• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ

  • ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ଉତ୍ସବରେ ପତାକା ଉତ୍ତୋଳନ

  • ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ

  • ହକିରେ ଓଡ଼ିଶାର ଅବଦାନ ନେଇ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହରେ ପତାକା ଉତ୍ତୋଳନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରଦର୍ଶନୀ ପଡ଼ିଆରେ ରାଜ୍ୟସ୍ତରୀୟ ଉତ୍ସବରେ ପତାକା ଉତ୍ତୋଳନ ହୋଇଛି । ତେବେ ସ୍ୱାଧୀନତା ଦିବସ ଅବସରରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଥମେ ମହାପୁରୁଷଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଦେଶର ଅଖଣ୍ଡତା ପାଇଁ ସହିଦ ହୋଇଥିବା ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସେହିପରି କରୋନା ଲଢ଼େଇରେ ସହିଦ ଯୋଦ୍ଧାଙ୍କୁ ମଧ୍ୟ ସମ୍ମାନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ନୂଆ ରୂପରେ ଲାଗୁ ହେବାକୁ ଯାଉଛି । ଯୋଜନାରେ ୯୬ ଲକ୍ଷ ପରିବାର ସ୍ମାର୍ଟ ହେଲ୍ଥ କାର୍ଡ ପାଇବେ । ଜାତୀୟ/ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା ହିତାଧିକାରୀ କାର୍ଡ ପାଇବେ । ଏପରି ସୁବିଧା ଯୋଗାଇବାରେ ଓଡ଼ିଶା ସାରା ଦେଶରେ ପ୍ରଥମ ରାଜ୍ୟ । ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ୩.୫ କୋଟି ଲୋକ ସ୍ୱାସ୍ଥ୍ୟ ସେବାର ହକଦାର ହେବେ । ରାଜ୍ୟରେ କେହି ଅର୍ଥାଭାବ ପାଇଁ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେବେ ନାହିଁ । ସମସ୍ତଙ୍କୁ ଉଚିତ ଚିକିତ୍ସା ବ୍ୟବସ୍ଥା ଯୋଗାଇ ଦିଆଯିବ । ସାରା ଓଡ଼ିଶା ମୋ ପରିବାର ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିରେ ପରିବାର ପାଇଁ ବାର୍ଷିକ ୫ ଲକ୍ଷ ଓ ମହିଳାମାନଙ୍କ ପାଇଁ ୧୦ ଲକ୍ଷ ଟଙ୍କା ଯାଏଁ ଆର୍ଥିକ ସୁବିଧା ମିଳିବ ।

ହକିରେ ଓଡ଼ିଶାର ଅବଦାନ ସମ୍ପର୍କରେ କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ୨୦୧୮ରେ ହକି ଦଳର ପ୍ରାୟୋଜକ ହୋଇଥିଲା ଓଡ଼ିଶା । ଆଉ ଏହାର ସୁଫଳ ମିଳିଛି, ଅଲିମ୍ପିକରେ ଭାରତୀୟ ଦଳ ପଦକ ଜିତିଛି । ସାରା ଦେଶରେ ଓଡ଼ିଶାର ଗୌରବ ବଢ଼ିଛି । ସେହିପରି କୋଭିଡ ମୁକାବିଲାରେ ଅନ୍ୟମାନଙ୍କୁ ବାଟ ଦେଖାଇଛି ଓଡ଼ିଶା । ଅନ୍ୟ ରାଜ୍ୟମାନଙ୍କୁ ଅକ୍ସିଜେନ ଯୋଗାଇ ହଜାର ହଜାର ଜୀବନ ବଞ୍ଚାଇବାରେ ସାହାଯ୍ୟ କରିଛି ରାଜ୍ୟ ।