/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712292931.jpg)
Ganjam Politics
ନିର୍ବାଚନ ତାରିଖ ଯେତେ ପାଖଉଛି ସେତେ ସରଗରମ ହେଉଛି ଗଂଜାମ ରାଜନୀତି। ମୁଖ୍ୟତଃ ଦୁଇ ଲୋକସଭା ଆସନ ବ୍ରହ୍ମପୁର ଓ ଆସିକା ପାଇଁ ପ୍ରାୟ ସମସ୍ତ ପ୍ରାର୍ଥୀ ଘୋଷଣା ସରିଲାଣି। ବିଜେପି, କଂଗ୍ରେସ ଏବଂ ବିଜେଡି ନିଜ ନିଜ ପ୍ରାର୍ଥୀଙ୍କୁ ମଇଦାନକୁ ଓହ୍ଲାଇଛନ୍ତି। ହେଲେ ଲୋକେ କେଉଁ ଭଳି ପ୍ରାର୍ଥୀଙ୍କୁ ବାଛିବେ ତା ଉପରେ ନଜର। ଗଞ୍ଜାମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା। ଏକଦା ବିଜେଡିର ଗଡ଼ ଥିବା ଗଞ୍ଜାମରେ ଏବେ ରାଜନୈତିକ ସ୍ଥିତି ବଦଳିବାରେ ଲାଗିଛି। ଗତ ଥର ଯେଉଁ ମାନେ ବିଜେଡିରେ ଥିଲେ ସେହି ପ୍ରାର୍ଥୀ ଏଥର ବିଜେପିରେ ଆଉ ବିଜେପିରେ ଥିବା ଅନେକ ନେତା ଏବେ ବିଜେଡିରେ। ତେଣୁ ଦଳ ଡିଆଁ ଭିତରେ କେଉଁଭଳି ପ୍ରାର୍ଥୀଙ୍କୁ ବାଛିବେ ନେତା ତା ଉପରେ ନଜର।
ଜଣେ ପରେ ଜଣେ ଟାଣୁଆ ନେତା ବିଜେଡି ବିରୋଧରେ ସ୍ୱର ଶାଣିତ କରି ଦଳ ଛାଡୁଛନ୍ତି । ଆଉ ଏହି ତାଲିକାରେ ଏବେ ଯୋଡ଼ି ହୋଇଛନ୍ତି ବରିଷ୍ଠ ନେତା ରାମଚନ୍ଦ୍ର ପଣ୍ଡା । ଦଳରେ ଗଣତନ୍ତ୍ର ନଥିବା କହି ବର୍ଷିଲେ । ଗୋଟିଏ ପୃଷ୍ଠାରେ ନିଜର ଅସନ୍ତୋଷ ଝାଡ଼ି ଦଳ ଛାଡ଼ିଛନ୍ତି ।
ଅଧିକ ପଢ଼ନ୍ତୁ: ତୀବ୍ର ହେଲାଣି ବିଦ୍ରୋହ, ବରିଷ୍ଠ ନେତା ଛାଡ଼ୁଛନ୍ତି ଦଳ
‘ଦଳ ତାର ନୀତି ଆଦର୍ଶ ଭୁଲି ଯିବା ସହ ଦୀର୍ଘ ଦିନ ଧରି ଦଳରେ ଥିଲେ ବି ଦୁଇ ଘଣ୍ଟା ପୂର୍ବରୁ ଦଳରେ ଯୋଗ ଦେବା ବ୍ୟକ୍ତିଙ୍କୁ ଦଳ ଟିକେଟ ଦେଉଛି , ଆମକୁ ଅବହେଳା କରୁଛି । ଏଣୁ ଆମେ ଦଳ ଛାଡୁଥିବା କହିଛନ୍ତି ରାମଚନ୍ଦ୍ର ପଣ୍ଡା । ଆଗକୁ କେଉଁ ଦଳକୁ ଯିବେ ସେ ନେଇ କିଛି ସ୍ପଷ୍ଟ କରି ନାହାନ୍ତି । ରାମଚନ୍ଦ୍ର ପଣ୍ଡାଙ୍କ ସହ ଦଳର ଅନ୍ୟତମ ବରିଷ୍ଠ ନେତା ଟି ଗୋପୀ ମଧ୍ୟ ଆଜି ବିଜେଡି ଛାଡ଼ିଛନ୍ତି । ସେପଟେ ଏହି ଦୁଇ ନେତାଙ୍କ ଦଳ ଛାଡ଼ିବା ଏବଂ ଦଳକୁ ନେଇ ଯେଉଁ ବୟାନ ଦେଇଛନ୍ତି ତାକୁ ନେଇ ଶାସକ ଦଳର କୌଣସି ପ୍ରତିକ୍ରିୟା ଏଯାଏ ମିଳିନାହିଁ ।
ଅନ୍ୟପଟେ ପାରାଦୀପ ବିଜେଡ଼ିରେ ତୀବ୍ର ହେଲା ବିଦ୍ରୋହର ସ୍ବର। ବିଧାୟକ ସମ୍ବିତ ରାଉତରାୟ କିମ୍ବା ତାଙ୍କ ପରିବାରର କାହାକୁ ବି ଦଳ ଟିକେଟ ଦେଲେ, ତାଙ୍କ ବିରୋଧରେ ପ୍ରଚାର କରିବୁ ବୋଲି ଖୋଲାଖୋଲି ଧମକ ଦେଇଛନ୍ତି ପାରାଦୀପ ବିଜେଡିର ଗୋଟିଏ ଗୋଷ୍ଠୀ। ଆଜି ନବମ ଥର ପାଇଁ କୁଜଙ୍ଗରେ ମେଳି ବାନ୍ଧିଥିଲେ ବିଧାୟକ ବିରୋଧୀ ବିଜେଡ଼ି କର୍ମୀ। ଏହା ପୂର୍ବରୁ ସେମାନେ ଶଙ୍ଖ ଭବନ ଯାଇ ପର୍ଯ୍ୟବେକ୍ଷକ ଅରୁଣ ସାହୁଙ୍କୁ ଫେରାଦ ହୋଇଥିଲେ। ତେବେ କିଛି ସୁଫଳ ନ ମିଳିବାରୁ ଆଜି କୁଜଙ୍ଗର ଏକ ମଣ୍ଡପରେ ସମ୍ବିତ ବିରୋଧୀ ଏକାଠି ହୋଇ ଚରମ ନିଷ୍ପତ୍ତି ନେଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)