/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687855483.jpg)
Jaydev Jena
ମୁଖ୍ୟମନ୍ତ୍ରୀଙ୍କ ଅଡିଓ ଟେପ୍ ବାର୍ତ୍ତାକୁ ନେଇ କଂଗ୍ରେସ ନେତା ଜୟଦେବ ଜେନାଙ୍କ କଟାକ୍ଷ । ମୁଖ୍ୟମନ୍ତ୍ରୀ କେଉଁଠିକୁ ଯିବା ପରିସ୍ଥିତିରେ ନାହାନ୍ତି ବୋଲି କହିଛନ୍ତି ଜୟଦେବ ଜେନା । କେବଳ ଏତିକି ନୁହେଁ ସେ ଆହୁରି କହିଛନ୍ତି, ‘ମୁଖ୍ୟମନ୍ତ୍ରୀଙ୍କ ଅଡିଓ ପ୍ରମାଣିତ କରୁଛି ସେ ଆଉ କେଉଁଠିକୁ ଯିବା ସ୍ଥିତିରେ ନାହାନ୍ତି । ବିଜେଡିରେ ଏବେ ଅଚଳାବସ୍ଥା ଦେଖା ଦେଇଛି’। ମୁଖ୍ୟମନ୍ତ୍ରୀ ଯେକୌଣସି ସଚିବଙ୍କୁ ପଠାଇ ପାରିବେ, ହେଲେ ଜଣଙ୍କୁ କାହିଁକି ବାରମ୍ବାର ପଠାଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଜୟଦେବ । ଏମିତିକି ମନ୍ତ୍ରୀ କି ମୁଖ୍ୟ ସଚିବଙ୍କ ଉପରେ ମୁଖ୍ୟମନ୍ତ୍ରୀଙ୍କର ଆଉ ଭରସା ନାହିଁ ବୋଲି ମଧ୍ୟ କହିଛନ୍ତି ।
ଥମୁନି 5T ସଚିବଙ୍କ ଗସ୍ତ ବିବାଦ । ସିଏମ୍ଙ୍କ ଜାଣତରେ ନା ଅଜାଣତରେ ହେଉଛି ଗସ୍ତ ? ବିରୋଧୀଙ୍କ ଟାର୍ଗେଟରେ ଏବେ ମୁଖ୍ୟମନ୍ତ୍ରୀ । ଆଉ ଏହାରି ମଧ୍ୟରେ ‘5T’ ସଚିବଙ୍କ ନାଁରେ କେନ୍ଦ୍ରକୁ ଫେରାଦ ହେଲେ କଂଗ୍ରେସ ନେତା ବିଜୟ ପଟ୍ଟନାୟକ । କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ସଚିବଙ୍କୁ ଚିଠି ଲେଖି ପୂରା ଘଟଣା ସମ୍ପର୍କରେ ଅବଗତ କରାଇଛନ୍ତି ବିଜୟ । ସର୍ବଭାରତୀୟ ସର୍ଭିସ କଣ୍ଡକ୍ଟ ରୁଲ୍ ଉଲ୍ଲଂଘନ ହେଉଥିବା ନେଇ ଅଭିଯୋଗ କରିଛନ୍ତି । ଚିଠିରେ ନିୟମ ଉଲ୍ଲଂଘନର ଏକାଧିକ ଉଦାହରଣ ବି ସେ ଦେଇଛନ୍ତି ।
ଖାଲି ଏତିକି ନୁହେଁ ବରଂ ବିଜୟ ପଟ୍ଟନାୟକ ଚିଠିରେ ପାରଳାଖେମୁଣ୍ଡିରେ ଦଳୀୟ ଚିହ୍ନ ସହ ସଚିବଙ୍କ ହୋଡିଂ ଲାଗିଥିବା କଥା କେନ୍ଦ୍ରକୁ ଚିଠି ଲେଖି ଜଣାଇଛନ୍ତି । ଏହାଛଡ଼ା ସଭାରେ ଯୋଗଦେଇ ଅନୁଦାନ ଘୋଷଣା କରିବା କଥା ମଧ୍ୟ ଲେଖିଛନ୍ତି । ସେ କହିଛନ୍ତି , ‘ଏହା ସର୍ବଭାରତୀୟ ସେବା କଣ୍ଡକ୍ଟ ରୁଲ୍ର ଖୋଲା ଉଲ୍ଲଂଘନ । ମୁଖ୍ୟମନ୍ତ୍ରୀଙ୍କ ସଚିବ ଥିବାରୁ ତାଙ୍କ ପ୍ରତି ମୁଖ୍ୟମନ୍ତ୍ରୀଙ୍କ ଆକ୍ସନ ଆଶା କ୍ଷୀଣ’ । ଏନେଇ ବିଧିବଦ୍ଧ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବିଜୟ ।
ଏପଟେ ମୁଖ୍ୟମନ୍ତ୍ରୀଙ୍କ ଅଡିଓ ତାଙ୍କର ବୋଲି ପ୍ରମାଣ କ’ଣ ବୋଲି ପ୍ରଶ୍ନ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ସେ କହିଛନ୍ତି , ଅଡିଓ ତାଙ୍କର ବୋଲି ଆମେ ଗ୍ରହଣ କରିପାରୁନୁ,ଆମକୁ ଶ୍ୱେତପତ୍ର ଦେଖାନ୍ତୁ । ଯଦି ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଉଛନ୍ତି ତେବେ ଲିଖିତ ଭାବେ ରାଜ୍ୟବାସୀଙ୍କୁ ଅବଗତ କରନ୍ତୁ । କେବଳ ନିଜ ବ୍ୟକ୍ତଗତି ସଚିବଙ୍କ ଲାଗି ଯେଉଁ ରାଜସ୍ୱ ଖର୍ଚ୍ଚ ହେଉଛି, ଅନ୍ୟ ସଚିବଙ୍କ ପାଇଁ ସେତିକି ଖର୍ଚ୍ଚ କରିବେ କି ମୁଖ୍ୟମନ୍ତ୍ରୀ ? ବୋଲି ପ୍ରଶ୍ନ କରିଛନ୍ତି ଶରତ । ତେବେ ଓଡ଼ିଶାବାସୀଙ୍କ ଅର୍ଥକୁ କଣ ଏମିତି ଆତ୍ମସାତ୍ କରିଦେବେ କି ନବୀନ ବାବୁ ବୋଲି ପ୍ରଶ୍ନ କରିଛନ୍ତି ଶରତ । ସେ ଆହୁରି କହିଛନ୍ତି ଯେ ଆମେ ବିକାଶକୁ ମନା କରୁନୁ,କିନ୍ତୁ ବିକାଶ ନାଁରେ ହେଉଥିବା ଲୁଟକୁ କେବେ ବରଦାସ କରାଯିବନି । ନିର୍ବାଚନରେ ଲୋକେ ଭୋଟ ନେତାଙ୍କୁ ଦେଉଛନ୍ତି ସଚିବଙ୍କୁ ନୁହେଁ ବୋଲି ଶରତ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)