/odishatv-khabar/media/post_attachments/uploadimage/library/16_9/16_9_0/leave_1746848928.jpg)
leave
ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କଲେ ରାଜ୍ୟ ସରକାର । ଭାରତ ଓ ପାକିସ୍ତାନ ଟେନସନ ମଧ୍ୟରେ ରାଜ୍ୟରେ ଆରଡିସି, ଡିଏମ ଓ କଲେକ୍ଟରଙ୍କ ଛୁଟି ବାତିଲ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ଛୁଟିରେ ଥିଲେ ତୁରନ୍ତ ମୁଖ୍ୟାଳୟକୁ ଫେରି ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଅଧିକ ପଢ଼ନ୍ତୁ: ଶତଦଳ ପଦ୍ମର ସନ୍ଧାନ ଓ ଭୀମଙ୍କ ଗର୍ବ ଭଙ୍ଗ କଥା
ସୂଚନା ଯୋଗ୍ୟ, ପୂର୍ବରୁ ଭାରତ ସରକାର ଅର୍ଦ୍ଧସାମରିକ ବାହିନୀର ଛୁଟି ବାତିଲ ଘୋଷଣା କରିଥିଲେ । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ସିଏପିଏଫ ମୁଖ୍ୟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଭାରତ ପାକିସ୍ତାନ ଉତେଜନା ମଧ୍ୟରେ ଅର୍ଦ୍ଧସାମରିକ ବାହିନୀର ଛୁଟି ବାତିଲ କରିବା ସହ ଛୁଟିରେ ଥିଲେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ।
ସେହିପରି ଦିଲ୍ଲୀରେ ମଧ୍ୟ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସୀମାନ୍ତ ରାଜ୍ୟ ଯେପରିକି ଜମ୍ମୁ-କାଶ୍ମୀର, ରାଜସ୍ଥାନ ଓ ପଞ୍ଜାବରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସମ୍ବେଦନଶୀଳ ଅଂଚଳରେ ସେନା ମୁତୟନ କରାଯାଇଛି । ଭାରତୀୟ ସେନା ନିଜର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ୧୪ଟି ଟେରିଟୋରିୟାଲ ଆର୍ମି ଓ ଇନଫାନଣ୍ଟ୍ରି ବାଟାଲିୟନକୁ ସକ୍ରିୟ କରିଛି ।
ଅଧିକ ପଢ଼ନ୍ତୁ: ଜ୍ଞାନ ପ୍ରାପ୍ତିର ସରଳ ରାସ୍ତା ଖୋଜୁଥିବା ଋଷିପୁତ୍ରର କାହାଣୀ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)