋଲ

ଦିଲ୍ଲୀରୁ ପଲ୍ଲୀ ସବୁଠି ଶୁଭୁଛି ଜାତୀୟ ସଂଗୀତ ଗାନ, ଫରଫର ହୋଇ ଉଡ଼ୁଛି ତ୍ରିରଙ୍ଗା । କରୋନା କହର କମିନଥିବାରୁ ସବୁଠି ନିରାଡ଼ମ୍ବର ଉତ୍ସବ ପାଇଁ ଆୟୋଜନ ହୋଇଛି । ଆଜି ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ କଡା ସୁରକ୍ଷା ମଧ୍ୟରେ ରହିଛି ଲାଲକିଲ୍ଲା ।

Ramnath Kovind
ସ୍ୱାଧୀନତା ଦିବସରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, କହିଲେ ଏହା ହର୍ଷ ଓ ଉଲ୍ଲାସର ଦିନ

ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଦେଶବାସୀଙ୍କୁ ଦେଲେ ସମ୍ବୋଧନ । ପ୍ରଥମେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି କୋବିନ୍ଦ ।

India-Pakistan Army
ସ୍ୱାଧିନତା ଦିବସରେ ପାକିସ୍ତାନ ଯବାନଙ୍କୁ ମିଠା ବାଣ୍ଟିଲେ ଭାରତୀୟ ଯବାନ

ଭାରତ ଓ ପାକିସ୍ତାନ ମଧ୍ୟରେ ସମ୍ପର୍କ ଯେତେ ତିକ୍ତ ଥିଲେ ମଧ୍ୟ ଉତ୍ସବ ବେଳେ ମିଠା ଦିଆ-ନିଆ ହୋଇଥାଏ । ତେବେ ଠିକ ସେହିଭଳି ଆଜି ପାକିସ୍ତାନର ସ୍ୱାଧିନତା ଦିବସ ଉପଲକ୍ଷେ ଉଭୟ ଦେଶ ମଧ୍ୟ ମିଠା ଦିଆ-ନିଆ ହୋଇଛି ।

red fort
୯ ଆଣ୍ଟି ଡ୍ରୋନ୍, ୩୦୦ ସିସିଟିଭି, ୫୦୦୦ ଯବାନ୍ : ଅଗଷ୍ଟ ୧୫ ପାଇଁ କଡ଼ା ସୁରକ୍ଷା ବଳୟ ଭିତରେ ଲାଲକିଲ୍ଲା

ଦିଲ୍ଲୀରେ ୭୫ ତମ ସ୍ୱାଧୀନତା ଦିବସ ପାଳନ ପାଇଁ ସୁରକ୍ଷା ବ୍ୟବସ୍ଥା କଡାକଡି । କିଛି ଘଣ୍ଟାର ଅପେକ୍ଷା, ଆଉ ତା’ପରେ ପୂରା ଭାରତ ପାଳିବ ସ୍ୱାଧୀନତା ଦିବସ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବେ । ତେବେ ସ୍ୱାଧୀନତା ଦିବସ ଅବସରରେ ଯେପରି କୌଣସି ସମସ୍ୟା ସୃଷ୍ଟି ନହୁଏ, ସେଥିପାଇଁ ସମଗ୍ର ଦିଲ୍ଲୀରେ ତିଆରି ହୋଇଛି ସେନା ଛାଉଣୀ । ଲାଲକିଲ୍ଲାଚାରିପାଖରେ ସ୍ୱତନ୍ତ୍ର ପ୍ରସ୍ତୁତି କରାଯାଇଛି ।

independence-day
ଏହି ଦୁଇ ସ୍ଥାନରେ ଅଗଷ୍ଟ ୧୫ ନୁହେଁ ବରଂ ୧୮ରେ ପାଳନ ହୁଏ ସ୍ୱାଧୀନତା ଦିବସ

କିନ୍ତୁ ଏହି ଦୁଇଟି ଅଂଚଳ ଭାରତର ହୋଇଥିବାରୁ ଜୋର ଜବରଦସ୍ତ ପାକିସ୍ତାନରେ ମିଶାଇବାର ଚେଷ୍ଟା ବିଫଳ ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ଏହି ଦୁଇଟି ସ୍ଥାନରୁ ଭାରତ ସହ ମିଶାଇ ଦେବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଥିଲେ। ତେଣୁ ଚାପଗ୍ରସ୍ତ ହୋଇ ଇଂରେଜମାନେ ଅଗଷ୍ଟ ୧୮ ତାରିଖରେ ସେହି ଦୁଇଟି ସ୍ଥାନକୁ ଭାରତ ସହ ମିଶାଇ ଦେଇଥିଲେ। ତେଣୁ ସେଠାକାର ଲୋକମାନେ ଅଗଷ୍ଟ ୧୫ ନୁହେଁ ବରଂ ଅଗଷ୍ଟ ୧୮ କୁ ସ୍ୱାଧୀନତା ଦିବସ ରୂପେ ପାଳନ କରନ୍ତି।

Independence Day
ସାଧାରଣତନ୍ତ୍ର ଦିବସକୁ ନେଇ MHAର ଆଡଭାଇଜରୀ : ବଡ଼ ସଭା ଆୟୋଜନ ନକରିବାକୁ ରାଜ୍ୟ ଗୁଡ଼ିକୁ ପରାମର୍ଶ

ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ଗୃହ ମନ୍ତ୍ରଣାଳୟର ଆଡଭାଇଜରୀ ଜାରି । କରୋନା ସଙ୍କଟ କାଳରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ସହିତ ମାସ୍କର ବ୍ୟବହାର ଏବଂ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପାଇଁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି ।ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ଗୃହ ମନ୍ତ୍ରଣାଳୟର ଆଡଭାଇଜରୀ ଜାରି । କରୋନା ସଙ୍କଟ କାଳରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ସହିତ ମାସ୍କର ବ୍ୟବହାର ଏବଂ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପାଇଁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି ।

red-fort
ସ୍ୱାଧୀନତା ଦିବସ ପର୍ଯ୍ୟନ୍ତ ଲାଲକିଲ୍ଲା ବନ୍ଦ

ମଙ୍ଗଳବାର ସନ୍ଧ୍ୟାରେ ଲାଲକିଲ୍ଲା ବନ୍ଦ ହେବା ସମ୍ପର୍କରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ପକ୍ଷରୁ ସୂଚନା ଦିଆଯାଇଛି । ଏକ ନିର୍ଦ୍ଦେଶ ପତ୍ର ଜାରି କରି ଦିଲ୍ଲୀ ସର୍କଲର ସମସ୍ତ ଅଧିକାରୀ, ଉତ୍ତର ଜିଲ୍ଲା ପୋଲିସ୍ ଏବଂ ଲାଲକିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ପରିଚାଳନା କରୁଥିବା ସିଏସ୍ଏଫ୍ କମାଣ୍ଡାଣ୍ଟଙ୍କୁ ସୂଚନା ଦେଇଛନ୍ତି ଏଏସଆଇ ଏନକେ ପାଠକ୍ ।