ଗେମ୍ ଚେଞ୍ଜର ବଦଳରେ ବୁମେରାଂ ହେବ କି ଆମ ଓଡ଼ିଶା ନବୀନ ଓଡ଼ିଶା ? ଯୋଜନା ଆଳରେ ମଇଦାନକୁ ପରୋକ୍ଷରେ ପ୍ରାର୍ଥୀଙ୍କୁ ଓହ୍ଲାଇଲା କି ବିଜେଡି? ସଂଯୋଜକ ପଦବି ପାଇଲେ ୨୪ ନିର୍ବାଚନ ପାଇଁ ଲବିରେ ଥିବା ନେତା। ଯୋଜନା ଆଳରେ କର୍ମୀ ଓ ଲୋକଙ୍କ ସହ ଆଗୁଆ ସଂପର୍କ ମଜଭୁତ କରିବାକୁ ଷ୍ଟ୍ରାଟେଜି।
ଆମ ଓଡିଶା ନବୀନ ଓଡିଶାର ଭଦ୍ରକ ଜିଲ୍ଲା ସଂଯୋଜକ ଦାୟିତ୍ବ ମିଳିଛି ଡାକ୍ତର ସଞ୍ଜୟ ଦାସଙ୍କୁ। ଧାମନଗର ବିଧାୟକ ଟିକଟ ପାଇଁ ବି ଲବିରେ ଅଛନ୍ତି ସଞ୍ଜୟ। ନିର୍ବାଚନମଣ୍ଡଳୀରେ ସମସ୍ତ ଦଳୀୟ କାର୍ଯ୍ୟକ୍ରମରେ ସଞ୍ଜୟଙ୍କୁ ଆଗରେ ଦେଖିବାକୁ ମିଳୁଛି। ଏମିତି କି ପଦଯାତ୍ରା ବେଳେ ଭଦ୍ରକ ସାଂସଦ ମୁକ୍ତିକାନ୍ତ ମଣ୍ଡଳ ତାଙ୍କୁ ପ୍ରାର୍ଥୀ ବୋଲି ମଧ୍ୟ ଘୋଷଣା କରିଥିଲେ।
Published By: Tanmay Kumar Mahalik
Last updated: 10 December 2023, 10:30 PM IST
ସେମାନଙ୍କ ଦେଶର ବଜେଟଠୁ କିଟ୍ ବଜେଟ ଅଧିକ କହିବା ନିନ୍ଦନୀୟ। ଓଡିଶା ସରକାର ଦେଖାଇଦେବା ଦରକାର ଯେ, ଦେଶ ଉପରେ କଥା ଆସିଲେ କାହାକୁ ଛଡା ଯିବା ଉଚିତ ନୁହେଁ। ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ କିଟ୍ ବିରୋଧରେ ନେବା ଦରକାର। ନଚେତ ବିଦେଶୀ ଛାତ୍ରଛାତ୍ରୀ ଓଡ଼ିଶା ଆସି ପଢିବା ପାଇଁ ଭୟ କରିବେ ବୋଲି ପୂର୍ବତନ ମୁଖ୍ୟ ଶାସନସଚିବ ଚେତାଇ ଦେଇଛନ୍ତି।