Advertisment

Officers Defy Transfer: ବିଚିତ୍ର ସ୍ଥିତି: ଗାଦି ଛାଡୁନାହାନ୍ତି ସରକାରୀ ବାବୁ

ତେବେ ଏଠି ପ୍ରଶ୍ନ ଉଠିଛି କାହିଁକି ବଦଳି ଅର୍ଡରକୁ ମାନୁନାହାନ୍ତି ଅଧିକାରୀ ? ଉପରିଷ୍ଠ ଅଧିକାରୀ ରିଲିଭ କରୁନାହାନ୍ତି ନା ନିଜେ ଗାଦି ଛାଡ଼ି ଯିବାକୁ ଅମଙ୍ଗ ହେଉଛନ୍ତି ? କେଉଁ ସାହସରେ ମାସ ମାସ ଧରି ନିର୍ଭୟରେ ସରକାରୀ ନିର୍ଦ୍ଦେଶକୁ ଟାଳି ଚାଲିଛନ୍ତି? ରହୁନି କି କାର୍ଯ୍ୟାନୁଷ୍ଠାନର ଭୟ?

author-image
Manoranjan Sial
Officers

Officers

ନୂଆ ସରକାରରେ ପ୍ରାଶାସନିକ କଳରେ ବିଚିତ୍ର ସ୍ଥିତି। ଜୁଲାଇ-ଅଗଷ୍ଟରୁ ବଦଳି ହୋଇଥିଲେ ମଧ୍ୟ ଗାଦି ଛାଡ଼ିବାକୁ ନାରାଜ ସରକାରୀ ବାବୁ। ଜଣେ କି ଦୁଇ ଜଣ ନୁହେଁ, ଡଜନ ଡଜନ ବାବୁ ମାନୁ ନାହାନ୍ତି ବଦଳି ନିର୍ଦ୍ଦେଶ। ଏମିତିକି ବିଜେପି ସରକାର ଆସିବାର ୭ ମାସରେ ଏଯାଏଁ ୩୭ଟି ବଦଳି ନିର୍ଦ୍ଦେଶନାମା କାର୍ଯ୍ୟକାରୀ ହୋଇନି। ଯେଉଁଥିପାଇଁ ସଂପୃକ୍ତ ବାବୁମାନଙ୍କୁ ତୁରନ୍ତ ରିଲିଭ ହୋଇ ନୂଆ ପୋଷ୍ଟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯିବା ସହ ନମାନିଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ ଜୁଲାଇ ୯ ତାରିଖରେ ଜାରି ହୋଇଥିଲା ବଦଳି ନିର୍ଦ୍ଦେଶ। ଯେଉଁଥିରେ ଦୁଇ ଜଣ ଓଏଏସ୍ ଅଧିକାରୀଙ୍କୁ ହୋଇଥିବା ବଦଳି ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ଆଜିଯାଏଁ କାର୍ଯ୍ୟକାରୀ ହୋଇନି। ଠିକ୍‌ ସେମିତି ଅଗଷ୍ଟ ୫ ତାରିଖରେ ହୋଇଥିବା ଆଉ ଏକ ଅର୍ଡର। ଯେଉଁଥିରେ ୨୫ ଜଣ ଓଏଏସଙ୍କୁ ବଦଳି ହୋଇଥିଲା। ତାହା ମଧ୍ୟ କାର୍ଯ୍ୟକାରୀ ହୋଇନି। ଏମିତି ୩୭ଟି ବଦଳି ନିର୍ଦ୍ଦେଶନାମାକୁ ମାନୁନାହାନ୍ତି ସରକାରୀ ବାବୁ। ଯେଉଁଥିପାଇଁ ସବୁ ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖି ଅବଗତ କରିଛନ୍ତି ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ସୁରେନ୍ଦ୍ର କୁମାର। ୩୧ ଜାନୁଆରୀ ଅର୍ଥାତ ଆଜି ସୁଦ୍ଧା ତୁରନ୍ତ ଏହି ଅଫିସରଙ୍କୁ ରିଲିଭ କରି ଦୁଇ ଦିନ ଭିତରେ ନୂଆ ଦାୟିତ୍ୱରେ ଯୋଗଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନହେଲେ କାର୍ଯ୍ୟାନୁଷ୍ଠାନର ଚେତାବନୀ ଦିଆଯାଇଛି।

ଅଧିକ ପଢ଼ନ୍ତୁ: କେବେ ଦୂରହେବ ଉପାନ୍ତ ଅଞ୍ଚଳର ଜଳ କଷ୍ଟ; କୋରାପୁଟ ଏବଂ ମାଲକାନଗିରିରେ ଅଧାରେ ଅଟକିଛି ପାନୀୟ ଜଳ ପ୍ରକଳ୍ପ ନିର୍ମାଣ

Advertisment

ତେବେ ଏଠି ପ୍ରଶ୍ନ ଉଠିଛି କାହିଁକି ବଦଳି ଅର୍ଡରକୁ ମାନୁନାହାନ୍ତି ଅଧିକାରୀ ? ଉପରିଷ୍ଠ ଅଧିକାରୀ ରିଲିଭ କରୁନାହାନ୍ତି ନା ନିଜେ ଗାଦି ଛାଡ଼ି ଯିବାକୁ ଅମଙ୍ଗ ହେଉଛନ୍ତି ? କେଉଁ ସାହସରେ ମାସ ମାସ ଧରି ନିର୍ଭୟରେ ସରକାରୀ ନିର୍ଦ୍ଦେଶକୁ ଟାଳି ଚାଲିଛନ୍ତି? ରହୁନି କି କାର୍ଯ୍ୟାନୁଷ୍ଠାନର ଭୟ? ପ୍ରଶାସନରେ ଏମିତି ବିଚିତ୍ର ସ୍ଥିତି ପାଇଁ ଦାୟୀ କିଏ? ବିଜେପି ବିଧାୟକ ବିଭୁତି ପ୍ରଧାନ କହିଛନ୍ତି, ପୂର୍ବ ସରକାରର ଗାଦିମଡ଼ା ଅଭ୍ୟାସ ଓ ଅଧିକାରୀମାନଙ୍କର ଏବେ ଯାଏଁ ଯାଇନାହିଁ। କିନ୍ତୁ ନୂଆ ସରକାର ଏହାକୁ ପ୍ରଶ୍ରୟ ଦେବେ ନାହିଁ।

ଏବେ ଦେଖିବାର କଥା ଏହି ସବୁ ଗାଦିମଡ଼ା ସରକାରୀ ବାବୁଙ୍କ ବିରୋଧରେ କ'ଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ମୋହନ ସରକାର? ନା ଖାଲି ଚେତାବନୀ ଦେଇ ଛାଡ଼ି ଦେଉଛନ୍ତି?

ଅଧିକ ପଢ଼ନ୍ତୁ: ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ପାଦେ ଆଗେଇବ ଭାରତ, ମହାକାଶରେ ଯୋଗକରିବେ ଭାରତୀୟ ମହାକାଶଚାରୀ

OAS Officers In Odisha
Advertisment
Advertisment