କିନ୍ତୁ ଏହି ଦୁଇଟି ଅଂଚଳ ଭାରତର ହୋଇଥିବାରୁ ଜୋର ଜବରଦସ୍ତ ପାକିସ୍ତାନରେ ମିଶାଇବାର ଚେଷ୍ଟା ବିଫଳ ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ, ଏହି ଦୁଇଟି ସ୍ଥାନରୁ ଭାରତ ସହ ମିଶାଇ ଦେବାକୁ ସ୍ଥାନୀୟ ଅଂଚଳବାସୀ ଦାବି କରିଥିଲେ। ତେଣୁ ଚାପଗ୍ରସ୍ତ ହୋଇ ଇଂରେଜମାନେ ଅଗଷ୍ଟ ୧୮ ତାରିଖରେ ସେହି ଦୁଇଟି ସ୍ଥାନକୁ ଭାରତ ସହ ମିଶାଇ ଦେଇଥିଲେ। ତେଣୁ ସେଠାକାର ଲୋକମାନେ ଅଗଷ୍ଟ ୧୫ ନୁହେଁ ବରଂ ଅଗଷ୍ଟ ୧୮ କୁ ସ୍ୱାଧୀନତା ଦିବସ ରୂପେ ପାଳନ କରନ୍ତି।
ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ଗୃହ ମନ୍ତ୍ରଣାଳୟର ଆଡଭାଇଜରୀ ଜାରି । କରୋନା ସଙ୍କଟ କାଳରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ସହିତ ମାସ୍କର ବ୍ୟବହାର ଏବଂ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପାଇଁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି ।ସ୍ୱାଧୀନତା ଦିବସକୁ ଦୃଷ୍ଟିରେ ଗୃହ ମନ୍ତ୍ରଣାଳୟର ଆଡଭାଇଜରୀ ଜାରି । କରୋନା ସଙ୍କଟ କାଳରେ ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମରେ ସାମାଜିକ ଦୂରତା ସହିତ ମାସ୍କର ବ୍ୟବହାର ଏବଂ ପରିମଳ ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେବା ପାଇଁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଦିଆଯାଇଛି ।
ମଙ୍ଗଳବାର ସନ୍ଧ୍ୟାରେ ଲାଲକିଲ୍ଲା ବନ୍ଦ ହେବା ସମ୍ପର୍କରେ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ (ଏଏସଆଇ) ପକ୍ଷରୁ ସୂଚନା ଦିଆଯାଇଛି । ଏକ ନିର୍ଦ୍ଦେଶ ପତ୍ର ଜାରି କରି ଦିଲ୍ଲୀ ସର୍କଲର ସମସ୍ତ ଅଧିକାରୀ, ଉତ୍ତର ଜିଲ୍ଲା ପୋଲିସ୍ ଏବଂ ଲାଲକିଲ୍ଲାରେ ସୁରକ୍ଷା ବ୍ୟବସ୍ଥା ପରିଚାଳନା କରୁଥିବା ସିଏସ୍ଏଫ୍ କମାଣ୍ଡାଣ୍ଟଙ୍କୁ ସୂଚନା ଦେଇଛନ୍ତି ଏଏସଆଇ ଏନକେ ପାଠକ୍ ।