• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କ୍ରାଉଡ୍ ଫଣ୍ଡିଂ କରିବ କଂଗ୍ରେସ। ୨୪ ନିର୍ବାଚନ ପୂର୍ବରୁ ପାଣ୍ଠି ସଂଗ୍ରହକୁ ଶୀର୍ଷ ନେତୃତ୍ୱର ଗୁରୁତ୍ୱ । ଡୋନେଟ ଫର ଦେଶ ନାଁରେ ସାରା ଦେଶରେ କ୍ୟାଂପେନ ଆରମ୍ଭ କଲା ଦଳ । ବୁଥ୍ କୁ ବୁଥ୍ ବୁଲି ୧୦ ପରିବାର ଚିହ୍ନଟ ହେବ । ଯେଉଁ ପରିବାରଠାରୁ ସଂଗ୍ରହ ହେବ ସର୍ବନିମ୍ନ ୧୩୮ ଟଙ୍କା । ଡିସେମ୍ବର ୨୮ ଯାଏ ଏହି ଅଭିଯାନ ଜାରି ରହିବ। ଜିଲ୍ଲା ସଭାପତିମାନେ ଭୋଟରଙ୍କ ପାଖକୁ ଯାଇ ପାଣ୍ଠି ସଂଗ୍ରହ କରିବେ। ଉଦ୍ଦେଶ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧୀ ବାର୍ତ୍ତା ଦେଇ ଭୋଟରଙ୍କୁ ସଚେତନ କରିବା ।

୧୯୨୦ ମସିହାରେ ମହାତ୍ମା ଗାନ୍ଧୀଙ୍କ ତିଲକ ସ୍ୱରାଜ ପାଣ୍ଠିରୁ ଅନୁପ୍ରାଣିତ ହୋଇ ଦଳ ଏହି ଅଭିଯାନ ଆରମ୍ଭ କରିଥିବା କହିଛି। ଭ୍ରଷ୍ଟାଚାର ସରକାର ବିରୋଧରେ ଲଢେଇ ପାଇଁ ଏ ଅର୍ଥ କଂଗ୍ରେସ ବିନିଯୋଗ କରିବାକୁ ଘୋଷଣା କରିଛି। ସେପଟେ ହଠାତ୍ କଂଗ୍ରେସର ଏହି କ୍ରାଉଡ ଫଣ୍ଡିଂକୁ ନେଇ ଆରମ୍ଭ ହୋଇଛି ରାଜନୀତି।

ବିଜେପି ଓ ବିଜେଡି, ଏଭଳି ପାଣ୍ଠି ସଂଗ୍ରହକୁ କଡା ସମାଲୋଚନା କରିଛନ୍ତି। ଭାବମୂର୍ତ୍ତି ସଜାଡିବା ପାଇଁ କଂଗ୍ରେସର ଏହା ନାଟକ ବୋଲି ବିଜେପିର ଯୁକ୍ତି । ବିଜେଡି କହିଛି ମରଣ କାଳେ ବିପରୀତ ବୁଦ୍ଧି ।

ଶହେ ବର୍ଷ ପରେ ଏହି ପାଣ୍ଠି ସଂଗ୍ରହ ଅଭିଯାନର ଉଦ୍ଦେଶ୍ୟକୁ ନେଇ ଖୋଦ୍ କଂଗ୍ରେସ ନେତା ବି ଦ୍ୱନ୍ଦ୍ୱରେ। ଦଳର ନେତା ଧନୀ, ହେଲେ ପାର୍ଟି ଫଣ୍ଡରେ ନାହିଁ ଅର୍ଥରାଶି । ଏଭଳି ସ୍ଥିତିରେ ବ୍ରିଟିଶ ରୁଲ୍ ବିରୁଦ୍ଧରେ ସଂଗ୍ରହ ହୋଇଥିବା ତିଲକ ସ୍ୱରାଜ ପାଣ୍ଠି ସହ ଡୋନେଟ୍ ଫର୍ ଦେଶକୁ ତୁଳନା କରି ଦଳ କି ବାର୍ତ୍ତା ଦେବାକୁ ଚାହୁଁଛି ? ନିକଟରେ କଂଗ୍ରେସ ସାଂସଦ ଧୀରଜ ସାହୁଙ୍କ ମଦ କଳା ଟଙ୍କା ଉପରେ ଦେଶର ସର୍ବବୃହତ ଆଇଟି ରେଡ୍ ହୋଇଛି ।

ତଦନ୍ତ ବି ଚାଲିଛି। ତେବେ କଳା ଟଙ୍କାର କାଳିମାକୁ ଛଡେଇବା ପାଇଁ କଂଗ୍ରେସର ଇଏ ଏକ ଷ୍ଟ୍ରାଟେଜି ନୁହେଁ ତ ? ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଦେଶର ଭୋଟରଙ୍କୁ ସ୍ୱଚ୍ଛତାର ବାର୍ତ୍ତା ଦେବାକୁ ଚାହୁଁଛି କି ? କାରଣ ହିନ୍ଦୀ ହାର୍ଟ ଲାଣ୍ଡର ପରାଜୟ କେଉଁଠି ନା କେଉଁଠି ୨୪ନିର୍ବାଚନ ପ୍ରଦର୍ଶନରେ ବି ପ୍ରଭାବ ପକାଇବାର ଆଶଙ୍କା ରହିଛି ।

କଂଗ୍ରେସର ଏହି କ୍ରାଉଡ ଫଣ୍ଡିଂ ଫଣ୍ଡା ଦଳର ଛବି ସୁଧାରିବାରେ ସଫଳ ହେଉଛି ନାଁ ବୁମେରାଂ ସାବ୍ୟସ୍ତ ହେଉଛି ତାହା ଆଗାମୀ ସମୟ କହିବ।

 

  • Reported by:
  • JAGDISH DAS , SOUMYA RANJAN SAHOO , ATULYA BOUT