Advertisment

'ଆଦିପୁରୁଷ'କୁ ନେଇ ପ୍ରତିକ୍ରିୟା ଦେଲେ ରାମାନନ୍ଦ ସାଗରଙ୍କ ପୁଅ; କହିଲେ ତଥ୍ୟକୁ ଖଣ୍ଡନ କରାଯାଇଛି

'ଆଦିପୁରୁଷ'କୁ ନେଇ ପ୍ରତିକ୍ରିୟା ରଖିଛନ୍ତି ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗର। କହିଲେ ରାବଣକୁ ଜଣେ ଖଳନାୟକ ଭାବରେ ଚିତ୍ରଣ କରାଯାଇପାରିବ ନାହିଁ।

author-image
Pramod Behera
ଅଦ୍ୟତନ ହୋଇଛି
Ramanand Sagar son Prem Sagar reacts on adipurush says director om raut change facts

Ramanand Sagar son Prem Sagar reacts on adipurush says director om raut change facts

‘ଆଦିପୁରୁଷ’ ରିଲିଜ୍ ହେବା ପରଠାରୁ ଏହାକୁ ନେଇ ଆଲୋଚନା ସୋସିଆଲ ମିଡିଆରେ ଜୋରସୋରରେ ଚାଲିଛି। ଲୋକମାନେ ଚଳଚ୍ଚିତ୍ର ସମ୍ବନ୍ଧୀୟ ଦୃଶ୍ୟ ଏବଂ ଏହାର ସଂଳାପକୁ ନେଇ ନିଜ ନିଜ ପ୍ରତିକ୍ରିୟା ଦେଉଛନ୍ତି। ସିନେ ସମୀକ୍ଷକଙ୍କ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ତାରକାମାନେ ମଧ୍ୟ ଫିଲ୍ମକୁ ନେଇ ସେମାନଙ୍କ ମତ ରଖିଛନ୍ତି। ରାମାନନ୍ଦ ସାଗରଙ୍କ ପୁଅ ପ୍ରେମ ସାଗର ମଧ୍ୟ ଏଥିରୁ ବର୍ତ୍ତି ନାହାନ୍ତି।

Advertisment

ପ୍ରେମ ସାଗର 'ଆଦିପୁରୁଷ'ରେ ଭାରତୀୟ ମହାକାବ୍ୟ 'ରାମାୟଣ'ର ଭୁଲ ବ୍ୟାଖ୍ୟାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରେମ ସାଗର କହିଛନ୍ତି ଯେ ନିର୍ଦ୍ଦେଶକ ତଥ୍ୟ ସହ ତାଳ ଦେଇପାରିନାହାଁନ୍ତି । ସେ ଫିଲ୍ମର ସଂଳାପକୁ ମଧ୍ୟ ବିରୋଧ କରିଛନ୍ତି।

ପ୍ରେମ ସାଗର ଏକ ସାକ୍ଷାତକାରରେ କହିଛନ୍ତି ଯେ ସେ ଫିଲ୍ମ ଦେଖି ନାହାଁନ୍ତି, କିନ୍ତୁ ଟିଜର୍‌ ଏବଂ ଟ୍ରେଲର୍‌ ଦେଖିଛନ୍ତି। ଯେତେବେଳେ ପ୍ରେମ ସାଗରଙ୍କୁ 'ଟପୋରୀ' ଷ୍ଟାଇଲ୍ ଡାଇଲଗ୍ “ତେଲ୍ ତେରେ ବାପ୍ କା, ଜଲେଗି ତେରେ ବାପ୍ କି” ବିଷୟରେ କୁହାଗଲା, ସେ ହସି ହସି କହିଥିଲେ ଯେ ଓମ ରାଓତ 'ଆଦିପୁରୁଷ' ମାଧ୍ୟମରେ ଏକ ଚମତ୍କାର ସୃଷ୍ଟି କରିବାକୁ ଚେଷ୍ଟା କରିଛନ୍ତି। ସେ କହିଛନ୍ତି ଯେ ତାଙ୍କ ବାପା ରାମାନନ୍ଦ ସାଗର ମଧ୍ୟ 'ରାମାୟଣ' ତିଆରି କରିବା ସମୟରେ ସୃଜନଶୀଳ ସ୍ୱାଧୀନତା ବ୍ୟବହାର କରିଥିଲେ।

Advertisment

ପ୍ରେମ ସାଗର କହିଛନ୍ତି ଯେ “ବାପା ଶ୍ରୀରାମଙ୍କୁ ଭଗବାନ ପରି ଦେଖିଥିଲେ। ଅନେକ ଗ୍ରନ୍ଥ ପଢିବା ପରେ, ସେ ଏଥିରେ ସାମାନ୍ୟ ପରିବର୍ତ୍ତନ କରିଥିଲେ କିନ୍ତୁ କେବେବି ତଥ୍ୟକୁ ଖଣ୍ଡନ କରିବାକୁ ଚେଷ୍ଟା କରି ନଥିଲେ।” ରାବଣର ରୂପରେ ସୈଫ୍‌ ଅଲି ଖାନଙ୍କ ଡାର୍କ ଲୁକ୍ ଉପରେ ପ୍ରତିକ୍ରିୟା ଦେଇ ପ୍ରେମ ସାଗର କହିଛନ୍ତି ଯେ “ରାବଣ ଜଣେ ବିଦ୍ୱାନ ତଥା ଜ୍ଞାନୀ ବ୍ୟକ୍ତି ଥିଲେ। ତାଙ୍କୁ ଜଣେ ଖଳନାୟକ ଭାବରେ ଚିତ୍ରଣ କରାଯାଇପାରିବ ନାହିଁ।”

ପ୍ରେମ ସାଗର ଆହୁରି କହିଛନ୍ତି ଯେ “ଶାସ୍ତ୍ର ଅନୁଯାୟୀ, ରାବଣ ଏଇଥି ପାଇଁ ଏତେ ବିପର୍ଯ୍ୟୟ ସୃଷ୍ଟି କରିଛି, କାରଣ ସେ ଜାଣିଥିଲା ଯେ ସେ କେବଳ ପ୍ରଭୁ ରାମଙ୍କ ହାତରେ ମୁକ୍ତି ପାଇପାରିବ। ଶାସ୍ତ୍ରରେ ଏହା ମଧ୍ୟ ଲେଖାଯାଇଛି ଯେ ଭଗବାନ ରାମ ନିଜେ ରାବଣକୁ ଜଣେ ମହାନ ପଣ୍ଡିତ ବୋଲି ବିବେଚନା କରିଥିଲେ। ଯେତେବେଳେ ରାବଣର ମୃତ୍ୟୁ ହେଉଥିଲା ସେତେବେଳେ ଭଗବାନ ରାମ ତାଙ୍କ ସାନଭାଇ ଲକ୍ଷ୍ମଣଙ୍କୁ ରାବଣର ଚରଣକୁ ଯାଇ ତାଙ୍କଠାରୁ ଶିଖିବାକୁ କହିଥିଲେ।”

ସୃଜନଶୀଳତାର ବ୍ୟବହାରକୁ ନେଇ ପ୍ରେମ ସାଗର କହିଛନ୍ତି, "ଆପଣ ସୃଜନଶୀଳ ସ୍ୱାଧୀନତା ନାମରେ ରାବଣକୁ ଭୟଙ୍କର ଖଳନାୟକ ଭାବରେ ଉପସ୍ଥାପନ କରିପାରିବେ ନାହିଁ।"

ଯେତେବେଳେ ପ୍ରେମ ସାଗରଙ୍କୁ କୁହାଯାଇଥିଲା ଯେ ଆଜିର ପିଢିକୁ ଧ୍ୟାନରେ ରଖି 'ଆଦିପୁରୁଷ' ପ୍ରସ୍ତୁତ କରାଯାଇଛି, ସେ କହିଥିଲେ, “ଯଦି ଆପଣ ଆଜିର ରାମାୟଣ କରିଛନ୍ତି, ଏହାକୁ ବ୍ରିଜ୍ କ୍ୟାଣ୍ଡି ଏବଂ କୋଲାବାରେ ଦେଖାନ୍ତୁ, ଏହାକୁ ସାରା ବିଶ୍ୱରେ ଦେଖାନ୍ତୁ ନାହିଁ କି ଲୋକଙ୍କ ଭାବନାକୁ ଆଘାତ ଦିଅନ୍ତୁ ନାହିଁ।”

ପ୍ରେମ ସାଗର କହିଛନ୍ତି ଯେ କୃତ୍ତିବାସୀ ଏବଂ ଏକନାଥଙ୍କ ସମେତ ଅନେକ ବ୍ୟକ୍ତି ରାମାୟଣ ଲେଖିଥିଲେ କିନ୍ତୁ ତଥ୍ୟକୁ କେହି ପରିବର୍ତ୍ତନ କରି ନଥିଲେ। କେବଳ ରଙ୍ଗ ଏବଂ ଭାଷା ପରିବର୍ତ୍ତନ କରାଯାଇଥିଲା। କିନ୍ତୁ 'ଆଦିପୁରୁଷ'ରେ ସମସ୍ତ ତଥ୍ୟ ବଦଳିଯାଇଛି।”

ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ ସେ ରାମାୟଣକୁ ନେଇ କୌଣସି ୱେବ୍ ସିରିଜ୍ କିମ୍ବା ଚଳଚ୍ଚିତ୍ର ନିର୍ମାଣ କରିବାକୁ ଚିନ୍ତା କରୁଛନ୍ତି କି। ଏହାର ଉତ୍ତରରେ ପ୍ରେମ ସାଗର କହିଛନ୍ତି, “ବାପା କହିଥିଲେ, ୮୫ ବର୍ଷ ପର୍ଯ୍ୟନ୍ତ ଏଭଳି ରାମାୟଣ କେହି ତିଆରି କରିପାରିବେ ନାହିଁ। ସେ ଲୋକମାନଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମଙ୍କ କାହାଣୀ ଶୁଣେଇ ଚାଲିଗଲେ।”

Prabhas Saif Ali Khan Bollywood Kriti Sanon Adipurush
Advertisment
Advertisment