• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଶ୍ରୀମୟୀ ମିଶ୍ରଙ୍କୁ ମନ୍ତ୍ରୀ ଅଶୋକ ପଣ୍ଡା ଜିତାଇବାକୁ କହିବା ପ୍ରସଙ୍ଗରେ ଅଶୋକଙ୍କ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ପୂର୍ବତନ ସାଂସଦ ତଥା ବିଜେଡି ଉପସଭାପତି ପ୍ରସନ୍ନ ପାଟ୍ଟଶାଣୀ । କେତେ ଏମିତି ଆସିବେ ଆଉ ଯିବେ, ଆମେ ଲୋକଙ୍କ ସହ ଅଛୁ ।

ଲୋକଙ୍କ ସହ ଯିଏ ଥାଏ ତାର ପରାଜୟ ହୁଏନି, ମୁଁ କେବେ ହାରିନି । ମୋତେ ଟିକେଟ ଦେଇଥିଲେ ମୁଁ ବହୁ ଭୋଟରେ ଜିତିଥା’ନ୍ତି । ଯଦି ତାଙ୍କୁ ଟିକେଟ ଦେଲେ, ତେବେ ଭଲକଥା । କିନ୍ତୁ ମୋର ବିଶ୍ୱାସ ଅଛି, ଦଳ ଏ ଭୁଲ୍ କେବେ କରିବନି ବୋଲି କହିଛନ୍ତି ପାଟ୍ଟଶାଣୀ । ଏମିତିକି ଦଳ ଥରେ ଭୁଲ୍ କରିଥିଲା, ଯେଉଁ ଅବସ୍ଥା ହେଲା ଜାଣିଛ ବୋଲି କହିଛନ୍ତି ପାଟ୍ଟଶାଣୀ ।

ସାଧାରଣ ନିର୍ବାଚନ ତାରିଖ ଘୋଷଣା ହୋଇନଥିବା ବେଳେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଚର୍ଚ୍ଚାର ବିଷୟ ହୋଇଛି । କାରଣ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରୁ ଶ୍ରୀମୟୀଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ।

ଭୁବନେଶ୍ୱରରେ ବିଜେଡି ଜନସଂପର୍କ ପଦଯାତ୍ରାରେ ଅଶୋକ ଏପରି ଘୋଷଣା କରିଛନ୍ତି । ସେ କହିଛନ୍ତି, ଶ୍ରୀମୟୀଙ୍କୁ ପ୍ରାର୍ଥୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି । ଶ୍ରୀମୟୀ ଜୟଯୁକ୍ତ ହେବା ମୁଖ୍ୟମନ୍ତ୍ରୀଙ୍କ ପାଇଁ ସମ୍ମାନର ପ୍ରଶ୍ନ । ସେହିପରି ଶ୍ରୀମୟୀଙ୍କୁ ଜୟଯୁକ୍ତ କରିବାକୁ ସମସ୍ତଙ୍କୁ ନିବେଦନ କହିଛନ୍ତି ଅଶୋକ ।