Advertisment

ଆସିଲା ‘ଏମର୍‌ଜେନ୍ସୀ’ ର ପ୍ରଥମ ଟିଜର; ରୋମାଞ୍ଚିତ କଲା କଙ୍ଗନାଙ୍କ ଦମ୍‌ଦାର୍ ଡାଏଲଗ୍

ସାମ୍ନାକୁ ଆସିଲା କଙ୍ଗନାଙ୍କ ଅଭିନୀତ ‘ଏମର୍‌ଜେନ୍ସୀ’ ର ପ୍ରଥମ ଟିଜର। ଏଥିରେ କଙ୍ଗନା ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଶୁଣିବାକୁ ମିଳିଲା କଙ୍ଗନାଙ୍କ ଦମ୍‌ଦାର୍ ଡାଏଲଗ୍। ଜାଣନ୍ତୁ କେବେ ହେବ ରିଲିଜ୍।

author-image
Pramod Behera
ଅଦ୍ୟତନ ହୋଇଛି
Kangana ranaut upcoming movie emergency teaser released

Kangana ranaut upcoming movie emergency teaser released

କଙ୍ଗନା ରାଣାୱତଙ୍କ ଅଭିନୀତ ‘ଏମର୍‌ଜେନ୍ସୀ’ ର ପ୍ରଥମ ଟିଜର ରିଲିଜ୍‌ ହୋଇଛି। ଏଥିରେ କଙ୍ଗନା ଭାରତର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ସେ ଏହି ଚଳଚ୍ଚିତ୍ରରେ ନିର୍ଦ୍ଦେଶକ ଭାବେ ଡେବ୍ୟୁ ମଧ୍ୟ କରିଛନ୍ତି। ଫିଲ୍ମର ପ୍ରଥମ ଟିଜର ଜାରି କରି କଙ୍ଗନା ଏହାର ରିଲିଜ ବିଷୟରେ ମଧ୍ୟ କହିଛନ୍ତି।

Advertisment

‘ଏମର୍‌ଜେନ୍ସୀ’ର ଟିଜର ଆରମ୍ଭରେ ଦେଶରେ ଜରୁରୀକାଳୀନ ପରିସ୍ଥିତିର ନାଟକୀୟ ଝଲକ ଦେଖାଯାଇଛି। ଏଥିରେ ଜନସାଧାରଣ ଅସ୍ଥିର ପରିବେଶରେ ରସ୍ତାଘାଟରେ ସରକାରଙ୍କ ଜରୁରୀକାଳୀନ ନିଷ୍ପତ୍ତିକୁ ବିରୋଧ କରୁଛନ୍ତି। ଖବରକାଗଜ ସମ୍ବାଦଗୁଡ଼ିକର ଝଲକ ମଧ୍ୟ ଦୃଶ୍ୟମାନ ହେଉଛି, ଯାହା ଦେଶର ଜରୁରୀକାଳୀନ ପରିସ୍ଥିତିର ସୂଚନା ଦେଉଛି। ତା’ପରେ ଅନୁପମ ଖେର ଜେଲର ବାର୍ ପଛରେ ନଜର ଆସିଛନ୍ତି ଯାହା ବିରୋଧୀ ଦଳର ଲୋକଙ୍କୁ ଗିରଫ କରିବାର ପ୍ରତୀକ ଅଟେ।

ଅନୁପମ ଖେର ଏହି ଫିଲ୍ମରେ ବିରୋଧୀ ଦଳର ନେତା ଜୟପ୍ରକାଶ ନାରାୟଣ ଭୂମିକାରେ ଅଭିନୟ କରିଛନ୍ତି। ସେ ଟିଜର୍‌ରେ କହୁଛନ୍ତି, 'ଏହା ଆମର ନୁହେଁ, ଏହି ଦେଶର ମୃତ୍ୟୁ'। ଟିଜର୍‌ରେ ସରକାରକୁ ବିରୋଧ କରୁଥିବା ଆନ୍ଦୋଳନକାରୀଙ୍କ ଉପରକୁ ସୁରକ୍ଷା ବାହିନୀ ଗୁଳି ଚଳାଇଥିବାର ନଜର ଆସିଛି। ଏହାକୁ ନେଇ ଅନୁପମ ଖେର କହୁଛନ୍ତି, “ଏହି ଏକଛତ୍ରବାଦୀ ଶାସନକୁ ବନ୍ଦ କରିବାକୁ ହେବ।”

Advertisment

ତା’ପରେ ଟିଜର୍‌ରେ ଇନ୍ଦିରା ଗାନ୍ଧୀଙ୍କ ଚରିତ୍ରରେ କଙ୍ଗନା ରାଣାୱତଙ୍କ ଦମଦାର ସ୍ୱର ଶୁଣିବାକୁ ମିଳେ। ସେ କହୁଛନ୍ତି, “ମୋତେ ଏହି ଦେଶକୁ ସୁରକ୍ଷା କରିବାରେ କେହି ଅଟକାଇ ପାରିବେ ନାହିଁ, କାରଣ ଇଣ୍ଡିଆ ଇଜ୍ ଇନ୍ଦିରା ଆଣ୍ଡ୍ ଇନ୍ଦିରା ଇଜ୍ ଇଣ୍ଡିଆ।”

ଲୋକମାନେ କଙ୍ଗନା ରାଣାୱତଙ୍କ କାମକୁ ଖୁବ ପ୍ରଶଂସା କରୁଛନ୍ତି। ତାଙ୍କୁ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ଦେଖି ନେଟେନିଜେନ୍ସ ବହୁତ ଖୁସି ଅଛନ୍ତି। ଏଥିରେ ସିଏ କେବଳ ଇନ୍ଦିରାଙ୍କ ପରି ଦେଖାଯାଉ ନାହାଁନ୍ତି ବରଂ ତାଙ୍କ ସ୍ୱର ମଧ୍ୟ ଅବିକଳ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରାଙ୍କ ସହ ମେଳ ଖାଇଯାଉଛି। ଜଣେ କହିଛନ୍ତି, “ଲୋମ ଟାଙ୍କୁରି ଉଠୁଛି। ଫିଲ୍ମ ଦେଖିବା ପାଇଁ ଖୁବ ରୋମାଞ୍ଚିତ।”

କଙ୍ଗନା ରାଣାୱତ ଟିଜର୍‌ ସହିତ କ୍ୟାପ୍‌ସନ୍‌ରେ ଲେଖିଛନ୍ତି, 'ଜଣେ ସଂରକ୍ଷକ ନା ଏକଛତ୍ରବାଦୀ ଶାସକ? ଆମ ଇତିହାସର ସବୁଠାରୁ ଅନ୍ଧକାର ସମୟର ସାକ୍ଷୀ, ଯେତେବେଳେ ଆମର ନେତା ନିଜ ଲୋକଙ୍କ ବିରୁଦ୍ଧରେ ଯୁଦ୍ଧ କରିଥିଲେ।”

ସୋସିଆଲ ମିଡିଆରେ ଏକ ଲମ୍ବା ନୋଟ୍ ଶେୟାର କରି କଙ୍ଗନା ରାଣାୱତ କହିଛନ୍ତି ଯେ ସେ ଏହି ଫିଲ୍ମ ତିଆରି କରିବା ନିଜର ସବୁ ସମ୍ପତ୍ତିକୁ ବନ୍ଧା ପକେଇଦେଇଥିଲେ। ଏହା ସହିତ ସେ କହିଛନ୍ତି ଯେ ଏହି ଫିଲ୍ମ ନଭେମ୍ବର ୨୪ରେ ରିଲିଜ୍ ହେବ।

Kangana Ranaut Bollywood Emergency
Advertisment
Advertisment