• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

ଭାରତ ଓ ପାକିସ୍ତାନ ଟେନସନ ମଧ୍ୟରେ ରାଜ୍ୟରେ ସମସ୍ତ ଆଇପିଏସ ଅଫିସରଙ୍କ ଛୁଟି ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଜିଲ୍ଲାପାଳଙ୍କ ପରେ ଆଇପିଏସଙ୍କ ଛୁଟି ବାତିଲ୍ ହୋଇଛି । ଓଡିଶା ପୋଲିସ ଡିଜିଙ୍କୁ ଗୃହ ବିଭାଗ ପକ୍ଷରୁ ଚିଠି କରାଯାଇଛି । ଟ୍ରେନିଂରେ ଥିଲେ ବି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଯିଏ ଛୁଟିରେ ଯାଇଛନ୍ତି, ତୁରନ୍ତ ମୁଖ୍ୟାଳୟକୁ ଫେରି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ମୁଖ୍ୟାଳୟ ନ ଛାଡିବା ପାଇଁ ଆଇପିଏସ ଅଫିସରଙ୍କୁ ନିର୍ଦ୍ଦେଶ ଦେବା ସହ ଓ କୌଣସି ଆଇପିଏସ ଅଫିସରଙ୍କୁ ଛୁଟି ନ ଦେବାକୁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର ।

ଅଧିକ ପଢ଼ନ୍ତୁ: ସୀମାରେ ଅବାଧ ଅନୁପ୍ରବେଶ ରୋକିବାକୁ ନୂଆ ପନ୍ଥା, ଆଣ୍ଟି ଡ୍ରୋନ୍‌ ସିଷ୍ଟମ ଆପଣାଇଲେ ପଞ୍ଜାବ ସରକାର

ସୂଚନାଯୋଗ୍ୟ, ପୂର୍ବରୁ ରାଜ୍ୟରେ ଆଇଏଏସ ଅଫିସରଙ୍କ ଛୁଟି ବାତିଲ କରିଥିଲେ ରାଜ୍ୟ ସରକାର । ଭାରତ ଓ ପାକିସ୍ତାନ ମଧ୍ୟରେ ସାମ୍ପ୍ରତିକ ପରିସ୍ଥିତିକୁ ଲକ୍ଷ୍ୟ ରଖି ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କରିଥିଲେ ରାଜ୍ୟ ସରକାର । ଛୁଟିରେ ଥିଲେ ତୁରନ୍ତ ମୁଖ୍ୟାଳୟକୁ ଫେରି କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ଆରଡିସି, ଡିଏମ ଓ କଲେକ୍ଟରଙ୍କ ଛୁଟି ରଦ୍ଦ କରିଥିଲେ ରାଜ୍ୟ ସରକାର ।

ଅଧିକ ପଢ଼ନ୍ତୁ: ଉତ୍ତରାଖଣ୍ଡରେ ହାଇଆଲର୍ଟ ; ଡାକ୍ତର,ସବୁ କର୍ମଚାରୀଙ୍କ ଛୁଟି ବାତିଲ
ନିକଟରେ ଭାରତ ସରକାର ଅର୍ଦ୍ଧସାମରିକ ବାହିନୀର ଛୁଟି ବାତିଲ ଘୋଷଣା କରିଥିଲେ । ଭାରତ ପାକିସ୍ତାନ ଉତେଜନା ମଧ୍ୟରେ ଅର୍ଦ୍ଧସାମରିକ ବାହିନୀର ଛୁଟି ବାତିଲ କରିବା ସହ ଛୁଟିରେ ଥିଲେ ତୁରନ୍ତ କାର୍ଯ୍ୟରେ ଯୋଗ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଦିଲ୍ଲୀରେ ମଧ୍ୟ ସବୁ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ସୀମାନ୍ତ ରାଜ୍ୟ ଯେପରିକି ଜମ୍ମୁ-କାଶ୍ମୀର, ରାଜସ୍ଥାନ ଓ ପଞ୍ଜାବରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି । ସମ୍ବେଦନଶୀଳ ଅଂଚଳରେ ସେନା ମୁତୟନ କରାଯାଇଛି । ଭାରତୀୟ ସେନା ନିଜର ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ପାଇଁ ୧୪ଟି ଟେରିଟୋରିୟାଲ ଆର୍ମି ଓ ଇନଫାନଣ୍ଟ୍ରି ବାଟାଲିୟନକୁ ସକ୍ରିୟ କରିଛି।