Advertisment

କୋରେଇରୁ ନିର୍ବାଚନ ଲଢିବାକୁ ମନ ବଳାଇଲେ ଝିଲିକ୍

ଆକାଶ ଦାସ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେପି । ରୋଚକ ହେଉଛି କୋରେଇ ଲଢେଇ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Jhilik Bhattacharya To contest from Korei Assembly constituency

Jhilik Bhatacharya

ଯାଜପୁର କୋରେଇ ବିଧାନସଭା ଆସନରୁ ନିର୍ବାଚନ ଲଢିବାକୁ ମନ ବଳାଇଲେ ଝିଲିକ ଭଟ୍ଟାଚାର୍ଯ୍ୟ। ମନ୍ତ୍ରୀ ତଥା ବିଧାୟକ ପ୍ରିତିରଞ୍ଜନ ଘଡାଇଙ୍କ ପତ୍ନୀ ଝିଲିକ କହିଛନ୍ତି, ମୁଖ୍ୟମନ୍ତ୍ରୀ ଯଦି ସୁଯୋଗ ଦେବେ, ତେବେ ସେ କୋରେଇ ଆସନରୁ ନିର୍ବାଚନ ଲଢିବାକୁ ପ୍ରସ୍ତୁତ। ଏପରିକି ଝିଲିକଙ୍କୁ ଏଥର କୋରେଇରୁ ପ୍ରାର୍ଥୀ କରିବାକୁ ଦାବି କରିଛନ୍ତି କୋରେଇର ବିଜେଡ଼ି କର୍ମୀ।

Advertisment

ଆଜି ଶତାଧିକ ସମର୍ଥକ, ମନ୍ତ୍ରୀ ପ୍ରୀତିରଞ୍ଜନ ଘଡାଇଙ୍କ ଯାଜପୁର ରୋଡ଼ ସ୍ଥିତ ବାସଭବନରେ ପହଞ୍ଚି ଝିଲିକଙ୍କୁ ପ୍ରାର୍ଥୀ ହେବାକୁ ଅନୁରୋଧ କରିଛନ୍ତି। କୋରେଇ ବାସୀଙ୍କ ସହଯୋଗ, ସମର୍ଥନ ଓ ଦାବିକୁ ପାଥେୟ କରି ଝିଲିକ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦଳୀୟ ଟିକେଟରେ ଲଢ଼ିବାକୁ ସୁଯୋଗ ଦେବାକୁ ଅନୁରୋଧ ଜଣାଇଛନ୍ତି l

ଅଧିକ ପଢ଼ନ୍ତୁ: ‘କଂଗ୍ରେସରେ ରହିଲେ ସନାତନ ଧର୍ମକୁ ଗାଳିଦେବାକୁ ପଡ଼ିବ, ମୁଁ ତାହା କରିପାରିବିନି’

Advertisment

ସେପଟେ କୋରେଇରୁ ପୂର୍ବତନ ବିଧାୟକ ତଥା ଅଭିନେତା ଆକାଶ ଦାସ ନାୟକଙ୍କୁ ପ୍ରାର୍ଥୀ କରିଛି ବିଜେପି। ଏଭଳି ସ୍ଥିତିରେ ରୋଚକ ମୋଡରେ ପହଁଚିଛି କୋରେଇ ରାଜନୀତି। ଆକାଶଙ୍କ ବିପକ୍ଷରେ ବିଜେଡି କାହାକୁ ପ୍ରାର୍ଥୀ କରୁଛି ଏବେ ତା ଉପରେ ନଜର ରହିଛି । ତେବେ ସବୁଠାରୁ ବଡ଼ କଥା ହେଲା, ଅଚାନକ୍‌ ଭାବେ ଝିଲିକ୍ ଆଜି ମଇଦାନକୁ ଓହ୍ଲାଇ ପ୍ରଚାର ଆରମ୍ଭ କରିଛନ୍ତି । ଆଉ ବେଜିଡିରୁ ଆଶାୟୀ ପ୍ରାର୍ଥୀ ବୋଲି ନିଜକୁ କହିଛନ୍ତି । ଅଚାନକ୍‌ ଝିଲିକ୍‌ଙ୍କ ଏଭଳି ପଦକ୍ଷେପ ବିଜେଡି ଶିବିରେ କମ୍ପନ ସୃଷ୍ଟି କରିଛି ।

ସୂଚନାଯୋଗ୍ୟ, ୨୦୦୯ରୁ ୧୪ ପର୍ଯ୍ୟନ୍ତ ଝିଲିକ୍‌ଙ୍କ ସ୍ୱାମୀ ତଥା ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼େଇ କୋରେଇ ବିଧାୟକ ରହିଥିଲେ । ଏବେ ସେ ସୁକିନ୍ଦା ବିଧାୟକ ରହିଛନ୍ତି । ଅନ୍ୟପଟେ ବର୍ତ୍ତମାନର ବିଜେପି ପ୍ରାର୍ଥୀ ଆକାଶ ଦାଶ ନାୟକ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଏଠାରେ ବିଧାୟକ ଥିଲେ । ସେତେବେଳେ ସେ ବିଜୁ ଜନତା ଦଳରୁ ଲଢ଼ି ବିଜୟ ହୋଇଥିଲେ । ଏବେ ତାଙ୍କୁ ଦଳ ଅଣଦେଖା କରିବାରୁ ସେ ବିଜେଡି ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି ।

BJD BJP Congress Odisha Politics General Election 2024
Advertisment
Advertisment