Advertisment

ଚିନ୍ତା ବଢ଼ାଇଲାଣି ରାଜଧାନୀ, ବୁନୁଙ୍କୁ ଜୋରଦାର ବିରୋଧ !

ଝୁଲି ରହିଛି ଭୁବନେଶ୍ୱର ମଧ୍ୟ ନିର୍ବାଚନମଣ୍ଡଳୀ ଭାଗ୍ୟ । ସ୍ୱାଧୀନ ଭାବେ ଲଢ଼ିବାକୁ ବିରଞ୍ଚିଙ୍କ ଘୋଷଣା ପରେ ଅକଳରେ ଦଳ ।

author-image
Satyendu Shekher Mishra
undefined

Odisha Politics BJD

ଛିଣ୍ଡୁନି ବିଜେଡିର ରାଜଧାନୀ ଅଙ୍କ । ଝୁଲିଲା ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ନିଷ୍ପତ୍ତି । ତୀବ୍ର ହେଲା ବିଧାୟକ ଅନନ୍ତ ଜେନାଙ୍କୁ ବିରୋଧ। ବଡ଼ ପ୍ରଶ୍ନ,ଭୁବନେଶ୍ୱର ଉତ୍ତର ଓ ଏକାମ୍ର ପ୍ରାର୍ଥୀ ବିଜେଡି ଘୋଷଣା କରିଥିଲେ ବି କାହିଁକି ମଧ୍ୟରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ନାହିଁ ଦଳ ? ବିଦ୍ରୋହକୁ ପ୍ରଶମିତ କରିବାକୁ ସମୟ ଗଡାଉନି ତ ବିଜେଡି ?

Advertisment

ଅନନ୍ତଙ୍କୁ ବିରୋଧ କରି ଶେଷରେ ହାତ ମିଳାଇଛନ୍ତି ଦୁଇ ଆଶାୟୀ, ଅମରେଶ ଜେନା ଓ ରୁଦ୍ର ସାମନ୍ତରାୟ। ଏଦୁହିଁଙ୍କ ସହ କିଛି ପୂର୍ବତନ କର୍ପୋରେଟର ବି ସାମିଲ ଅଛନ୍ତି। ପ୍ରଚାର ଆରମ୍ଭ କରି ଶୀର୍ଷ ନେତୃତ୍ୱଙ୍କୁ ଚାଲେଞ୍ଜ ଦେଇଛନ୍ତି। ସେପଟେ ଆସନ ଟଳମଳ ଜାଣି, ବିଧାୟକ ଅନନ୍ତ ଜେନା ବି ଗତକାଲି ନବୀନ ନିବାସ ଯାଇ ଶକ୍ତି ପ୍ରଦର୍ଶନ କରିଛନ୍ତି। କଳେ ବଳେ କୌଶଳେ ଟିକେଟ ହାତେଇବାକୁ ସୁପ୍ରିମୋ ଙ୍କ ପାଖେ ଆରମ୍ଭ କରିଦେଇଛନ୍ତି ଲବି। କିନ୍ତୁ ଗଣ ମାଧ୍ୟମରେ ଏନେଇ କିଛି ବି ପ୍ରତିକ୍ରିୟା ଦେଇନାହାନ୍ତି। ଏଭଳି ଛକା ପଞ୍ଝା ସ୍ଥିତି ଦଳ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି।

ସେପଟେ ଭୁବନେଶ୍ୱର ଏକାମ୍ର ଟିକେଟ ପୁଣି ଅଶୋକ ପଣ୍ଡାଙ୍କୁ ମିଳିବା ପରେ ବିଦ୍ରୋହ ବଢ଼ିଛି। ଟିକେଟ ଆଶା ମଉଳିବା ପରେ କର୍ପୋରେଟର ବିରଞ୍ଚି ନାରାୟଣ ମହାସୂପକାର ସ୍ୱାଧୀନ ଭାବେ ଲଢ଼ିବାକୁ ନିଷ୍ପତି ନେଇଛନ୍ତି। ଖାଲି ସେତିକି ନୁହେଁ ଦଳକୁ ଖୋଲା ଚାଲେଞ୍ଜ ଦେଇ କହିଛନ୍ତି, ନିର୍ବାଚନ ଫଳ କଣ ହେବ ତାହା ଜୁନ 4 ରେ ଜଣା ପଡ଼ିବ। ସେପଟେ ଅଶୋକ ପଣ୍ଡାଙ୍କ ଯୁକ୍ତି ବିଦ୍ରୋହୀଙ୍କ ରଣ ହୁଙ୍କାରର କିଛି ବି ପ୍ରଭାବ ପଡିବନି।

Advertisment

ତେଣେ ଉତ୍ତର ନିର୍ବାଚନ ମଣ୍ଡଳୀରେ ଯଦିଓ ପ୍ରିୟଦର୍ଶୀ ମିଶ୍ର ବିଜେପିରେ ସାମିଲ ହୋଇଛନ୍ତି, କିନ୍ତୁ ବିଜେଡି ପାଇଁ ସେ ମୁଖ୍ୟ ପ୍ରତିବନ୍ଧକ ସାଜିବେ। ସେହିପରି ଜୟଦେବ ନିର୍ବାଚନ ମଣ୍ଡଳୀରେ ସମାନ ସ୍ଥିତି। ବିଧାୟକ ଅରବିନ୍ଦ ଢ଼ାଲି ବିଜେପିକୁ ଯିବା ପରେ ଦଳର ଅକଲ ଗୁଡୁମ୍। ଅରବିନ୍ଦ ବିଜେପିରୁ ଟିକେଟ ପାଇ ସାରିଛନ୍ତି, କିନ୍ତୁ ବିଜେଡି ଏଯାଏଁ ଘୋଷଣା କରିପାରିନି ପ୍ରାର୍ଥୀ।

୨୦୦୯, ୧୪ ଓ ୧୯ରେ ଭୁବନେଶ୍ୱର ବିଜେଡି ପାଇଁ ସୁରକ୍ଷିତ ଜୋନ୍ ଥିଲା। କିନ୍ତୁ ଏଥର ଦଳ ପାଇଁ ଏଠି ପ୍ରବଳ ଅଡ଼ୁଆ। ବିଦ୍ରୋହୀ ସ୍ୱାଧୀନ ବା ଅନ୍ୟ ଦଳରୁ ଲଢ଼ିଲେ ବିଜେଡିର ଭୋଟ କଟିବା ସୁନିଶ୍ଚିତ। ଏହାକୁ ଦଳ କିପରି ଭରଣା କରିବ ତାହା ବଡ଼ ଚାଲେଞ୍ଜ। ରାଜଧାନୀର ବିଜେଡ଼ି କନ୍ଦଳ ନିର୍ବାଚନରେ କି ପ୍ରଭାବ ପକାଉଛି ତା ଉପରେ ନଜର।

BJD BJP Congress Odisha Politics General Election 2024
Advertisment
Advertisment