Advertisment

ମୁଭି ମାଫିଆମାନେ ମୋ ଚଳଚ୍ଚିତ୍ରର କ୍ଷତି କରିବା ପାଇଁ ସବୁକିଛି କରୁଛନ୍ତି; କଙ୍ଗନା ରାଣାୱତ

କଙ୍ଗନା ରାଣାୱତଙ୍କ ପ୍ରଥମ ପ୍ରଡକ୍ସନ୍ ଫିଲ୍ମ 'ଟିକୁ ୱେଡ୍ସ ଶେରୁ' ଶେଷରେ ମୁକ୍ତିଲାଭ କରିଛି ଏବଂ ଏହା ଦର୍ଶକଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି କରୁଛି। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି କଙ୍ଗନା ଦାବି କରିଛନ୍ତି ଯେ ଫିଲ୍ମ ମାଫିଆ ତାଙ୍କ ଚଳଚ୍ଚିତ୍ରକୁ କ୍ଷତି ପହଞ୍ଚାଇବା ପାଇଁ ସବୁକିଛି କରୁଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Kangana ranaut says movie mafia running fake reviews against tiku weds sheru

Kangana ranaut says movie mafia running fake reviews against tiku weds sheru

ନୱାଜୁଦ୍ଦିନ ସିଦ୍ଦିକି ଏବଂ ଅବନୀତ୍ କୌର୍‌ଙ୍କ ଅଭିନୀତ କଙ୍ଗନା ରାଣାୱତଙ୍କ ପ୍ରଥମ ପ୍ରଡକ୍ସନ୍ ଫିଲ୍ମ 'ଟିକୁ ୱେଡ୍ସ ଶେରୁ' ଶେଷରେ ମୁକ୍ତିଲାଭ କରିଛି ଏବଂ ଏହା ଦର୍ଶକଙ୍କ ମନରେ ପ୍ରତିକ୍ରିୟା ସୃଷ୍ଟି କରୁଛି। ଏହା ଉପରେ ପ୍ରତିକ୍ରିୟା ପ୍ରକାଶ କରି କଙ୍ଗନା ଦାବି କରିଛନ୍ତି ଯେ ଫିଲ୍ମ ମାଫିଆ ତାଙ୍କ ଚଳଚ୍ଚିତ୍ରକୁ କ୍ଷତି ପହଞ୍ଚାଇବା ପାଇଁ ସବୁକିଛି କରୁଛନ୍ତି।

Advertisment

ଶୁକ୍ରବାର କଙ୍ଗନା ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ୍‌ ଶେୟାର କରି ଦାବି କରିଛନ୍ତି ଯେ 'ଚଳଚ୍ଚିତ୍ର ମାଫିଆ' ତାଙ୍କର ପ୍ରଥମ ପ୍ରଡକ୍ସନ୍ ଫିଲ୍ମ 'ଟିକୁ ୱେଡ୍ସ ଶେରୁ'କୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛି। ଅଭିନେତ୍ରୀ ଲେଖିଛନ୍ତି, "ଲୋକମାନେ ମୋତେ ବାର୍ତ୍ତା ପଠାଉଛନ୍ତି ଯେ ସେମାନେ ଫିଲ୍ମରେ ଥିବା କବିତାକୁ ପସନ୍ଦ କରୁଛନ୍ତି। ଫିଲ୍ମର ସମସ୍ତ ଶାୟରୀ ମୋ ଦ୍ୱାରା ଲିଖିତ। ମୁଭି ମାଫିଆ ମୋ ଚଳଚ୍ଚିତ୍ରର କ୍ଷତି କରିବା ପାଇଁ ସବୁକିଛି କରୁଛନ୍ତି।"

କଙ୍ଗନା ଆହୁରି କହିଛନ୍ତି ଯେ “ଫିଲ୍ମ ପାଇଁ ନକଲି ସମୀକ୍ଷା ଏବଂ ବଦନାମୀ ଅଭିଯାନ ଆରମ୍ଭ ହୋଇଛି। ରିଲିଜ୍ ପୂର୍ବରୁ ମଧ୍ୟ ଏହା ହେଉଥିଲା। ଏମିତିରେ ବି ଏହି ଚଳଚ୍ଚିତ୍ରଟି ଷ୍ଟ୍ରିମିଂ ହେଉଛି। ଦୟାକରି ଏହାକୁ ନିଜେ ଦେଖନ୍ତୁ କିମ୍ବା ଆପଣଙ୍କର ବନ୍ଧୁ କିମ୍ବା ସେହି ଲୋକଙ୍କୁ ପଚାରନ୍ତୁ ଯିଏ ଚଳଚ୍ଚିତ୍ର ସମୀକ୍ଷା ବିଷୟରେ ଜାଣିଥିବେ। ଟଙ୍କା ଦେଇ ହେଉଥିବା ନକଲି ସମୀକ୍ଷା ପଡ଼ନ୍ତୁ ନାହିଁ। ଏହା ଦେଖିବା ପରେ ଆପଣଙ୍କର ମତାମତ ଲେଖନ୍ତୁ। 'ଟିକୁ ୱେଡ୍ ଶେରୁ' ଦେଖି ଖୁସି ହେଲି।”

Advertisment

ସାଇ କବୀରଙ୍କ ନିର୍ଦ୍ଦେଶିତ ‘ଟିକୁ ୱେଡସ୍ ଶେରୁ’ରେ ମୁଖ୍ୟ ଭୂମିକାରେ ନୱାଜୁଦ୍ଦିନ ସିଦ୍ଦିକି ଏବଂ ଅବନୀତ କୌର୍‌ ଅଭିନୟ କରିଛନ୍ତି। ରିଲିଜ୍ ହେବା ପୂର୍ବରୁ ମଧ୍ୟ ଫିଲ୍ମ ଚର୍ଚ୍ଚାରେ ଥିଲା। ଫିଲ୍ମରେ ନୱାଜୁଦ୍ଦିନ ଏବଂ ଅବନୀତଙ୍କ ମଧ୍ୟରେ ଥିବା ଚୁମ୍ବନ ଦୃଶ୍ୟକୁ ନେଟିଜେନ୍ସମାନେ ସମାଲୋଚନା କରିଥିଲେ। ଏହି ଚଳଚ୍ଚିତ୍ରଟି କଙ୍ଗନାଙ୍କର ପ୍ରଥମ ପ୍ରଡକ୍ସନ୍ ହୋଇଥିବା ବେଳେ ଅଭିନେତ୍ରୀ ଏହାକୁ ଜବରଦସ୍ତ ପ୍ରଚାର କରୁଛନ୍ତି।

ଫିଲ୍ମ ପ୍ରମୋସନ ବେଳେ ଅଭିନେତ୍ରୀ ଏହା ମଧ୍ୟ ପ୍ରକାଶ କରିଛନ୍ତି ଯେ ସେ ଏବଂ ଇରଫାନ୍ ଖାନ୍ ଏହି ଫିଲ୍ମରେ ଅଭିନୟ କରିଥାନ୍ତେ। ଏହି ରୋମାଣ୍ଟିକ୍ କମେଡି ଚଳଚ୍ଚିତ୍ର ଦୁଇ ଜଣ ସଂଘର୍ଷରତ ଆଶାୟୀଙ୍କ କାହାଣୀକୁ କୁହେ, ଯେଉଁମାନେ ନିଜକୁ ତାରକା ଭାବେ ଦେଖିବାକୁ ଇଚ୍ଛା କରନ୍ତି। ଏହି ଫିଲ୍ମ ବର୍ତ୍ତମାନ ଆମାଜନ ପ୍ରାଇମ୍‌ରେ ଷ୍ଟ୍ରିମିଂ କରୁଛି ଏବଂ ଦର୍ଶକଙ୍କ ଠାରୁ ମିଶ୍ର ସମୀକ୍ଷା ଗ୍ରହଣ କରୁଛି।

Kangana Ranaut Bollywood Nawazuddin Siddiqui Avneet Kaur
Advertisment
Advertisment