/odishatv-khabar/media/post_attachments/uploadimage/library/16_9/16_9_0/IMAGE_1746854484.jpg)
Pakistan Earthquake
ପାକିସ୍ତାନକୁ ଲାଗିଛି ଭୂକମ୍ପର ଝଟକା । ଶନିବାର ରାତ୍ର ୧.୪୪ ସମୟରେ ପାକିସ୍ତାନରେ ଭୂକମ୍ପ ଅନୁଭୂତ ହୋଇଥିବାର ସୂଚନା ମିଳିଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ୪.୦ ତୀବ୍ରତାର ଭୂମିକମ୍ପରେ ବିଶେଷ କିଛି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଭୂକମ୍ପର ଗଭୀରତା ୧୦ କିଲୋମିଟର ପର୍ଯ୍ୟନ୍ତ ଥିଲା ।
ଅଧିକ ପଢ଼ନ୍ତୁ: ଏଥର ଉତ୍ତେଜନା ସବୁଠୁ ଭୟଙ୍କର, କେବଳ ଭଗବାନଙ୍କୁ ଡାକୁଛୁ
ସୂଚନାନୁଯାୟୀ, ଗତ ମେ ୫ ତାରିଖରେ ୪.୨ ତୀବ୍ରତାର ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା ପାକିସ୍ତାନ ଓ ଆଫଗାନିସ୍ତାନରେ । ପାକିସ୍ତାନ ଭାରତୀୟ ଓ ୟୁରେସିଆନ ଟେକ୍ଟୋନିକ ପ୍ଲେଟର ସଂଯୋଗରେ ଅବସ୍ଥିତ । ଯେଉଁଥି ପାଇଁ ଏଠାରେ ମାତ୍ରାଧିକ ଭୂମିକମ୍ପ ଅନୁଭୂତ ହୁଏ । ସେହିଭଳି ବାଲୋଚିସ୍ତାନ, ଖାଇବର ପଖତୁନଖାୱା ଏବଂ ଗିଲଗିଟ ବାଲିଟିସ୍ଥାନ ୟୁରେସିଆନ ପ୍ଲେଟର ଦକ୍ଷିଣ ସୀମାରେ ଅବସ୍ଥିତ ଥିବା ବେଳେ ପଞ୍ଜାବ ଓ ପାକ୍ ଅଧିକୃତ କାଶ୍ମୀର ଭାରତୀୟ ପ୍ଲେଟରେ ଅବସ୍ଥିତ । ଯାହାଫଳରେ ପାକିସ୍ତାନରେ ବାରମ୍ବାର ଭୂମିକମ୍ପ ଅନୁଭୂତ ହେଉଛି । ଭାରତ- ପାକିସ୍ତାନ ସଂଘର୍ଷ ମଧ୍ୟରେ ପାକିସ୍ତାନରେ ଭୂକମ୍ପର ଝଟକା ଅନୁଭୂତ ହେବାରୁ ଭୟଭୀତ ଅବସ୍ଥାରେ ଅଛନ୍ତି ସ୍ଥାନୀୟ ଲୋକେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)