Advertisment

ଚାପରେ ନା ବିରୋଧୀଙ୍କ ଚ୍ୟାଲେଞ୍ଜକୁ ଆକ୍ସେପ୍ଟ କଲେ ପାଣ୍ତିଆନ ?

ବିରୋଧୀଙ୍କ ଜୋରଦାର ପ୍ରତିବାଦ, ବିକ୍ଷୋଭ..ସରକାରୀ ଚାକିରି ଛାଡ଼ି ରାଜନୀତିକୁ ଆସିବାକୁ ଆହ୍ୱାନ। ଏସବୁ ଦାବି ଆଗରେ କଣ ମୁଣ୍ଡ ନୁଆଁଇ ଓ ବିରୋଧୀଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି IAS ଚାକିରିରୁ VRS ନେଲେ କି ପାଣ୍ଡିଆନ?

author-image
Manoranjan Behera
ଅଦ୍ୟତନ ହୋଇଛି
undefined

5T Secretary V.K. Pandian

ଏପଟେ ସରକାର ଓ ପରୋକ୍ଷ ରାଜନୀତିରେ ପାଣ୍ଡିଆନଙ୍କ ଏଭଳି ରୂପାନ୍ତରଣକୁ ନେଇ ସରଗରମ୍ ରାଜନୀତି। ବିଜେପି କହିଛି, ଆଗକୁ ପାଣ୍ଡିଆନ୍ ରାଜନୀତିକୁ ଆସିଲେ ବିଜେଡିର ସ୍ୱାଭିମାନୀ ନେତା ଆଉ ଦଳରେ ରହିବେନି। ସେପଟେ କଂଗ୍ରେସ, ମାତ୍ର ୩ ଦିନ ଭିତରେ ପାଣ୍ଡିଆନଙ୍କ VRS ଆବେଦନ ମଂଜୁରୀକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟକୁ ସମାଲୋଚନା କରିଛି। ବିଜେଡି କହିଛି ବିକାଶ ଧାରାକୁ ଆଗକୁ ନେବାକୁ ମୁଖ୍ୟମନ୍ତ୍ରୀ ଏଭଳି ପଦକ୍ଷେପ ନେଇଛନ୍ତି। ଏସବୁ ଭିତରେ ବିରୋଧୀଙ୍କ 'ପାଣ୍ଡିଆନ୍' ମୁଦ୍ଦା ଆଗକୁ କେଉଁ ରୂପନେବ ତାକୁ ନେଇ ଚର୍ଚ୍ଚା ଜୋର୍।

Advertisment

ବିରୋଧୀଙ୍କ ଜୋରଦାର ପ୍ରତିବାଦ, ବିକ୍ଷୋଭ..ସରକାରୀ ଚାକିରି ଛାଡ଼ି ରାଜନୀତିକୁ ଆସିବାକୁ ଆହ୍ୱାନ। ଏସବୁ ଦାବି ଆଗରେ କଣ ମୁଣ୍ଡ ନୁଆଁଇ ଓ ବିରୋଧୀଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କରି IAS ଚାକିରିରୁ VRS ନେଲେ କି ପାଣ୍ଡିଆନ? ଯଦି ହଁ ତାହେଲେ ପ୍ରତ୍ୟକ୍ଷ ରାଜନୀତିକୁ ନଆସି ପ୍ରଶାସନରେ ହିଁ କାହିଁକି ରହିଲେ? ଏବେ ଏହାକୁ ନେଇ ତେଜିଛି ରାଜନୀତି।

ବିଜେପି କହିଛି ଓଡିଶାର ବିଗତ ଦିନରେ ଯାହା ଘଟିଲା, ତାହା ଶୁଭଙ୍କର ନୁହେଁ। ପୂର୍ବରୁ କୌଣସି ରାଜ୍ୟରେ ଏଭଳି ରାଜନୀତି ହୋଇନଥିଲା। ପାଣ୍ଡିଆନ ଦଳକୁ ଆସିଲେ ବିଜେଡିରେ ଥିବା ସ୍ୱାଭୀମାନୀ ନେତା ତାଙ୍କ ସାଙ୍ଗରେ ରହିବେନି। ଅନ୍ୟପଟେ ମାତ୍ର ତିନି ଦିନରେ ପାଣ୍ଡିଆନଙ୍କ VRS ଆବେଦନ ଗ୍ରହଣକୁ ନେଇ ପ୍ରଶ୍ନ ଉଠାଇଛି କଂଗ୍ରେସ। ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ ଆଶୀର୍ବାଦ ପାଣ୍ଡିଆନଙ୍କ ଉପରେ ଥିବା ଅଭିଯୋଗ ଆଣିଛି ଦଳ।

Advertisment

ସେପଟେ ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ, ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲରେ ଲେଖିଛନ୍ତି, ଓଡ଼ିଶାରେ ପ୍ରାୟ ଦେଢ଼ ଦଶନ୍ଧି ଧରି ଆଶ୍ଚର୍ଯ୍ୟଜନକ ସ୍ଥିତି ଲାଗି ରହିଥିଲା। ଲାଗୁଥିଲା ଯେଭଳି ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତରେ ତାଙ୍କ ମୁଖ୍ୟ ସହଯୋଗୀ ରାଜ୍ୟର ସିଇଓ ଭାବେ କାର୍ଯ୍ୟ କରି ଆସୁଥିଲେ। ବିଜେଡି କହିଛି ବିକାଶର ଧାରାକୁ ଆଗକୁ ନେବାକୁ ପାଣ୍ଡିଆନଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଗତ କିଛି ମାସ ହେଲା ରାଜ୍ୟ ରାଜନୀତିରେ ମୁଖ୍ୟ ପ୍ରସଙ୍ଗ ସାଜିଥଲେ ପାଣ୍ଡିଆନ। ବିରୋଧୀଙ୍କ ପାଖରେ ମୁଖ୍ୟ ମୁଦ୍ଦା ହୋଇଥିଲା ପାଣ୍ଡିଆନଙ୍କ ଜିଲ୍ଲା ଗସ୍ତ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନାଁରେ ୩୦ଟି ଯାକ ଜିଲ୍ଲା ବୁଲିବା ବେଳେ ପାଣ୍ଡିଆନ ଯେଭଳି ଭାବେ ପ୍ରକଳ୍ପ ଘୋଷଣା କରୁଥିଲେ ଏବଂ ଅଭିବାଦନ ଗ୍ରହଣ କରୁଥିଲେ ସେତେବେଳେ ଶାସକ ଦଳକୁ ଟାର୍ଗେଟ କରିଥିଲେ ବିରୋଧୀ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡ଼ିଶାରେ ଶଶିକଳା ସିଣ୍ଡ୍ରୋମ କଥା କହି ପାଣ୍ଡିଆନଙ୍କୁ ନିଶାନା କରିଥିଲେ। ଏମିତି କି ସାଂସଦ ଅପରାଜିତା ଷଡଙ୍ଗୀ ସାମ୍ୱାଦିକ ସମ୍ମିଳନୀ କରି ଓଡ଼ିଶା ସରକାରଙ୍କୁ ପାଣ୍ଡିଆନ ହାଇଜାକ୍ କରିଥିବା ଅଭିଯୋଗ କରିଥିଲେ। ତାସହିତ ଚାକିରି ଛାଡି ରାଜନୀତିକୁ ଆସିବାକୁ ଆହ୍ୱାନ ଦେଇଥିଲେ। ଅଲ ଇଣ୍ଡିଆ ସର୍ଭିସ ରୁଲର ଉଲ୍ଲଘଂନ ହେଉଥିବା ଯୋଗୁ ପାଣ୍ଡିଆନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅପରାଜିତା ଏବଂ ବରିଷ୍ଠ କଂଗ୍ରେସ ନେତା ବିଜୟ ପଟ୍ଟନାୟକ ଏ ନେଇ କେନ୍ଦ୍ର କାର୍ମିକ ମନ୍ତ୍ରାଳୟ ନିକଟରେ ଅଭିଯୋଗ କରିଥିଲେ। ତେଣୁ ବିରୋଧୀଙ୍କ ଏସବୁ ଅଭିଯୋଗକୁ ଏଡ଼ାଇବା ପାଇଁ ହୁଏତ ଏ ନିଷ୍ପତ୍ତି ହୋଇଥାଇ ପାରେ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ।

ସେପେଟ ନୋଟିସ୍ ପିରିୟଡକୁ ଏଡ଼ାଇ ଯାଇ ମାତ୍ର ତିନି ଦିନ ଭିତରେ ପାଣ୍ଡିଆନଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନକୁ କେନ୍ଦ୍ର ମଞ୍ଜୁର କରିନେବା ଘଟଣାକୁ ପରୋକ୍ଷରେ ସମାଲୋଚନା କରିଛନ୍ତି ପୂର୍ବତନ ପ୍ରଶାସକ ପ୍ରସନ୍ନ ମିଶ୍ର। ଏହା ଭାରତୀୟ ସଂଘୀୟ ବ୍ୟବସ୍ଥାର ଏକ ବଳିଷ୍ଠ ଉଦାହରଣ ହୋଇ ରହିବ ବୋଲି କଟାକ୍ଷ କରିଛନ୍ତି।

Opposition Parties Odisha Politics 5T Secretary V.K. Pandian VRS Order
Advertisment
Advertisment