• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: General Election 2024

Slipper Garland
ସ୍ଲିପର ଚପଲକୁ ମାଳ କରି ବେକରେ ପକାଇଛନ୍ତି ସ୍ୱାଧିନ ପ୍ରାର୍ଥୀ

ଉତ୍ତରପ୍ରଦେଶର ଆଲିଗଡ଼ ଲୋକସଭା ଆସନରୁ ସ୍ୱାଧିନ ଭାବେ ପ୍ରାର୍ଥୀ ହୋଇଥିବା ପଣ୍ଡିତ କେଶବ ଦେବ ପ୍ରଚାରକୁ ଗଲା ବେଳେ ବେକରେ ଚପଲ ମାଳ ପିନ୍ଧି ଯାଉଛନ୍ତି । କାରଣ ତାଙ୍କର ଚିହ୍ନ ‘ସ୍ପିପର ଚପଲ’ ।

Dilip Ray
‘ଦିଲୀପ ରାୟଙ୍କୁ କେନ୍ଦ୍ରୀୟ ନେତୃତ୍ୱ ବାଛିଛନ୍ତି, ଏଥର ସେ ଲଢ଼ିବେ’

ରାଉରକେଲାରୁ ଯଦି ନିର୍ବାଚନ ଲଢ଼ନ୍ତି ଦିଲୀପ ତାହେଲେ ଏଥର ସେଠି ହେବ କଡ଼ା ମୁକାବିଲା। ବିଜେଡି ରାଉରକେଲାରୁ ଦିଲୀପଙ୍କ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ସାରଦା ନାୟକଙ୍କୁ ଟିକେଟ୍ ଦେଇଛି।

Odisha Politics
ଟିକଟ ଅଙ୍କ ଛିଡୁନି କି ଆଭାସ ବି ମିଳୁନି

ଏବେବି ଜାରି ରହିଛି ଟିକେଟ ଦ୍ୱନ୍ଦ୍ୱ। ରାଜଧାନୀରେ ଡେରା ପକାଇଛନ୍ତି ମାଳ ମାଳ ଆଶାୟୀ। ବିଜେଡି, ବିଜେପି ଆଉ କଂଗ୍ରେସ। ତିନି ପ୍ରମୁଖ ଦଳର ବିଧାୟକ ଓ ଆଶାୟୀ ଏବେ ଭୁବନେଶ୍ୱର ହେଡକ୍ୱାର୍ଟରରେ।

VK Pandian
କ୍ୟାଣ୍ଡିଡେଟ୍ ନୁହେଁ, ନବୀନଙ୍କୁ ଦେଖି ଭୋଟ୍ ଦେବାକୁ ପାଣ୍ଡିଆନଙ୍କ ଅପିଲ୍

BJD ଲୋକସଭା ପ୍ରାର୍ଥୀଙ୍କ ଏକାକୀ ଜିତିବାର ନାହିଁ କି ଦମ୍ ?

Odisha Politics
ଟିକେଟ୍ ପାଇଁ ରାଜଧାନୀରେ ସବୁ ଦଳର ଗଣ୍ଡା ଗଣ୍ଡା ଆଶାୟୀ

ଘଡ଼ିକେ ଘୋଡ଼ା ଛୁଟୁ ଥିବାରୁ ଡରରେ କେହି ଛାଡୁନାହାଁନ୍ତି ହେଡକ୍ୱାର୍ଟର ।

DS Kuttey
IIC-SPଙ୍କୁ ଫୋନ୍‌ କରି ବିଜେଡି କାମ କରାଉଛନ୍ତି IPS ଡି.ଏସ୍. କୁଟ୍ଟେ

‘ରାଜ୍ୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ହେଉଛି କହିଲା ବିଜେପି । କୁଟ୍ଟେଙ୍କ ସବୁ ମୋବାଇଲ ସିଜ୍ କରି କଲ୍ ଡିଟେଲ୍ ଯାଞ୍ଚ ହେଉ’

Ravi Narayan Pani
ବିଜେପି ଛାଡ଼ିଲେ ପୂର୍ବତନ ସାଂସଦ ତଥା ପୂର୍ବତନ ବିଧାୟକ ରବି ନାରାୟଣ ପାଣି

୧୯୮୯ରୁ ୧୯୯୧ ଯାଏ ସେ ଦେବଗଡ଼ରୁ ଜନତା ଦଳ ସାଂସଦ ଥିଲେ। ୨୦୦୯ରେ ବିଜେଡି ଟିକଟରେ ପାଲଲହଡ଼ାରୁ ବିଧାୟକ ହୋଇଥିଲେ। ଏପରିକି ଦଳର ମୁଖ୍ୟ ସଚେତକ ହୋଇଥିଲେ। ୨୦୧୯ରେ ବିଜେଡି ବିଧାୟକ ଟିକଟ ନ ମିଳିବାରୁ ବିଜେପିରେ ସାମିଲ ହୋଇଥିଲେ ରବି ପାଣି।

Congress Politics
ନିର୍ବାଚନ ଇସ୍ତାହାରରେ ୫ ନ୍ୟାୟ ଏବଂ ୨୫ ଗ୍ୟାରେଣ୍ଟି ଦେଲା କଂଗ୍ରେସ

କିଷାନ ନ୍ୟାୟରେ MSP ବା ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନଗତ ମାନ୍ୟତା ଦେବା ଏବଂ ଋଣଛାଡ଼ ପାଇଁ ଆୟୋଗ ଗଠନ କରିବା ସହ କୃଷିକୁ GST ମୁକ୍ତ କରିବା ନେଇ ପ୍ରତିଶ୍ରୁତି ଦେଇଛି।

Tamilnadu Independent Candidate
ସ୍ୱାଧୀନ ପ୍ରାର୍ଥୀଙ୍କ ନିଆରା ପ୍ରଚାର, ପ୍ରଥମେ ଦାଢ଼ି କାଟିଲେ ତା’ପରେ ଭୋଟ୍ ମାଗିଲେ

ତାମିଲନାଡୁ ରାମେଶ୍ବରମ୍ ଅଞ୍ଚଳର ଘଟଣା । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ୍ ।

Ganjam Politics
ସରଗରମ ଗଞ୍ଜାମ ରାଜନୀତି, ମଇଦାନରେ ୩ ପ୍ରମୁଖ ଦଳର ପ୍ରାର୍ଥୀ

ଜଣେ ପରେ ଜଣେ ଟାଣୁଆ ନେତା ବିଜେଡି ବିରୋଧରେ ସ୍ୱର ଶାଣିତ କରି ଦଳ ଛାଡୁଛନ୍ତି । ଆଉ ଏହି ତାଲିକାରେ ଏବେ ଯୋଡ଼ି ହୋଇଛନ୍ତି ବରିଷ୍ଠ ନେତା ରାମଚନ୍ଦ୍ର ପଣ୍ଡା । ଦଳରେ ଗଣତନ୍ତ୍ର ନଥିବା କହି ବର୍ଷିଲେ । ଗୋଟିଏ ପୃଷ୍ଠାରେ ନିଜର ଅସନ୍ତୋଷ ଝାଡ଼ି ଦଳ ଛାଡ଼ିଛନ୍ତି ।

Odisha Politics, BJD
ତୀବ୍ର ହେଲାଣି ବିଦ୍ରୋହ, ବରିଷ୍ଠ ନେତା ଛାଡ଼ୁଛନ୍ତି ଦଳ

ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା ପରେ ଅଣାୟତ୍ତ ସ୍ଥିତି । ୨୪ ଘଣ୍ଟା ଭିତରେ ଦଳ ଛାଡ଼ିଲେଣି ୫ ବରିଷ୍ଠ ନେତା

Odisha Politics BJD
ଚିନ୍ତା ବଢ଼ାଇଲାଣି ରାଜଧାନୀ, ବୁନୁଙ୍କୁ ଜୋରଦାର ବିରୋଧ !

ଝୁଲି ରହିଛି ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀ ଭାଗ୍ୟ । ସ୍ୱାଧୀନ ଭାବେ ଲଢ଼ିବାକୁ ବିରଞ୍ଚିଙ୍କ ଘୋଷଣା ପରେ ଅକଳରେ ଦଳ ।

Congress
୨୪ ମହାଲଢ଼େଇ ପୂର୍ବରୁ ଟେନସନରେ କଂଗ୍ରେସ

ଏପଟେ ହାତ ଦଳରେ ଅତଡ଼ା ଧସିବା ସ୍ଥିତି। ପ୍ରତିଦିନ ଦଳକୁ ବାଏ ବାଏ କରି ଚାଲିଛନ୍ତି ଜଣଙ୍କ ପରେ ଜଣେ ହେଭିୱେଟ୍। 24 ମହାଲଢ଼େଇ ସଜବାଜ ଭିତରେ ଡଜନେରୁ ଅଧିକ ନେତା ହାତ ଛାଡ଼ି ଅନ୍ୟ ଦଳକୁ ଡେଇଁଲେଣି। ଆଉ ଏପଟେ ବିଳମ୍ବରେ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରଠୁ ତ ଅସମ୍ଭାଳ ସ୍ଥିତି। କେଉଁଠି ବିଦ୍ରୋହ ତ କେଉଁଠି ଅସନ୍ତୁଷ୍ଟଙ୍କ ମେଳି ଦଳର ଟେନସନ୍ ବଢ଼େଇ ଦେଇଛି।

Odisha Politics, Pradeep
ପାରାଦୀପ ବିଜେଡିରେ ତୀବ୍ର ହେଲା ବିଦ୍ରୋହ, ତେଜିଲା ସମ୍ବିତ ହଟାଓ ନାରା

ବିଧାୟକ ବିରୋଧୀ ପ୍ରଚାର ପାଇଁ ଚେତାବନୀ । କୁଜଙ୍ଗରେ ମେଳି ବାନ୍ଧିଲେ ବିଜେଡି କର୍ମୀ ।

Ramesh Sai
ବିଜେଡିରୁ ଇସ୍ତଫା ତାଲିକାରେ ନୂଆ ନାଁ, ଆଠମଲ୍ଲିକ ବିଧାୟକ ଛାଡ଼ିଲେ ଦଳ

ଟିକେଟ୍ ନମିଳିବା ପରେ ଦଳ ଛାଡ଼ିଛନ୍ତି ଅନେକ ଦୃଢ଼ ସଂଗଠକ। ଦଳ ସେମାନଙ୍କୁ ଅଣଦେଖା କରିଥିବା ନେଇ ଖୋଲା ଖୋଲି ବୟାନ ବାଜି କରିବା ସହ ସିଧାସଳଖ ନେତୃତ୍ୱଙ୍କ ଉପରେ ଝାଡ଼ିଛନ୍ତି ଅସନ୍ତୋଷ।

Jhilik Bhatacharya
କୋରେଇରୁ ନିର୍ବାଚନ ଲଢିବାକୁ ମନ ବଳାଇଲେ ଝିଲିକ୍

ଆକାଶ ଦାସ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେପି । ରୋଚକ ହେଉଛି କୋରେଇ ଲଢେଇ ।

Gourav Vallabh
‘କଂଗ୍ରେସରେ ରହିଲେ ସନାତନ ଧର୍ମକୁ ଗାଳିଦେବାକୁ ପଡ଼ିବ, ମୁଁ ତାହା କରିପାରିବିନି’

ଏହି ଅବସରରେ ସେ କହିଛନ୍ତି କଂଗ୍ରେସରେ ରହିଲେ, ସବୁବେଳେ ସନାତନ ବିରୋଧରେ ମନ୍ତବ୍ୟ ଦେବାକୁ ହେବ । ଯାହାକି ମୋର ଇଚ୍ଛା ବିରୁଦ୍ଧ । କଂଗ୍ରେସରେ ରହିଲେ ପ୍ରତିଦିନ ସକାଳୁ ଉଠି ଦେଶର ବିକାଶରେ ଲାଗିଥିବା ବ୍ୟକ୍ତିଙ୍କୁ ଗାଳି କରିବାକୁ ପଡ଼େ ।

BJD Ticket
ବିଜେଡି ଖେଳିଲା ବାପା-ପୁଅ ଟ୍ରିକ୍‌, ପ୍ରତାପଙ୍କ ବଦଳରେ ମାହାଙ୍ଗାରୁ ଲଢ଼ିବେ ଅଙ୍କିତ

ଦୁଇ ଜଣ ହେଉଛନ୍ତି ଭଦ୍ରକ ବିଜେଡି ନେତା ଅସିତ ପଟ୍ଟନାୟକ ଏବଂ ଜଗତସିଂହପୁର ବିଜେଡି ନେତା ଅମରେନ୍ଦ୍ର ଦାସ।

Odisha Politics, BJD
ପ୍ରାର୍ଥୀ ତାଲିକା ବାହାରୁ ବାହାରୁ ବିଜେଡି ଛାଡ଼ିଲେ ଅସନ୍ତୁଷ୍ଟ ନେତା !

ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ୨୦୧୪ ଓ ୨୦୧୯ରେ ଟିକେଟ ଆଶାୟୀ ଥିଲେ । ହେଲେ ଗତଥର ଭଦ୍ରକରୁ ସଞ୍ଜୀବ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି।

Odisha Politics
ରାଜଧାନୀରେ ଛିଡ଼ୁନି ବିଜେଡିର ଟିକଟ ଅଙ୍କ, ଅନନ୍ତଙ୍କୁ ଅମରେଶଙ୍କ ଜୋରଦାର ବିରୋଧ

ଅନନ୍ତ କିନ୍ତୁ ଟିକେଟ ଲବି ନେଇ ପୁରା ଚୁପ୍। ଧନ୍ୟବାଦ୍ ଜଣାଇବାକୁ ଆସିଥିବା କହି ପ୍ରସଙ୍ଗକୁ ଏଡାଇ ଯାଇଛନ୍ତି।

BJD candidate List
ବିଜେଡିର ୨ୟ ପର୍ଯ୍ୟାୟ ତାଲିକା ଘୋଷଣା, ଜାଣନ୍ତୁ କିଏ କେଉଁଠୁ ହେଲେ ପ୍ରାର୍ଥୀ...

୨ୟ ପର୍ଯ୍ୟାୟରେ ୨୭ ବିଧାନସଭା ଓ ୫ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି ।

Congress
କଂଗ୍ରେସରେ ଡିଲ୍ ଚାଲିଛି; ଟିକେଟ ନ ମିଳିବା ପରେ ଶିଶିର ଗମାଙ୍ଗଙ୍କ ଅଭିଯୋଗ

କଂଗ୍ରେସରେ ଚାଲିଛି ଡିଲ୍ । ଏମିତି ଅଭିଯୋଗ ଆଣିଛନ୍ତି କଂଗ୍ରେସ ନେତା ଶିଶିର ଗମାଙ୍ଗ । ଶିଶିର ଗମାଙ୍ଗ କଂଗ୍ରେସର ନବରଙ୍ଗପୁର ଲୋକସଭା ଆସନ ପାଇଁ ଆଶାୟୀ ଥିଲେ । ଗତକାଲି ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ପରେ ଆଶ୍ଚର୍ଯ୍ୟଚକିତ ଗମାଙ୍ଗ ପରିବାର ।

BJD
ନିର୍ବାଚନ ପୂର୍ବରୁ ପଟ୍ଟ ପରିବର୍ତ୍ତନ: ବିଜେଡିରେ ମିଶିଲେ ଭୃଗୁ ବକ୍ସିପାତ୍ର ଓ ପ୍ରକାଶ ବେହେରା

ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ଭୃଗୁ ବକ୍ସିପାତ୍ର ଓ ପ୍ରକାଶ ବେହେରା।ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେବା ପରେ ଶଙ୍ଖ ଶିବିରରେ ସାମିଲ ହୋଇଛନ୍ତି। ଶଙ୍ଖ ଭବନ ଆସି ଆନୁଷ୍ଠାନିକ ଭାବେ ସାମିଲ ହୋଇଛନ୍ତି ଭୃଗୁ ।

Odisha Politics, Congress
୪୭ ବିଧାନସଭା ସିଟରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ରିପିଟ୍ ହୋଇଥିବା ୫ ବିଧାୟକ ହେଲେ କଣ୍ଟାବାଞ୍ଜିରୁ ସନ୍ତୋଷ ସିଂ ସାଲୁଜା, ଜୟପୁରରୁ ତାରାପ୍ରସାଦ ବାହିନୀପତି, ସାନଖେମୁଣ୍ଡିରୁ ରମେଶ ଚନ୍ଦ୍ର ଜେନା, ରାଜଗାଙ୍ଗପୁରରୁ ରାଜନ୍ ଏକ୍କା ଏବଂ ମୋହନାରୁ ଦାଶରଥୀ ଗମାଙ୍ଗ।

Odisha Politics, BJP
ପ୍ରଥମ ପର୍ଯ୍ୟାୟରେ ୧୧୨ ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ଦଳ

ରାଜ୍ୟ ସଭାପତି ମନମୋହନ ସାମଲ ପୁଣି ଲଢ଼ିବେ ଚାନ୍ଦବାଲିରୁ। ପୂର୍ବତନ ସଭାପତି କେ.ଭି ସିଂଦେଓଙ୍କୁ ପାଟଣାଗଡ଼ରୁ ଟିକେଟ ଦେଇଛି ଦଳ।