ମହାତ୍ମା ଗାନ୍ଧୀଙ୍କ ଡାକରାରେ ୦୮ ଅଗଷ୍ଟ ୧୯୪୨ରେ "ଭାରତ ଛାଡ ଆନ୍ଦୋଳନ" ଆରମ୍ଭ ହୋଇଥିଲା। ଏହା ତୁରନ୍ତ ସାରା ଦେଶରେ ବ୍ୟାପିଗଲା। ପ୍ରତ୍ୟେକ ଗାଁରୁ ପ୍ରତ୍ୟେକ ସହରକୁ ବଡ ବଡ ରାଲି ବାହାରିବା ଆରମ୍ଭ କଲା। ଏହି ଆନ୍ଦୋଳନର ଆରମ୍ଭରୁ ୮୦ ବର୍ଷ ପୂରଣ ହୋଇଛି। ସେତେବେଳେ ଏହା ବ୍ରିଟିଶ ଶାସନକୁ ଥରାଇ ଦେଇଥିଲା।
ତତ୍କାଳୀନ ବ୍ରିଟିଶ ସରକାର ଉପରେ ଏହାର ବହୁତ ପ୍ରଭାବ ପଡିଥିଲା। ସେ ଗାନ୍ଧିଜୀଙ୍କ ସମେତ ସମସ୍ତ ବଡ ବଡ ନେତାଙ୍କୁ କାରାଗାରରେ ବନ୍ଦୀ କରିଦେଲେ, କିନ୍ତୁ ଏହା ପରେ ମଧ୍ୟ ସମଗ୍ର ବ୍ରିଟିଶ ସରକାରଙ୍କୁ ଏହି ଆନ୍ଦୋଳନକୁ ରୋକିବା ନେଇ ଏକ ବର୍ଷରୁ ଅଧିକ ସମୟ ଲାଗିଯାଇଥିଲା।
ଭାରତର ସ୍ୱାଧୀନତା କ୍ଷେତ୍ରରେ ଏହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଆନ୍ଦୋଳନ ଥିଲା। ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଜଡିତ ଇଂଲଣ୍ଡ ଭାରତରେ ଏଭଳି ଆନ୍ଦୋଳନ ଆଶା କରି ନଥିଲା। ସରକାରୀ ଆକଳନ ଅନୁଯାୟୀ ଏଥିରେ ୯୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୬୦ ହଜାରରୁ ଅଧିକ ଲୋକ ଗିରଫ ହୋଇଥିଲେ।
ଏହି ଆନ୍ଦୋଳନ ସମୟର ଅନେକ ରୋଚକ କଥା ରହିଛି। ତେବେ ଆସନ୍ତୁ ସେଥିରୁ ୧୦ ବିଷୟରେ ଜାଣିନେବା।
- ମହାତ୍ମା ଗାନ୍ଧୀ ମୁମ୍ବାଇର ଗୋୱାଲିଆ ଟ୍ୟାଙ୍କ୍ ପଡିଆ ବା ଅଗଷ୍ଟ କ୍ରାନ୍ତି ପଡିଆରେ ନିଜର ଐତିହାସିକ ଭାଷଣ ଦେଇଥିଲେ। ତାଙ୍କ ସହ ତତ୍କାଳୀନ କଂଗ୍ରେସର ବହୁ ବଡ ବଡ ନେତା ଉପସ୍ଥିତ ଥିଲେ।
- ମୁମ୍ବାଇରେ ଅନୁଷ୍ଠିତ ରାଲିରେ ନିଜେ ମହାତ୍ମା ଗାନ୍ଧୀ ତାଙ୍କ ଅଭିଭାଷଣରେ 'କର ବା ମର' ସ୍ଲୋଗାନ୍ ଦେଇଥିଲେ।
- ଏହି ରାଲି ପରେ ବ୍ରିଟିଶ ସରକାର ମହାତ୍ମା ଗାନ୍ଧୀ, ଅବଦୁଲ କଲାମ ଆଜାଦ, ଜବାହରଲାଲ ନେହରୁ ଏବଂ ସର୍ଦ୍ଦାର ବଲଭଭାଇ ପଟେଲଙ୍କ ପରି ବହୁ ବଡ ବଡ ନେତାଙ୍କୁ ଗିରଫ କରିଥିଲା।
- ଏହି ଆନ୍ଦୋଳନ ପରେ ବ୍ରିଟିଶ ସରକାର କଂଗ୍ରେସ ଉପରେ ଦମନ ଲୀଳା ସୃଷ୍ଟି କରିଥିଲେ। ବିନା ବିଚାରରେ ନେତାମାନଙ୍କୁ ଗିରଫ କରାଯାଇଥିଲା ଏବଂ ସାରା ଦେଶରେ କଂଗ୍ରେସ କାର୍ଯ୍ୟାଳୟ ଉପରେ ଚଢଉ କରାଯାଇଥିଲା। ସେମାନଙ୍କ ପାଣ୍ଠିଜୁ ସିଜ୍ କରିଦିଆଯାଉଥିଲା।
- ଏହି ଆନ୍ଦୋଳନର ପ୍ରଥମ ଭାଗ ଅତ୍ୟନ୍ତ ଶାନ୍ତିପୂର୍ଣ୍ଣ ଥିଲା। ଲୋକମାନେ ପ୍ରଦର୍ଶନ କରି ଶାନ୍ତିପୂର୍ଣ୍ଣ ଭାବରେ ବିରୋଧ କରୁଥିଲେ। ମହାତ୍ମା ଗାନ୍ଧୀଙ୍କ ମୁକ୍ତି ପର୍ଯ୍ୟନ୍ତ ଏଭଳି ପ୍ରଦର୍ଶନ ଚାଲିଥିଲା।
- ଆନ୍ଦୋଳନର ଦ୍ୱିତୀୟ ଭାଗ ହଠାତ ହିଂସ୍ର ହୋଇଗଲା। ବ୍ରିଟିଶ ସରକାରଙ୍କ ଆକ୍ରମଣ ଯୋଗୁଁ ବିକ୍ଷୋଭକାରୀମାନେ ହିଂସାତ୍ମକ ରୂପ ନେଇଥିଲେ। ସେମାନେ ଡାକଘର, ସରକାରୀ କୋଠା ଏବଂ ରେଳ ଷ୍ଟେସନକୁ ଟାର୍ଗେଟ୍ କରିବା ଆରମ୍ଭ କରିଥିଲେ।
- ଏହି ଆନ୍ଦୋଳନ ସମୟରେ ମୁସଲିମ୍ ଭାଇସ୍ରାୟ କାଉନ୍ସିଲ୍, କମ୍ୟୁନିଷ୍ଟ ପାର୍ଟି ଏବଂ ଆମେରିକୀୟ ସମର୍ଥକମାନେ ବ୍ରିଟିଶ ସରକାରଙ୍କୁ ସମର୍ଥନ କରିଥିଲେ।
- ସମସ୍ତ ବିଶିଷ୍ଟ ନେତାଙ୍କୁ ଗିରଫ କରିବା ପରେ ଅରୁଣା ଆସଫ ଅଲିଙ୍କ ଦ୍ୱାରା ଏଆଇସିସି (ଅଲ୍ ଇଣ୍ଡିଆ କଂଗ୍ରେସ କମିଟି) ର ଅଧିବେଶନ ଅନୁଷ୍ଠିତ ହୋଇଥିଲା। ପୋଲିସ ଏବଂ ସରକାରଙ୍କ ତରଫରୁ ଅନେକ ଚେତାବନୀ ସତ୍ତ୍ୱେ ବହୁ ସଂଖ୍ୟାରେ ବିକ୍ଷୋଭକାରୀ ମୁମ୍ବାଇର ଗୋୱାଲିଆ ଟ୍ୟାଙ୍କ୍ ପଡିଆରେ ଏକାଠି ହୋଇଥିଲେ।
- ଏହି ବିଶାଳ ଜନତାଙ୍କ ସମ୍ମୁଖରେ ଅରୁଣା ଆସଫ ଅଲି ପ୍ରଥମ ଥର ପାଇଁ ଭାରତର ପତାକା ଉତ୍ତୋଳନ କରିଥିଲେ। ଯାହା ଆନ୍ଦୋଳନ ପାଇଁ ଏକ ପ୍ରତୀକ ବୋଲି ପ୍ରମାଣିତ ହୋଇଥିଲା।
- ଏହି ଆନ୍ଦୋଳନର ଶେଷ ପର୍ଯ୍ୟାୟରେ ଅର୍ଥାତ୍ ସେପ୍ଟେମ୍ବର ୧୯୪୨ରେ ବିକ୍ଷୋଭକାରୀମାନେ ମଧ୍ୟପ୍ରଦେଶ ଏବଂ ମୁମ୍ବାଇରେ ସରକାରୀ ସ୍ଥାନଗୁଡିକ ଉପରେ ବୋମା ମାଡ଼ କରିଥିଲେ।