Advertisment

Two Killed In Road Accident: ରାସ୍ତାରେ ଚାଲିଗଲା ୨ ଯୁବକଙ୍କ ଜୀବନ

ନବରଙ୍ଗପୁର ଥାନା ଡାଲଗୁଡା ଗାଁର ରଘୁ ବୈରାଗୀ, ଧନିଆ ମାଝୀ ଓ ସଦା ଭତରା କୋଷାଗୁମୁଡା ବ୍ଲକ୍‌ କୁସୁମପାଲି ଗ୍ରାମରେ ହେଉଥିବା ନିଜର ସମ୍ପର୍କୀୟଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବାଇକ୍‌ରେ ଯାଉଥିଲେ।

author-image
Manoranjan Sial
ଅଦ୍ୟତନ ହୋଇଛି
Accident

Accident

ନିର୍ବନ୍ଧକୁ ଯାଉଥିଲେ। ହେଲେ ରାସ୍ତାରେ ବିଛା ଯାଇଥିବା ମୃତ୍ୟୁର ଫାଶରେ ପଡ଼ିଗଲେ! ଚାଲିଗଲା ୨ ଯୁବକଙ୍କ ଜୀବନ। ଆଉ ୩ ଜଣ ଗୁରୁତର ଆହତ ହୋଇ ମେଡିକାଲ୍‌ ବେଡ୍‌ରେ ଜୀବନ ସହିତ ସଂଘର୍ଷ କରୁଛନ୍ତି। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ନବରଙ୍ଗପୁର ଜିଲ୍ଲାରେ ଘଟିଛି। ନବରଙ୍ଗପୁର ଏସ୍‌ପି ଆହତଙ୍କୁ ଉଦ୍ଧାର କରି ନିଜ ଗାଡ଼ିରେ ମେଡିକାଲ୍‌ରେ ଭର୍ତ୍ତି କରିଛନ୍ତି। ଏସ୍‌ପିଙ୍କର ଏପରି କାର୍ଯ୍ୟକୁ ପ୍ରଶଂସା କରୁଛନ୍ତି ସ୍ଥାନୀୟ ଲୋକ।

Advertisment

ନବରଙ୍ଗପୁର ଥାନା ଡାଲଗୁଡା ଗାଁର ରଘୁ ବୈରାଗୀ, ଧନିଆ ମାଝୀ ଓ ସଦା ଭତରା କୋଷାଗୁମୁଡା ବ୍ଲକ୍‌ କୁସୁମପାଲି ଗ୍ରାମରେ ହେଉଥିବା ନିଜର ସମ୍ପର୍କୀୟଙ୍କ ନିର୍ବନ୍ଧ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ବାଇକ୍‌ରେ ଯାଉଥିଲେ। ସେଥିପାଇଁ ୩ ଜଣ ବେଶ ଖୁସି ଥିଲେ। ହେଲେ ଦୁର୍ଭାଗ୍ୟକୁ ସେମାନଙ୍କ ବାଇକ୍‌ କୋଡିଙ୍ଗା ଥାନା ଭାଟିଗାଁ ନିକଟରେ ସମ୍ମୁଖରୁ ଆସୁଥିବା ଅନ୍ୟ ଏକ ବାଇକ୍‌ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଯାହାଫଳରେ ଘଟଣା ସ୍ଥଳରେ ରଘୁ ବୈରାଗୀ ଓ ଧନିଆ ମାଝୀଙ୍କ ମୃତ୍ୟୁ ଘଟିଥିଲା। ତେବେ ଚିର୍ମା ଗାଁର କୁମାର ତାରା, ଜଗତ ରାଜ ଖରା ଓ ପଡାଲଗୁଡା ଗ୍ରାମର ସଦା ଭତରା ରକ୍ତ ଜୁଡୁବୁଡ଼ୁ ହୋଇ ରାସ୍ତା ପାର୍ଶ୍ୱରେ ପଡ଼ିଥିଲେ। ଆଉ ବଞ୍ଚାଇବା ପାଇଁ ଚିତ୍କାର କରୁଥିଲେ।

ଅଧିକ ପଢ଼ନ୍ତୁ: ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲେ ବ୍ୟବସାୟୀ, ଗୁଳିକରି ଚମ୍ପଟ ମାରିଲେ ଦୁର୍ବୃତ୍ତ

Advertisment

ଠିକ୍‌ ସେତିକି ବେଳେ ସେହି ରାସ୍ତା ଦେଇ ଆସୁଥିଲେ ନବରଙ୍ଗପୁର ଏସ୍‌ପି ମିହିର କୁମାର ପଣ୍ଡା। ଆଉ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ନିଜ ଗାଡ଼ିରେ ସଙ୍ଗେ ସଙ୍ଗେ ଉଦ୍ଧାର କରି ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଏବେ ସେଠାରେ ସେମାନଙ୍କ ଚିକିତ୍ସା ଚାଲିଛି। ତଥାପି ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ଏସ୍‌ପିଙ୍କ ଏପରି କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଉଛି।

ଅଧିକ ପଢ଼ନ୍ତୁ: ସୁନା-ରୂପା ଦରରେ ହେଲା ପରିବର୍ତ୍ତନ; ଜାଣନ୍ତୁ ଆଜି କେତେ ଅଛି ମୂଲ୍ୟ....

ଜାତୀୟ ରାଜପଥ ପ୍ରାଧିକରଣ ବିଭାଗର ତଥ୍ୟ ଅନୁସାରେ ୨୦୨୧ ମସିହାରେ ରାସ୍ତା ଦୁର୍ଘଟଣାରେ ୧୫୩,୯୭୨ ଜଣଙ୍କ ମୃତ୍ୟୁ ଘଟିଛି। ଏହାଛଡ଼ା ହଜାର ହଜାର ଲୋକ ଗୁରୁତର ଆହତ ହୋଇଛନ୍ତି। ବାରମ୍ୱାର ସଚେତନତା ସତ୍ତ୍ୱେ ଲୋକମାନେ ସୁଧୁରୁ ନାହାନ୍ତି। ନିଜର ବେପରୁଆ ମନୋଭାବ ଯୋଗୁ ନିଜେ ଦୁର୍ଘଟଣାରେ ପଡ଼ିବା ସହିତ ଅନ୍ୟକୁ ମୃତ୍ୟୁ ମୁଖରେ ପକାଉଛନ୍ତି।

Nabarangpur Road Accident
Advertisment
Advertisment