Advertisment

ବଲିଉଡ୍‌କୁ ପୁଣି ଦୁଃଖ: ଚାଲିଗଲେ ଚଳଚ୍ଚିତ୍ର ନିର୍ମାତା; ରେଖାଙ୍କୁ ଦେଇଥିଲେ ସୁଯୋଗ

ଭେଟେରାନ ଚଳଚ୍ଚିତ୍ର ନିର୍ମାତା କୁଲଜିତ ପାଲଙ୍କରରେ ହୃଦଘାତରେ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା।

author-image
Pramod Behera
ଅଦ୍ୟତନ ହୋଇଛି
Bollywood film producer kuljeet pal passes away

Bollywood film producer kuljeet pal passes away

ବଲିଉଡ୍‌ରୁ ପୁଣି ଏକ ଦୁଃଖ ଖବର ଆସିଛି। ଭେଟେରାନ ଚଳଚ୍ଚିତ୍ର ନିର୍ମାତା କୁଲଜିତ ପାଲଙ୍କରରେ ହୃଦଘାତରେ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ଶନିବାର ସନ୍ଧ୍ୟାରେ (ଜୁନ୍ ୨୪) ମୁମ୍ବାଇରେ ତାଙ୍କର ଦେହାନ୍ତ ହୋଇଛି। ସେ ଅନେକ ଦିନ ଧରି ଶଯ୍ୟାଶାୟୀରେ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହୋଇଥିଲା।

Advertisment

କୁଲଜିତ ପାଲଙ୍କ ମ୍ୟାନେଜର ତାଙ୍କ ମୃତ୍ୟୁ ଖବର ଦେଇଛନ୍ତିନ୍ତି। ରବିବାର (ଜୁନ୍ ୨୫) ଦିନ ଦ୍ୱିପ୍ରହରରେ ସାନ୍ତାକ୍ରୁଜ୍ ଶ୍ମଶାନ ଘାଟରେ ତାଙ୍କ ଶବଦାହ ହୋଇଛି। ସେ ହେଉଛନ୍ତି ସେହି ଚଳଚ୍ଚିତ୍ର ନିର୍ମାତା ଯିଏକି ଭେଟେରାନ ଅଭିନେତ୍ରୀ ରେଖାଙ୍କୁ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ପ୍ରଥମ ବ୍ରେକ୍ ଦେଇଥିଲେ।

କୁଲଜିତ ପାଲଙ୍କ ମ୍ୟାନେଜର ସଞ୍ଜୟ ବାଜପେୟୀ କହିଛନ୍ତି, “କୁଲଜିତ ଜୀଙ୍କର ହୃଦଘାତ ହୋଇଥିଲା। ସେ କିଛି ଦିନ ହେବ ସୁସ୍ଥ ନଥିଲେ।” ସେ ଏହା ମଧ୍ୟ କହିଛନ୍ତି ଯେ ଜୁନ୍ ୨୯ ଅପରାହ୍ନ ୫ ଟାରେ ସାନ୍ତାକ୍ରୁଜ୍ ପଶ୍ଚିମସ୍ଥ ଆର୍ଯ୍ୟ ସମାଜ ମନ୍ଦିରରେ ଏକ ପ୍ରାର୍ଥନା ସଭା ମଧ୍ୟ ଅନୁଷ୍ଠିତ ହେବ।

Advertisment

କୁଲଜିତ ପାଲ 'ଅର୍ଥ', 'ଆଜ', 'ପରମାତ୍ମା', 'ବାସନା', 'ଦୋ ଶିକାରୀ' ଏବଂ 'ଆଶିୟାନା' ଭଳି ଅନେକ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି। ତାଙ୍କ ଝିଅ ଅନୁ ପାଲ ମଧ୍ୟ ଫିଲ୍ମ ଦୁନିଆରେ ନିଜ ଭାଗ୍ୟ ପରୀକ୍ଷା କରିଛନ୍ତି। ଅନୁ ପାଲଙ୍କୁ 'ଆଜ'ରେ କାଷ୍ଟ କରାଯାଇଥିଲା। ଭେଟେରାନ ଚଳଚ୍ଚିତ୍ର ନିର୍ମାତା ମହେଶ ଭଟ୍ଟ କୁଲଜିତ ପାଲଙ୍କ ମୃତ୍ୟୁକୁ ନେଇ ଦୁଃଖ ପ୍ରକାଶ କରିବା ସହ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

କୁଲଜିତ ପାଲଙ୍କ ପ୍ରଡକ୍ସନରେ ନିର୍ମିତ ‘ଅର୍ଥ’କୁ ମହେଶ ଭଟ୍ଟ ନିର୍ଦ୍ଦେଶ ଦେଇଥିଲେ। ମହେଶ କହିଛନ୍ତି, “ମୁଁ କୁଲଜିତଙ୍କୁ ସ୍ନେହରେ କୁଲି ବୋଲି ଡାକୁଥିଲି। ସେ ଜଣେ ଦାନୀ ଥିଲେ। ତାଙ୍କ ତାଙ୍କରେ ଖୁବ ଭଲ ସେନ୍ସ ଅଫ୍ ହ୍ୟୁମର ଥିଲା। ସେ ଜଣେ ଖୁସିବାସିଆ ବ୍ୟକ୍ତି ଥିଲେ। ସେ ନିଜ ଉପରେ ଏବଂ ତାଙ୍କ ଚାରିପାଖରେ ଥିବା ପରିସ୍ଥିତିକୁ ଦେଖି ହସୁଥିଲେ। ଯଦି ମୋ ଜୀବନରେ ତାଙ୍କର ପ୍ରଭାବ ପଡି ନଥାନ୍ତା ତେବେ ମୁଁ ମୋର କ୍ଲାସିକ୍ ‘ଅର୍ଥ’ ତିଆରି କରିପାରି ନଥା'ନ୍ତି। 'ଅର୍ଥ' ତିଆରି କରିବାକୁ ଜଣେ ସାହସୀ ବ୍ୟକ୍ତିଙ୍କ ଆବଶ୍ୟକ ଥିଲା। କୁଲଜିତ ଜଣେ ସାହସୀ ବ୍ୟକ୍ତି ଥିଲେ।" ଏଥିରେ ମୁଖ୍ୟ ଭୂମିକାରେ ଶବନା ଆଜ୍‌ମୀ, କୁଳଭୂଷଣ, ସ୍ମିତା ପାଟିଲ୍ ଓ ରାଜ କିରଣଙ୍କୁ ଦେଖିବାକୁ ମିଳିଥିଲା।

Bollywood Mahesh Bhatt
Advertisment
Advertisment