Advertisment

ପ୍ରଭାସ-କ୍ରିତି ସାନନ ଅଭିନୀତ 'ଆଦିପୁରୁଷ' ଏକ ହଲିଉଡ୍‌ କାର୍ଟୁନ୍‌: ଅରୁଣ ଗୋଭିଲ୍

'ଆଦିପୁରୁଷ'ର ପିଛା ଛାଡୁନି ବିବାଦ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଅଭିନେତାମାନେ ମଧ୍ୟ ଏହା ଉପରେ ପ୍ରଶ୍ନ ଉଠେଇଛନ୍ତି। ‘ରାମାୟଣ’ର ‘ରାମ’ ମଧ୍ୟ ନିଜକୁ ରୋକିପାରି ନାହାନ୍ତି। ପଢନ୍ତୁ ସେ କ’ଣ କହିଛନ୍ତି।

author-image
Pramod Behera
ଅଦ୍ୟତନ ହୋଇଛି
Arun govil slams adipurush team

Arun govil slams adipurush team

ଯେବେଠାରୁ 'ଆଦିପୁରୁଷ' ବାବଦରେ ଘୋଷଣା କରାଯାଇଛି ସେବେଠାରୁ ଏହା ବିବାଦ ମଧ୍ୟରେ ରହିଆସିଛି। କେବେ ଭିଏଫ୍‌ଏକ୍ସକୁ ନେଇ ତ ପୁଣି କେବେ ଫିଲ୍ମର ଷ୍ଟାର୍‌କାଷ୍ଟର ଲୁକ୍ ଓ ସଂଳାପକୁ ନେଇ ବିବାଦ ଦେଖାଦେଇଛି। ନିର୍ମାତା ଏଥିରେ ପରିବର୍ତ୍ତନ କରିବେ ବୋଲି ଆଗରୁ କହିଥିଲେ ମଧ୍ୟ ରିଲିଜ୍ ପରେ ସେଭଳି କିଛି ହୋଇ ନଥିବା ଦେଖାଯାଏ।

Advertisment

‘ଆଦିପୁରୁଷ’ର ଷ୍ଟାର୍‌କାଷ୍ଟ୍‌ର ଭିଏଫ୍‌ଏକ୍ସ ଏବଂ ଲୁକ୍‌କୁ ନେଇ ଟ୍ରୋଲ କରାଯାଉଥିଲେ ବି ତଥାପି ନିର୍ମାତା ସୃଜନଶୀଳତା ନାମରେ ପାରି ହୋଇଯାଇଛନ୍ତି ଏବଂ ରାମାୟଣ ପରି ଏକ ମହାକାବ୍ୟକୁ ଭୁଲ ଭାବରେ ଉପସ୍ଥାପନ କରିଛନ୍ତି।

ଏଭଳି ପରିସ୍ଥିତିରେ ଶ୍ରୀରାମ ଏବଂ ହନୁମାନଙ୍କୁ ପ୍ରେରଣାର ଉତ୍ସ ମାନୁଥିବା ସାରା ଦେଶରେ ସନାତନ ଧର୍ମୀ ଲୋକଙ୍କ ବିଶ୍ୱାସକୁ ଆଘାତ ମିଳିଛି। ଜୁନ୍ ୧୬ରେ ଫିଲ୍ମ ପ୍ରେକ୍ଷାଳୟକୁ ଆସିବା ମାତ୍ରେ ଏହାର ସମୀକ୍ଷାର ବର୍ଷା ହେଉଛି। ଅନେକ ଲୋକ କେବଳ ‘ଆଦିପୁରୁଷ’ରେ ହନୁମାନଙ୍କର ସଂଳାପକୁ ନୁହେଁ ବରଂ ତାଙ୍କ ଚେହେରାକୁ ମଧ୍ୟ ପ୍ରତ୍ୟାଖ୍ୟାନ କରିଛନ୍ତି। ଲୋକଙ୍କ ଭାବନାକୁ ଆଘାତ ଦେବା ନେଇ ଦେଶର ଅନେକ ଲୋକ ନିର୍ମାତାଙ୍କୁ ଗାଳିଗୁଲଜ ମଧ୍ୟ କରିଛନ୍ତି।

Advertisment

ନିକଟରେ ରାମାନନ୍ଦ ସାଗରଙ୍କ ‘ରାମାୟଣ’ରେ ଶ୍ରୀ ରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ ମଧ୍ୟ ଏ ସମ୍ପର୍କରେ ଏକ ବିବୃତ୍ତି ଦେଇଛନ୍ତି।

ଏକ ଜାତୀୟ ଗଣମାଧ୍ୟମର ସାକ୍ଷାତକାରରେ ଅରୁଣ ଗୋଭିଲ କହିଛନ୍ତି, “ରାମାୟଣ ଆମ ପାଇଁ ବିଶ୍ୱାସର ବିଷୟ ଏବଂ କୌଣସି ପ୍ରକାରେ ଏହାର ସ୍ୱରୂପକୁ ବଦଳାଇବା ଗ୍ରହଣୀୟ ନୁହେଁ। ଚଳଚ୍ଚିତ୍ରର ଭିଏଫ୍‌ଏକ୍ସ୍ ଏକ ଭିନ୍ନ ଦିଗ, କିନ୍ତୁ ଚରିତ୍ରମାନଙ୍କୁ ସଠିକ୍ ଭାବେ ଉପସ୍ଥାପନ କରିବା ଉଚିତ, ଯାହାକୁ ଅତି ଗମ୍ଭୀରତାର ସହିତ ବିଚାର କରାଯିବା କଥା।”

ଅରୁଣ ଗୋଭିଲ କହିଛନ୍ତି, “ମୁଁ ରାମାୟଣରେ ଏଭଳି ଭାଷାକୁ ସମର୍ଥନ କରେ ନାହିଁ। ନିର୍ମାତା ଏହି ଚଳଚ୍ଚିତ୍ର ନିର୍ମାଣ ବିଷୟରେ କ’ଣ ଚିନ୍ତା କରିଛନ୍ତି ମୁଁ ବୁଝିପାରୁ ନାହିଁ। ଯଦି ନିର୍ମାତା ପିଲାମାନଙ୍କ ପାଇଁ ଏହି ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି, ତେବେ ପଚାରନ୍ତୁ, ସେମାନେ ଏହାକୁ ପସନ୍ଦ କରନ୍ତି କି?”

ପ୍ରଭାସ ଏବଂ କ୍ରିତି ସାନନଙ୍କ ଅଭିନୀତ ଏହି ଫିଲ୍ମକୁ ଗୋଭିଲ 'ହଲିଉଡ୍‌ କାର୍ଟୁନ୍‌' ବୋଲି କହିଛନ୍ତି ଏବଂ ମହାକାବ୍ୟକୁ ପରିବର୍ତ୍ତନ ପାଇଁ ନିର୍ମାତାମାନଙ୍କୁ ପ୍ରଶ୍ନ କରିଛନ୍ତି। ସେ କହିଛନ୍ତି, “ଏତେ ବର୍ଷ ଧରି ଆମେ ସମସ୍ତେ ଜାଣିଥିବା ଏବଂ ଭଲପାଉଥିବା ଚିତ୍ରଣରେ କ’ଣ ଭୁଲ୍ ଥିଲା? ତଥ୍ୟକୁ ପରିବର୍ତ୍ତନ କରିବାର ଆବଶ୍ୟକତା କ’ଣ ଥିଲା? ବୋଧହୁଏ  ପ୍ରଭୁ ରାମ ଏବଂ ସୀତାଙ୍କ ଉପରେ ଟିମ୍‌ର ବିଶ୍ୱାସ ନାହିଁ, ଏବଂ ସେଥିପାଇଁ ସେମାନେ ଏଭଳି ପରିବର୍ତ୍ତନ କରିଛନ୍ତି।”

Prabhas Bollywood Arun Govil Adipurush
Advertisment
Advertisment