Advertisment

Adipurush: ମନୋଜ ମୁନ୍ତାଶିରଙ୍କର କୌଣସି ଜ୍ଞାନ ନାହିଁ, ତାଙ୍କୁ ସଂଳାପ ଲେଖିବାକୁ ଦିଆଯାଇଛି : ମହାଭାରତର ‘ଯୁଧିଷ୍ଠିର’

ଫିଲ୍ମ ‘ଆଦିପୁରୁଷ’କୁ ନେଇ କେବଳ ଜନସାଧାରଣ ନୁହଁନ୍ତି ଅନେକ ବଡ ବଡ କଳାକାର ମଧ୍ୟ ଅସନ୍ତୋଷ ପ୍ରକାଶ କରିଛନ୍ତି। ବର୍ତ୍ତମାନ 'ମହାଭାରତ'ର 'ଯୁଧିଷ୍ଠିର' ଗଜେନ୍ଦ୍ର ଚୌହାନ ମଧ୍ୟ ଏନେଇ ପ୍ରତିକ୍ରିୟା କରିଛନ୍ତି। ପଢନ୍ତୁ ଏହାର ନିର୍ଦ୍ଦେଶକ ଓ ଲେଖକଙ୍କୁ ଟାର୍ଗେଟ୍ କରି ସେ କ’ଣ କହିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Gajendra Chauhan Yudhishthira of mahabharat lashes out at adipurush

Gajendra Chauhan Yudhishthira of mahabharat lashes out at adipurush

ଫିଲ୍ମ ‘ଆଦିପୁରୁଷ’କୁ ନେଇ କେବଳ ଜନସାଧାରଣ ନୁହଁନ୍ତି ଅନେକ ବଡ ବଡ କଳାକାର ମଧ୍ୟ ଓମ୍‌ ରାଓତ, ମନୋଜ ମୁନ୍ତାଶିର ଶୁକ୍ଲା ଏବଂ ଫିଲ୍ମର କାଷ୍ଟକୁ ନେଇ ଅସନ୍ତୁଷ୍ଟ ଅଛନ୍ତି। ସବୁ ଜାଗାରେ ଫିଲ୍ମ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି ହେଉଛି। ଅନେକ ସ୍ଥାନରେ ଫିଲ୍ମ ଉପରେ ମଧ୍ୟ ନିଷେଧାଦେଶ ଲାଗିଛି।

Advertisment

ଜନସାଧାରଣ ଏହି ଫିଲ୍ମର କଳାକାରଙ୍କ ଲୁକ୍, ସଂଳାପ ଏବଂ ଭିଏଫଏକ୍ସକୁ ପସନ୍ଦ କରୁ ନାହାନ୍ତି। ଲୋକଙ୍କ କ୍ରୋଧ ଦେଖି ଓମ୍ ରାଓତ ଶୀଘ୍ର ପିଲ୍ମର ବିବାଦୀୟ ସଂଳାପକୁ ବଦଳାଇ ଦେଇଛନ୍ତି, କିନ୍ତୁ ଏହା ପରେ ମଧ୍ୟ ଜନସାଧାରଣଙ୍କ କୋଧ ଥମିନି। ଅନ୍ୟପକ୍ଷରେ, ବର୍ତ୍ତମାନ 'ମହାଭାରତ'ର 'ଯୁଧିଷ୍ଠିର' ଗଜେନ୍ଦ୍ର ଚୌହାନଙ୍କ ମଧ୍ୟ ଏନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଗଜେନ୍ଦ୍ର ଚୌହାନ ବିଶ୍ୱାସ କରନ୍ତି ଯେ ଏହିପରି ଚଳଚ୍ଚିତ୍ର ଲୋକଙ୍କ ଭାବନାକୁ ପରିହାସ କରିଥାଏ। ସେ ମଧ୍ୟ ‘ଆଦିପୁରୁଷ’ର ଲେଖା ଉପରେ ପ୍ରଶ୍ନ ଉଠାଇଛନ୍ତି। ଏକ ଜାତୀୟ ଗଣମାଧ୍ୟମ ସହ ବାର୍ତ୍ତାଳାପରେ ଗଜେନ୍ଦ୍ର ଫିଲ୍ମ ଉପରେ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ ଫିଲ୍ମର ନିର୍ମାତା ତଥା ଲେଖକଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

Advertisment

ଗଜେନ୍ଦ୍ର ଚୌହାନ କହିଛନ୍ତି- “ସର୍ବପ୍ରଥମେ ମୁଁ କହିବାକୁ ଚାହେଁ ଯେ ରାମାୟଣ ଏବଂ ମହାଭାରତ ଭଳି ମହାକାବ୍ୟର କାହାଣୀ ଆମ ସଂସ୍କୃତି ଏବଂ ସଭ୍ୟତା ସହିତ ଜଡିତ। ଏଭଳି ଭାବେ ଏସବୁ ସହିତ କୌଣସି ପ୍ରକାର ଏପଟ ସେପଟକୁ କେହି ବରଦାସ୍ତ କରିବେ ନାହିଁ। ରାମାୟଣ ଏବଂ ମହାଭାରତ ଦେଖାଯିବାର ଜିନିଷ ନୁହେଁ, ଏହା ଶିଖିବାର ଜିନିଷ। ଆମେ ଆମର ଭବିଷ୍ୟତ ପିଢି ପାଇଁ ଏହାର ଉତ୍ତରଦାୟିତ୍ୱ ଦେଇ ଯାଇଥାଉ। ଏହା ହେଉଛି ଆମ ଦେଶର ଐତିହ୍ୟ, ଯାହାକୁ ସଂରକ୍ଷିତ କରାଯିବା ଉଚିତ। ଏହା ଦ୍ୱାରା କୌଣସି ଭୁଲ ବାର୍ତ୍ତା ଦିଆଯିବା ଉଚିତ ନୁହେଁ।”

ଗଜେନ୍ଦ୍ର ଆହୁରି କହିଛନ୍ତି- “ମୁଁ ଏହି ଫିଲ୍ମ ଦେଖିବା ପାଇଁ ଟିକେଟ୍‌ ବୁକ୍ କରିଥିଲି, କିନ୍ତୁ କାହିଁକି କେଜାଣି ମୋର ଆତ୍ମା ​​ଥିଏଟରରେ ଏହି ଚଳଚ୍ଚିତ୍ର ଦେଖିବାକୁ ରାଜି ହେଉନାହିଁ। ବାସ୍ତବରେ, ମୁଁ ଦେଖିଥିବା ସମସ୍ତ ଟ୍ରେଲର୍‌ ଏବଂ ସର୍ଟ କ୍ଲିପ୍ ଦେଖିବା ପରେ ମୁଁ ଅନୁଭବ କଲି ଯେ ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ଦେଖିବା ଯୋଗ୍ୟ ନୁହେଁ। ମୁଁ ମୋର ବିଶ୍ୱାସକୁ ଅତିକ୍ରମ କରି ଯାଇପାରିବି ନାହିଁ। ମୁଁ ରାମଙ୍କୁ କେବଳ ଭଗବାନ ଶ୍ରୀ ରାମଙ୍କ ରୂପରେ ଦେଖିବାକୁ ଚାହେଁ।”

ମୁଁ ଭାବୁଛି ଏହି ଚଳଚ୍ଚିତ୍ର ପଛରେ କିଛି ଗଭୀର ଷଡଯନ୍ତ୍ର ଅଛି। ସେମାନେ ଆମର ଭବିଷ୍ୟତ ପିଢିକୁ ନଷ୍ଟ କରିବାକୁ ଚାହୁଁଛନ୍ତି। ମୁଁ କହିବାକୁ ଚାହେଁ ଧାର୍ମିକ ଭାବନାର ଯତ୍ନ ନେବା ଉଚିତ। ଆଗାମୀ ସମୟରେ, ଏହିପରି ଜିନିଷଗୁଡିକୁ ଆଦୌ ଆଗକୁ ବଢେଇବା ଉଚିତ ନୁହେଁ।”

ସଂଳାପର ପରିବର୍ତ୍ତନ ଉପରେ ଗଜେନ୍ଦ୍ର ଚୌହାନ କହିଛନ୍ତି- “ତୀର ଧନୁରୁ ବାହାରି ସାରିଛି, ଯାହା କ୍ଷତି ହେବା କଥା ହୋଇଯାଇଛି। ବର୍ତ୍ତମାନ ଯାହା କଲେ ବି କିଛି ଲାଭ ହେବନି। ଲୋକମାନେ ଆଦିପୁରୁଷକୁ ତ ଦଣ୍ଡ ଦେଇସାରିଛନ୍ତି। ସେନ୍ସର ବୋର୍ଡର ନିଷ୍ପତ୍ତି ଉପରେ ମଧ୍ୟ ପ୍ରଶ୍ନ କରାଯିବା ଉଚିତ।”

ଏହାର ଲେଖକଙ୍କୁ ଟାର୍ଗେଟ୍ କରି ଗଜେନ୍ଦ୍ର ଚୌହାନ କହିଛନ୍ତି- “ମନୋଜ ମୁନ୍ତାଶିର ଅଜ୍ଞତାର ପରିଚୟ ଦେଇଛନ୍ତି। ତାଙ୍କର କୌଣସି ଜ୍ଞାନ ନାହିଁ। ସେ ଜଣେ ସଂଗୀତକାର। ତାଙ୍କୁ ସଂଳାପ ଲେଖିବାକୁ ଦିଆଯାଇଛି। ସୋସିଆଲ ମିଡିଆରେ ଚାଲୁଥିବା ଲେଖକ ଏବଂ ବକ୍ତାମାନଙ୍କର ଭିଡିଓରୁ ସଂଳାପ ଉଠାଇ ସେ ଫିଲ୍ମରେ ଯୋଡିଛନ୍ତି। କୁମାର ବିଶ୍ୱାସଙ୍କ ସଂଳାପ ହେଉଛି 'ତେରୀ ଲଙ୍କା ଲଗା ଦୁଙ୍ଗା'। ଏସବୁକୁ ଯୋଡି ସେ ଏମିତି ଉପସ୍ଥାପନ କରିଛନ୍ତି ଯେପରି ସେ ଏହା ନିଜେ ଲେଖିଛନ୍ତି। ଏହି ଅହଂକାର କୌଣସି କଳାକାର ପାଇଁ ଠିକ୍ ନୁହେଁ।”

Bollywood Adipurush
Advertisment
Advertisment