Advertisment

ବାହା ହେଲେ ସନି ଦେଓଲଙ୍କ ପୁଅ କରଣ; ଧରିଲେ ଦ୍ରିଶାଙ୍କ ହାତ

ସନି ଦେଓଲଙ୍କ ବଡ ପୁଅ କରଣ ଦେଓଲ ଶେଷରେ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ୍‌ ଦ୍ରିଶା ଆଚାର୍ଯ୍ୟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦେଓଲ ପରିବାର ଧୂମ୍‌ଧାମ୍‌ରେ କରଣଙ୍କ ବିବାହ ଶୋଭାଯାତ୍ରାରେ ଯାଇ ଦ୍ରିଶାଙ୍କୁ କରଣଙ୍କ କନିଆଁ ସଜେଇଛନ୍ତି।

author-image
Pramod Behera
Karan deol and drisha acharya are married now

Karan deol and drisha acharya are married now

ଆଜିକାଲି ଦେଓଲ ପରିବାରରେ ଉତ୍ସବର ପରିବେଶ ଦେଖିବାକୁ ମିଳୁଛି। ବଲିଉଡ ଅଭିନେତା ସନି ଦେଓଲଙ୍କ ବଡ ପୁଅ କରଣ ଦେଓଲ ଶେଷରେ ତାଙ୍କର ଦୀର୍ଘ ଦିନର ଗର୍ଲଫ୍ରେଣ୍ଡ୍‌ ଦ୍ରିଶା ଆଚାର୍ଯ୍ୟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦେଓଲ ପରିବାର ଧୂମ୍‌ଧାମ୍‌ରେ କରଣଙ୍କ ବିବାହ ଶୋଭାଯାତ୍ରାରେ ଯାଇ ଦ୍ରିଶାଙ୍କୁ କରଣଙ୍କ କନିଆଁ ସଜେଇଛନ୍ତି।

Advertisment

ଉଭୟଙ୍କ ବିବାହର ଫଟୋ ଏବେ ସାମ୍ନାକୁ ଆସିଛି। ଏଥିରେ ଦ୍ରିଶା ଲାଲ ରଙ୍ଗର ଡ୍ରେସ୍ ପିନ୍ଧିଥିବା ବେଳେ କରଣ ଦେଓଲଙ୍କୁ ଆଇଭୋରୀ ଶେରୱାନି ଓ ମ୍ୟାଚିଙ୍ଗ୍ ପଗଡିରେ ଦେଖିବାକୁ ମିଳେ। ନିଜ ଲୁକ୍‌କୁ ପୂରା କରିବା ପାଇଁ ଦ୍ରିଶା ସର୍ବନିମ୍ନ ସାମଗ୍ରୀ ବାଛିଛନ୍ତି, ଯାହା ତାଙ୍କ ଚେହେରାକୁ ଆହୁରି ସୁନ୍ଦର କରିଦେଇଛି। ସେମାନଙ୍କ ବିବାହର ରୀତିନୀତି ଚାଲିଥିବା ବେଳେ ଦମ୍ପତିଙ୍କ ବେକରେ ଫୁଲମାଳ ମଧ୍ୟ ଦେଖିବାକୁ ମିଳେ।

ସୋସିଆଲ ମିଡିଆରେ ଭାଇରାଲ୍ ହେଉଥିବା ଫଟୋଗୁଡିକରେ ନବ ବିବାହିତ ଦମ୍ପତିଙ୍କୁ ପାଭିଲିୟନରେ ବସିଥିବାର ଦେଖିବାକୁ ମିଳେ। କରଣ ଏବଂ ଦ୍ରିଶାଙ୍କ ମୁହଁରେ ଥିବା ଖୁସି ମଧ୍ୟ ଏଥିରେ ସ୍ପଷ୍ଟ ଦେଖାଯାଏ।

Advertisment

ଫଟୋ ଓ ଭିଡିଓ ଉପରେ ମନ୍ତବ୍ୟ ଦେଇ ଲୋକେ କରଣ-ଦ୍ରିଶାଙ୍କୁ ବିବାହ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ବିବାହ ପୂର୍ବରୁ ସାମ୍ନାକୁ ଆସିଥିବା ଭିଡିଓରେ କରଣ ଦେଓଲ ତାଙ୍କ ବାପା ସନ୍ନି ଦେଓଲ, ଜେଜେ ଧର୍ମେନ୍ଦ୍ର ଏବଂ ଦାଦା ବବି ଦେଓଲ, ଅଭୟ ଦେଓଲ ଏବଂ ଅନ୍ୟାନ୍ୟ ଅତିଥିଙ୍କ ସହ ଦିଶାଙ୍କ ଘରକୁ ବରଯାତ୍ରୀ ନେଇ ଆସିବାର ନଜର ଆସେ।

ଏହି ସମୟରେ ହୀମ୍ୟାନ୍ ଧର୍ମେନ୍ଦ୍ର ମଧ୍ୟ ନିଜକୁ ନାଚିବାରେ ରୋକି ପାରି ନଥିଲେ। ଏହି ସମୟରେ ଦେଓଲ ପରିବାରର ସମସ୍ତ ପୁରୁଷ ମଧ୍ୟ ପଗଡ଼ି ପିନ୍ଧିଥିବାର ନଜର ଆସନ୍ତି।

Bollywood Marriage Sunny Deol Karan Deol
Advertisment
Advertisment