Advertisment

ପ୍ରାର୍ଥୀ ତାଲିକା ବାହାରୁ ବାହାରୁ ବିଜେଡି ଛାଡ଼ିଲେ ଅସନ୍ତୁଷ୍ଟ ନେତା !

ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ୨୦୧୪ ଓ ୨୦୧୯ରେ ଟିକେଟ ଆଶାୟୀ ଥିଲେ । ହେଲେ ଗତଥର ଭଦ୍ରକରୁ ସଞ୍ଜୀବ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Parsuram Dhada Quits BJD

Odisha Politics, BJD

ବିଜେଡିର ଟେନସନ ବଢ଼ାଇଛନ୍ତି କି ଅସନ୍ତୁଷ୍ଟ ଆଶାୟୀ ? ଟିକେଟ୍ ଘୋଷଣା ସହ ତାଳ ଦେଇ ବଢ଼ିଚାଲିଛି ଇସ୍ତଫା ପର୍ବ। ଖୁଲ୍ଲମ ଖୁଲ୍ଲା ଅସନ୍ତୋଷ ଜାହିର କରି ବିଜେଡି ଛାଡୁଛନ୍ତି ଜଣଙ୍କ ପରେ ଜଣେ ନେତା। ପର୍ଶୁରାମ ଧଡ଼ା ଏବଂ ଦେବେନ୍ଦ୍ର କହଁରଙ୍କ ଇସ୍ତଫା ପରେ ପୁଣି ୨ ଜଣ ନେତା ବିଜେଡିକୁ ବାଏ ବାଏ କରିଛନ୍ତି। ଦୁଇ ଜଣ ହେଉଛନ୍ତି ଭଦ୍ରକ ବିଜେଡି ନେତା ଅସିତ ପଟ୍ଟନାୟକ ଏବଂ ଜଗତସିଂହପୁର ବିଜେଡି ନେତା ଅମରେନ୍ଦ୍ର ଦାସ।

Advertisment

ପୂର୍ବତନ ମନ୍ତ୍ରୀ ଯୁଗଳ କିଶୋର ପଟ୍ଟନାୟକଙ୍କ ପୁଅ ଅସିତ ୨୦୧୪ ଓ ୨୦୧୯ରେ ଟିକେଟ ଆଶାୟୀ ଥିଲେ । ହେଲେ ଗତଥର ଭଦ୍ରକରୁ ସଞ୍ଜୀବ ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିଲା ବିଜେଡି। ଆଉ ଏଥର ବି ଦଳ ତାଙ୍କୁ ନିରାଶ କରି, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲଙ୍କୁ ଟିକେଟ ଦେଇଥିଲା। ଯାହାକୁ ନେଇ ଅସନ୍ତୁଷ୍ଟ ଥିଲେ ଅସିତ ଆଉ ତାଙ୍କ ସମର୍ଥକ। ଶେଷରେ ଗତକାଲି ସେ ମୁଖ୍ୟମନ୍ତ୍ରୀଙ୍କୁ ନିଜ ଇସ୍ତଫାପତ୍ର ପଠାଇ ଦଳ ଛାଡ଼ିଛନ୍ତି।

ସେହିପରି ଜଗତସିଂହପୁର ବିଜେଡି ନେତା ଅମରେନ୍ଦ୍ର ଦାସ ଦଳ ଛାଡ଼ିଛନ୍ତି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ପଠାଇବା ସହ ୨୦୨୪ ନିର୍ବାଚନ ଲଢ଼ିବାକୁ ଇସ୍ତଫା ଦେଉଛି ବୋଲି ଚିଠିରେ ଲେଖିଛନ୍ତି। ସେ ଜଗତସିଂହପୁର ସଦର ଆସନରୁ ବିଧାୟକ ପ୍ରାର୍ଥୀ ପାଇଁ ଆଶାୟୀ ଥିଲେ । ତେବେ ପ୍ରଶାନ୍ତ ମୁଦୁଲିଙ୍କୁ ଦଳ ଭରସା କରିବା ପରେ, ସେ ଇସ୍ତଫା ଦେଇଛନ୍ତି ବୋଲି କୁହାଯାଉଛି ।

Advertisment

ଅଧିକ ପଢ଼ନ୍ତୁ: ବିଜେଡି ଖେଳିଲା ବାପା-ପୁଅ ଟ୍ରିକ୍‌, ପ୍ରତାପଙ୍କ ବଦଳରେ ମାହାଙ୍ଗାରୁ ଲଢ଼ିବେ ଅଙ୍କିତ

ଏହା ପୂର୍ବରୁ ଗତକାଲି ବିଜେଡି ଛାଡ଼ିଥିଲେ ସୋର ବିଧାୟକ ପର୍ଶୁରାମ ଧଡ଼ା। ଦଳ ଟିକେଟ ନଦେବାରୁ ପର୍ଶୁରାମ ଇସ୍ତଫା ଦେଇଛନ୍ତି। ସୋରରୁ ପର୍ଶୁରାମଙ୍କ ବଦଳରେ ମାଧବ ଧଡ଼ାଙ୍କୁ ବିଜେଡି ଟିକେଟ ଦେଇଛି। ଏଥିରେ ଅସନ୍ତୋଷ ପ୍ରକାଶ କରି ପର୍ଶୁରାମ ଇସ୍ତଫା ଦେଇଛନ୍ତି। ତେବେ ସେ କେଉଁ ଦଳରେ ଯୋଗଦେବେ, ସେନେଇ ସ୍ପଷ୍ଟ କରିନାହାଁନ୍ତି। 

ସେହିପରି ପୂର୍ବତନ ଫୁଲବାଣୀ ବିଧାୟକ ଦେବେନ୍ଦ୍ର କହଁର ମଧ୍ୟ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ଇସ୍ତଫାପତ୍ର ପଠାଇବା ସହ ଅସନ୍ତୋଷ ଝାଡ଼ିଛନ୍ତି। ଇସ୍ତଫା ପତ୍ରରେ ଦର୍ଶାଇଛନ୍ତି, ଦଳରେ ଶୃଙ୍ଖଳିତ ସଦସ୍ୟ ଭାବେ କାମ କରିଆସୁଥିଲେ ବି ଜିଲ୍ଲା ବିଜୁ ମହିଳା ଦଳର ସଭାପତି ତଥା ଖଜୁରୀପଡ଼ା ବ୍ଲକ ଅଧ୍ୟକ୍ଷ ଥିବା ଭଉଣୀ ଅନିମା କହଁରଙ୍କୁ ଟିକଟ ଦିଆଗଲାନାହିଁ। ତାଙ୍କ ବଦଳରେ ଦଳ ଜୟଶ୍ରୀ କହଁରଙ୍କୁ ଟିକେଟ ଦେଇଛି।

ତେଣୁ ଦଳରେ ଆଉ ଗୁରୁତ୍ୱ ନଥିବାରୁ ଇସ୍ତଫା ଦେଇଥିବା କହିଛନ୍ତି ଦେବେନ୍ଦ୍ର କହଁର। ୨୦୦୯ରୁ ୨୦୧୪ ଯାଏଁ ଫୁଲବାଣୀ ଆସନରୁ ବିଜେଡି ବିଧାୟକ ଥିଲେ ଦେବେନ୍ଦ୍ର। ତା’ପରେ କିନ୍ତୁ ଟିକେଟ ଦେଇନଥିଲା ବିଜେଡି। ତେବେ ଏନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି। ଗତକାଲି ୫ ଲୋକସଭା ଓ ୨୭ ବିଧାନସଭା ସିଟ୍ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି।.

BJD BJP Congress Odisha Politics General Election 2024
Advertisment
Advertisment