Advertisment

୪୭ ବିଧାନସଭା ସିଟରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ରିପିଟ୍ ହୋଇଥିବା ୫ ବିଧାୟକ ହେଲେ କଣ୍ଟାବାଞ୍ଜିରୁ ସନ୍ତୋଷ ସିଂ ସାଲୁଜା, ଜୟପୁରରୁ ତାରାପ୍ରସାଦ ବାହିନୀପତି, ସାନଖେମୁଣ୍ଡିରୁ ରମେଶ ଚନ୍ଦ୍ର ଜେନା, ରାଜଗାଙ୍ଗପୁରରୁ ରାଜନ୍ ଏକ୍କା ଏବଂ ମୋହନାରୁ ଦାଶରଥୀ ଗମାଙ୍ଗ।

author-image
Satyendu Shekher Mishra

୪୭ ବିଧାନସଭା ସିଟରେ ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ । ଫୋକସରେ ଓଡ଼ିଶାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ । ୫ ବିଧାୟକଙ୍କୁ ରିପିଟ୍ କଲା ଦଳ। କେଉଁଠି ବାପା-ପୁଅ, ତ ଆଉ କେଉଁଠି ବାପା-ଝିଅଙ୍କୁ ଟିକେଟ୍ । ପ୍ରଥମ ପର୍ଯ୍ୟାୟ ବିଧାୟକ ପ୍ରାର୍ଥୀ ଘୋଷଣା ସହ, ଆଜିଠୁ ବିଧିବଦ୍ଧ ଭାବେ ୨୪ ମହାସମର ପାଇଁ ବିଗୁଲ୍ ବଜାଇଛି କଂଗ୍ରେସ । ଖୋଦ୍ ସେନାପତି ଅର୍ଥାତ୍, ପିସିସି ସଭାପତି ଶରତ ପଟ୍ଟନାୟକ ଲଢ଼ିବେ ନୂଆପଡ଼ାରୁ । ସେଠି ବିଜେପିରୁ ଏକ୍ସ-ଏମଏଲଏ ବସନ୍ତ ପଣ୍ଡାଙ୍କ ପୁଅ ଅଭିନନ୍ଦନ ପଣ୍ଡା ଏବଂ ବିଜେଡିରୁ ବର୍ତ୍ତମାନର ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ସହ ହେବ ଶରତଙ୍କ ଫାଇଟ୍। ରିପିଟ୍ ହୋଇଥିବା ୫ ବିଧାୟକ ହେଲେ କଣ୍ଟାବାଞ୍ଜିରୁ ସନ୍ତୋଷ ସିଂ ସାଲୁଜା, ଜୟପୁରରୁ ତାରାପ୍ରସାଦ ବାହିନୀପତି, ସାନଖେମୁଣ୍ଡିରୁ ରମେଶ ଚନ୍ଦ୍ର ଜେନା, ରାଜଗାଙ୍ଗପୁରରୁ ରାଜନ୍ ଏକ୍କା ଏବଂ ମୋହନାରୁ ଦାଶରଥୀ ଗମାଙ୍ଗ।

Advertisment
BJD BJP Congress Odisha Politics General Election 2024
Advertisment
Advertisment