• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ବିବାଦ ବଢ଼ିବା ପରେ ଶେଷରେ ବଦଳିବ ଫିଲ୍ମ ଆଦିପୁରୁଷର ଡାଇଲଗ୍ । ବିବାଦୀୟ ଡାଇଲଗକୁ ବାଦ ଦେବାକୁ ନିଷ୍ପତ୍ତି ନେଇଛି ପ୍ରଯୋଜନା ସଂସ୍ଥା । ଆଜି ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ଲେଖକ ମନୋଜ ମୁନ୍ତସିର ଶୁକ୍ଲା । ସିନେମାରେ ଥିବା କିଛି ଡାଇଲଗ୍ ଯାହା ଲୋକଙ୍କ ଭାବାବେକକୁ ଆଘାତ ଦେଇଛି । ସେ ଫିଲ୍ମର ୪ ହଜାରରୁ ଅଧିକ ପଂକ୍ତି ଲେଖିଛନ୍ତି ସେଥିରୁ କିଛି ଲୋକେ ପସନ୍ଦ କରିନାହାନ୍ତି । ଏନେଇ ବହୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିବା ସ୍ୱୀକାର କରିଛନ୍ତି ମନୋଜ।

ତେଣୁ ଯାହା ବିବାଦୀୟ ରହିଛି ସେ ସବୁକୁ ହଟାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ମନୋଜ କହିଛନ୍ତି । ଆଦିପୁରୁଷର ଚରିତ୍ର ଚିତ୍ରଣ ଏବଂ ଡାଇଲଗକୁ ନେଇ ବିବାଦ ଦେଖା ଦେଇଛି । ବିଶେଷ ଭାବେ ହନୁମାନ ଫିଲ୍ମରେ ‘ଆଗ୍ ତେରେ ବାପ୍ କି, ତେଲ ତେରେ ବାପ୍ କି, ଜଲେଗି ତେରୀ ବାପ୍ କି’ ଭଳି ଡାଇଲଗକୁ ଲୋକେ ନାପସନ୍ଦ କରିଛନ୍ତି । ଏପରିକି ଏହାର ସ୍କ୍ରିନିଂକୁ ନେଇ ଦିଲ୍ଲୀ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ବି ଦାଏର ହୋଇଛି ।

'ଆଦିପୁରୁଷ' ବକ୍ସ ଅଫିସ୍‌ରେ ରିଲିଜ୍ ହେବା ମାତ୍ରେ ଏହା ପୁଣି ବିବାଦରେ ଛନ୍ଦି ହୋଇଯାଇଛି। ଦର୍ଶକମାନେ ଫିଲ୍ମର ପ୍ରତ୍ୟେକ ଦିଗକୁ ନେଇ ସମାଲୋଚନା କରୁଛନ୍ତି - ଅଭିନୟ, ଭିଏଫ୍‌ଏକ୍ସ, ନିର୍ଦ୍ଦେଶନା ଏବଂ ସଂଳାପକୁ ନେଇ ଆଲୋଚନା କରୁଛନ୍ତି। ତେବେ ଦର୍ଶକଙ୍କ ଦ୍ୱାରା ସର୍ବାଧିକ ଟାର୍ଗେଟ୍‌ ହେଉଛି ଫିଲ୍ମର ନିର୍ଦ୍ଦେଶକ ଓମ ରାଓତ ଏବଂ ମନୋଜ ମୁନ୍ତଶିର, ଯିଏ ଏହାର ସଂଳାପ ଲେଖି