/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687597373.jpg)
prabhas rented out italy house fans will be shocked to know price
ଆଜିକାଲି ପ୍ରଭାସଙ୍କ ଅଭିନୀତ ‘ଆଦିପୁରୁଷ’କୁ ନେଇ ସବୁ ମହଲରେ ଆଲୋଚନା। ଏହି ଭାରୀ ବଜେଟ୍ ଚଳଚ୍ଚିତ୍ରର ସଂଳାପକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଉଥିବା ବେଳେ, ଅନ୍ୟପକ୍ଷରେ ଲୋକମାନେ ପ୍ରଭାସଙ୍କ ଏହି ଚଳଚ୍ଚିତ୍ରକୁ ଫ୍ଲପ୍ ଟ୍ୟାଗ୍ ଦେଉଥିବା ନଜର ଆସେ।
ତେବେ ଫିଲ୍ମ ପାଇଁ ଭଲ ଖବର ଏହା ଯେ ବକ୍ସ ଅଫିସ୍ରେ ଏହାର ବିପୁଳ ରୋଜଗାର ଦେଖିବାକୁ ମିଳୁଛି। ଏହି ସମୟରେ ଏକ ଖବର ଆସିଛି, ଯାହା ଲୋକଙ୍କୁ ଆଶ୍ଚର୍ଯ୍ୟ କରୁଛି। କିଛି ରିପୋର୍ଟରେ ଦର୍ଶାଯାଇଛି ଯେ ଆଦିପୁରୁଷ ତାରକା ପ୍ରଭାସ ତାଙ୍କ ଇଟାଲୀ ଘରକୁ ଭଡାରେ ଦେଇଛନ୍ତି। ଏହି ଖବର ଶୁଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇଛନ୍ତି।
ସୂଚନା ମୁତାବକ ପ୍ରଭାସଙ୍କର ଇଟାଲୀରେ ଏକ ବିଳାସପୂର୍ଣ୍ଣ ଭିଲ୍ଲା ଅଛି, ଯାହାକୁ ସେ ଭଡାରେ ଲଗେଇଛନ୍ତି। ରିପୋର୍ଟରେ ଦର୍ଶାଯାଇଛି ଯେ ‘ଆଦିପୁରୁଷ’ ତାରକା ପ୍ରଭାସ ତାଙ୍କର ବିଳାସପୂର୍ଣ୍ଣ ଭିଲ୍ଲାକୁ ମାସିକ ୪୦ ଲକ୍ଷ ଟଙ୍କା ଭଡାରେ ଲଗେଇଛନ୍ତି। ସୂଚନାଥାଉଯେ ପ୍ରଭାସ ଭାରତର ସର୍ବାଧିକ ପାରିଶ୍ରମିକ ପାଉଥିବା ଏବଂ ଧନୀ କଳାକାରମାନଙ୍କ ମଧ୍ୟରୁ ଅନ୍ୟତମ।
ବାହୁବଲୀର ପ୍ରଥମ ଓ ଦ୍ୱିତୀୟ ଭାଗ ପରେ, ସାହୋ, ରାଧେ ଶ୍ୟାମ ଏବଂ ଆଦିପୁରୁଷ ସମେତ ପ୍ରଭାସଙ୍କ ତିନୋଟି ଚଳଚ୍ଚିତ୍ର ଆସିଛି। ସାହୋ ଏବଂ ରାଧେଶ୍ୟାମ ବକ୍ସ ଅଫିସ୍ରେ ଫ୍ଲପ୍ ହୋଇଥିବା ପ୍ରମାଣିତ ହୋଇଥିବାବେଳେ ବର୍ତ୍ତମାନ ଆଦିପୁରୁଷ ବିବାଦରେ ଛନ୍ଦି ହୋଇପଡିଛି।
ଯଦିଓ ଚଳଚ୍ଚିତ୍ରଟି କ୍ରମାଗତ ଭାବରେ ରୋଜଗାର କରୁଛି, କିନ୍ତୁ ରୋଜଗାରର ସଂଖ୍ୟା ପ୍ରତିଦିନ ହ୍ରାସ ପାଉଥିବା ଜଣାପଡିଛି। ପ୍ରଭାସଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର ହେଉଛି ସାଲାର ଏବଂ ପ୍ରୋଜେକ୍ଟ କେ, ଯେଉଁଥିରେ ସେ ଦୀପିକା ପାଦୁକୋନ ଏବଂ ଅମିତାଭ ବଚ୍ଚନଙ୍କ ସହ ନଜର ଆସିବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)